ଦିବ୍ୟକୃପା ଲାଭର ମହାର୍ଘ ଅବସର

ପୁରୀ ଅଫିସ,୧୧।୭: ଆଷାଢ ଶୁକ୍ଳ ଦ୍ୱିତୀୟାଠାରୁ ଆରମ୍ଭ ହୋଇଥିବା ଶ୍ରୀଗୁଣ୍ଡିଚା ଯାତ୍ରାର ଅଷ୍ଟମ ଦିବସରେ ନବମୀ ତିଥିରେ ଆଡ଼ପମଣ୍ଡପରେ ମହାପ୍ରଭୁଙ୍କର ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହୋଇଥାଏ। ଯିବା ଦିନ ଓ ଆସିବା ଦିନକୁ ଛାଡ଼ି ଏକ ସପ୍ତାହ ପର୍ଯ୍ୟନ୍ତ ଠାକୁରମାନେ ଆଡ଼ପମଣ୍ଡପରେ ଅବସ୍ଥାନ କରିଥାନ୍ତି। ମହାପ୍ରଭୁ ଆଡ଼ପମଣ୍ଡପରେ ଅବସ୍ଥାନ କରୁଥିବା ସମୟରେ ଯେଉଁ ଭକ୍ତମାନେ ତାଙ୍କୁ ଗୋଟିଏ ଦିନ ଦର୍ଶନ କରନ୍ତି ସେମାନେ ନୀଳାଦ୍ରିରେ ୧୦ବର୍ଷ ଦର୍ଶନ କରିବାର ପୁଣ୍ୟଫଳ ଲାଭ କରନ୍ତି ଓ ଦିନରେ ଦର୍ଶନ କରିବା ଅପେକ୍ଷା ରାତିରେ ଦର୍ଶନ କଲେ ଦଶଗୁଣ ଫଳପ୍ରାପ୍ତି ହୁଅନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।
ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ପ୍ରତ୍ୟେକ ମନୁଷ୍ୟ ପକ୍ଷରେ ସନ୍ଧ୍ୟା କାଳ ହେଉଛି ଭଗବାନଙ୍କୁ ଉପାସନା କରିବାର ପ୍ରକୃଷ୍ଟ ସମୟ। ବୈଦିକ ପରମ୍ପରା ଅନୁଯାୟୀ, ଆର୍ଯ୍ୟ ଋଷିଗଣ ପ୍ରତ୍ୟହ ତ୍ରିକାଳ ସନ୍ଧ୍ୟାରେ ଈଶ୍ୱରଙ୍କୁ ଆରାଧନା କରିଥାନ୍ତି। ଆଡ଼ପମଣ୍ଡପରେ ଏକ ସପ୍ତାହ ଧରି ଠାକୁରମାନେ ଅବସ୍ଥାନ କରୁଥିବା ସମୟରେ ପ୍ରତିଦିନ ସନ୍ଧ୍ୟା ଆସୁଥିଲେ ମଧ୍ୟ ନବମୀ ସନ୍ଧ୍ୟାର ବିଶେଷ ମହତ୍ତ୍ୱ ରହିଛି। ଏହି ସନ୍ଧ୍ୟା ହେଉଛି ଦାରୁବିଗ୍ରହମାନଙ୍କର ଆଡ଼ପମଣ୍ଡପ ଅବସ୍ଥାନର ଅନ୍ତିମ ସନ୍ଧ୍ୟା। ଏହି ଅନ୍ତିମ ସନ୍ଧ୍ୟାର ପୁଣ୍ୟ ଅବସରରେ ଜନ୍ମମାଟିରେ ସମାଗତ ପ୍ରିୟ ଭକ୍ତଗଣଙ୍କୁ ଶେଷ ଦର୍ଶନ ଦେଇ ସେମାନଙ୍କୁ ଭାବ ଅନୁସାରେ ଫଳ ପ୍ରଦାନ କରିଥାନ୍ତି ମହାପ୍ରଭୁ। ସ୍କନ୍ଦ ପୁରାଣରେ କୁହାଯାଇଛି- ଶ୍ରୀଜଗନ୍ନାଥ ମହାପ୍ରଭୁ ଆଡ଼ପମଣ୍ଡପରେ ଯେଉଁ ସାତଦିନ ଅବସ୍ଥାନ କରନ୍ତି ସେହି ସମୟରେ ପୂର୍ବ ଦିବସର କାର୍ଯ୍ୟଠାରୁ ପରଦିବସର କାର୍ଯ୍ୟ ଉତ୍ତରୋତ୍ତର ଶ୍ରେୟସ୍କର। ତଦନୁଯାୟୀ, ଆଡ଼ପମଣ୍ଡପରେ ମହାପ୍ରଭୁଙ୍କର ଅବସ୍ଥାନର ପ୍ରଥମ ଦିବସଠାରୁ କ୍ରମରେ ଅନ୍ତିମ ଦିବସ ପର୍ଯ୍ୟନ୍ତ ଉପାସନା ଉତ୍ତରୋତ୍ତର ଶ୍ରେୟସ୍କର। ଏଣୁ ଅନ୍ତିମ ଦିବସରେ ଅନୁଷ୍ଠିତ ନବମୀ ସନ୍ଧ୍ୟା ଦର୍ଶନ ବାସ୍ତବିକ ବିଶେଷ ମହତ୍ତ୍ବ ବହନ କରିଥାଏ। ଏହିଦିନ ବହୁସଂଖ୍ୟାରେ ଭକ୍ତ ସନ୍ଧ୍ୟା କାଳରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ଭକ୍ତିର ସହିତ ପ୍ରଦୀପ ପ୍ରଜ୍ୱଳନ କରି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ ସାରି ବ୍ରାହ୍ମଣମାନଙ୍କୁ ଶ୍ରୀମହାପ୍ରସାଦରେ ଆପ୍ୟାୟିତ କରିଥାନ୍ତି। ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ମହାପ୍ରଭୁ ଜନ୍ମଭୂମିରେ ପ୍ରିୟ ଭକ୍ତଗଣଙ୍କୁ ଶେଷ ସନ୍ଧ୍ୟାରେ ଦର୍ଶନ ଦେଇ ସମସ୍ତ ମନୋବାଞ୍ଛତ୍ିତ ଫଳ ପ୍ରଦାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ଆଷାଢ ଶୁକ୍ଳ ନବମୀ ସନ୍ଧ୍ୟା ଦର୍ଶନ ହେଉଛି ପରମ କୃପାମୟ ଭକ୍ତବତ୍ସଳ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କଠାରୁ ଦିବ୍ୟ କୃପା ଲାଭ କରିବାର ଏକ ମହାର୍ଘ ଅବସର ବୋଲି ଡ. ଦାଶ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗାରେ ମଶାଙ୍କ ପ୍ରାଦୁର୍ଭାବ: ପ୍ରତି ଡ୍ରେନ୍‌ରେ ପକାଯାଉଛି ମଶାତେଲ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍‌ରେ ମଶାତେଲ ପକାଯାଉଛି।…

କାରଣ ଖୋଜୁଛି ଦଳ? ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାଜପାର ବଡ଼ ବୈଠକ

ପାଟନା,୫।୮: ବଡ଼ ପରାଜୟ ପରେ, ଭାଜପା ଆଜି (ବୁଧବାର) ପାଟନାସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ନେତାମାନେ ବୈଠକରେ…

କେବେ ମାର୍କେଟକୁ ଆସିବ ପ୍ଲାଷ୍ଟିକ୍‌ ନୋଟ୍‌? RBI ଗଭର୍ନର କହିଦେଲେ ଲଞ୍ଚ୍‌ ଡେଟ୍‌

ନୂଆଦିଲ୍ଲୀ,୫।୮: ଆପଣ ମଧ୍ୟ ଶୁଣିଛନ୍ତି କି ଯେ ଖୁବ୍‌ଶୀଘ୍ର ଭାରତରେ କାଗଜ ନୋଟ୍ ବଦଳରେ ପ୍ଲାଷ୍ଟିକ୍ (ପଲିମର୍) ନୋଟ୍ ଚାଲିବାକୁ ଯାଉଛି? ଯଦି ଆପଣଙ୍କ ମନରେ ମଧ୍ୟ…

ମୋଦିଙ୍କ ଭିଡିଓ ହଟାଇବା ପ୍ରସଙ୍ଗ; ସରକାରଙ୍କ ସହ ୪୫ ମିନିଟ୍ ଧରି ବୈଠକ କଲା ମେଟା, କହିଲା…

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ଫେସବୁକରେ ଅସ୍ଥାୟୀ ଭାବେ ରିଷ୍ଟ୍ରିକ୍ଟ କରିଦେଇଥିଲା । ଏହି ଘଟଣାକୁ ନେଇ ଦିନକୁ…

ପଟ୍ଟନାୟକ ବନ୍ଧ ଦୁର୍ନୀତି ଅଭିଯୋଗ: ଦୁଇ ଯନ୍ତ୍ରୀ-ଠିକାଦାରଙ୍କୁ ପଚରାଉଚରା ପାଇଁ ନେଲା ଭିଜିଲାନ୍ସ

ଗଜପତି,୫ା୮(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ସହରର ବହୁଚର୍ଚ୍ଚିତ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଜୋରଦାର ହୋଇଛି। ଏହି କ୍ରମରେ…

ବାଲିଅନ୍ତା ସୌମ୍ୟରଞ୍ଜନ ମର୍ଡର କେସ୍‌: ଚାର୍ଜଶିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ

କଟକ,୫ା୮(ପ୍ରଭୁକଲ୍ୟାଣ ପାଲ୍‌): ବାଲିଅନ୍ତା କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ୭୬୭ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଥିବାବେଳେ ୧୧ ଅଭିଯୁକ୍ତଙ୍କ…

ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦାବି ପୂରଣରେ ଟାଳଟୁଳ ନୀତି: ତେଜିଲା ଆନ୍ଦୋଳନ

ଗୁଣପୁର,୫ା୮(ସୁଜାତା ପାଢ଼ୀ): ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କ ମୌଳିକ ଦାବି ଯଥା ଚାକିରି ସର୍ତ୍ତାବଳୀ ଲାଗୁ, ପୁରୁଣା ପେନ୍‌ସନ୍‌ ପ୍ରଦାନ, ଅବସର ସୀମା ୬୨କୁ ବୃଦ୍ଧି, ଅନୁଦାନପ୍ରାପ୍ତ…

ବିଧାନସଭାରେ ଭାବପ୍ରବଣ ହୋଇଗଲେ ବାଚସ୍ପତି: କହିଲେ, ମୁଁ ଏହି ପଦବୀ ପାଇଁ ଯୋଗ୍ୟ କି ନୁହେଁ…

ଲକ୍ଷ୍ନୌ,୫।୮: ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବାଚସ୍ପତି ସତୀଶ ମହାନା ବିଧାୟକମାନଙ୍କୁ ସମ୍ବୋଧିତ କରିବା ସମୟରେ ଭାବପ୍ରବଣ ହୋଇ ପଡ଼ିଥିଲେ। ଅଧିବେଶନର ଦ୍ୱିତୀୟ ଦିନ ଅଗଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri