ଜାତୀୟ

ଅରୁଣାଚଳ ପ୍ରଦେଶରୁ ମିଳିଲା ବିରଳ କଇଁଚ୍ଛ

ଇଟାନଗର: ବିରଳ ପ୍ରଜାତିର କଇଁଚ୍ଛ ‘ମନୌରିଆ ଇମ୍ପ୍ରେସା’ ଏବେ ଅରୁଣାଚଳ ପ୍ରଦେଶରେ ଦ୍ୱିତୀୟ ଥର ଦେଖିବାକୁ ମିଳିଛି। ଏହା ପ୍ରଥମଥର ଜୁନ, ୨୦୧୯ରେ ଦେଖିବାକୁ ମିଳିଥିଲା। ପପୁମ୍‌ ପାରେ ଜିଲାର ବନ୍ଦରଦଓ୍ବୋ ବନାଞ୍ଚଳ ଡିଭିଜନରେ କାକୋଇ ଅଞ୍ଚଳରୁ ଏହାକୁ ଉଦ୍ଧାର କରାଯାଇଛି।…

ବଢ଼ିଲା ଚିଦାମ୍ବରମଙ୍କ ରିମାଣ୍ଡ ଅବଧି

ନୂଆଦିଲ୍ଲୀ,୨୬।୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ସିବିଆଇ କୋର୍ଟ ପକ୍ଷରୁ ଲାଗିଛି ଝଟ୍‌କା। ସିବିଆଇ କୋର୍ଟ ତାଙ୍କ ରିମାଣ୍ଡ ଅବଧିକୁ ଆଉ ୪ ଦିନ ଅର୍ଥାତ୍‌ ଅଗଷ୍ଟ ୩୦କୁ ବଢ଼ାଇ ଦେଇଛନ୍ତି। ତେଣୁ ଆସନ୍ତା ୩୦ରେ ସେ କୋର୍ଟରେ ହାଜର ହେବେ…

ଗଙ୍ଗାରେ ବାପାଙ୍କ ଅସ୍ଥି ବିସର୍ଜନ ବେଳେ ଭାବୁକ ହେଲେ ରୋହନ

ଗଙ୍ଗାରେ ବାପାଙ୍କ ଅସ୍ଥି ବିସର୍ଜନ ବେଳେ ଭାବୁକ ହେଲେ ରୋହନ ହରିଦ୍ୱାର,୨୬।୮: ଉତ୍ତରାଖଣ୍ଡ ହରିଦ୍ୱାରର ହରକି ପୋଡି ସ୍ଥିତ ବ୍ରହ୍ମାକୁଣ୍ଡରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ଅସ୍ଥି ବିସର୍ଜନ କରାଯାଇଛି। ସ୍ବର୍ଗତ ଅରୁଣ ଜେଟଲୀଙ୍କ ପୁଅ…

ଭାଜପା ନେତାଙ୍କ ପରଲୋକକୁ ନେଇ ବିବାଦୀୟ ବୟାନ ଦେଲେ ସାଧ୍ୱୀ ପ୍ରଜ୍ଞା

ନୂଆଦିଲ୍ଲୀ,୨୬।୮: ନିଜର ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଭୋପାଳର ଭାଜପା ଏମ୍‌ପି ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ଏବେ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି। ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ଗୌରଙ୍କ ଭୋପାଳଠାରେ ଆୟୋଜିତ ଏକ…

ନୋଏଡା ସ୍ପାଇସ୍‌ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୨୬।୮: ରାଜଧାନୀ ଦିଲ୍ଲୀର ନୋଏଡା ସେକ୍ଟର ୨୫-ଏ ସ୍ଥିତ ସ୍ପାଇସ୍‌ ମଲ୍‌ରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁ ଏତେ ଭୟଙ୍କର ଥିଲା ଯେ, ଦୂର ଦୂରାନ୍ତରୁ ଏହାର ଧୂଆଁ ଦେଖାଯାଉଥିଲା। ଖବରପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଅଁାକୁ…

ଅଖିଳେଶଙ୍କ ଟାର୍ଗେଟରେ ମୋଦି ସରକାର: ଆମ ଅର୍ଥବ୍ୟବସ୍ଥାଠାରୁ ଭଲ ବାଂଲାଦେଶର

ଲକ୍ଷ୍ନୌ,୨୬।୮: ସମାଜବାଦୀ ପାର୍ଟି(ଏସ୍‌ପି)ର ଅଧ୍ୟକ୍ଷ ଅଖିଳେଶ ଯାଦବ ଆଇନ ବ୍ୟବସ୍ଥାକୁ ନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଉତ୍ତରପ୍ରଦେଶର ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଏହା ଏକ ହତ୍ୟାର ରାଜ୍ୟ ହୋଇଯାଇଛି ବୋଲି ସେ କହିଛନ୍ତି। ଅନ୍ୟପଟେ ଦେଶର ଅର୍ଥବ୍ୟବସ୍ଥାକୁ…

ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କଲେ ଅମିତ ଶାହ, ଆସିଲେନି ମମତା

ନୂଆଦିଲ୍ଲୀ, ୨୬।୮: ଦିଲ୍ଲୀର ବିଜ୍ଞାନ ଭବନରେ ନକ୍ସଲ ପ୍ରଭାବିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ବୈଠକକୁ ୧୦ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଡକାଯାଇଥିଲା। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ, ଓଡ଼ିଶାରୁ ନବୀନ ପଟ୍ଟନାୟକ, ଝାଡଖଣ୍ଡରୁ…

ପୁଣି ବଢିଲା ସୁନା ଦର, ସର୍ବୋଚ୍ଚସ୍ତରରେ ପହଞ୍ଚିଲା ରୁପା

ମୁମ୍ବାଇ,୨୬।୮: ଆମେରିକା ଓ ଚୀନ ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧର ପ୍ରଭାବ ଯୋଗୁ ସୁନା ଓ ରୁପା ଦର କ୍ରମାଗତ ବୃଦ୍ଧି ପାଇଛି। ସୋମବାର ସୁନା ଦର ୧.୪୫ ପ୍ରତିଶତ ବୃଦ୍ଧିପାଇ ୧୦ ଗ୍ରାମ ପ୍ରତି ୩୯,୩୦୦ ଟଙ୍କାରେ ପହଞ୍ଚିଛି।…

ଆୟର ଗୋଟିଏ ଭାଗ ଅଜଣା ମୃତଦେହ ସଂସ୍କାରରେ ଖର୍ଚ୍ଚ କରନ୍ତି ଆୟୁବ

ମହୀଶୂର,୨୬।୮: କର୍ନାଟକର ମହୀଶୂରରେ ରୁହନ୍ତି ଆୟୁବ ଅହମ୍ମଦ। ନିଶା ତାଙ୍କର ଅଜଣା ମୃତଦେହକୁ ସଂସ୍କାର କରିବା। ଆଉ ଫୁଟ୍‌ପାଥରେ ରହୁଥିବା ଲୋକଙ୍କୁ ସାହାଯ୍ୟ କରିବା। ମାତ୍ର ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ଆୟୁବଙ୍କ ଏହି କାମ ପାଇଁ ଏବେ ସେ…

ବିନା ଟିକେଟରେ ଟ୍ରେନ ଯାତ୍ରା କରୁଥିଲେ ସାବଧାନ, ଆସିଲା ନୂଆ ନିୟମ

ନୂଆଦିଲ୍ଲୀ, ୨୬।୮: ବିନା ଟିକେଟରେ ଟ୍ରେନ ଯାତ୍ରା କରୁଥିଲେ ସାବଧାନ ହୋଇଯାନ୍ତୁ। ଏଣିକି ଧରାପଡିଲେ ମୋଟା ଅଙ୍କରେ ଜରିମାନା ଦେବା ପଡିବ। ଏନେଇ ରେଳ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଛି। ବିନା ଟିକେଟରେ ଯାତ୍ରା କରୁଥିଲେ ଯାତ୍ରୀଙ୍କଠାରୁ ୫୦୦ରୁ…

ଆମ୍ବେଦକରଙ୍କ ମୂର୍ତ୍ତି ଭଙ୍ଗାକୁ ନେଇ କୋଏମ୍ବାଟୁର ବସ୍‌ଷ୍ଟାଣ୍ଡରେ ପଥରମାଡ଼

କୋଏମ୍ବାଟୁର,୨୬।୮: ତାମିଲନାଡୁରେ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ମୂର୍ତ୍ତି ଭାଙ୍ଗିବା ପରେ ଉତ୍ତେଜନା ଥମିବାର ନାଁ ନେଉନି। ଏନେଇ ସୋମବାର କୋଏମ୍ବାଟୁରର ବସ୍‌ଷ୍ଟାଣ୍ଡରେ ଏକ ତାମିଲ ସମ୍ପ୍ରଦାୟ ପକ୍ଷରୁ ପଥରମାଡ଼ କରାଯାଇଛି। ଏହି ଘଟଣାରେ ଦୁଇଟି ବସ୍‌ର କାଚ ଭାଙ୍ଗିଯାଇଛି। ଗୋଟିଏ…

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ଲଦାଖ ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୬।୮: ଆସନ୍ତା ୨୯ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲଦାଖ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପ୍ରତିରକ୍ଷା ମନ୍ତ୍ରୀଙ୍କର ଏହା ପ୍ରଥମ ଉଚ୍ଚ ସ୍ତରୀୟ ଗସ୍ତ ହେବ ବୋଲି କୁହାଯାଉଛି। ଏହି ଗସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?