ଖେଳ

ଟେନିସ କୋର୍ଟରେ ଧୋନୀ

ନୂଆଦିଲ୍ଲୀ,୧।୧୦: ଭାରତର ମହାନ ଅଧିନାୟକ ତଥା ଉଇକେଟ କିପର-ବ୍ୟାଟ୍ସମ୍ୟାନ ଏମଏସ ଧୋନୀ ଟେନିସ କୋର୍ଟରେ ନିଜର ଚମତ୍କାର ପ୍ରଦର୍ଶନ କରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଧୋନି ଟେନିସ ଖେଳୁଥିବା ଦେଖିବାକୁ ମିଳିଛି। ତାଙ୍କର ପ୍ରଶଂସକମାନେ ଏହି...

ଅଦିତି ଅଶୋକ ଏସୀୟ ଗେମ୍ସରେ ଇତିହାସ ସୃଷ୍ଟି କଲେ ଇତିହାସ: ପାଲଟିଲେ ଗଲ୍ଫରେ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା…

ହାଙ୍ଗଝୋ,୧।୧୦ : ଭାରତର ତାରକା ମହିଳା ଗଲ୍ଫର୍‌ ଅଦିତି ଅଶୋକ ଏସୀୟ ଗେମ୍ସରେ ଇତିହାସ ସୃଷ୍ଟି କରିଛନ୍ତି। ରବିବାର ସେ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି। ଅଦିତି ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଖେଳାଳି ଯିଏକି ଏସୀୟ...

ଦେଶ ପାଇଁ ବାପା ଜିତିଥିଲେ ସୁନା, ଏବେ ଝିଅ ବି ଆଣିଲେ ପଦକ

ହାଙ୍ଗଝୋ,୧।୧୦: ଏସିଆନ ଗେମ୍ସ ୨୦୨୩ରେ ଭାରତ ପାଇଁ ରବିବାର ଏକ ଭଲ ଦିନ ଥିଲା। ଟିମ ଇଣ୍ଡିଆ ଆଜି ଗୋଟିଏ ସ୍ବର୍ଣ୍ଣ ଏବଂ ଦୁଇଟି ରୌପ୍ୟ ପଦକ ଜିତିଛି। ଶୁଟିଂରେ ଭାରତ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଛି। ମହିଳା ଦଳ...

ଭାରତ ହେବ ବିଶ୍ୱକପ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧।୧୦: ଆଉ କିଛି ଦିନ ପରେ ଆରମ୍ଭ ହେବ କ୍ରିକେଟ ବିଶ୍ୱକପ। ଏହାପୂର୍ବରୁ ଭବିଷ୍ୟବାଣୀ କରିଛନ୍ତି ବିଶ୍ୱର ସର୍ବଶ୍ରେଷ୍ଠ ବୋଲର ମୁଥିୟା ମୁରଲୀଥନ। ସେ କହିଛନ୍ତି, ମୋ ମତରେ, ଘରୋଇ ପରିସ୍ଥିତିରେ ଭାରତ ବିଶ୍ୱ ଚାମ୍ପିୟନ ହୋଇପାରିବ। ଅଷ୍ଟ୍ରେଲିଆ ଏବଂ...

ଏସିଆନ ଗେମ୍ସ : ପୁରୁଷ ଶୁଟିଂରେ ଭାରତର ରେକର୍ଡ, ଜିତିଲା ସ୍ବର୍ଣ୍ଣ ପଦକ…

ହାଙ୍ଗଝୋ,୧।୧୦ : ଏସିଆନ ଗେମ୍ସରେ ଶୁଟିଂରେ ଭାରତର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରହିଛି। ଖେଳର ଅଷ୍ଟମ ଦିନରେ ଭାରତ ଗୋଟିଏ ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ଜିତିଛି। ରବିବାର ପୁରୁଷ ଦଳ ସ୍ବର୍ଣ୍ଣ ପଦକକୁ ଟାର୍ଗେଟ କରିଥିଲେ। ଯେଉଁଠାରେ ମହିଳା...

ଓ୍ବାର୍ମଅପ୍‌ ମ୍ୟାଚରେ ଆଜି ଇଂଲଣ୍ଡକୁ ଭେଟିବ ବାଂଲାଦେଶ

ଗୁଆହାଟୀ ,୧।୧୦: ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ପାଇଁ ବିଭିନ୍ନ ଦଳର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଅଂଶଗ୍ରହଣକାରୀ ଦଳ ଗୁଡ଼ିକ ଭାରତରେ ପହଞ୍ଚି ଓ୍ବାର୍ମଅପ୍‌ ମ୍ୟାଚରେ ନିଜ ଦକ୍ଷତା ପରଖୁଛନ୍ତି। ଆଜି ବିଶ୍ୱକପ୍‌ ୨୦୨୩ର ୱାର୍ମ ଅପ୍‌ ମ୍ୟାଚରେ...

ଐତିହାସିକ ପଦକ ପକ୍କାକଲେ ସୁତୀର୍ଥା, ଆହିକା

ହାଙ୍ଗଝୋ,୧।୧୦: ବିଶ୍ୱ ଚାମ୍ପିୟନ ଚାଇନା ଖେଳାଳି ଚେନ୍‌ ମାଙ୍ଗ ଓ ୟିଦି ୟାଙ୍ଗଙ୍କୁ ପରାସ୍ତ କରି ଏସିଆନ୍‌ ଗେମ୍ସ ଟେବୁଲ ଟେନିସ ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ମହିଳା ଡବଲ୍ସ ଖେଳାଳି ସୁତୀର୍ଥା ମୁଖାର୍ଜୀ ଓ ଆହିକା ମୁଖାର୍ଜୀ।...

ଆଜିଠାରୁ ଇରାନୀ ଟ୍ରଫି; ନଜରରେ ପୂଜାରା, ଉନାଡକଟ୍‌, ବିହାରୀ

ରାଜକୋଟ୍‌, ୧।୧୦: ରଣଜୀ ଟ୍ରଫି ଚାମ୍ପିୟନ ସୌରାଷ୍ଟ୍ର ଓ ଭାରତ ମଧ୍ୟରେ ଇରାନୀ ଟ୍ରଫି ମ୍ୟାଚ ରବିବାରଠାରୁ ଆରମ୍ଭ ହେବ। ଏଥିରେ ଭେଟେରାନ ଚେତେଶ୍ୱର ପୂଜାରା ଓ ହନୁମା ବିହାରୀଙ୍କ ଭଳି ଷ୍ଟାର ଖେଳାଳି ପ୍ରଭାବୀ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ...

ଲ୍ୟୁକ୍‌ ଓ୍ବିଲିୟମ୍ସ ଆର୍‌ସିବି ମୁଖ୍ୟ କୋଚ୍‌

ବେଙ୍ଗାଲୁରୁ, ୧।୧୦: ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ଦ୍ୱିତୀୟ ସଂସ୍କରଣ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଷ୍ଟ୍ରେଲିଆର ଲ୍ୟୁକ୍‌ ଓ୍ବିଲିୟମ୍ସଙ୍କୁ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତି ଦେଇଛି। ଗତ ମାର୍ଚ୍ଚ ମାସରେ ୫ଟି ଦଳକୁ ନେଇ ପ୍ରତିଯାଗିତାର...

ଶୁଟିଂରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ: ସରବଜୋତ୍‌, ଦିବ୍ୟାଙ୍କୁ ରୌପ୍ୟ

ହାଙ୍ଗଝୋ,୧।୧୦: ଚଳିତ ଏସିଆନ ଗେମ୍ସର ଶୁଟିଂରେ ଭାରତୀୟ ଶୁଟରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ଶନିବାର ଭାରତୀୟ ୧୦ ମିଟର ଏୟାର ପିସ୍ତଲ ଟିମ୍‌ ଏକ ରୌପ୍ୟ ପଦକ ହାସଲ କରିବା ଫଳରେ ଗୋଟିଏ ସଂସ୍କରଣରେ ଶୁଟିଂରେ ସର୍ବାଧିକ ପଦକ...

ପ୍ରୀତି ପାଓ୍ବାରଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ହାଙ୍ଗଝୋ,୧।୧୦: ଭାରତୀୟ ବକ୍ସର ପ୍ରୀତି ପାଓ୍ବାର ଚଳିତ ଏସିଆନ୍‌ ଗେମ୍ସ ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି। ଏହା ସହିତ ଆସନ୍ତା ପ୍ୟାରିସ୍‌ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିପରି ଅଲିମ୍ପିକ୍ସ ପଦକ ବିଜୟିନୀ ଲଭଲିନା ବୋର୍ଗୋହେନ୍‌...

ବୋପାନ୍ନା-ଭୋସଲେଙ୍କୁ ମିକ୍ସଡ ଡବଲ୍ସ ସ୍ବର୍ଣ୍ଣ

ହାଙ୍ଗଝୋ,୧।୧୦: ଶନିବାର ଏସିଆନ୍‌ ଗେମ୍ସ ୨୦୨୩ର ଟେନିସ୍‌ ମିକ୍ସଡ ଡବଲ୍ସରେ ଭାରତର ରୋହନ ବୋପାନ୍ନା ଓ ଋତୁଜା ଭୋସ୍‌ଲେଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି। ଶନିବାର ଅନୁଷ୍ଠିତ ଫାଇନାଲରେ ଭାରତୀୟ ଯୋଡି ୨-୬, ୬-୩ ଓ ୧୦-୪ ସେଟ୍‌ରେ ଚାଇନିଜ୍‌ ତାଇପେର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri