ଜାତୀୟ

ମାଓବାଦୀ ପ୍ରବଣ ଅଞ୍ଚଳରେ ଆରମ୍ଭ ହେଲା ଭ୍ରାମ୍ୟମାଣ ଥାନା

ସୁକମା,୧୮।୭: ଛତିଶଗଡ଼ ସୁକମାର ମାଓବାଦୀ ପ୍ରବଣ ଅଞ୍ଚଳରେ ଏବେ ଭ୍ରାମ୍ୟମାଣ ଥାନା ଆରମ୍ଭ ହୋଇଛି। ଏଠାକାର ଦୁର୍ଗମ ଅଞ୍ଚଳରେ ବହୁ ଅପରାଧ ଘଟୁଥିଲେ ମଧ୍ୟ ଲୋକେ ମାଓବାଦୀଙ୍କ ଭୟରେ ଏନେଇ ମାମଲା ଦାଏର କରିବାକୁ ଭୟ କରିଥାନ୍ତି। ତେବେ ଏଣିକି ଲୋକମାନଙ୍କୁ…

ହସ୍ପିଟାଲରେ ସ୍ଥାନର ଅଭାବ ଯୋଗୁ ଚିକିତ୍ସା ପାଇଁ ଆସିଥିବା ୧୦୦ ଶିଶୁଙ୍କୁ ନିଜ ବଙ୍ଗଳାକୁ ନେଲେ ଜିଲାପାଳ

ଭୋପାଳ,୧୮।୭: ମଧ୍ୟପ୍ରଦେଶରେ ଜଣେ ଜିଲାପାଳ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି। ସେ ହେଉଛନ୍ତି ଅଭିଷେକ ସିଂ। ସ୍ଥାନୀୟ ସିହାଓ୍ବଲ ଅଞ୍ଚଳରେ ଥିବା ଏକ ସରକାରୀ ହସ୍ପିଟାଲକୁ ଡାଏରିଆ ଲୋପ ଅଭିଯାନ ଅନ୍ତର୍ଗତ ବହୁ ଶିଶୁ ଆସିଥିଲେ। ସେମାଙ୍କମଧ୍ୟରୁ ଅଧିକାଂଶଙ୍କଠାରେ…

ଚନ୍ଦ୍ରୟାନ-୨ର ପରୀକ୍ଷଣ ପାଇଁ ଧାର୍ଯ୍ୟ ହେଲା ତାରିଖ

ଶ୍ରୀହରିକୋଟା,୧୮।୭: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଗତ ଜୁଲାଇ ୧୫ରେ ଚନ୍ଦ୍ରୟାନ-୨ର ଉତ୍‌କ୍ଷେପଣ କରାଯିବାକୁ ସମସ୍ତ ପ୍ରସ୍ତୁତି ସରିଥିଲା। ହେଲେ ଶେଷ ମୂହୁର୍ତ୍ତରେ ଯାନ୍ତ୍ରୀକ ତ୍ରୁଟି ଦର୍ଶାଇ ଏହାକୁ ସ୍ଥଗିତ ରଖାଯାଇଥିଲା। ଭାରତୀୟ ମହାକାଶ ଗବେଷଣା ସଂସ୍ଥା…

ବନ୍ୟା ବିଭୀଷିକାର ଭୟଙ୍କର ରୂପ: ଭାସିଯାଇଥିବା ଏକ ଶିଶୁର କରୁଣ ଚିତ୍ର

ନୂଆଦିଲ୍ଲୀ,୧୮ା୭: ପ୍ରବଳ ବର୍ଷା ଯୋଗୁ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ବିଭୀଷିକା ଭୟଙ୍କର ରୂପ ଧାରଣ କରିଛି। କେବଳ ବିହାରରେ ୪୪ଜଣ ମୃତ୍ୟୁବରଣ କରିଥିବାବେଳେ ୭୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ମୁଜାଫରପୁରର ଶିବାୟପଟ୍ଟୀ ଥାନା ଅନ୍ତର୍ଗତ ଶିତଲପଟ୍ଟୀ ଗ୍ରାମରେ ଏକ…

ଲିଭର ପ୍ରତିରୋପଣ କରିବାକୁ ଆସିଥିବା ଇରାକ ନାଗରିକଙ୍କଠାରୁ ପୋଲିସ୍‌ ପୋଷାକରେ ୨୦ ଲକ୍ଷ ଲୁଟିନେଲେ ଲୁଟେରା

ନୋଏଡ଼ା,୧୮।୭: ଦିଲ୍ଲୀର ନୋଏଡ଼ା ଥାନା ଅନ୍ତର୍ଗତ ଏକ୍ସପ୍ରେସ୍‌ ଓ୍ବେ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା। ଲିଭର ପ୍ରତିରୋପଣ ପାଇଁ ଆସିଥିବା ଇରାକର ଜଣେ ନାଗରିକଙ୍କଠାରୁ ୨୦ ଲକ୍ଷ ୬୧ ହଜାର ଟଙ୍କା ଲୁଟେରା ଲୁଟି ନେଇଛନ୍ତି। ଲୁଟେରାମାନେ ପୋଲିସ ପୋଷାକରେ…

ବନ୍ଦ ହେବ ଗରିବ ରଥ

ନୂଆଦିଲ୍ଲୀ,୧୮।୭: ଗରିବ ରଥର ହେବ ନବକଳେବର। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଗରିବ ରଥ ଟ୍ରେନ୍‌କୁ ଖୁବ୍‌ଶୀଘ୍ର ସୁପରଫାଷ୍ଟ ଟ୍ରେନ୍‌ରେ ପରିବର୍ତ୍ତନ କରାଯିବ। ଏହାସହ ଏହାର କୋଚ୍‌ରେ ପରିବର୍ତ୍ତନ କରାଯିବ। ୧୨ଟି ଶୀତତାପ ନୀୟନ୍ତ୍ରିତ କୋଚ୍‌ର ସଂଖ୍ୟାକୁ ୧୬କୁ ବୃଦ୍ଧି…

ଅଯୋଧ୍ୟା ମାମଲା: ଜୁଲାଇ ୩୧ ପର୍ଯ୍ୟନ୍ତ ମଧ୍ୟସ୍ଥତା; ଅଗଷ୍ଟ-୨ଠାରୁ ଶୁଣାଣି

ନୂଆଦିଲ୍ଲୀ,୧୮।୭: ଅଯୋଧ୍ୟା ମାମଲାରେ ସୁପ୍ରିମ୍‌କୋର୍ଟ ଜୁଲାଇ ୩୧ ପର୍ଯ୍ୟନ୍ତ ମଧ୍ୟସ୍ଥତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଅଗଷ୍ଟ ୨ଠାରୁ ଓପନ କୋର୍ଟରେ ଏହାର ଶୁଣାଣି କରାଯିବ। ଅଗଷ୍ଟ ୨ରେ ଅପରାହ୍ନ ୨ଟା ପରେ କୋର୍ଟ ଖୋଲିଲେ ଏନେଇ ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ…

ହନୁମାନ ଚାଳିଶା ପାଠୋତ୍ସବରେ ଯୋଗ ହେବାରୁ ମୁସଲମାନ ମହିଳାଙ୍କୁ ଘର ଛାଡିବାକୁ କହିଲେ ମାଲିକ

କୋଲକାତା,୧୮।୭: ସାମୁହିକ ହନୁମାନ ଚାଳିଶା ପାଠରେ ଯୋଗ ଦେଇଥିବା ଭାଜପା ନେତା ଇଶରତ ଜହାଁଙ୍କୁ ଏବେ ହିନସ୍ତା ହେବାକୁ ପଡିଛି। ସେ ଯେଉଁ ଘରେ ଭଡାରେ ରହୁଥିଲେ ତାଙ୍କୁ ଏବେ ମାଲିକ ଘର ଖାଲି କରିବାକୁ କହିଛନ୍ତି। କେବଳ ସେତିକି ନୁହେଁ…

ଡ୍ରଗ୍ସ୍‌ ଯୋଗୁ ଯୁବବର୍ଗଙ୍କ ମଧ୍ୟରେ ଏଡସ୍‌ ସଂକ୍ରମଣଙ୍କ ସଂଖ୍ୟା ବଢୁଛି

ଚଣ୍ଡିଗଡ଼,୧୮।୭: ଯୁବବର୍ଗଙ୍କ ମଧ୍ୟରେ ଡ୍ରଗ୍ସ୍‌ର ନିଶା ପ୍ରଭାବ ବିସ୍ତାର କରିଚାଲିଛି। ଭାରତର ବିଭିନ୍ନ ରାଜ୍ୟ ମଧ୍ୟରୁ କେତେକ ପଶ୍ଚିମ ରାଜ୍ୟରେ ଏହାଦ୍ୱାରା ଅଧିକ ସଂଖ୍ୟକ ଯୁବବର୍ଗ ପ୍ରଭାବିତ ହେବାରେ ଲାଗିଛନ୍ତି। ଏକ ରିପୋର୍ଟ ଅନୁସାରେ ପଞ୍ଜାବରେ ଅଧିକ ସଂଖ୍ୟକ ଯୁବବର୍ଗ ଡ୍ରଗ୍ସ୍‌…

ବାବୁ ଲାଲ ଗୌର ଅସୁସ୍ଥ: ସ୍ବତନ୍ତ୍ର ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର

ଭୋପାଳ,୧୮।୭: ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ବାବୁ ଲାଲ ଗୌରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କୁ ଏକ ସ୍ବତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି। ଏହାପରେ ତାଙ୍କୁ ଗୁଡଗାଁଓ ସ୍ଥିତ ମେଦାନ୍ତ ହସ୍ପିଟାଲରେ…

୨୦ ବର୍ଷରେ ବନ୍ୟାରେ କ୍ଷତି ହୋଇଛି ୫ ଶହ ୪୭ ଲକ୍ଷ କୋଟିରୁ ଅଧିକ

ନୂଆଦିଲ୍ଲୀ,୧୮।୭: ଗତ ୨୦ ବର୍ଷ ମଧ୍ୟରେ ଦେଶରେ ଦେଖାଦେଇଥିବା ବନ୍ୟାରେ ୫ଶହ ୪୭ ଲକ୍ଷ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏହି ଟଙ୍କାରେ ଦେଶରେ ୨ ଲକ୍ଷ ୭୩ ହଜାର ୬ ଶହ ସ୍କୁଲ ସ୍ଥାପନ କରାଯାଇ ପାରିଥାନ୍ତା…

ସମ୍ବିଧାନ ଅନୁଯାୟୀ କାର୍ଯ୍ୟ କରିବି’

ବେଙ୍ଗାଲୁରୁ,୧୮ା୭(ପି.ଟି.): ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ କର୍ନାଟକ ବିଧାନସଭାର ବାଚସ୍ପତି କେ.ଆର୍‌. ରମେଶ କୁମାର ସ୍ବାଗତ କରିଛନ୍ତି। ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫା ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଅଦାଲତ ବାଚସ୍ପତିଙ୍କୁ ସ୍ବାଧୀନତା ଦେଇଥିଲାବେଳେ ସେ ସମ୍ବିଧାନର ନିୟମ ଅନୁଯାୟୀ ପଦକ୍ଷେପ ନେବେ ବୋଲି କହିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?