ଖେଳ

ଆଇପିଏଲ ପୂର୍ବରୁ ସିଏସ୍‌କେକୁ ବଡ଼ ଝଟକା

ନୂଆଦିଲ୍ଲୀ,୨।୩: ଅଲରାଉଣ୍ଡର ଦୀପକ ଚହର ଆହତ ସମସ୍ୟା କାରଣରୁ ଚଳିତ ମାସ ଶେଷ ସପ୍ତାହରୁ ଆରମ୍ଭ ହେଉଥିବା ଆଇପିଏଲ ସିଜନର ପ୍ରାୟତଃ ମ୍ୟାଚ୍‌ରେ ଖେଳିବେ ନାହିଁ। ଏ ନେଇ ଇଏସ୍‌ପିଏନ୍‌କ୍ରିକ୍‌ଇନ୍‌ଫୋରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହା ଡିଫେଣ୍ଡିଂ ଚାମ୍ପିୟନ...

ଏପ୍ରିଲ ୧୫ ପର୍ଯ୍ୟନ୍ତ ଆଇପିଏଲରେ ୨୫% ଦର୍ଶକଙ୍କୁ ମିଳିବ ଅନୁମତି

ମୁମ୍ବାଇ,୨।୩: ଆଗାମୀ ଆଇପିଏଲ ପୂର୍ବରୁ ବିସିସିଆଇ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବୁଧବାର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଆଇପିଏଲ-୧୫ ପ୍ରଥମ ପର୍ଯ୍ୟାୟ ଅର୍ଥାତ ମାର୍ଚ୍ଚ ୨୬ରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ୨୫ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେବାକୁ ନିଷ୍ପତ୍ତି...

ବଡ଼ ଡିଆଁ ମାରିଲେ ଶ୍ରେୟାସ

ଦୁବାଇ,୨।୩: ଚମତ୍କାର ଫର୍ମରେ ଥିବା ଭାରତୀୟ ବ୍ୟାଟର ଶ୍ରେୟାସ ଆୟାର ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ଡିଆଁ ମାରିଛନ୍ତି। ଶ୍ରଲଙ୍କା ବିପକ୍ଷ ସିରିଜ୍‌ ପୂର୍ବରୁ ୪୫ତମ ସ୍ଥାନରେ ଥିଲେ ଶ୍ରେୟାସ। ହ୍ୟାଟ୍ରିକ ଅର୍ଦ୍ଧଶତକ ପରେ ତାଙ୍କ ର଼୍ୟାଙ୍କିଙ୍ଗ୍‌ ୨୭ଟି ସ୍ଥାନ...

କୋହଲିଙ୍କୁ ବଡ଼ ଉପହାର ଦେଲା ବିସିସିଆଇ

ନୂଆଦିଲ୍ଲୀ,୧।୩: ଭାରତ-ଶ୍ରୀଲଙ୍କା ମଧ୍ୟରେ ଦୁଇ ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ମୋହାଲିରେ ଖେଳାଯିବ। ଏହି ମ୍ୟାଚ୍‌ରେ ରୋହିତ ଶର୍ମା ପ୍ରଥମ ଥର ପାଇଁ ଟେଷ୍ଟ ଅଧିନାୟକ ପଦ ନିର୍ବାହ କରିବେ। ସେହିଭଳି ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ...

୧୦୦ତମ ଟେଷ୍ଟରେ ଶତକ ମାରନ୍ତୁ ବୋଲି ପ୍ରାର୍ଥନା

ନୂଆଦିଲ୍ଲୀ,୧।୩: ଶ୍ରୀଲଙ୍କା ବିପକ୍ଷରେ ମୋହାଲିରେ ମାର୍ଚ୍ଚ ୪ରୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ। ଏହା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଲାଗି ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ୍‌। ବିରାଟଙ୍କ ବ୍ୟତିତ ତାଙ୍କ...

ଦୁଃଖ ବଖାଣି ଭାବବିହ୍ବଳ ହେଲେ ଶ୍ରେୟାସ; ଦିଲ୍ଲୀର ଅଧିନାୟକ ପଦରୁ ହଟାଇବାକୁ ନେଇ କହିଲେ…

ନୂଆଦିଲ୍ଲୀ,୧।୩: ଭାବବିହ୍ବଳ ହେଲେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶ୍ରେୟାସ ଆୟର। ଆଇପିଏଲ୍‌ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଂଶ ଥିବା ଆୟର ଆଗାମୀ ସିଜନରେ କୋଲକାତା ନାଇଟ ରାଇଡର୍ସ(କେକେଆର୍‌)ର ନେତୃତ୍ୱ ନେଉଥିବା ଦେଖିବାକୁ ମିଳିବ। ଆଇପିଏଲ୍‌ ୨୦୨୦ରେ ଦିଲ୍ଲୀ ଟିମ୍‌କୁ ଫାଇନାଲକୁ ପଠାଇଥିଲେ...

ଏହି କ୍ରିକେଟର ସନ୍ୟାସ ନେବା ଜାଣି ଖୁସି ହୋଇଥିଲି: ଅଶ୍ୱିନ

ନୂଆଦିଲ୍ଲୀ,୧।୩: ଏକ ଦଶନ୍ଧିରୁ ଅଧିକ ସମୟର କ୍ୟାରିୟରରେ ରବିଚନ୍ଦ୍ରନ ଅଶ୍ୱିନ କ୍ରିକେଟର ତିନୋଟି ଯାକ ଫର୍ମାଟରେ ବ୍ୟାଟ୍ସମ୍ୟାନ୍‌ଙ୍କ ଉଇକେଟ ନେବାରେ ସିଦ୍ଧହସ୍ତ। ବିଶେଷ ଭାବେ ବାମହାତୀ ବ୍ୟାଟ୍ସମ୍ୟାନ ତାଙ୍କ ବଲ୍‌ର ଶିକାର ହୋଇଥାନ୍ତି। ଅନେକ ଅଭିଜ୍ଞ କ୍ରିକେଟର ମଇଦାନରେ ତାଙ୍କ...

କୋହଲିଙ୍କୁ ନେଇ ଗାଭାସ୍କରଙ୍କ ଭବିଷ୍ୟବାଣୀ

ମୋହାଲି,୧।୩: ମାର୍ଚ୍ଚ ୪ରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ କରିବାକୁ ଯାଉଛି। ଟି -୨୦ ସିରିଜ ପରେ ଟିମ ଇଣ୍ଡିଆ ଏବେ ଟେଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ କ୍ଲିନ୍‌ସୁଇପ୍‌ କରିବାକୁ ଲକ୍ଷ୍ୟ ରଖିଛି। ତେବେ ପ୍ରଥମ ଟେଷ୍ଟରେ...

ଶ୍ରୀସାନ୍ତ ଗୁରୁତର ଆହତ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୧।୩: ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳୀ ଏସ୍‌.ଶ୍ରୀସାନ୍ତ ନିକଟରେ କ୍ରିକେଟ ମଇଦାନକୁ ଓହ୍ଲାଇଛନ୍ତି। ରଣଜୀ ଟ୍ରଫିରେ ଖେଳିଥିବା ଶ୍ରୀସାନ୍ତଙ୍କ ପାଇଁ ଏହି ପ୍ରତ୍ୟାବର୍ତ୍ତନ ଭଲ ବୋଲି ପ୍ରମାଣିତ ହୋଇନାହିଁ। କାରଣ ନିକଟରେ ଶ୍ରୀସାନ୍ତ ଅଭ୍ୟାସ କରୁଥିବା ସମୟରେ ଗୁରୁତର ଆହତ...

ଫିଫା ୨୦୨୨ ବିଶ୍ୱକପରୁ ରୁଷିଆ ବାସନ୍ଦ

ମସ୍କୋ,୧।୩: ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷିଆକୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡିଛି। ଏବେ ରୁଷିଆକୁ ଆଉ ଏକ ଝଟ୍‌କା ଲାଗିଛି। ରୁଷିଆ ବିରୋଧରେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଫିଫା ଏବଂ ୟୁଏଫ ମଧ୍ୟ ବଡ ପଦକ୍ଷେପ ନେଇଛି...

‘୧୮,୧୯,୨୦ ରନ୍‌ର ଇନିଂସ ଯଥଷ୍ଟେ ନୁହେଁ’

ନୂଆଦିଲ୍ଲୀ,୧।୩: ଭାରତୀୟ ଉଇକେଟକିପର ବ୍ୟାଟର ସଞ୍ଜୁ ସାମସନ ଘରୋଇ କ୍ରିକେଟ ଓ ଆଇପିଏଲରେ ନିୟମିତ ଭଲ ପ୍ରଦର୍ଶନ କରୁଛନ୍ତି। କିନ୍ତୁ ଅନ୍ତର୍ଜାତୀୟ କ୍ୟାରିୟରରେ ତାଙ୍କୁ ଏ ପର୍ଯ୍ୟନ୍ତ ଭଲ ଆରମ୍ଭ ମିଳିନାହିଁ। ସେ ଏବେ ବି ଦଳରେ ସ୍ଥାନ ପାଇବା...

ଆଇପିଏଲରୁ ଓହରିଲେ ବିସ୍ଫୋରକ ଓପନର

ମୁମ୍ବାଇ,୧।୩: ଆସନ୍ତା ୨୬ ତାରିଖରୁ ହେବାକୁ ଯାଉଥିବା ଆଇପିଏଲରୁ ଓହରି ଯାଇଛନ୍ତି ଇଂଲଣ୍ଡ ଓପନର ଜାସନ ରୟ। ପ୍ରାୟ ୨ ମାସ ଧରି ଟୁର୍ନାମେଣ୍ଟ ବବଲରେ ରହିବାକୁ ଚ୍ୟାଲେଞ୍ଜିଂ ମନେ କରି ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ତାଙ୍କୁ ମେଗା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri