ଜାତୀୟ

ଲେଖାହେବ ଭାରତୀୟ ସୀମା ବିବାଦର ଇତିହାସ: ସଚେତନ ହେବେ ସୀମା ବାସିନ୍ଦା

ନୂଆଦିଲ୍ଲୀ,୧୯।୯: ସୀମାବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସଚେତନ କରାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବା ଲାଗି ଯୋଜନା ହୋଇଛି। ଏନେଇ ଖୁବ୍‌ ଶୀଘ୍ର ଭାରତୀୟ ସୀମା ବିବାଦର ଇତିହାସ ଲେଖାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

ସୁଧୁରୁନି ପାକିସ୍ତାନ: ଅନ୍ତର୍ଜାତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର,୧୯।୯: ନିଜ କାର୍ଯ୍ୟରୁ ବାଦ୍‌ ପଡ଼ୁନି ପାକିସ୍ତାନ, ପୁଣି ଅନ୍ତର୍ଜାତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ସୂଚନା ମିଳିଛି। ଗୁରୁବାର କଠୁଆ ଜିଲାର ହିରାନଗର ସେକ୍ଟରରେ ପାକିସ୍ତାନୀ ରେଞ୍ଜର୍ସ ପକ୍ଷରୁ ଆଖିବୁଜା ଗୁଳିଚାଳନା କରାଯାଇଛି। ଏହାର ପ୍ରତି ଜବାବରେ ଭାରତୀୟ ସେନା…

୧୪୪ ଆସନ ନ ମିଳିଲେ ଭାଜପା ସହ ମେଣ୍ଟ କରିବନି ଶିବସେନା

ମୁମ୍ବାଇ,୧୯।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସବୁ ରାଜନୈତିକ ଦଳ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି। ଏମିତିକି ପ୍ରାୟ ସବୁ ଦଳ ଆସନ ବାଣ୍ଟିବା କାମ ସାରିଲେଣି କହିଲେ ଚଳେ। କିନ୍ତୁ ଏପର୍ଯ୍ୟନ୍ତ ଭାଜପା ଓ…

ଅନ୍ତିମ ସଂସ୍କାର ପାଇଁ ବୃଦ୍ଧାଙ୍କ ମୃତଦେହକୁ କାନ୍ଧରେ ବୋହିଲେ ବୋହୂ ଓ ଝିଅ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ବାରାଣାସୀ,୧୯।୯: ଜଣେ ୭୫ ବର୍ଷ ବୟସ୍କା ବୃଦ୍ଧାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାରରେ ପରିବାରର ବୋହୂ ଓ ଝିଅ ମାନେ ମିଳିମିଶି ମୃତଦେହକୁ କାନ୍ଧରେ ଶ୍ମଶାନକୁ ବୋହି ନେଇଛନ୍ତି। ସେଠାରେ ଝିଅ ବୃଦ୍ଧାଙ୍କୁ ମୁଖାଗ୍ନି ଦେଇଛନ୍ତି। ଏପରି ଏକ ନିଆରା ଘଟଣା…

କଂଗ୍ରେସକୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୧୯।୯: ଝାଡ଼ଖଣ୍ଡ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିବା ଡ. ଅଜୟ କୁମାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଗୁରୁବାର ସେ ଦିଲ୍ଲୀରେ ଆମ ଆଦମୀ ପାର୍ଟି(ଏଏପି)ରେ ଯୋଗ ଦେଇଛନ୍ତି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଉପସ୍ଥିତିରେ ସେ ଏଏପିରେ ଯୋଗ ଦେଇଥିବା…

ସୁରକ୍ଷାକର୍ମୀଙ୍କ ଟାର୍ଗେଟ୍‌ରେ ୨୭୩ ଆତଙ୍କବାଦୀ: ପ୍ରକାଶ ପାଇଲା ତାଲିକା

ଶ୍ରୀନଗର, ୧୯।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଏଠାରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ତାଲିକା ପ୍ରକାଶ ପାଇଛି। ଏଠାରେ ଥିବା ୨୭୩ ଆତଙ୍କବାଦୀ ମିଳିତ ସୁରକ୍ଷାକର୍ମୀଙ୍କ ଟାର୍ଗେଟ୍‌ରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୧୫୮…

ହାତୀ-ମଣିଷ ଲଢ଼େଇ: ୫ ବର୍ଷରେ ଛତିଶଗଡ଼ରେ ୩୨୫ ଲୋକ ଓ ୭୦ ହାତୀ ମୃତ

ରାୟପୁର,୧୯।୯: ଛତିଶଗଡ଼ରେ ହାତୀ-ମଣିଷ ମଧ୍ୟରେ ଲଢ଼େଇ ଥମିବାର ନାଁ ଧରୁନି। ଜଙ୍ଗଲ ପରିସୀମା କମିବାରୁ ହାତୀ ଖାଦ୍ୟ ତଥା ବାସ ଅଭାବରୁ ଜନବସତିରେ ପଶୁଛି। ଏହାଯୋଗୁ ରାଜ୍ୟରେ ପ୍ରତି ବର୍ଷ ୬୫ ଲୋକଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟୁଛି। ସେହିପରି ମଣିଷଙ୍କ…

ବିନା ଯୁଦ୍ଧରେ ଏକ ବର୍ଷ ମଧ୍ୟରେ ଭାରତକୁ ମିଳିଯିବ ପିଓକେ: ସତ୍ୟପାଲ୍‌ ମଲିକ୍‌

ଶ୍ରୀନଗର,୧୯।୯: ବିନା ଯୁଦ୍ଧରେ ଭାରତକୁ ଏକ ବର୍ଷ ମଧ୍ୟରେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ମିଳିଯିବ। ଏନେଇ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ୍‌ ଏକ ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି। ସରକାର ଜମ୍ମୁ-କଶ୍ମୀରରେ ବିକାଶ କାର୍ଯ୍ୟ ଜାରି ରଖିଲେ ଏହାର ସକାରାତ୍ମକ ପ୍ରଭାବ…

ଲାଲୁଙ୍କୁ କିଡ୍‌ନୀ ଦାନ କରିବାକୁ ଆଗେଇ ଆସିଲେ ପ୍ରିୟଙ୍କା

ପାଟନା,୧୯।୯: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲ ଦଣ୍ଡ ଭୋଗ କରୁଛନ୍ତି। ହେଲେ ସ୍ବାସ୍ଥ୍ୟଗତ କାରଣ ପାଇଁ ଏବେ ସେ ରାଞ୍ଚିର ରାଜେନ୍ଦ୍ର ଇନଷ୍ଟୁଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ(ରିମ୍ସ)ରେ…

ଭାରତ ସୀମାରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି ପାକ୍‌ ଆତଙ୍କବାଦୀ

ନୂଆଦିଲ୍ଲୀ,୧୯।୯: ଜମ୍ମୁ-କଶ୍ମୀରରେ ଭାରତ କରିଥିବା ପରିବର୍ତ୍ତନ ପରେ ପାକିସ୍ତାନ ହଡବଡେଇ ଯାଇଛି। ଏଥିପାଇଁ ସେ ନିୟମିତ ଭାବେ ଭାରତ ବିରୋଧରେ କିଛି ନା କିଛି ଉଦ୍ୟମ ଜାରି ରଖିଛି। ନିକଟରେ ସେ ଏହାକୁ ନେଇ ଅନ୍ତରାଷ୍ଟ୍ରୀୟ ସ୍ତରରେ ସାହାଯ୍ୟ ମାଗିଥିବା ବେଳେ…

ମୋଦି ସରକାରଙ୍କୁ କପିଲ୍‌ ସିବଲ୍‌ଙ୍କ କଡ଼ା ସମାଲୋଚନା: ଦେଶରେ ଚାଲିଛି ‘ହାଉଡି ଅର୍ଥନୀତି, ରାଉଡି ରାଜନୀତି’

ନୂଆଦିଲ୍ଲୀ,୧୯।୯: ଦେଶର ଆର୍ଥିକ ସ୍ଥିତିକୁ ନେଇ କଂଗ୍ରେସର ବରିଷ୍ଠ ନେତା କପିଲ୍‌ ସିବଲ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଗୁରୁବାର ଟୁଇଟ୍‌ ପୁଣି ଥରେ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ସମ୍ପ୍ରତି ଦେଶରେ ‘ହାଉଡି ଅର୍ଥନୀତି, ରାଉଡି ରାଜନୀତି’ ଚାଲିଛି।…

ଗଡ଼କରୀଙ୍କ ନୂଆ ନିୟମକୁ ବିରୋଧ: ଦିଲ୍ଲୀରେ ଅଖ-ଚକ ଜାମ୍‌

ନୂଆଦିଲ୍ଲୀ,୧୯।୯: ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ନୂଆ ଜରିମାନା ନିୟମକୁ ବିରୋଧ କରି ଦିଲ୍ଲୀରେ ଗୁରୁବାର ଅଖ-ଚକ ଜାମ୍‌ ଡାକରା ଦିଆଯାଇଛି। ମିଳିତ ପରିବହନ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବାରୁ ପରିବହନ ସେବା ଠପ୍‌ ହୋଇ ଯାଇଛି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?