ଜାତୀୟ

ତ୍ରାଲ୍‌ରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୨୬।୬: ଜମ୍ମୁ-କଶ୍ମୀର ପୁଲଓ୍ବମା ଜିଲାରେ ବୁଧବାର ସକାଳେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ତ୍ରାଲ୍‌ ଅଞ୍ଚଳର ନାଗବଳ ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ୪୨ ରାଷ୍ଟ୍ରୀୟ ରାଇଫଲସ୍‌ ଏବଂ ଏସ୍‌ପିଜି ଯବାନ ଏଠାରେ ଘେରାବନ୍ଦୀ ଆରମ୍ଭ କରିଥିଲେ। ଆତଙ୍କବାଦୀଙ୍କୁ…

ଚନ୍ଦ୍ରାବାବୁଙ୍କ ଜନତା ଦରବାରକୁ ଭାଙ୍ଗିଲା ଜେସିବି

ଅମରାବତୀ,୨୬।୬: ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ଦ୍ୱାରା ନିର୍ମିତ ବିଲ୍ଡିଂ ପ୍ରଜା ବେଦିକାର ଭଙ୍ଗା କାର୍ଯ୍ୟ କାରି ରହିଛି। ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡୀ ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏଠାରେ ଚନ୍ଦ୍ରାବାବୁଙ୍କ ଶାସନ ସମୟରେ ଜନତା…

ଓଡ଼ିଶାରେ ୬୪ ଜୀବନ ନେଇଛି ଫନୀ

ନୂଆଦିଲ୍ଲୀ, ୨୬ା୬(ପି.ଟି.): ବାତ୍ୟା ‘ଫନୀ’ ଯୋଗୁ ଓଡ଼ିଶା ବିଶେଷଭାବେ ପ୍ରଭାବିତ ହୋଇଥିବାବେଳେ ଏଥିରେ ୬୪ ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରିପୋର୍ଟରେ ଦର୍ଶାଯାଇଛି। ରାଜ୍ୟର ମୋଟ ୧.୪ ଲକ୍ଷ ହେକ୍ଟର ଚାଷଜମି ଏହାଦ୍ୱାରା ପ୍ରଭାବିତ ହୋଇଥିବା ମଙ୍ଗଳବାର ରିପୋର୍ଟରେ…

ସଲମାନ୍‌ଙ୍କ ବିରୋଧରେ ମାମଲା

ମୁମ୍ବାଇ,୨୬ା୬(ପି.ଟି.): ମୁମ୍ବାଇର ଜଣେ ଖବରଦାତା ବଲିଉଡ୍‌ ଅଭିନେତା ସଲମାନ୍‌ ଖାନଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରିଛନ୍ତି। ଜେକେ ନ୍ୟୁଜ୍‌ ଚ୍ୟାନେଲ୍‌ର ମହାରାଷ୍ଟ୍ର ମୁଖ୍ୟ ଅଶୋକ ଏସ୍‌. ପାଣ୍ଡେ ଅନ୍ଧେରୀର ଟେନ୍‌ଥ କୋର୍ଟରେ ଖାନ୍‌ ଏବଂ ତାଙ୍କର ଦୁଇ ସହଯୋଗୀଙ୍କ ବିରୋଧରେ…

ତାମିଲନାଡୁର ୬ ରାଜ୍ୟ ସଭା ଆସନ: ଜୁଲାଇ ୧୮ରେ ନିର୍ବାଚନ

ନୂଆଦିଲ୍ଲୀ,୨୬ା୬(ପି.ଟି.): ତାମିଲନାଡୁର ୬ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ। ଏଥିଲାଗି ଜୁଲାଇ ୧ରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମଙ୍ଗଳବାର ନିର୍ବାଚନ କମିଶନ (ଇସି)ଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଜୁଲାଇ ୨୪ରେ ତାମିଲନାଡ଼ୁର…

ନାମାଙ୍କନପତ୍ର ଦାଖଲ କଲେ ଜୟଶଙ୍କର

ନୂଆଦିଲ୍ଲୀ,୨୬ା୬(ପି.ଟି.): ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଗୁଜରାଟରୁ ଭାଜପାର ରାଜ୍ୟ ସଭା ପ୍ରାର୍ଥୀ ହୋଇଛନ୍ତି। ଜୁଲାଇ ୫ରେ ହେବାକୁ ଥିବା ଉପନିର୍ବାଚନ ଲାଗି ସେ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଭାଜପାରେ ବିଧିବଦ୍ଧ ଭାବେ ଯୋଗଦେବା ପରେ ଅହମଦାବାଦରେ ସୋମବାର ସନ୍ଧ୍ୟାରେ…

‘ଜୟ ଶ୍ରୀରାମ’ ନ କହିବାରୁ ମଦ୍ରାସା ଶିକ୍ଷକଙ୍କୁ ଚଳନ୍ତା ଟ୍ରେନ୍‌ରୁ ଫିଙ୍ଗିଦେଲେ

କୋଲକାତା,୨୬ା୬ (ଆଇଏଏନ୍‌ଏସ୍‌): ପଶ୍ଚିମବଙ୍ଗର ଜଣେ ମଦ୍ରାସା ଶିକ୍ଷକ ‘ଜୟ ଶ୍ରୀରାମ’ ନ କହିବାରୁ ତାଙ୍କୁ ମାଡ଼ ମରାଯିବା ସହ ଚଳନ୍ତା ଟ୍ରେନ୍‌ରୁ ଫିଙ୍ଗି ଦିଆଯାଇଛି। ୨୨ ବର୍ଷୀୟ ତବ୍‌ରେଜ୍‌ ଅନ୍‌ସାରୀଙ୍କୁ ‘ଜୟ ଶ୍ରୀରାମ’ ଓ ‘ଜୟ ହନୁମାନ’ କହିବାକୁ ବାଧ୍ୟକରି ୧୮…

ସ୍ବାମୀ ସତ୍ୟମିତ୍ରାନନ୍ଦ ଗିରିଙ୍କ ପରଲୋକ

ଡେରାଡୁନ,୨୬।୬(ପି.ଟି.): ଭାରତମାତା ଜନହିତ ଟ୍ରଷ୍ଟ୍‌ର ମୁଖ୍ୟ ତଥା ବିଶିଷ୍ଟ ସନ୍ଥ ସ୍ବାମୀ ସତ୍ୟମିତ୍ରାନନ୍ଦ ଗିରି ମହାରାଜ ମଙ୍ଗଳବାର ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘଦିନ ହେଲା ଶଯ୍ୟାଶାୟୀ ଥିଲେ। ତାଙ୍କୁ ୮୭ ବର୍ଷ ହୋଇଥିଲା। କିଛିଦିନ ହେଲା ସେ ସ୍ଥାନୀୟ ହସ୍ପିଟାଲ୍‌ରେ…

ଇମର୍ଜେନ୍ସି ବେଳେ ଜେଲ ଯାଇଥିବା ବ୍ୟକ୍ତିଙ୍କୁ ମିଳିବ ପେନ୍‌ସନ

ମୁମ୍ବାଇ, ୨୬ା୬: ଇମର୍ଜେନ୍ସି ସମୟରେ ଗିରଫ ହୋଇ ଜେଲ୍‌ ଯାଇଥିବା ବ୍ୟକ୍ତିଙ୍କୁ ପେନ୍‌ସନ୍‌ ପ୍ରଦାନ କରାଯାଇ ସେମାନଙ୍କୁ ସମ୍ମାନିତ କରାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ କହିଛନ୍ତି। ବିଧାନସଭାରେ ପ୍ରଶ୍ନକାଳ ସମୟରେ ସେ କହିଛନ୍ତି ଯେ, ବିନା ଦୋଷରେ ଗିରଫ…

ଏକଚ୍ଛତ୍ରବାଦୀ ମାନସିକତା ଗଣତନ୍ତ୍ରକୁ ବିପଦ

ନୂଆଦିଲ୍ଲୀ, ୨୬ା୬: ଏକଚ୍ଛତ୍ରବାଦୀ ମାନସିକତା ଗଣତନ୍ତ୍ରର ସଫଳତା ଲାଗି ବିପଦ ସୃଷ୍ଟି କରିଥାଏ। ଇମର୍ଜେନ୍ସି ଲଗାଇ ସରକାର ନିଜ ଲୋକଙ୍କୁ ଜେଲ୍‌ ପଠାଇ ନିର୍ଯାତନା ଦେବା ଅନୁଚିତ। ଏହା ଅଦାଲତଙ୍କ କାମ, ସେ ହିଁ ଜେଲ୍‌ କିମ୍ବା ବେଲ୍‌ ଲାଗି ନିର୍ଦ୍ଦେଶ…

ବିବାଦୀୟ ବୟାନ ଦେଲେ ମମତାଙ୍କ ପୁତୁରା: କହିଲେ, ‘ଜୟ ଶ୍ରୀରାମ’ର ଜବାବରେ କୁହ ‘ରାମ୍‌ ନାମ୍‌ ସତ୍ୟ ହେ’

କୋଲକାତା,୨୫।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ଦ୍ୱିତୀୟ ନମ୍ବରର ପ୍ରଭାବଶାଳୀ ବ୍ୟକ୍ତି ଅଭିଷେକ ବାନାର୍ଜୀ ଜୟ ଶ୍ରୀରାମ ନାରା ଉପରେ ଚାଲିଥିବା ବିବାଦକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ପଶ୍ଚିମବଙ୍ଗର ସୋନାରପୁରରେ ଭାଜପାକୁ ଅଭିଷେକ…

ବଳାତ୍କାର ଉଦ୍ୟମ ପଡ଼ିଲା ମହଙ୍ଗା

ପ୍ରୟାଗରାଜ,୨୫।୬: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଦିନକୁ ଦିନ ବଳାତ୍କାର ମାମଲା ବଢ଼ିବାରେ ଲାଗିଛି। ଏହାରି ଭିତରେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ଖିରି ଥାନା ଅନ୍ତର୍ଗତ ଲାଲତାରା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri