Posted inଜାତୀୟ

ମହାରାଷ୍ଟ୍ରରେ ପ୍ରବଳ ବର୍ଷା: ୬ ମୃତ

ମୁମ୍ବାଇ,୫ା୮(ଆଇଏଏନ୍‌ଏସ୍‌): ମହାରାଷ୍ଟ୍ରରେ ଦୁଇଦିନ ହେଲା ପ୍ରବଳ ବର୍ଷା ଲାଗି ରହିଥିବାବେଳେ ମୁମ୍ବାଇ ଓ ସତାରାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ବିଭିନ୍ନ ଅଞ୍ଚଳରେ ବନ୍ୟାପାଣି ଘେରରେ ରହିଯାଇଥିବା ୪୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ବାୟୁସେନା ହେଲିକପ୍ଟର ସହାୟତାରେ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ବାୟୁସେନା ଏବଂ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ନିୟୋଜିତ କରାଯାଇଛି। ସାନ୍ତାକ୍ରୁଜ୍‌ ଅଞ୍ଚଳରେ ବଜ୍ରପାତରେ ମାଆପୁଅଙ୍କ ମୃତ୍ୟୁ ହୋଇଥିବାବେଳେ ଧରାବୀରେ ଜଣେ ଯୁବକ ଭାସିଯାଇଛନ୍ତି। ପୁଣେରେ ଡ୍ରେନପାଣିରେ ଭାସିଯାଇ ଦୁଇଜଣଙ୍କ ମୃତ୍ୟୁ ହୋଇଛି।
ଶନିବାର ରାତିସାରା ପ୍ରବଳ ବର୍ଷା ଫଳରେ ମହାନଗରୀ ସମେତ ଆଖପାଖ ଅଞ୍ଚଳରେ ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି। ରବିବାର ସକାଳେ ଟ୍ରେନ୍‌ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପାଲଘର ଜିଲାରେ ଜଣେ ୧୬ ବର୍ଷର ନାବାଳକ ବନ୍ୟାପାଣିରେ ଭାସିଯାଇଛନ୍ତି। କ୍ରମାଗତ ଦୁଇଦିନ ଧରି ବର୍ଷା ଲାଗିରହିବା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଠାଣେ, ପାଲଘର ଜିଲା ଓ ନଓ୍ବି ମୁମ୍ବାଇ ସହରରେ ଦୁଇଦିନ ଧରି ଅବାରିତ ବର୍ଷା ଫଳରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିପଡ଼ିଛି। ୨୪ ଘଣ୍ଟାରେ ମୁମ୍ବାଇରେ ୧୦୦ ମିଲିମିଟର ବର୍ଷା ହୋଇଥିବାବେଳେ ଠାଣେ ଓ ନଓ୍ବି ମୁମ୍ବାଇରେ ୨୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ବିଭିନ୍ନ ରୁଟ୍‌ରେ ଲୋକାଲ ଟ୍ରେନ୍‌ ଚଳାଚଳ ବାତିଲ ଯୋଗୁ ଦୈନନ୍ଦିନ ଯାତ୍ରୀ ଅଫିସ ଯିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ରେଳଲାଇନ୍‌ ବର୍ଷାପାଣିରେ ବୁଡ଼ି ରହିଛି। ପୁଣେ-ମୁମ୍ବାଇ ଲାଇନରେ ମଧ୍ୟ ଟ୍ରେନ ଚଳାଚଳ ବନ୍ଦ ରହିଛି। ଦୁରନ୍ତୋ, କୋଣାର୍କ ଏକ୍ସପ୍ରେସ୍‌, ଅମୃତସର ଏକ୍ସପ୍ରେସ୍‌, ଦେବଗିରି ଏକ୍ସପ୍ରେସ ଭଳି ଦୂରଗାମୀ ଟ୍ରେନ୍‌ଗୁଡିକ ବିଭିନ୍ନ ସ୍ଥାନରେ ଅଟକି ରହିଛି। ବର୍ଷା ସାଙ୍ଗକୁ ଜୋରରେ ପବନ ବହିବା ଫଳରେ ସମୁଦ୍ରରେ ଉଚ୍ଚ ଜୁଆର ଆସିଛି। ଯାହା ଫଳରେ ବର୍ଷାପାଣି ନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇଛି। ମିଠି ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ବିପନ୍ନମାନଙ୍କୁ ରିଲିଫ କ୍ୟାମ୍ପକୁ ନିଆଯାଇଛି। ସେମାନଙ୍କୁ ଖାଦ୍ୟ ପ୍ୟାକେଟ ଓ ପାଣି ଯୋଗାଇ ଦିଆଯାଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ବାର୍ଭି ଏବଂ ଉଲାସ ନଦୀକୂଳିଆ ଅଞ୍ଚଳର ଲୋକମାନଙ୍କୁ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ଠାଣେ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଠାଣେ, ରତ୍ନଗିରି ଓ ପୁଣେରେ ସୋମବାର ସ୍କୁଲ କଲେଜ ଛୁଟି କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri