Posted inଖେଳ

ପୁଣି ଶତକରୁ ବଞ୍ଚିତ ହେଲେ ଗିଲ୍‌

ମହୀଶୂର, ୧୭।୯ (ପି.ଟି.)- ସ୍ଥାନୀୟ ଶ୍ରୀକାନ୍ତଦତ୍ତ ନରସିମା ରାଜ ଓ୍ବାଡିୟାର ଗ୍ରାଉଣ୍ଡରେ ଘରୋଇ ଭାରତ-ଏ ଓ ଦକ୍ଷିଣ ଆଫ୍ରିକା-ଏ ଦଳ ମଧ୍ୟରେ ଅନ୍ତିମ ତଥା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମ ଦିବସ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତ-ଏ ପ୍ରଥମ ଇନିଂସରେ ୭୪ ଓଭରରେ ୩ ଉଇକେଟ୍‌ ହରାଇ ୨୩୩ ରନ୍‌ ସଂଗହ କରିଛି। ପ୍ରାରମ୍ଭରୁ ଭାରତ-ଏ ଓପନର୍‌ ଅଭିମନ୍ୟୁ ଈଶ୍ୱରନ ଓ ୩ ନମ୍ବର ସ୍ଥାନରେ ଆସିଥିବା ପ୍ରିୟଙ୍କ ପଞ୍ଚାଲଙ୍କ ଉଇକେଟ୍‌ ହରାଇଥିଲା। ଘରୋଇ କ୍ରିକେଟ୍‌ରେ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଥିବା ଏହି ଦୁଇ ବ୍ୟାଟ୍ସମ୍ୟାନ କିନ୍ତୁ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ବେଙ୍ଗଲ ଡାହାଣହାତୀ ବ୍ୟାଟ୍ସମ୍ୟାନ ଈଶ୍ୱରନ ୫ ଓ ଗୁଜରାଟର ପଞ୍ଚାଲ ୬ ରନ କରିଥିଲେ। ତେବେ ଉଦୀୟମାନ ପଞ୍ଜାବ ବ୍ୟାଟ୍ସମ୍ୟାନ ତଥା ସିନିୟର ଟେଷ୍ଟ ଦଳରେ ସ୍ଥାନ ପାଇଥିବା ଶୁବମନ ଗିଲ୍‌ ଓ କରୁଣ ନାୟାରଙ୍କ ଦମ୍‌ଦାର ଅର୍ଦ୍ଧଶତକ ବଳରେ ଭାରତ-ଏ ପ୍ରଥମ ଦିବସରେ ସମ୍ମାନରକ୍ଷା କରିବାରେ ସମର୍ଥ ହୋଇଥିଲା। ଗିଲ୍‌ ୯୨ ରନ (୧୩୭ ବଲ୍‌, ୧୨ ଚୌକା, ୧ ଛକା)ର ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଖେଳି ଅଳ୍ପକେ ଶତକ ହାସଲରୁ ବଞ୍ଚତ୍ତ ହୋଇଥିଲେ। ୨୦ ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ ଗିଲ୍‌ ଚଳିତ ସିରିଜରେ ୨ୟଥର ପାଇଁ ନର୍ଭସ ନାଇଣ୍ଟିଜର ଶିକାର ହୋଇଛନ୍ତି। ଏଥିପୂର୍ବରୁ ପ୍ରଥମ ମ୍ୟାଚ୍‌ରେ ସେ ୯୦ ରନରେ ଆଉଟ୍‌ ହୋଇଥିଲେ। ଆଉଟ୍‌ ହେବା ପୂର୍ବରୁ ଗିଲ୍‌ ୩ୟ ଉଇକେଟ୍‌ ଯୋଡ଼ିରେ ନାୟାରଙ୍କ ସହ ୧୩୫ ରନର ପାର୍ଟନରଶିପ୍‌ କରି ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିଥିଲେ। ତେବେ ନାୟାରଙ୍କ ସହ ଯୋଗଦେଇଥିବା ଅଧିନାୟକ ରିଦ୍ଧିମାନ ଶାହ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଦଳକୁ ଆଉ କ୍ଷତି ହେବାକୁ ଦେଇ ନ ଥିଲେ। ମଙ୍ଗଳବାର ଖେଳ ଶେଷବେଳକୁ ନାୟାର ୭୮ (୧୬୭ ବଲ୍‌, ୧୦ ଚୌକା) ଓ ଶାହ ୩୬ (୮୬ ବଲ୍‌, ୫ ଚୌକା) ରନ କରି ଅପରାଜିତ ରହିଛନ୍ତି। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା-ଏ ପକ୍ଷରୁ ଲୁନ୍‌ଗି ଏନ୍‌ଗିଡି, ଓ୍ବିଆନ୍‌ ମଲ୍‌ଡର ଓ ଲୁଥୋ ସିପମ୍‌ଲା ଗୋଟିଏ ଲେଖାଏ ଉଇକେଟ୍‌ ନେଇଛନ୍ତି। ଖରାପ ଆଲୋକ ଯୋଗୁ ଖେଳକୁ ୧୪ ଓଭର ପୂର୍ବରୁ ବନ୍ଦ କରି ଦିଆଯାଇଥିଲା। ସିରିଜର ପ୍ରଥମ ମ୍ୟାଚ୍‌କୁ ଜିତି ଭାରତ-ଏ ୧-୦ରେ ଅଗ୍ରଣୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri