ହସ୍ପିଟାଲରେ ନିଶାମୁକ୍ତି ଚିକିତ୍ସା ପାଇଁ ଫିସ୍ ବଦଳରେ ନିଆଯାଏ ଆଉ ଏପରି ନ କରିବାକୁ ଶପଥ
ଭୋପାଳ,୨୬।୬: ଜୁନ୍ ୨୬ରେ ଅନ୍ତର୍ଜାତୀୟ ନିଶା ମୁକ୍ତି ଦିବସ ପାଳିତ ହୋଇଥାଏ। ଭାରତରେ ନିଶାରୁ ମୁକ୍ତି ପାଇଁ ବିଭିନ୍ନ ହସ୍ପିଟାଲ ରହିଛି। ତେବେ ମଧ୍ୟପ୍ରଦେଶ ପିଙ୍ଗ୍ଲେଶ୍ୱରଠାରେ ଥିବା ବାବା ଜୟ ଗୁରୁଦେବ ଆଶ୍ରମରେ ନିଶାମୁକ୍ତି ଲାଗି ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ କୌଣସି ଫିସ୍…
ଭାରତରେ ଆମେରିକା ବୈଦେଶିକ ମନ୍ତ୍ରୀ ପୋମ୍ପିଓ: ଆଜି ମୋଦିଙ୍କୁ ଭେଟିବେ
ନୂଆଦିଲ୍ଲୀ,୨୬।୬: ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିୟୋ ତିନିଦିନିଆ ଭାରତ ଗସ୍ତରେ ଆସିଛନ୍ତି ମାଇକ ପୋମ୍ପିୟୋ। ଏହି ଗସ୍ତ ଅବସରରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କରଙ୍କୁ ମାଇକ ପୋମ୍ପିୟୋ ଭେଟିବାର କାର୍ଯ୍ୟକ୍ରମ ରହିଛି। ଜୁଲାଇ…
ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀର ଗସ୍ତରେ ଅମିତ ଶାହ:ସୁରକ୍ଷା ବ୍ୟବସ୍ଥା କରିବେ ଯାଞ୍ଚ
ଶ୍ରୀନଗର, ୨୬।୬: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବୁଧବାର ଜମ୍ମୁ-କଶ୍ମୀର ଗସ୍ତରେ ଯାଇଛନ୍ତି। ମନ୍ତ୍ରୀ ହେବା ପରେ ଶାହ ପ୍ରଥମଥର ଜମ୍ମୁ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବେ। ଜୁଲାଇ ୧ରୁ ଅମରନାଥ ଯାତ୍ରା ଆରମ୍ଭ ହେଉଥିବାବେଳେ…
ବିହାର-ଉତ୍ତରପ୍ରଦେଶରେ ସ୍ବାସ୍ଥ୍ୟ ସେବା ଅତି ଖରାପ: ନୀତି ଆୟୋଗ ରିପୋର୍ଟ
ନୂଆଦିଲ୍ଲୀ,୨୬।୬: ବିହାର ଏବଂ ଉତ୍ତରପ୍ରଦେଶରେ ସ୍ବାସ୍ଥ୍ୟ ସେବା ଅତି ଖରାପ ବୋଲି ନୀତି ଆୟୋଗ ଦ୍ୱାରା ପ୍ରକାଶିତ ସ୍ବାସ୍ଥ୍ୟ ସୂଚକାଙ୍କ-୨୦୧୯ ରିପୋର୍ଟରେ ଦର୍ଶାଯାଇଛି। ବିହାର ୨୦ ଏବଂ ଉତ୍ତରପ୍ରଦେଶ ୨୧ତମ ସ୍ଥାନରେ ରହିଛନ୍ତି। ବିହାର ଏବଂ ଉତ୍ତରପ୍ରଦେଶରେ ଭାଜପା ସରକାର ଥିଲେ…
ଜୁଳୁଜୁଳିଆ ପୋକ ଦେଉଛି ପେଟକୁ ଦାନା
ପୁଣେ,୨୬।୬: ଲୋକେ ରାତିରେ ଘରେ ବସି ଟିଭି ଅଥବା ମୋବାଇଲ୍ରେ ବ୍ୟସ୍ତ ଥିବାବେଳେ ପୁଣେର ରାଜମାଛି ଅଞ୍ଚଳର ଗ୍ରାମବାସୀ ପ୍ରାକୃତିକ ଲାଇଟ୍ ଶୋ’ ଆୟୋଜନ କରିଥାନ୍ତି। ଏଠାକାର କେତେକ ଗାଁରେ ଅନ୍ଧାର ହେଲେ ଅସଂଖ୍ୟ ଜୁଳୁଜୁଳିଆ ପୋକ ଉଡ଼ିବୁଲନ୍ତି। ସେମାନଙ୍କୁ ଦେଖିବା…
ତ୍ରାଲ୍ରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ
ଶ୍ରୀନଗର,୨୬।୬: ଜମ୍ମୁ-କଶ୍ମୀର ପୁଲଓ୍ବମା ଜିଲାରେ ବୁଧବାର ସକାଳେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ତ୍ରାଲ୍ ଅଞ୍ଚଳର ନାଗବଳ ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ୪୨ ରାଷ୍ଟ୍ରୀୟ ରାଇଫଲସ୍ ଏବଂ ଏସ୍ପିଜି ଯବାନ ଏଠାରେ ଘେରାବନ୍ଦୀ ଆରମ୍ଭ କରିଥିଲେ। ଆତଙ୍କବାଦୀଙ୍କୁ…
ଚନ୍ଦ୍ରାବାବୁଙ୍କ ଜନତା ଦରବାରକୁ ଭାଙ୍ଗିଲା ଜେସିବି
ଅମରାବତୀ,୨୬।୬: ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ଦ୍ୱାରା ନିର୍ମିତ ବିଲ୍ଡିଂ ପ୍ରଜା ବେଦିକାର ଭଙ୍ଗା କାର୍ଯ୍ୟ କାରି ରହିଛି। ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ ମୋହନ ରେଡ୍ଡୀ ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏଠାରେ ଚନ୍ଦ୍ରାବାବୁଙ୍କ ଶାସନ ସମୟରେ ଜନତା…
ଓଡ଼ିଶାରେ ୬୪ ଜୀବନ ନେଇଛି ଫନୀ
ନୂଆଦିଲ୍ଲୀ, ୨୬ା୬(ପି.ଟି.): ବାତ୍ୟା ‘ଫନୀ’ ଯୋଗୁ ଓଡ଼ିଶା ବିଶେଷଭାବେ ପ୍ରଭାବିତ ହୋଇଥିବାବେଳେ ଏଥିରେ ୬୪ ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରିପୋର୍ଟରେ ଦର୍ଶାଯାଇଛି। ରାଜ୍ୟର ମୋଟ ୧.୪ ଲକ୍ଷ ହେକ୍ଟର ଚାଷଜମି ଏହାଦ୍ୱାରା ପ୍ରଭାବିତ ହୋଇଥିବା ମଙ୍ଗଳବାର ରିପୋର୍ଟରେ…
ସଲମାନ୍ଙ୍କ ବିରୋଧରେ ମାମଲା
ମୁମ୍ବାଇ,୨୬ା୬(ପି.ଟି.): ମୁମ୍ବାଇର ଜଣେ ଖବରଦାତା ବଲିଉଡ୍ ଅଭିନେତା ସଲମାନ୍ ଖାନଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରିଛନ୍ତି। ଜେକେ ନ୍ୟୁଜ୍ ଚ୍ୟାନେଲ୍ର ମହାରାଷ୍ଟ୍ର ମୁଖ୍ୟ ଅଶୋକ ଏସ୍. ପାଣ୍ଡେ ଅନ୍ଧେରୀର ଟେନ୍ଥ କୋର୍ଟରେ ଖାନ୍ ଏବଂ ତାଙ୍କର ଦୁଇ ସହଯୋଗୀଙ୍କ ବିରୋଧରେ…
ତାମିଲନାଡୁର ୬ ରାଜ୍ୟ ସଭା ଆସନ: ଜୁଲାଇ ୧୮ରେ ନିର୍ବାଚନ
ନୂଆଦିଲ୍ଲୀ,୨୬ା୬(ପି.ଟି.): ତାମିଲନାଡୁର ୬ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ। ଏଥିଲାଗି ଜୁଲାଇ ୧ରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମଙ୍ଗଳବାର ନିର୍ବାଚନ କମିଶନ (ଇସି)ଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଜୁଲାଇ ୨୪ରେ ତାମିଲନାଡ଼ୁର…
ନାମାଙ୍କନପତ୍ର ଦାଖଲ କଲେ ଜୟଶଙ୍କର
ନୂଆଦିଲ୍ଲୀ,୨୬ା୬(ପି.ଟି.): ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଗୁଜରାଟରୁ ଭାଜପାର ରାଜ୍ୟ ସଭା ପ୍ରାର୍ଥୀ ହୋଇଛନ୍ତି। ଜୁଲାଇ ୫ରେ ହେବାକୁ ଥିବା ଉପନିର୍ବାଚନ ଲାଗି ସେ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଭାଜପାରେ ବିଧିବଦ୍ଧ ଭାବେ ଯୋଗଦେବା ପରେ ଅହମଦାବାଦରେ ସୋମବାର ସନ୍ଧ୍ୟାରେ…
‘ଜୟ ଶ୍ରୀରାମ’ ନ କହିବାରୁ ମଦ୍ରାସା ଶିକ୍ଷକଙ୍କୁ ଚଳନ୍ତା ଟ୍ରେନ୍ରୁ ଫିଙ୍ଗିଦେଲେ
କୋଲକାତା,୨୬ା୬ (ଆଇଏଏନ୍ଏସ୍): ପଶ୍ଚିମବଙ୍ଗର ଜଣେ ମଦ୍ରାସା ଶିକ୍ଷକ ‘ଜୟ ଶ୍ରୀରାମ’ ନ କହିବାରୁ ତାଙ୍କୁ ମାଡ଼ ମରାଯିବା ସହ ଚଳନ୍ତା ଟ୍ରେନ୍ରୁ ଫିଙ୍ଗି ଦିଆଯାଇଛି। ୨୨ ବର୍ଷୀୟ ତବ୍ରେଜ୍ ଅନ୍ସାରୀଙ୍କୁ ‘ଜୟ ଶ୍ରୀରାମ’ ଓ ‘ଜୟ ହନୁମାନ’ କହିବାକୁ ବାଧ୍ୟକରି ୧୮…
Archives


