ଜାତୀୟ

ନୀତିଶ-ସୁଶୀଲଙ୍କ ଇଫତାର ପାର୍ଟି: ବିବାଦୀୟ ମନ୍ତବ୍ୟ ଦେଲେ ଗିରିରାଜ

ପାଟନା, ୪।୬: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ସୁଶୀଲ ମୋଦିଙ୍କ ଇଫତାର୍‌ ପାର୍ଟି ନେଇ କେନ୍ଦ୍ରୀୟ ପଶୁପାଳନ ମନ୍ତ୍ରୀ ଗିରିରାଜ ସିଂ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ୪ଟି ଫଟୋ ଶେୟାର କରିବା ସହିତ କହିଛନ୍ତି ଏଭଳି ଉତ୍ସବ ଯଦି…

କମ୍ପାନୀରେ ନିଯୁକ୍ତି ପାଇଁ ରୋବୋ ନେଉଛି ଇଣ୍ଟରଭ୍ୟୁ

ନୂଆଦିଲ୍ଲୀ,୪।୬: କମ୍ପାନୀରେ ନିଯୁକ୍ତି ପାଇଁ ଏବେ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି। ଏବେ ପ୍ରାର୍ଥୀଙ୍କ ଚୟନ ପାଇଁ ମନୁଷ୍ୟ ନୁହେଁ ରୋବୋ ନେଉଛି ଇଣ୍ଟରଭ୍ୟୁ। ଭିଡିଓ ଇଣ୍ଟରଭ୍ୟୁରେ ଏଲ୍‌ଗୋରିଦମ୍‌ର ସାହାଯ୍ୟରେ ଲୋକଙ୍କ ଚେହେରାରୁ ସୋସନଙ୍କ ହାବଭାବକୁ ପଢ଼ାଯାଇପାରିବ। ଲୋକଙ୍କ କଣ୍ଠରୁ ଜଣାଯାଇପାରିବ…

କେଜରିଓ୍ବାଲଙ୍କ ମାଗଣା ଯାତ୍ରା ଘୋଷଣାକୁ ନେଇ ପ୍ରଶ୍ନ ଉଠାଇଲେ ମହିଳା

ନୂଆଦିଲ୍ଲୀ,୪।୬: ରାଜଧାନୀ ଦିଲ୍ଲୀରେ ମେଟ୍ରୋ ଟ୍ରେନ୍‌ ଓ ସରକାରୀ ବସ୍‌ରେ ଯାତ୍ରା କରୁଥିବା ମହିଳା ଏଣିକି ମାଗଣରେ ଯାତ୍ରା କରିବେ ବୋଲି ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଘୋଷଣା କରିଥିଲେ। ହେଲେ ମଙ୍ଗଳବାର ମହିଳାମାନେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।…

ସାଇକେଲ-ହାତୀ ଗଲେ ଦୂରେଇ: ୧୧୨ ଦିନରେ ମେଣ୍ଟରେ ଫାଟ

ଲକ୍ଷ୍ନୌ୍‌,୪।୬: ଏସ୍‌ପି-ବିଏସ୍‌ପି ମେଣ୍ଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭବିଷ୍ୟବାଣୀ ସତ ହୋଇଛି। ମାତ୍ର ୧୧୨ ଦିନର ମେଣ୍ଟରେ ଫାଟ ବଢ଼ିବାରେ ଲାଗିଛି। ଆଗକୁ ଉତ୍ତରପ୍ରଦେଶରେ ହେବାକୁଥିବା ୧୧ଟି ବିଧାନସଭା ଉପନିର୍ବାଚନରେ ଏସ୍‌ପି ଏବଂ ବିଏସ୍‌ପି ଅଲଗା ଅଲଗା ଲଢ଼ିବେ ଏନେଇ…

ହସ୍ପିଟାଲରେ ରୋଗୀଙ୍କୁ ପିଟିଲେ ଡାକ୍ତର: ଭିଡିଓ ଭାଇରାଲ

ଜୟପୁର,୪।୬: ରାଜସ୍ଥାନ ଜୟପୁରର ସଓ୍ବାଇ ମାନସିଂ ହସ୍ପିଟାଲରେ ଜଣେ ଡାକ୍ତର ରୋଗୀଙ୍କୁ ପିଟିବାର ଭିଡିଓ ଭାଇରାଲ ହୋଇଛି। ସୋମବାର ଏହି ଭିଡିଓ ଭାଇରାଲ ହେବାପରେ ରାଜସ୍ଥାନ ମାନବାଧିକାର ଆୟୋଗ ୨୫ ଜୁନ୍‌ ମଧ୍ୟରେ ଏହାର ରିପୋର୍ଟ ଦେବାକୁ ହସ୍ପିଟାଲ ପ୍ରଶାସନକୁ ନିର୍ଦ୍ଦେଶ…

ଅପରେଶନ୍‌ ଅଲ୍‌ଆଉଟ୍‌: ହିଟ୍‌ ଲିଷ୍ଟ୍‌ରେ ୧୦ ଆତଙ୍କବାଦୀ

ଶ୍ରୀନଗର,୪।୬: ଜମ୍ମୁ-କଶ୍ମୀରକୁ ଆତଙ୍କବାଦ ମୁକ୍ତ କରାଇବା ପାଇଁ ନୂଆ ସରକାର ଆରମ୍ଭ କରିଛନ୍ତି ଯୋଜନା। ଏହି ମର୍ମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ମଧ୍ୟ ହୋଇଛି। ଅପରେଶନ୍‌ ଅଲ୍‌ଆଉଟ୍‌ ଅନ୍ତର୍ଗତ ୧୦ ଆତଙ୍କବାଦୀଙ୍କ ହିଟ୍‌ ଲିଷ୍ଟ ପ୍ରସ୍ତୁତ…

କଂଗ୍ରେସରେ ଅନ୍ତଃକନ୍ଦଳ: ନିଜ ପୁଅର ପରାଜୟ ପାଇଁ ପାଇଲଟଙ୍କୁ ଦାୟୀ କଲେ ଗେହଲଟ

ଜୟପୁର,୪।୬: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ରାଜସ୍ଥାନ କଂଗ୍ରେସରେ ଅନଃକନ୍ଦଳ ଦେଖାଦେଇଛି। କଂଗ୍ରେସ ରାଜସ୍ଥାନରେ ବିଧାନସଭା ଆସନରୁ ବିଜୟ ଲାଭ କରିଥିବା ବେଳେ ଲୋକ ସଭା ପାଇଁ ଗୋଟେ ବି ଆସନ ହାତେଇ ପାରିନାହିଁ। ଯାହାକୁ ନେଇ ଏବେ…

୧୭ତମ ଲୋକ ସଭା ନିର୍ବାଚନ ସବୁଠାରୁ ମହଙ୍ଗା: ଖର୍ଚ୍ଚ ହୋଇଛି ୭୦ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ,୪।୬: ଏପର୍ଯ୍ୟନ୍ତ ଯେତେ ଥର ଲୋକ ସଭା ନିର୍ବାଚନ ହୋଇଛି ସେଥିମଧ୍ୟରୁ ୧୭ ତମ ଲୋକ ସଭା ନିର୍ବାଚନ ସବୁଠାରୁ ମହଙ୍ଗା ବୋଲି କୁହାଯାଉଛି। କାରଣ ଏହି ନିର୍ବାଚନରେ ପାଖାପାଖି ୭୦ ହଜାର କୋଟି ଟଙ୍କ ଖର୍ଚ୍ଚ ହୋଇଛି ବୋଲି ଆକଳନ…

ଆସିଲେ ନାହିଁ ହସ୍ପିଟାଲର କୌଣସି କର୍ମଚାରୀ ଏକେଲା ସନ୍ତାନ ପ୍ରସବ କଲେ ମହିଳା

ନାଗପୁର,୪।୬: ମହାରାଷ୍ଟ୍ର ନାଗପୁରର ସୁକେଶ୍ରୀ ଶ୍ରୀକାନ୍ତ ନାମକ ଜଣେ ୨୩ ବର୍ଷୀୟା ମହିଳା ସନ୍ତାନ ପ୍ରସବ ପାଇଁ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ଠିକ୍‌ ଗର୍ଭ ଯନ୍ତ୍ରଣାରେ ସେ ବିକଳ ହୋଇ କାନ୍ଦୁଥିବା ସମୟରେ ହସ୍ପିଟାଲର କୌଣସି ଡାକ୍ତର ଅବା…

ମାଲିକ ଜୀବନ ବଞ୍ଚାଇବା ପାଇଁ ବାଘ ସହିତ ଲଢ଼ିଲେ ୨ ପୋଷା କୁକୁର

ଭୋପାଳ,୪।୬: ପୋଷା କୁକୁର ମାଲିକ ଜୀବନ ବଞ୍ଚାଇବା ନୂଆ ନୁହେଁ। ଏବେ ମଧ୍ୟପ୍ରଦେଶ ସିବାନି ଜିଲାରେ ଏଭଳି ଏକ ଘଟଣା ଘଟିଛି। ସ୍ଥାନୀୟ ଜାତୀୟ ଅଭୟାରଣ୍ୟ କୁରଇ ଜଙ୍ଗଲକୁ ପଞ୍ଚମ ନାମକ ଜଣେ ଯୁବକ ଶୌଚ ହେବା ପାଇଁ ଯାଇଥିଲେ। ତାଙ୍କ…

୨ ମହିଳାଙ୍କୁ ପସନ୍ଦ ଆସିଲା ଗୋଟିଏ ପୋଷାକ: କିିଣିବା ପାଇଁ ଚପଲରେ ପିଟାପିଟି

ଲକ୍ଷ୍ନୌ,୪।୬: ମଣିଷ ଯେ ବେଳେବେଳେ ସାଧାରଣ କତାରେ ତାହାର ମଣିଷ ପଣିଆ ହରାଇ ବସେ ତାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ସ୍ଥାନୀୟ ବିଜନୌରରେସ୍ଥିତ ନାଜିଆବାଦ୍‌ରେ ଏକ ପୋଷାକ ଦୋକାନରେ ୨ ଜଣ ମହିଳା ପରସ୍ପରକୁ ଚପଲରେ ପିଟିଛନ୍ତି। ଗୋଟିଏ…

କେରଳରେ ପ୍ରଥମ ନିପା ଭାଇରସ୍‌ ରୋଗୀ ଚିହ୍ନଟ

କୋଚି,୪।୬: କେରଳରେ ପୁଣି ଥରେ ପାଦ ଦେଇଛି ନିପା ଭାଇରସ୍‌। କେରଳ ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ଏହି ସୂଚନା ଦେଇଛନ୍ତି। ୨୩ ବର୍ଷୀୟ ଜଣେ ଛାତ୍ର ଏହି ନିପା ଭାଇରସ୍‌ରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ସୋସିଆଲ ମିଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?