ବାଙ୍ଗାଲୋରର କ୍ରମାଗତ ତୃତୀୟ ବିଜୟ
ବେଙ୍ଗାଲୁରୁ,୨୫।୪ (ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶେଷରେ ଲୟକୁ ଫେରିଛି। ଆରମ୍ଭରୁ କ୍ରମାଗତ ଭାବେ ପରାଜୟ ବରଣ କରିଆସୁଥିବା ବାଙ୍ଗାଲୋର ବୁଧବାର କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ୧୭ ରନରେ ପରାସ୍ତ…
ଦକ୍ଷିଣ କଶ୍ମୀରରୁ ୨୩ ଦିନରେ ୧୧ ଯୁବକ ନିଖୋଜ: ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ସନ୍ଦେହ
ଶ୍ରୀନଗର,୨୪।୪: ଗତ ୨୩ ଦିନ ମଧ୍ୟରେ ଦକ୍ଷିଣ କଶ୍ମୀରରୁ ୧୧ ଜଣ ଯୁବକ ନିଖୋଜ ରହିଛନ୍ତି। ସେମାନେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ନେଇ ସନ୍ଦେହ କରାଯାଉଛି। ଯୁବକମାନଙ୍କ ମଧ୍ୟରେ ଭ୍ରାନ୍ତ ଧାରଣ ଜନ୍ମାଇ ଏଭଳି କରାଯାଇଥିବା ଆଶଙ୍କା କରାଯାଉଛି। ପୁଲଓ୍ବାମାରୁ…
ଏଟିଏମରେ ପଶିଲା ସାପ: ୭ ଘଣ୍ଟା ପରେ ହେଲା ଉଦ୍ଧାର
କୋଏମ୍ବାଟୁର,୨୪।୪: ତାମିଲନାଡୁ କୋଏମ୍ବାଟୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ଏକ ଏଟିଏମ୍ରେ ସାପ ପଶିଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ସାପଟି ମେସିନ୍ ଭିତରେ ପଶି ରହିଥିଲା। ଟଙ୍କା ବାହାରିବା ସ୍ଥାନରେ ସାପର ଫଣା ଦେଖି ଜଣେ…
ମାଡ୍ରାସ୍ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ବିବାହରେ କିନ୍ନରଙ୍କୁ କୁହାଯିବ କନ୍ୟା
ମଦୁରାଈ,୨୪।୪: ହିନ୍ଦୁ ବିବାହ ଆଇନ୍ ଅନ୍ତର୍ଗତ ମାଡ୍ରାସ୍ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ବିବାହ ସମୟରେ କିନ୍ନରଙ୍କୁ କନ୍ୟା ଭାବେ ପରିଗଣିତ କରାଯିବ। ସାଧାରଣ ମହିଳାଙ୍କ ପରି ସେମାନଙ୍କୁ ମଧ୍ୟ ମହିଳା ଭାବେ ବିବେଚନା କରାଯିବ।…
ସ୍ବଚ୍ଛ ଭାରତ ମିଶନରେ ଉତ୍ସାହିତହୋଇ ୬୬ ଫୁଟର ଝାଡୁ ତିଆରିକଲେ ଶିକ୍ଷକ: ସୋସିଆଲ ମିଡ଼ିଆରେ ଭାଇରାଲ
ଜୟପୁର,୨୪।୪: କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନରେ ଉତ୍ସାହିତ ହୋଇ ରାଜସ୍ଥାନ ପଲାମୁର ଜଣେ ୨୨ ବର୍ଷ ବୟସ୍କ ଶିକ୍ଷକ ତିଆରି କରିଛନ୍ତି ୬୬ ଫୁଟର ଏକ ଝାଡୁ। ଶିକ୍ଷକ ଅଶୋକ କୁମାର ଠାକୁର ବାସ ସ୍ଥିତ ରାଜକୀୟ ପ୍ରବେଶିକା ସଂସ୍କୃତ…
କଂଗ୍ରେସ ପ୍ରଚାରକଙ୍କ ସାଇକେଲ ମରାମତି ପାଇଁ ଗାଡ଼ିରୁ ଓହ୍ଲାଇଲେ ପ୍ରିୟଙ୍କା
ଅମେଠି,୨୪।୪: ଉତ୍ତରପ୍ରଦେଶ ଅମେଠିରେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି। ସେ ରାସ୍ତାରେ ଯାଉଥିବାବେଳେ ସ୍ଥାନୀୟ ଗୌରୀଗଞ୍ଜ ଅଞ୍ଚଳରେ ଜଣେ କଂଗ୍ରେସ ପ୍ରଚାରକଙ୍କ ସାଇକେଲ ଖରାପ ହୋଇଥିବା ଦେଖି ଗାଡ଼ିରୁ ଓହ୍ଲାଇ ଏହାର ମରାମତି…
ଜୋର୍ ଧରିଲା ଚପଲ ରାଜନୀତି: ସ୍ମୃତି ଇରାନୀଙ୍କ ଠିକଣାରେ ଚପଲ ପଠାଇବାକୁ ଅଡ଼ି ବସିଲେ ଗ୍ରାମବାସୀ
ଅମେଠି,୨୪।୪: ଉତ୍ତରପ୍ରଦେଶ ଅମେଠି ଲୋକ ସଭା ଆସନରେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ସ୍ମୃତି ଇରାନୀଙ୍କ ମଧ୍ୟରେ ଚପଲ ରାଜନୀତି ଜୋର ଧରିଛି। ଏହାକୁ ନେଇ ସୋସିଆଲ୍ ମିଡ଼ିଆରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ସ୍ମୃତି ଇରାନୀ…
ଚର୍ମ କର୍କଟ ଉପରେ ଗବେଷଣା: ପ୍ରଫେସରଙ୍କୁ ୮୨ ଲକ୍ଷ ଫେଲୋଶିପ୍
ରାୟପୁର,୨୪।୪: ଛତିଶଗଡ଼ ରାୟପୁର ସ୍ଥିତ ପଣ୍ଡିତ ରବିଶଙ୍କର ଶୁକ୍ଳା ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଅମ୍ବର ବ୍ୟାସ୍ଙ୍କୁ ଚର୍ମ କର୍କଟ ଉପରେ ଗବେଷଣା ପାଇଁ ୮୧ ଲକ୍ଷ ୯୮ ହଜାର ୨ଶହ ଟଙ୍କାର ଫେଲୋଶିପ୍ ପ୍ରଦାନ କରାଯାଇଛି। ବ୍ୟକ୍ତିଗତ ଭାବେ କୌଣସି ଏକ…
ଅକ୍ଷୟ କୁମାରଙ୍କୁ ମୋଦି କହିଲେ ମନର କଥା: ମମତା ଦିଦି କୁର୍ତ୍ତା ଓ ମିଠା ଉପହାର ଦିଅନ୍ତି
ନୂଆଦିଲ୍ଲୀ,୨୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ୍କାର ବଲିଉଡ୍ ଅଭିନେତା ଅକ୍ଷୟ କୁମାର ନେଇଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନିଜର ମନର କଥା ଖୋଲି କହିଛନ୍ତି। ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ସହିତ ସମ୍ପର୍କ ବିଷୟରେ ମୋଦି କହିଛନ୍ତି ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…
ପ୍ରତି ମାସରେ ୨୬% ହାରରେ କମୁଛି ନିଯୁକ୍ତି
ନୂଆଦିଲ୍ଲୀ,୨୪-୪: ବିଗତ କିଛି ମାସ ହେବା ଦେଶରେ ଧିମା ହୋଇଛି ନିଯୁକ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫଓ)ର ସଦ୍ୟତମ ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ଏହା ଜଣାପଡୁଛି। ଗତବର୍ଷ ଅକ୍ଟୋବରରୁ ସଂଗଠିତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ହାରାହାରି ୨୬% ହାରରେ କମିବାରେ ଲାଗିଛି। ତେବେ…
ଉତ୍ତର-ପଶ୍ଚିମ ଦିଲ୍ଲୀରୁ ଭାଜପା ପ୍ରାର୍ଥୀ ହେଲେ ହଂସରାଜ
ନୂଆଦିଲ୍ଲୀ,୨୪ା୪: ଭାଜପା ମଙ୍ଗଳବାର ଗାୟକ ହଂସରାଜ ହଂସଙ୍କୁ ଉତ୍ତର-ପଶ୍ଚିମ ଦିଲ୍ଲୀ ଲୋକ ସଭା ଆସନରୁ ପ୍ରାର୍ଥୀ କରିଛି। ଏଥର ଏହି ଆସନ ପାଇଁ ବର୍ତ୍ତମାନର ସାଂସଦ ଉଦିତ ରାଜଙ୍କୁ ବାଦ୍ ଦିଆଯାଇଛି। ହଂସରାଜ ଉକ୍ତ ଆସନର କଂଗ୍ରେସ ପ୍ରାର୍ଥୀ ରାଜେଶ ଲିଲୋଥିଆ…
ପୁଣି ଇଭିଏମ୍ ଦୋଷ: ପ୍ରଶ୍ନ ଉଠାଇଲେ ବିରୋଧୀ
ମୁମ୍ବାଇ/ଲକ୍ଷ୍ନୌ,୨୪।୪(ପି.ଟି.): ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଚାଲିଥିବାବେଳେ ଦେଶର ବିଭିନ୍ନ ସ୍ଥାନରେ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେଶିନ୍ (ଇଭିଏମ୍)ରେ ତ୍ରୁଟି ଦେଖାଦେଇଛି। ଏହାକୁ ନେଇ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ମୁଖ୍ୟ ଶରଦ ପାଓ୍ବାର ଏବଂ ସମାଜବାଦୀ ପାର୍ଟି (ଏସ୍ପି) ଅଧ୍ୟକ୍ଷ ଅଖିଳେଶ ଯାଦବ…
Archives


