Posted inଖେଳ

ସ୍କଟ୍‌ଲାଣ୍ଡର ରେକର୍ଡ ଟି୨୦ ବିଜୟ

ଲଣ୍ଡନ, ୧୭।୯ (ଏଏଫ୍‌ପି)- ଏଠାରେ ଚାଲିଥିବା ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜର ଏକ ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡ୍‌ ୫୮ ରନରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡ ଓପନର୍‌ ଜର୍ଜ ମୁନ୍‌ସୀ ଓ କେଏଲ୍‌ କୋଏଟଜର୍‌ଙ୍କ ମଧ୍ୟରେ ଓପନିଂ ଯୋଡ଼ିରେ ୨୦୦ ରନର ପାର୍ଟନରଶିପ୍‌ ହୋଇଥିଲା। ଟି୨୦ କ୍ରିକେଟ୍‌ ଇତିହାସରେ ଏହା ରେକର୍ଡ ୩ୟ ବୃହତ୍‌ ପାଟନରଶିପ୍‌ର ମାନ୍ୟତା ପାଇଛି।
ଦି ଭିଲେଜ୍‌ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ସ୍କଟ୍‌ଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ୍‌ ହରାଇ ୨୫୨ ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଓପନର୍‌ ମୁନ୍‌ସୀ ୫୬ ବଲରୁ ୧୨୭ ରନର ଅପରାଜିତ ବିସ୍ଫୋରକ ଶତକୀୟ ଇନିଂସରେ ଖେଳିଥିଲେ। ଏହା ମଧ୍ୟରେ ୫ ଚୌକା ଓ ୧୪ ଛକା ସାମିଲ ରହିଥିଲା। ଟି୨୦ କ୍ରିକେଟ୍‌ରେ ଏହା ତାଙ୍କର ପ୍ରଥମ ଶତକ ଥିଲା। ସେହିଭଳି ଗୋଟିଏ ଓଭରରେ ସେ ୩୨ ରନ୍‌ ସଂଗ୍ରହ କରିଥିଲେ। ଏହିକ୍ରମରେ ଟି୨୦ରେ ଗୋଟିଏ ଓଭରରେ ସେ ୨ୟ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ୨୦୦୭ରେ ଯୁବରାଜ ସିଂ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ଗୋଟିଏ ଓଭରରେ ୬ ଛକା ମାରି ୩୬ ରନ କରି ତାଲିକାର ଶୀର୍ଷରେ ରହିଛନ୍ତି। ମୁନ୍‌ସୀଙ୍କ ସାଥୀ ଓପନର୍‌ ତଥା ଅଧିନାୟକ କୋଏଟଜର ୫୦ ବଲରୁ ୮୯ ରନ କରି ପ୍ରଥମେ ଆଉଟ୍‌ ହୋଇଥିଲେ। ତେବେ ଆଉଟ୍‌ ହେବା ପୂର୍ବରୁ ମୁନ୍‌ସୀ ଓ କୋଏଟଜରଙ୍କ ମଧ୍ୟରେ ଓପନିଂ ଯୋଡ଼ିରେ ୯୧ ବଲରୁ ୨୦୦ ରନର ପାର୍ଟନରଶିପ୍‌ ହୋଇଥିଲା। ନେଦରଲାଣ୍ଡ୍ସ ପକ୍ଷରୁ ଶେନ୍‌ ସାନ୍‌ତରଙ୍କୁ ୩ଟି ଯାକ ଉଇକେଟ୍‌ ମିଳିଥିଲା। ଜବାବରେ ନେଦରଲାଣ୍ଡ୍ସ ଅଧିନାୟକ ପିଟର୍‌ ସିଲର୍‌ଙ୍କ ଅପରାଜିତ ୯୬ ରନ (୪୯ ବଲ୍‌) ସତ୍ତ୍ୱେ ୨୦ ଓଭରରେ ୭ ଉଇକେଟ୍‌ ହରାଇ ୧୯୪ ରନ କରିବାକୁ ସମର୍ଥ ହୋଇଥିଲା। ପ୍ରଥମ ବିଜୟ ସହ ୪ ପଏଣ୍ଟ ପାଇ ସ୍କଟଲାଣ୍ଡ ତାଲିକାର ଶୀର୍ଷରେ ରହିଥିବାବେଳେ ଆୟର୍ଲାଣ୍ଡ (୨) ଓ ନେଦରଲାଣ୍ଡ୍ସ (୨) ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ରହିଛନ୍ତି।
ଜାଜାଇ-ଘାନିଙ୍କ ନାମରେ ରେକର୍ଡ:- ଟି୨୦ କ୍ରିକେଟ୍‌ରେ ରେକର୍ଡ ପାର୍ଟନରଶିପ୍‌ ଆଫଗାନିସ୍ତାନର ହଜରତୁଲ୍ଲା ଜାଜାଇ ଓ ଉସମାନ ଘାନୀଙ୍କ ନାମରେ ରହିଛି। ୨୦୧୯ରେ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଜାଜାଇ ଓ ଘାନୀ ଯୋଡ଼ି ପ୍ରଥମ ଉଇକେଟ୍‌ରେ ୨୩୬ ରନ୍‌ ସଂଗ୍ରହ କରିଥିଲେ। ସେହିଭଳି ୨୦୧୮ରେ ଅଷ୍ଟ୍ରେଲିଆର ଆରୋନ୍‌ ଫିଞ୍ଚ୍‌ ଓ ଡି ଆର୍ସି ସର୍ଟ ଯୋଡ଼ି ଜିମ୍ବାଓ୍ବେ ବିପକ୍ଷରେ ପ୍ରଥମ ଉଇକେଟ୍‌ରେ ୨୨୩ ରନ ସଂଗ୍ରହ କରି ଏହି ତାଲିକାର ୨ୟ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

ରୋଚକ ଘଟଣା: ଟିମ ଇଣ୍ଡିଆଠାରୁ ଛଡ଼ାଇ ନିଆଗଲା ଡ୍ରେସିଂ ରୁମ! ଆଫଗାନିସ୍ତାନ ସିରିଜରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚର T20 ସିରିଜ ଆସନ୍ତା ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ। ସିରିଜର ସମସ୍ତ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?