ଖେଳ

ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ: ଦ୍ୱିତୀୟ ରାଉଣ୍ଡରେ ଦୀପ-ଦିଲେଶ୍ୱର

ଭୁବନେଶ୍ୱର, ୧୮।୯(କ୍ରୀଡ଼ା ପ୍ରତିନିଧି)-ବ୍ୟାଙ୍କକ୍‌ର ହୁଆମାର ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନର ଡବଲ୍ସ ଇଭେଣ୍ଟରେ ମଧ୍ୟ ଓଡ଼ିଶା ଖେଳାଳିଙ୍କ ଆରମ୍ଭ ଭଲ ହୋଇଛି। ମଙ୍ଗଳବାର ପ୍ରଥମ ରାଉଣ୍ଡରେ ଓଡ଼ିଶାର ଦୀପ୍‌ ରଞ୍ଜନ ବିଶୋଇ ଓ ଦିଲେଶ୍ୱର ରାଓ ଦକ୍ଷିଣ…

ଓସିଏ ନିର୍ବାଚନ: ହେବ କଡା ଟକ୍କର; ନିର୍ଣ୍ଣାୟକ ଭୂମିକା ନେବ ସ୍କୁଲ, କଲେଜ, ମ୍ୟାଜିକ ନମ୍ବରକୁ ନେଇ ଅଙ୍କକଷା

କଟକ ଅଫିସ,୧୮ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ଆଗାମୀ କର୍ମକର୍ତ୍ତା ନିର୍ବାଚନରେ କଡ଼ା ଟକ୍କର ହେବାନେଇ ସମ୍ଭାବନା ଦୃଢ଼ୀଭୂତ ହେବାରେ ଲାଗିଛି। ମଙ୍ଗଳବାର ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ନେତୃତ୍ୱରେ ପୁରୀରେ ଅନୁଷ୍ଠିତ ବୈଠକରେ ଓସିଏ ସହ ଅନୁବନ୍ଧିତ ୩୩ଟି ୟୁନିଟର…

ଭିତ୍ତିଭୂମିକୁ ଗାମ୍ବାଉଙ୍କ ପ୍ରଶଂସା

ଭୁବନେଶ୍ୱର, ୧୮।୯(ପି.ଟି)- ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇଏସ୍‌ଏଲ୍‌)ର ନୂଆ କ୍ଲବ ତଥା ଫ୍ରାଞ୍ଚାଇଜି ଓଡ଼ିଶା ଏଫ୍‌ସି କୋଚ୍‌ ଜୋସେଫ୍‌ ଗାମ୍ବାଉ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। କ୍ଲବର ହୋମ ଗ୍ରାଉଣ୍ଡରେ ଥିବା ଭିତ୍ତିଭୂମି ଓ ଟ୍ରେନିଂ ସୁବିଧାସୁଯୋଗକୁ ସେ…

ନିର୍ଭୀକ ଓ ବେପରୁଆ କ୍ରିକେଟ ମଧ୍ୟରେ ପାର୍ଥକ୍ୟ ରହିଛି: ରାଠୋର

ମୋହାଲି,୧୮।୯(ପି.ଟି.)- ନିର୍ଭୀକ ଓ ବେପରୁଆ କ୍ରିକେଟ ମଧ୍ୟରେ ବହୁତ ତଫାତ୍‌ ରହିଛି ଓ ଏକଥା ଦଳର ଯୁବ ଖେଳାଳିମାନଙ୍କୁ ଅବଗତ କରାଯାଇଛି ବୋଲି ନବନିଯୁକ୍ତ ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର କହିଛନ୍ତି। ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଦୃଷ୍ଟିରେ ରଖି…

ପିଲାଙ୍କ ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ପାଇଁ ଗାଭାସ୍କରଙ୍କ ପାଣ୍ଠି ସଂଗ୍ରହ

ନୂଆଦିଲ୍ଲୀ,୧୮।୯(ପି.ଟି.)- ହାର୍ଟ ଟୁ ହାର୍ଟ (ଏଚ୍‌ ଟୁ ଏଚ୍‌) ଫାଉଣ୍ଡେଶନ ସହ ଜଡିତ ରହିଥିବା ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ୬୦୦ ଗରିବ ପିଲାଙ୍କ ହାର୍ଟ ସର୍ଜରୀ ବା ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ପାଇଁ ପାଣ୍ଠି ସଂଗ୍ରହ କରିଛନ୍ତି। ଆମେରିକା ଗସ୍ତରେ…

ଭାରତ- ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି୨୦: ଚାପରେ ପନ୍ତ

ମୋହଲି,୧୮।୯(ପି.ଟି.)- ଧର୍ମଶାଳାରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହେବାରେ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବୁଧବାର ଦ୍ୱିତୀୟ ଦିନିକିଆରେ ପରସ୍ପରକୁ ଭେଟିବେ। ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ୍‌ ବାତିଲ ହୋଇଥିବାରୁ…

ଅଜବ ସଂଯୋଗ: ଏହି କ୍ରିକେଟରଙ୍କ ନାଁରେ ରହିଛି ବିଶ୍ୱର ବଡ ବଡ ସହର

ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି, ଯେଉଁମାନଙ୍କ ନାଁରେ ବିଶ୍ୱର ବଡ ବଡ ସହର ରହିଛି। ଅବଶ୍ୟ ଏହା ସଂଯୋଗ ମାତ୍ର। କିନ୍ତୁ ଏହି ଖେଳାଳିଙ୍କ କଥା ଉଠିଲେ, ସେହି ସହର କଥା ମନେପଡିଯାଏ। ସେମିତି କିଛି କ୍ରିକେଟରଙ୍କ ବିଷୟରେ ଜାଣନ୍ତୁ।…

ପୁଣି ଶତକରୁ ବଞ୍ଚିତ ହେଲେ ଗିଲ୍‌

ମହୀଶୂର, ୧୭।୯ (ପି.ଟି.)- ସ୍ଥାନୀୟ ଶ୍ରୀକାନ୍ତଦତ୍ତ ନରସିମା ରାଜ ଓ୍ବାଡିୟାର ଗ୍ରାଉଣ୍ଡରେ ଘରୋଇ ଭାରତ-ଏ ଓ ଦକ୍ଷିଣ ଆଫ୍ରିକା-ଏ ଦଳ ମଧ୍ୟରେ ଅନ୍ତିମ ତଥା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମ ଦିବସ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଆମନ୍ତ୍ରଣ…

କ୍ରିକେଟରୁ ଦୁର୍ନୀତିର ମୂଳୋତ୍ପାଟନ: ମ୍ୟାଚ୍‌ ଫିକ୍ସିଂ ଆଇନ ପାଇଁ ପରାମର୍ଶ

ମୋହାଲି,୧୭ା୯ (ପି.ଟି.)-ଭାରତୀୟ କ୍ରିକେଟରୁ ଦୁର୍ନୀତିକୁ ମୂଳୋତ୍ପାଟନ କରିବାକୁ ହେଲେ ଏକ ମ୍ୟାଚ ଫିକ୍ସିଂ ଆଇନର ଆବଶ୍ୟକତା ରହିଛି। ଏକଥା କହିଛନ୍ତି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦୁର୍ନୀତି ନିବାରଣ ଶାଖା (ଏସିୟୁ) ମୁଖ୍ୟ ଅଜିତ ସିଂ ଶେଖାଓ୍ବତ। ଏହାଛଡ଼ା ବେଟିଂକୁ…

ଇଞ୍ଜିନିୟର୍‌, ଏମ୍‌ବିଏ ଡିଗ୍ରୀ ହାସଲ କରିଥିବା ଏହି ବୋଲରଙ୍କୁ ଡରନ୍ତି ବ୍ୟାଟ୍ସମ୍ୟାନ୍‌

ଭାରତୀୟ କ୍ରିକେଟ ଦଳର ଅଫସ୍ପିନର୍‌ ରବିଚନ୍ଦ୍ରନ ଅଶ୍ୱିନଙ୍କ ଆଜି ୩୩ତମ ଜନ୍ମଦିବସ। କ୍ରିକେଟରେ ଅନେକ ବ୍ୟାଟ୍ସମ୍ୟାନ୍‌ଙ୍କ ନିଦ ହଜାଉଥିବା ଅଶ୍ୱିନ୍‌ ଜଣେ ଉତ୍ତମ ଛାତ୍ର ଥିଲେ। ସେ ଆଇଟିରେ ଇଞ୍ଜିନିୟରିଂ ପାସ୍‌ କରିଥିବାବେଳେ ଏମ୍‌ବିଏ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ଏହାପରେ…

ରେସ୍‌ଲିଂ ବିଶ୍ୱ ଚାମ୍ପିୟନଶିପ୍‌: ଭିନେଶ୍‌ଙ୍କ ଟାଇଟଲ୍‌ ଆଶା ମଉଳିଲା

ନୁର୍‌-ସୁଲତାନ (କାଜାଖସ୍ତାନ), ୧୭।୯ (ପି.ଟି.)- ଏଠାରେ ଚାଲିଥିବା ରେସ୍‌ଲିଂ ବିଶ୍ୱ ଚାମ୍ପିୟନଶିପ୍‌ରେ ଷ୍ଟାର୍‌ ଭାରତୀୟ ମହିଳା ରେସ୍‌ଲର ଭିନେଶ ଫୋଗତଙ୍କ ଟାଇଟଲ୍‌ ଜିତିବା ଆଶା ମଉଳି ଯାଇଛି। ମଙ୍ଗଳବାର ଅନୁଷ୍ଠିତ ମହିଳା ୫୩ କିଗ୍ରା ବିଭାଗର ଏକ ବାଉଟ୍‌ରେ ଫୋଗତ୍‌ ଡିଫେଣ୍ଡିଂ…

ସ୍କଟ୍‌ଲାଣ୍ଡର ରେକର୍ଡ ଟି୨୦ ବିଜୟ

ଲଣ୍ଡନ, ୧୭।୯ (ଏଏଫ୍‌ପି)- ଏଠାରେ ଚାଲିଥିବା ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜର ଏକ ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡ୍‌ ୫୮ ରନରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡ ଓପନର୍‌ ଜର୍ଜ ମୁନ୍‌ସୀ ଓ କେଏଲ୍‌ କୋଏଟଜର୍‌ଙ୍କ ମଧ୍ୟରେ ଓପନିଂ ଯୋଡ଼ିରେ ୨୦୦ ରନର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri