ଖେଳ

ଗୋଆ ଦ୍ୱିତୀୟ ଥର ଚାମ୍ପିୟନ

ଭୁବନେଶ୍ୱର,୪ା୫(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ କଳିଙ୍ଗ ସୁପର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ବୋର୍ଜା ହେରେରା ଗୋଞ୍ଜାଲେଜଙ୍କ ଡବଲ ଗୋଲ ବଳରେ ଏଫ୍‌ସି ଗୋଆ ୩-୦ ଗୋଲରେ ଜାମଶେଦପୁର ଏଫ୍‌ସିକୁ ହରାଇ ଚାମ୍ପିୟନ ହୋଇଛି। ପୂର୍ବରୁ ୨୦୧୯ରେ ଚାମ୍ପିୟନ ହୋଇଥିବା…

ବିନୋଦ କାମ୍ବଲି-ପୃଥ୍ବୀ ଶ’ଙ୍କ ଭଳି ନ ହୋଇ ଯାଆନ୍ତୁ ବୈଭବ ସୂର୍ଯ୍ୟବଂଶୀ, BCCIକୁ ଚେତାଇଲେ…

ନୂଆଦିଲ୍ଲୀ,୩।୫: ବିହାରର ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୪ ବର୍ଷ ବୟସରେ ନିଜର ବ୍ୟାଟିଂ ଯୋଗୁ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ସେ ସମ୍ପ୍ରତି ଆଇପିଏଲ୍‌ରେ ଶତକ ହାସଲ କରିବାରେ ଦ୍ରୁତତମ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ବୈଭବଙ୍କ ପ୍ରତିଭା ଦେଖିବା…

ହେମରାଜ ୪, ଅଞ୍ଜଳୀ ୬ ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୩ା୫: ଲଙ୍ଗ ଡିଷ୍ଟାନ୍ସ ରନର ହେମ୍‌ରାଜ ଗୁର୍ଜାର ଓ ଅଞ୍ଜଳୀ କୁମାରୀ ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ନାଡା)ର ଡିସିପ୍ଲିନାରି ପ୍ୟାନେଲ ଦ୍ୱାରା ଯଥାକ୍ରମେ ୪ ଓ ୬ ବର୍ଷ ବାସନ୍ଦ ହୋଇଛନ୍ତି। ଉଭୟେ ଗତବର୍ଷ ଅନୁଷ୍ଠିତ ଡୋପ୍‌ ଟେଷ୍ଟରେ…

୨୧ରୁ କୋମନା ପ୍ରିମିୟର ଲିଗ୍‌ କ୍ରିକେଟ

ନୂଆପଡ଼ା,୩ା୫ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା କଲ୍ୟାଣ ମଣ୍ଡପଠାରେ ଶନିବାର ପ୍ରଥମ ଦିବାରାତ୍ର କୋମନା ପ୍ରିମିୟର ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସର୍ବସମ୍ମତି କ୍ରମେ ପାସା ମହାନ୍ଦଙ୍କୁ ସଭାପତି ଭାବରେ ମନୋନୀତ…

ମୁଁ ସାମୟିକ ବାସନ୍ଦାଦେଶ ଭୋଗ କରୁଛି: ରାବାଡା

ଜୋହାନ୍ସବର୍ଗ,୩ା୫: ମନୋରଞ୍ଜନ ଲାଗି ନେଇଥିବା ଔଷଧ କାରଣରୁ ବର୍ତ୍ତମାନ ସାମୟିକ ବାସନ୍ଦାଦେଶ ଭୋଗ କରୁଥିବା ବିଶ୍ୱର ପ୍ରିମିୟର ଫାଷ୍ଟ ବୋଲର କାଗିସୋ ରାବାଡା ଶନିବାର ପ୍ରକାଶ କରିଛନ୍ତି। ଦକ୍ଷିଣ ଆଫ୍ରିକୀୟ ପେସର ଗତ ମାସରେ ଗୁଜରାଟ ଟାଇଟନ୍ସ ଲାଗି ଦୁଇଟି ମ୍ୟାଚ୍‌…

IPL 2025: ରୋଚକ ସ୍ଥିତିରେ ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌, ପଛରେ ପଡ଼ିଲେ ସୂର୍ଯ୍ୟ କୁମାର

=ନୂଆଦିଲ୍ଳୀ,୩।୫: IPL 2025ରେ ପ୍ରତ୍ୟେକ ମ୍ୟାଚ ସହିତ ଅରେଞ୍ଜ କ୍ୟାପ ଏବଂ ପର୍ପଲ କ୍ୟାପ ପାଇଁ ଦୌଡ଼ ରୋମାଞ୍ଚକର ହେବାରେ ଲାଗିଛି। ଏହି ଲିଗର ୫୧ତମ ମ୍ୟାଚ ଶେଷ ହେବା ପରେ, ଅରେଞ୍ଜ ଏବଂ ପର୍ପଲ କ୍ୟାପ ତାଲିକାରେ ପୁଣି ଥରେ…

ମୁମ୍ବାଇଠାରୁ ପରାଜୟ ପରେ ରାଜସ୍ଥାନର ପ୍ଲେ-ଅଫ୍‌ ଆଶା ଶେଷ

ଜୟପୁର,୩ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଗୁରୁବାର ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୧୦୦ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ପରାଜୟ ଦ୍ୱାରା ରାଜସ୍ଥାନ ଦଳର ପ୍ଲେ-ଅଫ୍‌ ଆଶା ଶେଷ ହୋଇଯାଇଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ…

ଖେଳରତ୍ନ ପାଇବା ପରେ ସାତ୍ତ୍ୱିକ, ଚିରାଗଙ୍କ ଆସିଲା ପ୍ରତିକ୍ରିୟା

ନୂଆଦିଲ୍ଲୀ,୩।୫: ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ଚିରାଗ ଶେଟ୍ଟି ଓ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଶେଷରେ ବହୁଦିନ ପରେ ମେଜର ଧ୍ୟାନଚାନ୍ଦ ଖେଳରନତ୍ ପୁରସ୍କାର ପାଇଛନ୍ତି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏଠାରେ ଗୁରୁବାର ଖେଳାଳି ଦ୍ୱୟଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।…

ଅବନୀତଙ୍କ ଫଟୋ ଲାଇକ୍ କରି ଚର୍ଚ୍ଚାରେ ବିରାଟ କୋହଲି: ପରେ ଦେଲେ ସଫେଇ

ନୂଆଦିଲ୍ଲୀ,୩/୫:ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଏକ ଲାଇକ ଯୋଗୁ ହଙ୍ଗାମା ସୃଷ୍ଟି ହୋଇଛି। ବିରାଟଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଜଣେ ଅଭିନେତ୍ରୀଙ୍କ ଫଟୋରେ ଲାଇକ ହୋଇଯାଇଥିଲା। ଏହାପରେ ସୋସିଆଲ ମିଡିଆରେ ଚହଳ ପଡ଼ିଥିଲା। ପରେ କୋହଲି ତାଙ୍କ ଇନଷ୍ଟାଗ୍ରାମ…

ନୀରଜ ଚୋପ୍ରା କ୍ଲାସିକ୍‌ରେ ଜାଭେଲିନ୍‌ ଥ୍ରୋରେ ଭାଗ ନେବେ କିଶୋର ଜେନା

ନୂଆଦିଲ୍ଲୀ,୨ା୫: ଏସିଆନ ଗେମ୍ସ ରୌପ୍ୟ ବିଜେତା ଓଡ଼ିଶାର କିଶୋର ଜେନା ନୀରଜ ଚୋପ୍ରା କ୍ଲାସିକ୍‌ ଜାଭେଲିନ୍‌ ଥ୍ରୋରେ ଭାଗ ନେବେ। ଫଳରେ ଇଭେଣ୍ଟରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। ନୀରଜ ଚୋପ୍ରା କ୍ଲାସିକ ମେ ୨୪ରେ ବେଙ୍ଗାଲୁରୁସ୍ଥିତ ଶ୍ରୀକାନ୍ତିରାଭା ଷ୍ଟାଡିୟମରେ ଅନୁଷ୍ଠିତ…

ଦ୍ୱିତୀୟ ସ୍ଥାନରେ ପହଞ୍ଚିଲା ଗୁଜରାଟ

ଅହମଦାବାଦ,୨ା୫: ଶୁବମନ ଗିଲ୍‌, ସାଇ ସୁଦର୍ଶନ ଓ ଜୋଟ ବଟଲରଙ୍କ ବିସ୍ପୋରକ ବ୍ୟାଟିଂ ବଳରେ ଗୁଜରାଟ ଟାଇଟନ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆରଏଚ୍‌)କୁ ୩୮ ରନରେ ପରାସ୍ତ କରିଛି। ଗୁଜରାଟ ଦ୍ୱାରା ଧାର୍ଯ୍ୟ ୨୨୫ ରନର…

ଦିଗପହଣ୍ଡିରେ କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଦିଗପହଣ୍ଡି,୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ଖେଳପଡିଆଠାରେ ଗୁରୁବାର ଦିଗପହଣ୍ଡି କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ସ୍ଥାନୀୟ ଗ୍ରାଉଣ୍ଡ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଟୁର୍ନାମେଣ୍ଟ ଉଦଘାଟନୀ ସମାରୋହରେ ଭାଜପା ରାଜ୍ୟପରିଷଦ ସଦସ୍ୟ ପରେଶ ଚନ୍ଦ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri