ପରାଜୟରେ ମୋଦି ନିରାଶ
ନୂଆଦିଲ୍ଲୀ, ୧୧।୭ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍ର ଏକ ହାଇଭୋଲଟେଜ ସେମିଫାଇନାଲ ମ୍ୟାଚ୍ରେ ବୁଧବାର ଭାରତୀୟ ଦଳ ୧୮ ରନରେ ନ୍ୟୁଜିଲାଣ୍ଡ ନିକଟରୁ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛି। ଭାରତୀୟ ଦଳର ପରାଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରାଶବ୍ୟକ୍ତ…
କଂଗ୍ରେସର ଆଉ ୨ ବିଧାୟକ ଦେଲେ ଇସ୍ତଫା
ବେଙ୍ଗାଲୁର,୧୦।୭: କର୍ନାଟକରେ କଂଗ୍ରେସ ଓ ଜେଡି(ଏସ୍) ମେଣ୍ଟ ସରକାରକୁ ପୁଣି ଥରେ ଝଟକା ଲାଗିଛି। ବୁଧବାର କଂଗ୍ରେସର ଆଉ ୨ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ବିଧାୟକ ଏମ୍.ଟି.ବି. ନାଗରାଜ ଓ କେ.ସୁଧାକର ବିଧାନସଭା ବାଚସ୍ପତିଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି।…
ପୋଲିସ ହେପାଜତରେ କର୍ନାଟକ ମନ୍ତ୍ରୀ
ମୁମ୍ବାଇ,୧୦।୭: କର୍ନାଟକରେ ରାଜନୈତିକ ସଙ୍କଟ ଥମିବାର ନାଁ ଧରୁନି। ବିଦ୍ରୋହୀ ବିଧାୟକଙ୍କୁ ମନାଇବାକୁ ମୁମ୍ବାଇରେ ପହଞ୍ଚିଥିବା ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଡି.କେ. ଶିବକୁମାରଙ୍କୁ ପୋଲିସ ହେପାଜତକୁ ନେଇଛି। ସୂଚନାଯୋଗ୍ୟ, ମେଣ୍ଟ ସରକାରରୁ ଇସ୍ତଫା ଦେଇଥିବା କଂଗ୍ରେସ ଓ ଜେଡି(ଏସ୍)…
କ୍ଲବରେ ଯୋଗ କରୁଛନ୍ତି ଜେଡିଏସ ନେତା
ନୂଆଦିଲ୍ଲୀ: କର୍ନାଟକରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧ ବୁଧବାର ମଧ୍ୟ ଜାରି ରହିଛି। ସରକାର ବଞ୍ଚାଇବା ପାଇଁ କଂଗ୍ରେସ ଓ ଜେଡିଏସ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲେ ହେଁ ଗୋଟିଏ ପରେ ଗୋଟିଏ ଝଟକା ସେମାନଙ୍କୁ ପୂରା ଦୋହଲାଇ ଦେଇଛି। ପ୍ରତି ଘଣ୍ଟାରେ…
ରାହୁଲଙ୍କ ଟୁଇଟର ଫଲୋଅର୍ସଙ୍କ ସଂଖ୍ୟା ୧ କୋଟିରେ ପହଞ୍ଚିଲା: ଆମେଠି ଲୋକଙ୍କ ସହ ମନାଇବେ ଉତ୍ସବ
ନୂଆଦିଲ୍ଲୀ, ୧୦।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟୁଇଟର ଫଲୋଅର୍ସ ସଂଖ୍ୟା ୧ କୋଟି ଟପିଛିି। ଲୋକ ସଭା ନିର୍ବାଚନରେ ପରାସ୍ତ ହେବା ପରେ ପ୍ରଥମଥର ପାଇଁ ନିଜ ସଂସଦୀୟ କ୍ଷେତ୍ର ଆମେଠି ଯାଇଛନ୍ତି ରାହୁଲ। ଟୁଇଟରରୁ ଏଭଳି ଖୁସି…
ଜେଲରେ ବିଳାସମୟ ଜୀବନ ବିତାଉଛନ୍ତି କଏଦୀ: ଭିଡିଓ ଭାଇରାଲ
ଭୋପାଳ,୧୦।୭: ଉତ୍ତରପ୍ରଦେଶ ମାଉ ଜିଲାରେ ଜେଲ ପ୍ରଶାସନର କାର୍ଯ୍ୟରେ ଅବହେଳା ସାମ୍ନାକୁ ଆସିଛି। ଜେଲରେ କଏଦୀମାନେ ବିଳାସମୟ ଜୀବନ ବିତାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜେଲରେ କଏଦୀମାନେ ଭଲ ଭଲ ଖାଦ୍ୟଠାରୁ ଆରମ୍ଭ…
ଅନୁଚ୍ଛେଦ ୩୭୦ର ବୈଧତାକୁ ଚ୍ୟାଲେଞ୍ଜ୍ କରୁଥିବା ଜନସ୍ବାର୍ଥ ମାମଲା ଶୁଣାଣି ପାଇଁ ସୁପ୍ରିମ୍କୋର୍ଟ ରାଜି ହେଲେ
ନୂଆଦିଲ୍ଲୀ,୧୦।୭: ଅନୁଚ୍ଛେଦ ୩୭୦ର ବୈଧତାକୁ ନେଇ ଚ୍ୟାଲେଞ୍ଜ୍ କରାଯାଥିବା ଏକ ଜନସ୍ବାର୍ଥ ମାମଲାକୁ ସୁପ୍ରିମ୍କୋର୍ଟ ଗ୍ରହଣ କରିବା ସହିତ ଏହାର ଶୁଣାଣି ପାଇଁ ରାଜି ହୋଇଛନ୍ତି। ଏହି ଅନୁଚ୍ଛେଦ ଅନ୍ତର୍ଗତ ଜମ୍ମୁ-କଶ୍ମୀରକୁ ବିଶେଷ ଅଧିକାର ଦିଆଯାଇଛି। ଖୁବ୍ ଶୀଘ୍ର ଏହା ଉପରେ…
ଭାରତୀୟ କ୍ରିକେଟ ଦଳକୁ ଶୁଭକାମନା ଜଣାଇ ଫଶିଗଲେ ଜେଡିୟୁ ନେତା
ପାଟନା, ୧୦।୭: ଆଇସିସି ବିଶ୍ୱକପରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ଖେଳାଯାଉଛି। ଭାରତର ବିଜୟ କାମନା କରି ଦେଶର ବିଭିନ୍ନ ସ୍ଥାନରେ ଯଜ୍ଞ, ପୂଜାର୍ଚ୍ଚନା କରାଯାଉଥିଲାବେଳେ ବିହାରର ଜେଡିୟୁ ନେତା ଅଜୟ ଆଲୋକ ଭାରତୀୟ ଦଳକୁ ଶୁଭକାମନା ଦେବା ଚକ୍କରରେ…
ସ୍ବାମୀଙ୍କୁ ଜେଲ୍ ପଠାଇବା ପାଇଁ ଫିଲ୍ମ ଷ୍ଟାଇଲ୍ରେ ମିଛ ଆତ୍ମହତ୍ୟା କଲେ ସ୍ତ୍ରୀ; ବେଙ୍ଗାଲୁର୍ରୁ ଗିରଫ କଲା ପୋଲିସ
ନୂଆଦିଲ୍ଲୀ,୧୦।୭: ସ୍ବାମୀଙ୍କୁ ଜେଲ୍ ପଠାଇବା ପାଇଁ ଜଣେ ସ୍ତ୍ରୀ ଫିଲ୍ମ ଷ୍ଟାଇଲ୍ରେ ମିଛ ଆତ୍ମହତ୍ୟା କରିଥିଲେ। ତେବେ ପରେ ପୋଲିସ ତାଙ୍କୁ ବେଙ୍ଗାଲୁର୍ରୁ ଜୀବିତ ଅବସ୍ଥାରେ ଗିରଫ କରିଛି। ଜୁଲାଇ ୫ରୁ ଦିଲ୍ଲୀର ଜଣେ ମହିଳା କୋମଲ ନିଖୋଜ ଥିବା ନେଇ…
ଖଣି ଦୁର୍ନୀତିରେ ବୁଲନ୍ଦ ସହରର ଡିଏମ୍ଙ୍କ ଘରେ ଚଢ଼ାଉ
ଭୋପାଳ,୧୦।୭: ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଖଣି ଦୁର୍ନୀତି ମାମଲା ନେଇ ବୁଧବାର ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି। ବୁଲନ୍ଦ ସହରର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ(ଡିଏମ୍) ଅଭୟ କୁମାର ସିଂହଙ୍କ ଘରେ ସିବିଆଇ ଚଢ଼ାଉ କରିଛି। ତାଙ୍କ ବାସଭବନରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ…
ମାଓବାଦୀଙ୍କ ଜୀବନ କାହାଣୀ: ପୋଲିସ ବିଭାଗ ପକ୍ଷରୁ ନିର୍ମିତ ହେଉଛି ଫିଲ୍ମ; ମୁଖ୍ୟ ଭୂମିକାରେ ଏସ୍ପି
ବିଳାସପୁର,୧୦।୭: ମାଓବାଦୀଙ୍କ ଜୀବନ କାହାଣୀ ଉପରେ ଛତିଶଗଡ଼ ପୋଲିସ ପକ୍ଷରୁ ଏକ କ୍ଷୁଦ୍ର ଫିଲ୍ମ ନିର୍ମାଣ କରାଯିବା ଯୋଜନା କରାଯାଇଛି। ଏଥିରେ ଏସ୍ପି ଡ. ଅଭିଷେକ ପଲ୍ଲବ ମୁଖ୍ୟ ଭୂମିକାରେ ଅଭିନୟ କରିବେ ବୋଲି କୁହାଯାଉଛି। ଫିଲ୍ମରେ ଶହେରୁ ଅଧିକ ପୋଲିସ…
ବିଧାୟକଙ୍କୁ ଭେଟିବା ପାଇଁ ଅଡି ବସିଲେ ଶିବକୁମାର: ମୁମ୍ବାଇ ହୋଟେଲ ଆଗରେ ଲାଗିଲା ୧୪୪ ଧାରା
ମୁମ୍ବାଇ, ୧୦।୭: କର୍ନାଟକ ରାଜନୈତିକ ସଙ୍କଟ ଏବେ ବେଙ୍ଗାଲୁରୁ ଛାଡି ମୁମ୍ବାଇରେ ପହଞ୍ଚିଛି। ମେଣ୍ଟ ସରକାରରୁ ଇସ୍ତଫା ଦେବାପରେ କଂଗ୍ରେସ ଓ ଜେଡିଏସ ୧୦ ବିଧାୟକ ମୁମ୍ବାଇର ଏକ ୫ ଷ୍ଟାର ହୋଟେଲରେ ରହୁଛନ୍ତି। ବୁଧବାର ତାଙ୍କୁ ମନାଇବାକୁ କଂଗ୍ରେସ ନେତା…
Archives


