ଆଜି ବାହୁଡ଼ା ଯାତ୍ରା : ପହଣ୍ଡି ପରେ ରଥାରୂଢ଼ ହେଲେ ପ୍ରଭୁ ସୁଦର୍ଶନ
ପୁରୀ ଅଫିସ,୧୨।୭: ଆଜି ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା। ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିବେ ତିନିଠାକୁର। ଏନେଇ ପ୍ରଥମେ ମହାପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପୂର୍ବାହ୍ନ ୯.୧୫ରେ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇ ୯.୩୦ରେ ରଥାରୂଢ଼ ହୋଇଛନ୍ତି।
ଆଜି ବାହୁଡ଼ିବେ ମହାପ୍ରଭୁ
ପୁରୀ ଅଫିସ,୧୨।୭:ଆଡ଼ପ ମଣ୍ଡପରେ ଶେଷ ହୋଇଛି ଚତୁର୍ଦ୍ଧାବିଗ୍ରହଙ୍କ ଲୀଳା। ଗୁରୁବାର ଭକ୍ତଙ୍କୁ ସନ୍ଧ୍ୟା ଦର୍ଶନ ଦେଇ ଏବେ ରତ୍ନବେଦିକୁ ବାହୁଡ଼ିବାକୁ ପ୍ରସ୍ତୁତ ମହାପ୍ରଭୁ। ଶ୍ରୀଗୁଣ୍ଡିଚା ମନ୍ଦିରରେ ୭ଦିନର ରହଣି ପରେ ଭାଇଭଉଣୀଙ୍କୁ ସାଥିରେ ଧରି ଶୁକ୍ରବାର ବାହୁଡ଼ି ଆସିବେ ଶ୍ରୀମନ୍ଦିର। ଏଥିପାଇଁ…
ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ବ୍ରହ୍ମାନନ୍ଦ
ପୁରୀ ଅଫିସ, ୧୧ା୭: ଘୋଷଯାତ୍ରା ଏବଂ ବାହୁଡ଼ାଯାତ୍ରା ସମୟରେ ଅନେକ ସାମାଜିକ ଅନୁଷ୍ଠାନ ସଚେତନତା ବାର୍ତ୍ତ ପ୍ରଦାନ କରିଥାନ୍ତି। ଶରଧାବାଲିରେ ଗୁରୁବାର ପରିବେଶ ଓ ଘରଚଟିଆର ସୁରକ୍ଷା ବାର୍ତ୍ତା ଦେଇଥିଲେ ଗଞ୍ଜାମ ଜିଲା କବିସୂର୍ଯ୍ୟନଗରରୁ ଆସିଥିବା ଏ. ବ୍ରହ୍ମାନନ୍ଦ ଆଚାରୀ। ବାତ୍ୟା…
ଶିଳ୍ପୀଙ୍କ ରଙ୍ଗ, ତୂଳୀ ବଖାଣିଲା ମହାପ୍ରଭୁଙ୍କ ଗାଥା
ପୁରୀ ଅଫିସ,୧୧ା୭: ଶିଳ୍ପୀର ପରିକଳ୍ପନା ବାସ୍ତବିକ ନିଆରା। କେତେବେଳେ କାନ୍ଭାସ ଉପରେ ତା’ ମନର ଭାବକୁ ଫୁଟାଇଥାଏ ତ ପୁଣି କେତେବେଳେ ତୋଳି ଧରେ ଅନ୍ୟର କଥା ଓ ଭାଷାକୁ। ତା’ ହାତର ସ୍ପର୍ଶରେ ଏଠି ରଙ୍ଗ, ତୂଳୀ କଥା କୁହନ୍ତି।…
ଶୁକ୍ରବାର ବାହୁଡ଼ିବେ ମହାପ୍ରଭୁ: ଅପରାହ୍ନ ୪ଟାରେ ରଥଟଣା
ପୁରୀ ଅଫିସ,୧୧ା୭: ଆଡ଼ପ ମଣ୍ଡପରେ ଶେଷ ହୋଇଛି ଚତୁର୍ଦ୍ଧାବିଗ୍ରହଙ୍କ ଲୀଳା। ଗୁରୁବାର ଭକ୍ତଙ୍କୁ ସନ୍ଧ୍ୟା ଦର୍ଶନ ଦେଇ ଏବେ ରତ୍ନବେଦିକୁ ବାହୁଡ଼ିିବାକୁ ପ୍ରସ୍ତୁତ ମହାପ୍ରଭୁ। ଶ୍ରୀଗୁଣ୍ଡିଚା ମନ୍ଦିରରେ ୭ଦିନର ରହଣି ପରେ ଭାଇଭଉଣୀଙ୍କୁ ସାଥିରେ ଧରି ଶୁକ୍ରବାର ବାହୁଡ଼ି ଆସିବେ ଶ୍ରୀମନ୍ଦିର।…
ଆଜି ନବମୀ ସନ୍ଧ୍ୟା ଦର୍ଶନ
ପୁରୀ ଅଫିସ,୧୧।୭: ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ପହଞ୍ଚତ୍ଛନ୍ତି ତିନିରଥ। ମଙ୍ଗଳବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ଅଣାଯାଇଥିଲା। ତେବେ ସନ୍ଧ୍ୟା ହୋଇଯିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର…
ଦର୍ଶକଙ୍କ ମନକୁ ଛୁଇଁଲା କୃଷ୍ଣଲୀଳା
ପୁରୀ ଅଫିସ,୧୧।୭: ଭୋଳାନାଥ ବିଦ୍ୟାପୀଠ ପରିସରରେ ଚାଲିଛି ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା। ଏଠାରେ ଘରକରଣା, ଖାଦ୍ୟ ସାମଗ୍ରୀ, ବନ୍ୟଜାତ ଦ୍ରବ୍ୟ, ପ୍ରସାଧାନ ସାମଗ୍ରୀ ଆଦି ବିଭିନ୍ନ ଷ୍ଟଲ ପଡ଼ିଛି। ବୁଧବାର ନବମ ଦିନରେ ଏହି ମେଳା ପହଞ୍ଚିଛି। ଅପରାହ୍ନଠାରୁ ମେଳାରେ…
ଦିବ୍ୟକୃପା ଲାଭର ମହାର୍ଘ ଅବସର
ପୁରୀ ଅଫିସ,୧୧।୭: ଆଷାଢ ଶୁକ୍ଳ ଦ୍ୱିତୀୟାଠାରୁ ଆରମ୍ଭ ହୋଇଥିବା ଶ୍ରୀଗୁଣ୍ଡିଚା ଯାତ୍ରାର ଅଷ୍ଟମ ଦିବସରେ ନବମୀ ତିଥିରେ ଆଡ଼ପମଣ୍ଡପରେ ମହାପ୍ରଭୁଙ୍କର ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହୋଇଥାଏ। ଯିବା ଦିନ ଓ ଆସିବା ଦିନକୁ ଛାଡ଼ି ଏକ ସପ୍ତାହ ପର୍ଯ୍ୟନ୍ତ ଠାକୁରମାନେ ଆଡ଼ପମଣ୍ଡପରେ…
ହାତରେ ମୋ’ ମୁଠା ମୁଠା ଶରଧାବାଲି…
ପୁରୀ ଅଫିସ,୧୧।୭: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖକୁ ଶରଧାବାଲି କୁହାଯାଏ। ଶରଧାବାଲିର ଧୂଳିକୁ ବ୍ରଜଧୂଳି ସହିତ ତୁଳନା କରାଯାଇଛି। ବାହୁଡ଼ା ଦିନ ତିନିଠାକୁର ଧାଡ଼ିପହଣ୍ଡିରେ ଶରଧାବାଲି ଦେଇ ରଥ ଉପରକୁ ଚଢନ୍ତି। ଏଣୁ ମହାପ୍ରଭୁଙ୍କ ସ୍ପର୍ଶ ପାଇ ଶରଧାବାଲି ଅତ୍ୟନ୍ତ ପବିତ୍ର ହୋଇଯାଇଥାଏ।…
ଗୁରୁବାର ସନ୍ଧ୍ୟା ୭ଟାରୁ ଦର୍ଶନ ବନ୍ଦ
ପୁରୀ ଅଫିସ,୧୦ା୭: ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ପହଞ୍ଚତ୍ଛନ୍ତି ତିନିରଥ। ମଙ୍ଗଳବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ଅଣାଯାଇଥିଲା। ତେବେ ସନ୍ଧ୍ୟା ହୋଇଯିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର…
ମାଉସୀ ମା’ ପୋଡ଼ପିଠାକୁ ଅପେକ୍ଷା
ପୁରୀ ଅଫିସ, ୧୦ା୭: ଶ୍ରୀଜଗନ୍ନାଥ ମହାପ୍ରଭୁ ଭୋଜନପ୍ରିୟ। ସେଥିପାଇଁ ତାଙ୍କ ନିକଟରେ ପ୍ରତିଦିନ ୬୦ ପଉଟି ଭୋଗ ଓ ୫୬ ପ୍ରକାର ବ୍ୟଞ୍ଜନର ବ୍ୟବସ୍ଥା ରହିଛି। ତଥାପି ପିଠା ଖାଇବା ପାଇଁ ତାଙ୍କର ଥାଏ ବିଶେଷ ଅଭିରୁଚି। ପ୍ରତିଦିନ ତାଙ୍କ ପାଖରେ…
ସରବନ୍ତର ଶ୍ରୀପତିତପାବନ ଯାତ୍ରା
ସରବନ୍ତ ଗଁାଟି ଜଗତ୍ସିଂହପୁର ଜିଲାର ଏରସମା ମଣ୍ଡଳରେ ଅଛି। ଜିଲା ସଦର ମହକୁମା ଠାରୁ ବାଲିକୁଦା, ବୋରିକିନା ଓ ଗୋଡ଼ା ବଜାର ଦେଇ ସମୁଦ୍ର କୂଳକୁ ଲମ୍ବିଯାଇଛି ଏହି ପୀଠକୁ ରାସ୍ତା। ମହାପ୍ରଭୁ ବହୁ ପ୍ରାଚୀନ କାଳରୁ ଏଠାରେ ଉପାସିତ ହେଉଛନ୍ତି।…
Archives


