ଖେଳ

ବିଜେତା ଇଂଲଣ୍ଡକୁ ମିଳିଲା ନାହିଁ ଅସଲି ଟ୍ରଫି

ଲଣ୍ଡନ,୧୫।୭:୨୦୧୯ ଆଇସିସି ବିଶ୍ୱକପର ଫାଇନାଲ ମୁକାବିଲା କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡସ ପଡିଆରେ ରବିବାର ଶେଷ ହୋଇଛି। ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆୟୋଜକ ଇଂଲଣ୍ଡ ଷଷ୍ଠ ଦଳ ଭାବେ ବିଶ୍ୱକପ ଚାମ୍ପିୟନ ହୋଇଛି। ଏହା ସହିତ ଦୀର୍ଘ ୨୩ ବର୍ଷ ପରେ…

ରାଜ୍ୟ ୯ ବର୍ଷରୁ କମ୍‌ ଚେସ୍‌: ଓପନରେ ପ୍ରତ୍ୟୁଷ, ବାଳିକାରେ ଶ୍ରଦ୍ଧା ଚାମ୍ପିୟନ

କଟକ ଅଫିସ,୧୫ା୭- ପୂର୍ବତଟ ରେଳପଥ ପ୍ରତିଷ୍ଠାନ ପରିସରରେ ଚାଲିଥିବା ରାଜ୍ୟ ୯ ବର୍ଷରୁ କମ୍‌ ଚେସ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି । ୭ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାର ଓପନ ବର୍ଗରେ ୬.୫ ପଏଣ୍ଟ ହାସଲ କରି ପ୍ରତ୍ୟୁଷ ନାୟକ…

ଜୋକୋଭିଚ୍‌ଙ୍କୁ ୫ମ ଓ୍ବିମ୍ବେଲଡନ ଟାଇଟଲ

ଲଣ୍ଡନ, ୧୫ା୭ (ଏଏଫ୍‌ପି)-ସୁଇଜରଲାଣ୍ଡର ରୋଜର ଫେଡରରଙ୍କୁ ୭-୬ (୭/୫), ୧-୬, ୭-୬ (୭/୪), ୪-୬, ୧୩-୧୨ (୭/୩) ସେଟ୍‌ରେ ହରାଇ ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ୫ମ ଥର ଓ୍ବିମ୍ବେଲଡନ ଓପନ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ…

ହାମିଲଟନଙ୍କୁ ରେକର୍ଡ ଟାଇଟଲ

ସିଲ୍‌ଭରଷ୍ଟୋନ୍‌, ୧୫ା୭-ମର୍ସିଡିଜର ଲୁଇସ୍‌ ହାମିଲଟନ ରେକର୍ଡ ୬ଷ୍ଠ ଥର ବ୍ରିଟିଶ ଫର୍ମୁଲଓ୍ବାନ ଗ୍ରାଁ ପ୍ରି ଟାଇଟଲ ହାସଲ କରିଛନ୍ତି। ପୂର୍ବରୁ ଏଠାରେ ଜିମ୍‌ କ୍ଲାର୍କ ଏବଂ ଆଲେନ୍‌ ପ୍ରୋଷ୍ଟ୍‌ସ ୫ଥର ଲେଖାଏଁ ବିଜୟ ହାସଲ କରି ରେକର୍ଡର ଅଧିକାରୀ ଥିଲେ। ରବିବାର…

ଲର୍ଡସ ଲଢ଼େଇରେ ଇଂଲଣ୍ଡର ବାଜିମାତ୍‌

ଲଣ୍ଡନ,୧୫।୭(ପି.ଟି.) – କ୍ରିକେଟର ଜନକ କୁହାଯାଉଥିବା ଇଂଲଣ୍ଡ ଶେଷରେ ବିଶ୍ୱକପ୍‌ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା କଡ଼ା ସଂଘର୍ଷପୂର୍ଣ୍ଣ ରୋମାଞ୍ଚକ ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ନାଟକୀୟ ଢଙ୍ଗରେ ହରାଇ ପ୍ରଥମଥର…

ଭିନେଶଙ୍କୁ ଲଗାତର ୨ୟ ସ୍ବର୍ଣ୍ଣ

ଇସ୍ତାନବୁଲ, ୧୪।୭ (ପି.ଟି.)- ତାରକା ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ପୋଗତ୍‌ ଏଠାରେ ଚାଲିଥିବା ୟାସର ଡୋଗୁ ଇଣ୍ଟରନ୍ୟାଶନାଲ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ରବିବାର ଅନୁଷ୍ଠିତ ମହିଳା ୫୩ କିଗ୍ରା ବିଭାଗରେ ଭିନେଶ ୯-୫ରେ ରୁଷିଆର ଏକତ୍ରିନା ପୋଲେଶ୍ଚୁକଙ୍କୁ ପରାସ୍ତ କରି…

ଜୁନିୟର ଶୁଟିଂ ବିଶ୍ୱକପ୍‌:ଦ୍ୱିତୀୟ ଦିବସରେ ଭାରତକୁ ୬ ପଦକ

ନୂଆଦିଲ୍ଲୀ, ୧୪ା୭ (ପି.ଟି.)- ଜର୍ମାନୀର ସୁଲ୍‌ଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଜୁନିୟର ଓ୍ବାଲର୍‌ଡ କପ୍‌ ରାଇଫଲ/ପିସ୍ତଲ/ଶଟ୍‌ଗନ୍‌ ଚାମ୍ପିୟନଶିପ୍‌ରେ ରବିବାର ଦ୍ୱିତୀୟ ଦିବସରେ ଭାରତ ଦୁଇ ସ୍ବର୍ଣ୍ଣ ସମେତ ୬ଟି ପଦକ ହାସଲ କରିଛି। ଫଳରେ ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ଭାରତର ମୋଟ ପଦକ ସଂଖ୍ୟା…

ବିଶ୍ୱକପ ଫାଇନାଲ: ଇଂଲଣ୍ଡର ବିଜୟ ଲକ୍ଷ୍ୟ ୨୪୨

ଲର୍ଡସ, ୧୪।୭: ଐତିହାସିକ ଲର୍ଡସରେ ରବିବାର ଅନୁଷ୍ଠିତ ବିଶ୍ୱକପ ଫାଇନାଲରେ ଆୟୋଜକ ଇଂଲଣ୍ଡ ସାମ୍ନାରେ ୨୪୨ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୨୪୧…

ୟୁଏସ୍‌ ଓପନ: ସେମିରୁ ସୌରଭ ବାଦ୍‌

ଫୁଲର୍ଟନ(ଆମେରିକା),୧୪।୭(ପିଟି)- ଚଳିତ ୟୁଏସ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି। ଅନ୍ତିମ ଭାରତୀୟ ଖେଳାଳି ଭାବେ ସୌରଭ ବର୍ମା ପୁରୁଷ ସିଙ୍ଗଲ୍ସ ବର୍ଗର ସେମିଫାଇନାଲରେ ପରାସ୍ତ ହୋଇଛନ୍ତି। ତାଙ୍କୁ ୯-୨୧, ୧୮-୨୧ ଗେମ୍‌ରେ ଥାଇଲାଣ୍ଡର ଟାନୋଙ୍ଗସାକ ସେନସୋମ୍ବୁସୁକ ହରାଇଛନ୍ତି।…

ଓ୍ବିଲିୟମସନଙ୍କ ବିଶ୍ୱକପ୍‌ ରେକର୍ଡ

ଲଡର୍‌ସ,୧୪।୭(ପିଟି)- ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ ରବିବାର ସ୍ବତନ୍ତ୍ର ବିଶ୍ୱକପ୍‌ ରେକର୍ଡର ଅଧିକାରୀ ହୋଇଛନ୍ତି। ଏଠାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ୩୦ ରନ୍‌ର ଇନିଂସ ଖେଳିବା ଅବସରରେ ବିଶ୍ୱକପ୍‌ର ଗୋଟିଏ ସଂସ୍କରଣରେ ଅଧିନାୟକ ଭାବେ ସର୍ବାଧିକ ରନ୍‌ କରିବାର…

ମ୍ୟାକ୍ସଓ୍ବେଲ, ଷ୍ଟୋଇନିସ ଆଶେସ୍‌ ସିରିଜ୍‌ରୁ ବାଦ୍‌

ମେଲବୋର୍ନ,୧୪।୭- ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ଓ ମାର୍କସ ଷ୍ଟୋଇନିସ ଇଣ୍ଟ୍ରୋ ଅଷ୍ଟ୍ରେଲିଆ ମୁକାବିଲା ଲାଗି ଘୋଷିତ ୨୫ ଜଣିଆ ଦଳରୁ ବାଦ୍‌ ପଡ଼ିଛନ୍ତି। ଉକ୍ତ ମୁକାବିଲାରୁ ଆଶେସ ସିରିଜ୍‌ ପାଇଁ ଟିମ୍‌ ପାଇନଙ୍କ ଦଳ ସ୍ପଷ୍ଟ ହେବ। ଉଭୟ ମ୍ୟାକ୍ସଓ୍ବେଲ ଓ…

ଲଣ୍ଡନରେ ଛୁଟି କାଟୁଛନ୍ତି ବିରାଟ-ଅନୁଷ୍କା, ରାଗିଲେ ଫ୍ୟାନ୍‌

ଲଣ୍ଡନ, ୧୪।୭: ନ୍ୟୁଜିଲାଣ୍ଡଠାରୁ ପରାଜୟବରଣ କରି ଭାରତୀୟ ଦଳ ଚଳିତ ବିଶ୍ୱକପ ସେମିଫାଇନାଲରୁ ବିଦାୟ ନେଇଛି। ଭାରତର ପରାଜୟକୁ ନେଇ ଦେଶରେ ନିରାଶାର ମାହୋଲ ଖେଳିଯାଇଥିବାବେଳେ ଅଧିନାୟକ ବିରାଟ କୋହଲି ସ୍ତ୍ରୀ ଅନୁଷ୍କାଙ୍କୁ ଧରି ଲଣ୍ଡନରେ ଛୁଟି ମନାଉଛନ୍ତି। ବିଶ୍ୱକପ ଦଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri