Posted inଖେଳ

ରିଷଭ ପନ୍ତ ଅଧିନାୟକ, ଗିଲଙ୍କୁ ମିଳିଲାନି ସ୍ଥାନ: ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୧।୧୦: ଭାରତ ଏ ଅକ୍ଟୋବର ୩୦ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଟି ଚାରିଦିନିଆ ମ୍ୟାଚ ଖେଳିବ। ପ୍ରଥମ ମ୍ୟାଚ ଅକ୍ଟୋବର ୩୦ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ମ୍ୟାଚ ୬ ନଭେମ୍ବରରୁ ନଭେମ୍ବର ୯ ପର୍ଯ୍ୟନ୍ତ ଖେଳାଯିବ। କେଏଲ ରାହୁଲ ଏବଂ ମହମ୍ମଦ ସିରାଜ ଦ୍ୱିତୀୟ ମ୍ୟାଚ ପାଇଁ ଦଳରେ ଯୋଗଦେବେ। ଯୁବ ଆୟୁଷ ମହାତ୍ରେଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି।

ପ୍ରଶଂସକଙ୍କ ପାଇଁ ଖୁସି ଖବର ଯେ ରିଷଭ ପନ୍ତ ତାଙ୍କ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି। ସେ ଇଣ୍ଡିଆ ଏ ସହିତ ପଡ଼ିଆକୁ ଫେରିବେ। ପନ୍ତ ଇଂଲଣ୍ଡରେ ଆହତ ହୋଇଥିଲେ। ସେ ପରବର୍ତ୍ତୀ ସମୟରେ ୨୦୨୫ ଏସିଆ କପ ଖେଳିପାରି ନ ଥିଲେ, ଏହା ପରେ, ରିଷଭ ପନ୍ତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ମଧ୍ୟ ଖେଳିପାରି ନ ଥିଲେ। ସେ ଟିମ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତର ମଧ୍ୟ ଅଂଶ ନୁହଁନ୍ତି।

ପ୍ରଥମ ଚାରି ଦିନିଆ ମ୍ୟାଚ ପାଇଁ ଭାରତ ଏ ଦଳ: ରିଷଭ ପନ୍ତ (ଅଧିନାୟକ ଏବଂ ଉଇକେଟକିପର), ଆୟୁଷ ମହାତ୍ରେ, ଏନ ଜଗଦୀସନ (ଉଇକେଟକିପର), ସାଇ ସୁଦର୍ଶନ (ଉପ-ଅଧିନାୟକ), ଦେବଦତ୍ତ ପଡିକ୍କଲ, ରଜତ ପାଟିଦାର, ହର୍ଷ ଦୁବେ, ତନୁଶ କୋଟିଆନ, ମାନବ ସୁଥାର, ଅଂଶୁଲ କାମ୍ବୋଜ, ଯଶ ଠାକୁର, ଆୟୁଷ ବାଡୋନି ଏବଂ ସାରାଂଶ ଜୈନ।

ଦ୍ୱିତୀୟ ଚାରି ଦିନିଆ ମ୍ୟାଚ ପାଇଁ ଭାରତ ଏକ ଦଳ:ରିଷଭ ପନ୍ତ (ଅଧିନାୟକ ତଥା ଉଇକେଟ କିପର), କେ.ଏଲ ରାହୁଲ, ଧ୍ରୁଭ ଜୁରେଲ (ଉଇକେଟ ରକ୍ଷକ), ସାଇ ସୁଦର୍ଶନ (ଉପ-ଅଧିନାୟକ), ଦେବଦତ୍ତ ପଡ଼ିକ୍କଲ, ରୁତୁରାଜ ଗାଇକ୍ୱାଡ, ହର୍ଷ ଦୁବେ, ତନୁଷ କୋଟିୟାନ, ମନଭୁଲ ଅହମ୍ମଦ, ଖାନଲେଲ ଅହମ୍ମଦ ପ୍ରସାଦ କ୍ରିଷ୍ଣା, ମହମ୍ମଦ ସିରାଜ, ଆକାଶ ଦୀପ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri