ଜାତୀୟ

ଇସ୍ତଫା ଦିଅନ୍ତୁ ତେଜସ୍ବୀ: ବଂଶବାଦକୁ ଦାୟୀ କଲେ ଆରଜେଡି ନେତା

ପାଟନା,୨୭।୫: ଲୋକ ସଭା ନିର୍ବାଚନରେ ଆରଜେଡିର ଶୋଚନୀୟ ପରାଜୟ ପରେ ଦଳ ବିରୋଧୀ ସ୍ବର ଉତ୍ତୋଳନ ହେବାରେ ଲାଗିଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀ ଯାଦବଙ୍କୁ ନିର୍ବାଚନରେ ଲଜ୍ଜାଜନକ ପରାଜୟର ଦାୟିତ୍ୱ…

ସିବିଆଇରେ ହାଜର ହେଲେନି ରାଜୀବ କୁମାର

କୋଲକାତା,୨୭।୫: କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାର ସୋମବାର ସିବିଆଇରେ ହାଜର ହୋଇ ନ ଥିବା ଜଣାପଡ଼ିଛି। ସକାଳ ୧୦ଟାରେ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏହା ପୂର୍ବରୁ କ୍ରାଇମ ଇନଭେଷ୍ଟିଭେସନ୍‌ ଡିପାର୍ଟମେଣ୍ଟ(ସିଆଇଡି)ଏକ ଚିଠି ଯାଞ୍ଚ ଏଜେନ୍ସିଙ୍କୁ…

ଶାକାହାରୀ ଯାତ୍ରୀଙ୍କୁ ମାଂସାହାରୀ ଖ୍ୟାଦ୍ୟ ପରଷି ଅଡ଼ୁଆରେ ଏୟାର ଏସିଆ ବିମାନ: ଲାଗିଲା ଦେଢ଼ଲକ୍ଷ ଟଙ୍କାର ଜରିମାନା

ଅମୃତଶର,୨୭।୫: ଜଣେ ଶାକାହାରୀ ଯାତ୍ରୀଙ୍କୁ ବିମାନରେ ମାଂସାହାରୀ ଖାଦ୍ୟ ଦେଇ ହଇରାଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ କନଜ୍ୟୁମର କୋର୍ଟରେ ଅଭିଯୋଗ କରାଯାଇଥିବା ବେଳେ ଏବେ ତା’ର ଶୁଣାଣି ହୋଇଛି। କୋର୍ଟ ଏହି ମାମଲାରଳ ଶୁଣାଣି କରି ଏୟାର ଏସିଆ ବିମାନ…

ଭାରତ ଛାଡିବେନି ହଜାର ହଜାର ଗାଈଙ୍କ ‘ମା’

ମଥୁରା, ୨୭।୫: ଭାରତରେ ରହି ଗୋସୁରକ୍ଷା କାର୍ଯ୍ୟ କରୁଥିବା ପଦ୍ମଶ୍ରୀ ଫ୍ରିଡେରିକ ଇରିନା ବୃର୍ନିଂଙ୍କ ଭିସା ଅବଧି ଏକବର୍ଷ ପାଇଁ ବଢାଇ ଦିଆଯାଇଛି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ହସ୍ତକ୍ଷେପ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଜର୍ମାନୀର ୬୧ ବର୍ଷ ବୟସ୍କା…

ନିର୍ବାଚନ ଫଳାଫଳ ଆସିବା ପରେ ଖାଇବା ଛାଡିଦେଇଥିଲେ ଲାଲୁ, ଡାକ୍ତର କହିଲେ ଏମିତି

ପାଟନା, ୨୭।୫: ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡାଦେଶ ଭୋଗୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଗତ ୩-୪ ଦିନ ହେବ ଜେଲରେ ମଧ୍ୟାହ୍ନ ଭୋଜନ ଖାଇବା ଛାଡିଦେଇଥିଲେ। ଫଳରେ ତାଙ୍କ…

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ କମଲ ହାସନଙ୍କୁ ମିଳିଲା ନିମନ୍ତ୍ରଣ

ନୂଆଦିଲ୍ଲୀ,୨୭।୫: ମକଲ ନିଧି ମଇଅମର ଅଧ୍ୟକ୍ଷ ତଥା ଭେଟେରାନ୍‌ ଅଭିନେତା କମଲ ହାସନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ମିଳିଛି। ସୂଚନାଯୋଗ୍ୟ, ଆସନ୍ତା ୩୦ ତାରିଖରେ ମୋଦି ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ…

କେମେଷ୍ଟ୍ରୀ ସାମ୍ନାରେ ହାରିଗଲା ପାଟିଗଣିତ: ମୋଦି

ବାରାଣସୀ,୨୭।୫: ଭାଜପାର ବିପୁଳ ବିଜୟ ପରେ ମେ ୩୦ରେ ନୂଆ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ନେବେ। ଦଳର ଏହି ବିଜୟ ପାଇଁ ଭାଜପାକର୍ମୀଙ୍କ ଲୋକ ସମ୍ପର୍କ, ଲୋକ ଶିକ୍ଷା, ଲୋକ ସଂଗ୍ରହ ତଥା ଲୋକ ସମର୍ପଣ ଦାୟୀ ବୋଲି…

ମଝି ରାସ୍ତାରେ ଟ୍ୟାଙ୍କରରେ ଲାଗିଲା ନିଆଁ

ମୁମ୍ବାଇ,୨୭।୫: ମହାରାଷ୍ଟ୍ର ଗୁୁରୁଗାଓଁରେ ଏକ ତେଲ ବୋଝେଇ ଟ୍ୟାଙ୍କରରେ ସୋମବାର ନିଆଁଲାଗିଯାଇଛି। ସ୍ଥାନୀୟ ଏକ ବ୍ରିଜ୍‌ ଉପରେ ଯାଉଥିବାବେଳେ ମଝି ରାସ୍ତାରେ ହଠାତ୍‌ ଟ୍ୟାଙ୍କର ଜଳି ଉଠିଥିଲା। ଫଳରେ ରାସ୍ତାରେ ଯାଉଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ ଦମକଳ…

ପରପାରିରେ ଭେଟେରାନ୍‌ କୋରିଓଗ୍ରାଫର ଭିରୁ ଦେବଗନ

ମୁମ୍ବାଇ,୨୭।୫: ବଲିଉଡ୍‌ ଦୁନିଆର ଭେଟେରାନ୍‌ ଆକ୍ସନ୍‌ କୋରିଓଗ୍ରାଫର ଭିରୁ ଦେବଗନଙ୍କ ସୋମବାର ପରଲୋକ ହୋଇଛି। ସୋମବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇ ଶାନ୍ତାକ୍ରୁଜର ସୂର୍ଯ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ହୃଦଘାତ ଯୋଗୁଁ ସେ ପ୍ରାଣ ହରାଇଥିବା…

ସିକ୍କିମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରେମ ସିଂ ତାମଙ୍ଗ

ଗ୍ୟାଙ୍ଗଟକ୍‌,୨୭।୫: ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା(ଏସ୍‌କେଏମ୍‌)ର ଅଧ୍ୟକ୍ଷ ପ୍ରେମ ସିଂ ତାମଙ୍ଗ ବା ପିଏସ୍‌ ଗୋଲେ ଭାବେ ପରିଚିତ ତାମଙ୍ଗ ସୋମବାର ସିକ୍କିମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସିକ୍କିମର ରାଜ୍ୟପାଳ ଗଙ୍ଗା ପ୍ରସାଦ ତାଙ୍କୁ ପାଲିଜୋର ଷ୍ଟାଡିୟମରେ ପଦ ଓ…

ନୋବେଲ ପୁରସ୍କାର ପାଇଁ ୧୧ଥର ଆବେଦନ କରିଥିଲେ ନେହେରୁ

ନୂଆଦିଲ୍ଲୀ,୨୭।୫: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ପୁଣ୍ୟ ତିଥି ସୋମବାର ପାଳିତ ହୋଇଛି। ପୃଥିବୀର ସର୍ବଶ୍ରେଷ୍ଠ ପୁରସ୍କାର ନୋବେଲ ପାଇଁ ନେହେରୁ ୧୧ଥର ଆବେଦନ କରିଥିଲେ। ତେବେ କୌଣସି ଥର ସେ ଏଥିରେ ସଫଳ ହୋଇ ନ ଥିଲେ। ଶେଷଥର…

ଦେଶର ବିଭାଜନ ପାଇଁ ନେହେରୁ ନୁହେଁ ଜିନ୍ନା ଓ ସାବରକର ଦାୟୀ

ରାୟପୁର,୨୭।୫: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲା ଭାରତ ବିଭାଜନ ନେଇ ଦେଇଛନ୍ତି ବିବାଦୀୟ ମନ୍ତବ୍ୟ। ସେ କହିଛନ୍ତି ଦେଶର ବିଭାଜନ ପାଇଁ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ ଦାୟୀ ନୁହଁନ୍ତି। ଏଥିପାଇଁ ମହମ୍ମଦ ଅଲ୍ଲୀ ଜିନ୍ନା ଏବଂ ବିନାୟକ ଦାମୋଦର ସାବରକର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri