ଜାତୀୟ

ଅଧିକ ହଇରାଣ କଲେ ପତ୍ନୀଙ୍କ ସହ ଆତ୍ମହତ୍ୟା କରିବି: ଭାଜପା ବିଧାୟକ

ବରେଲି,୧୩।୭: ଭାରତୀୟ ଜନତା ପାର୍ଟି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ମିଶ୍ରା ଜଣେ ଦଳିତ ଯୁବକଙ୍କୁ ବିବାହ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସାକ୍ଷୀ ସୋସିଆଲ ମିଡିଆରେ ତାଙ୍କ ସୁରକ୍ଷାକୁ ନେଇ ଅନୁରୋଧ କରିଥିବା ବେଳେ…

ଉତ୍ସାହ ଆଗରେ ହାର୍‌ ମାନିଛି ବୟସ: ୯୩ ବର୍ଷ ବୟସ୍କ ବୃଦ୍ଧ ଶିଖାଉଛନ୍ତି କୁସ୍ତି ଲଢ଼ିବା

ମଦୁରାଇ,୧୩।୭: ତାମିଲନାଡୁର ମଦୁରାଇରେ ବାସ କରୁଥିବା ଜଣେ ୯୩ ବର୍ଷ ବୟସ୍କ ବୃଦ୍ଧଙ୍କ ଉତ୍ସାହ ଆଗରେ ବୟସ ହାର୍‌ ମାନିଛି। ସେ ସ୍ଥାନୀୟ ଯୁବକଙ୍କୁ କୁସ୍ତି ଲଢ଼ିବା ଶିଖାଉଛନ୍ତି। ଏଠାରେ ବାସ କରୁଥିବା ପାଲାନି ନାମକ ଏହି ବୃଦ୍ଧ ଜଣଙ୍କ ୧୯୯୪ରେ…

‘ଅଯୋଧ୍ୟାରେ ରାମମନ୍ଦିର ଚାହାନ୍ତି ମୁସଲମାନ’

ଲକ୍ଷ୍ନୌ,୧୩ା୭(ପି.ଟି.): କଠୋରପନ୍ଥୀଙ୍କୁ ବାଦ୍‌ଦେଇ ଅନ୍ୟ ମୁସଲମାନମାନେ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ଚାହାନ୍ତି ବୋଲି ରାମ ଜନ୍ମଭୂମି ନ୍ୟାସର ସଦସ୍ୟ ରାମବିଳାସ ବେଦାନ୍ତୀ ମତ ଦେଇଛନ୍ତି। ସେ କହିଛନ୍ତି, ଏଥିଲାଗି ମୁସଲମାନ ସମ୍ପ୍ରଦାୟର ପୂରା ସମର୍ଥନ ରହିଛି। କଠୋରପନ୍ଥୀଙ୍କୁ ଛାଡ଼ି ବାକି…

ମହାରାଷ୍ଟ୍ର ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ,୧୩ା୭(ଆଇଏଏନ୍‌ଏସ୍‌): ମରାଠାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ଉପରେ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ଏହି ସମ୍ପ୍ରଦାୟ ପାଇଁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଦିଆଯାଇଥିବା ସଂରକ୍ଷଣ ବ୍ୟବସ୍ଥାକୁ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଥିବା ବେଳେ ଖଣ୍ଡପୀଠ ଏହା ଉପରେ ମହାରାଷ୍ଟ୍ର…

‘ଅର୍ଥବଳ ପ୍ରୟୋଗ କରୁଛି ଭାଜପା’

ଅହମଦାବାଦ,୧୩ା୭: କର୍ନାଟକରେ ସରକାର ଭାଙ୍ଗିବାକୁ ଭାଜପା ଅର୍ଥବଳ ପ୍ରୟୋଗ କରିବା ସହ ଭୟଭୀତ କରାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ଶାସକ ମେଣ୍ଟର ୧୬ ବିଧାୟକ ଇସ୍ତଫା ଦେବା ଫଳରେ ସରକାର ଭାଙ୍ଗିବା ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବରୁ…

ଆସ୍ଥାଭୋଟ ପୂର୍ବରୁ ଘୋଡ଼ାବେପାର ଭୟ: ବିଧାୟକଙ୍କୁ ଜଗିଲେ ସବୁ ଦଳ

ବେଙ୍ଗାଲୁରୁ,୧୩ା୭:କର୍ନାଟକର ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫା ଏବଂ ଅଯୋଗ୍ୟ ଘୋଷଣା ସମ୍ପର୍କରେ ବାଚସ୍ପତି ୧୬ ତାରିଖ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ ଜେଡିଏସ୍‌-କଂଗ୍ରେସ ମେଣ୍ଟ ସରକାର ଆଶ୍ୱସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ଆସ୍ଥାଭୋଟ…

କର୍ନାଟକ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ୧୬ ଯାଏ କାର୍ଯ୍ୟାନୁଷ୍ଠାନ ନେଇପାରିବେନି ବାଚସ୍ପତି

ନୂଆଦିଲ୍ଲୀ,୧୩ା୭(ପି.ଟି.): କର୍ନାଟକର ବିଦ୍ରୋହୀ ବିଧାୟକମାନଙ୍କ ମାମଲାର ଶୁଣାଣି ୧୬ ତାରିଖରେ ସୁପ୍ରିମକୋର୍ଟରେ ହେବ। ସେ ପର୍ଯ୍ୟନ୍ତ ୧୦ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ବାଚସ୍ପତି କେ.ଆର୍‌. ରମେଶ କୁମାର କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ…

ମାନହାନି ମାମଲାରେ ରାହୁଲଙ୍କୁ ମିଳିଲା ଜାମିନ

ଅହମ୍ମଦାବାଦ,୧୨।୭: ମାନହାନିର ଆଉ ଏକ ମାମଲାରେ ଅହମ୍ମଦାବାଦ କୋର୍ଟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଶୁକ୍ରବାର ଅହମ୍ମଦାବାଦ ମେଟ୍ରୋପଲିଟାନ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି। ରାହୁଲଙ୍କ ବିରୋଧରେ ଅହମ୍ମଦାବାଦ ଡିଷ୍ଟ୍ରିକ୍ଟ କୋଅପରେଟିଭ ବ୍ୟାଙ୍କ(ଡିସିବି) ଅଧ୍ୟକ୍ଷ…

ଏଚ୍‌ଆଇଭି ପୀଡ଼ିତ ଛାତ୍ରଙ୍କୁ ସରକାରୀ ସ୍କୁଲରେ ମିଳିଲାନି ନାମଲେଖା ଅନୁମତି

ଚେନ୍ନାଇ,୧୨।୭: ତାମିଲନାଡୁର ପେରାମ୍ବୁଲୁର ଜିଲାର ଏକ ସରକାରୀ ହାଇସ୍କୁଲରେ ଜଣେ ଏଚ୍‌ଆଇଭି ପୀଡ଼ିତ ଛାତ୍ରଙ୍କୁ ନାମଲେଖାର ସୁଯୋଗ ଦିଆଯାଇନାହିଁ। ଏହାପରେ ଶୁକ୍ରବାର ତାମିଲନାଡୁ ଶିକ୍ଷା ବିଭାଗ ଏହି ମାମଲାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସ୍କୁଲ ଶିକ୍ଷା ନିର୍ଦ୍ଦେଶକ ଏସ୍‌.…

୧୮ହଜାର ପକ୍ଷୀଙ୍କୁ ନୂଆ ଜୀବନ ଦେଲେ ସୀମା ସୁରକ୍ଷାକର୍ମୀ

ନୂଆଦିଲ୍ଲୀ,୧୨।୭: ସୀମାରେ ମୁତୟନ ଥିବା ବିଏସ୍‌ଏଫ୍‌ ଯବାନମାନେ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ସୀମାରେ ଚୋରା ଚାଲାଣ ହେଉଥିବା ବିରଳ ପ୍ରଜାତିର କଇଁଛ ଓ କଙ୍କଡା ସମେତ ୧୮ହଜାରରୁ ଉର୍ଦ୍ଧ୍ୱ ପକ୍ଷୀଙ୍କୁ ଉଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ବିଏସ୍‌ଏଫ୍‌ର…

କ୍ଷୀର କିଣିବାକୁ ଟଙ୍କା ନ ଥିଲା: ୮ମାସ ଶିଶୁର ତଣ୍ଟି ଚିପି ମାରିଦେଲେ ମା’

କନୌଜ, ୧୨।୭: ଉତ୍ତର ପ୍ରଦେଶର କନୌଜରେ ଏକ ଅଭାବନୀୟ ଘଟଣା ଘଟିଛି। ଭୋକିଲା ଶିଶକୁ କ୍ଷୀର କିଣି ଆଣି ଦେଇ ନ ପାରିବାରୁ ଶେଷରେ ନିଜ ଛୁଆର ତଣ୍ଟି ଚିପି ହତ୍ୟା କରିଛନ୍ତି ମା’। ପୋଲିସ ଘଟଣାରେ ସମ୍ପୃକ୍ତ ମହିଳାଙ୍କୁ ଗିରଫ…

ଲାଲୁଙ୍କୁ ମିଳିଲା ଜାମିନ

ରାଞ୍ଚି,୧୨।୭: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲରେ ଥିବା ଆର୍‌ଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି। ଝାଡଖଣ୍ଡ ହାଇ କୋର୍ଟ ଶୁକ୍ରବାର ଲାଲୁଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି। ଦେଓଘର ଟ୍ରେଜେରି ମାମଲାରେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?