Posted inଜାତୀୟ

ବାଙ୍ଗାଲୋରର କ୍ରମାଗତ ତୃତୀୟ ବିଜୟ

ବେଙ୍ଗାଲୁରୁ,୨୫।୪ (ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶେଷରେ ଲୟକୁ ଫେରିଛି। ଆରମ୍ଭରୁ କ୍ରମାଗତ ଭାବେ ପରାଜୟ ବରଣ କରିଆସୁଥିବା ବାଙ୍ଗାଲୋର ବୁଧବାର କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ୧୭ ରନରେ ପରାସ୍ତ କରି କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଏଥିସହିତ ଚଳିତ ସେସନରେ ବାଙ୍ଗାଲୋର ପ୍ରଥମଥର ପାଇଁ ପଏଣ୍ଟ ତାଲିକାର ଗୋଟିଏ ପାହାଚ ଉପରକୁ ଉଠି ରାଜସ୍ଥାନ ରୟାଲ୍ସକୁ ପଛରେ ପକାଇ ସପ୍ତମ ସ୍ଥାନ ଅଧିକାର କରିଛି। ୧୧ଟି ମ୍ୟାଚ୍‌ ଖେଳି ବାଙ୍ଗାଲୋର ୪ ବିଜୟ ଓ ୭ ପରାଜୟ ସହ ୮ ପଏଣ୍ଟ ପାଇଛି। ସ୍ଥାନୀୟ ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବାଙ୍ଗାଲୋର ୪ ଉଇକେଟ ହରାଇ ୨୦୨ ରନ ସଂଗ୍ରହ କରିଥିଲା। ଜବାବରେ ପଞ୍ଜାବ ୭ ଉଇକେଟ ହରାଇ ୧୮୫ ରନରେ ସୀମିତ ରହି ମ୍ୟାଚ୍‌ ହାତଛଡ଼ା କରିଥିଲା। ଅପରାଜିତ ୮୨ ରନର ଦ୍ରୁତ ପାଳି ଖେଳିଥିବା ଅଭିଜ୍ଞ ଏବି ଡିଭିଲର୍ସ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।

୨୦୩ ରନ ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ପଞ୍ଜାବ ଭଲ ଆରମ୍ଭ କରିଥିଲେ ମଧ୍ୟ ପ୍ରଥମେ ବିସ୍ଫୋରକ ଓପନର କ୍ରିସ୍‌ ଗେଲଙ୍କୁ ହରାଇଥିଲା। ଗେଲ ୧୦ ବଲରୁ ୪ ଚୌକା ୧ ଛକା ସହ ୨୩ ରନ କରି ଆଉଟ ହେବା ପରେ ମୟଙ୍କ ଅଗ୍ରଓ୍ବାଲ ୨୧ ବଲରୁ ୫ ଚୌକା ଓ ୧ ଛକା ସହ ୩୫ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅନ୍ୟତମ ଓପନର ଲୋକେଶ ରାହୁଲ ୨୭ଟି ବଲର ସମ୍ମୁଖୀନ ହୋଇ ୭ ଚୌକା ଓ ୧ ଛକା ସହ ୪୨ ରନର ଦ୍ରୁତ ଇନିଂସ ଖେଳିଥିଲେ। ଏହାପରେ ଚତୁର୍ଥ ଉଇକେଟ ଯୋଡିରେ ଡେଭିଡ ମିଲର ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ନିକୋଲାସ ପୁରାନ ଜବରଦସ୍ତ ପ୍ରଦର୍ଶନ କରି ୪୮ ବଲରୁ ୬୮ ରନ ସଂଗ୍ରହ କରିଥିଲେ। ତେବେ ମିଲର ୨୫ ବଳର ୨ ଚୌକା ସହ ୨୪ ରନକରି ଆଉଟ ହୋଇଥିଲେ। ୧୯ତମ ଓଭରରେ ନବଦୀପ ସଇନି ୩ ରନ ବ୍ୟୟ କରି ମିଲର ଓ ପୁରାନଙ୍କୁ ଆଉଟ କରି ମ୍ୟାଚ୍‌ର ମୋଡ ବଦଳାଇଥିଲେ। ପୁରାନ ୨୮ ବଲରୁ ୧ ଚୌକା ଓ ୫ ଛକା ସହ ୪୬ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅନ୍ତିମ ଓଭରରେ ବିଜୟ ପାଇଁ ୨୭ ରନ ଆବଶ୍ୟକ ହେଉଥିବା ବେଳେ ପଞ୍ଜାବ ୨ ଉଇକେଟ ହରାଇ ୯ ରନ ସଂଗ୍ରହ କରି ବିଜୟଠାରୁ ୧୮ ରନ ଦୂରରେ ରହିଯାଇଥିଲା। ରବିଚନ୍ଦ୍ରନ ଅଶ୍ୱିନ ୬, ହାର୍ଡୁସ ଭିଲଜୋଏନ ବିନାସ୍କୋରରେ ଆଉଟ ହୋଇଥିଲେ ଓ ମୁରୁଗାନ ଅଶ୍ୱିନ ୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ବାଙ୍ଗାଲୋର ତରଫରୁ ଉମେଶ ଯାଦବ ୩, ସଇନି ୨, ମାର୍କସ ଷ୍ଟୋଇନିସ ଓ ମୋଇନ ଅଲି ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

ଅଭିଜ୍ଞ ଏବି ଡିଭିଲର୍ସ ଓ ମାର୍କସ ଷ୍ଟୋଇନିସ୍‌ଙ୍କ ଧୂଆଁଧାର ବ୍ୟାଟିଂ ବଳରେ ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋର ୨୦୦ରୁ ଊର୍ଦ୍ଧ୍ୱ ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଅନ୍ତିମ ୩ ଓଭରରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୬୪ ରନ ସଂଗ୍ରହ କରି ଘରୋଇ ଦର୍ଶକଙ୍କର ଜବରଦସ୍ତ ମନୋରଞ୍ଜନ କରିଥିଲେ। ପଞ୍ଚମ ଉଇକେଟ ଯୋଡିରେ ଡିଭିଲର୍ସ ଓ ଷ୍ଟୋଇନିସ୍‌ ୬୬ଟି ବଲର ସମ୍ମୁଖୀନ ହୋଇ ଅପରାଜିତ ୧୨୧ ରନର ଭାଗୀଦାରି ସ୍ଥାପନ କରି ଦଳକୁ ବୃହତ୍‌ ସ୍କୋର ପ୍ରଦାନ କରିଥିଲେ। ଏହି ଦୁଇ ବ୍ୟାଟ୍ସମ୍ୟାନ ୧୮ତମ ଓଭରରେ ୧୬, ୧୯ତମ ଓଭରରେ ୨୧ ସଂଗ୍ରହ କରିଥିଲେ। ଅନ୍ତିମ ଓଭରରେ ହାର୍ଡୁସ ଭିଲଜୋଏନ ୨୭ ରନ ବ୍ୟୟ କରି ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଏହାପୂର୍ବରୁ ଅଧିନାୟକ ବିରାଟ କୋହଲି, ମୋଇନ୍‌ ଅଲି ଓ ଆକାଶଦୀପ ନାଥ  ବିଫଳ ପ୍ରଦର୍ଶନ କରିଥିଲେ। କୋହଲି ୮ ବଲରୁ ୨ ଚୌକା ସହ ୧୩ ରନ କରି ଆଉଟ ହେବା ପରେ ଓପନର ପାର୍ଥତ୍ବ ପଟେଲ ୪୩ ରନ  (୨୪ ବଲ, ୭ ଚୌକା, ୨ ଛକା) କରି ପ୍ୟାଭିଲିୟନ ଫେରିଥିଲେ। ସେହିପରି ମୋଇନ ୪ ଓ ଆକାଶଦୀପ ୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ଡିଭିଲର୍ସ ୪୪ଟି ବଲର ସମ୍ମୁଖୀନ ହୋଇ ୩ ଚୌକା ଓ ୭ ଛକା ସହ ୮୨ ରନର ଇନିଂସ ଖେଳି ଓ  ଷ୍ଟୋଇନିସ୍‌ ୩୪ ବଲରୁ ୨ ଚୌକା ଓ ୩ ଛକା ସହ ୪୬ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ପଞ୍ଜାବ ତରଫରୁ ମହମ୍ମଦ ସାମି, ମୁରୁଗାନ ଅଶ୍ୱିନ, ରବିଚନ୍ଦ୍ରନ ଅଶ୍ୱିନ ଓ ହାର୍ଡୁଲ ଭିଲଜୋଏନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ: ଚର୍ଚ୍ଚାରେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍‌ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର…

‘ପ୍ରଥମେ ନିଜ ନେମ୍‌ ଟ୍ୟାଗ ଲଗାନ୍ତୁ…’ ସାମ୍ବାଦିକମାନଙ୍କ ପାଇଁ ଦିଲ୍ଲୀ ପୋଲିସର ପରାମର୍ଶ ଉପରେ ଦୀପକେଙ୍କ ବ୍ୟଙ୍ଗ

ନୂଆଦିଲ୍ଲୀ,୬।୧୦: ଏକ ସୋସିଆଲ ମିଡିଆ ପୋଷ୍ଟରେ, ଦିଲ୍ଲୀ ପୋଲିସ କହିଛି ଯେ କାହାଣୀ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ କିପରି ଗ୍ରହଣ କରାଯାଏ ତାହା ମଧ୍ୟ ସମାନ…

ବିଶ୍ୱର ସବୁଠୁ ବଡ଼ ପରୀକ୍ଷା: ୫ମ ସ୍ଥାନରେ ଏନ୍‌ଇଇଟି ୟୁଜି

ନୂଆଦିଲ୍ଲୀ,୬।୧୦: ଭାରତର ସବୁଠାରୁ ବଡ଼ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି ୟୁଜି ବିଶ୍ୱର ସବୁଠାରୁ ବଡ଼ ପରୀକ୍ଷାଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି। ଏସବିଆଇ ରିସର୍ଚ୍ଚର ଏକ ରିପୋର୍ଟ…

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

ମହିଳା ଖବରଦାତାଙ୍କୁ ଅସଦାଚରଣ କରିଥିବା ଏସିପିଙ୍କୁ ପଦୋନ୍ନତି, ଦେଶରେ ହଇଚଇ!

ନୂଆଦିଲ୍ଲୀ,୬।୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର (ସିିଇସି) ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବିରେ ଗତ ଶନିବାର ନୂଆଦିଲ୍ଲୀରେ ବିକ୍ଷୋଭ ବେଳେ ଖବର ସଂଗ୍ରହ କରିବାକୁ ଯାଇଥିବା ୩ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?