ଜାତୀୟ

ପଶୁ ଚୋରି ସନ୍ଦେହରେ ୩ ଜଣଙ୍କୁ ପିଟିପିଟି ମାରିଦେଲେ ଗାଁ ଲୋକେ

ପାଟଣା, ୧୯।୭: ବିହାରରେ ଏକ ଅଭାବନୀୟ ଘଟଣା ଘଟିଛି। ପଶୁ ଚୋରି ସନ୍ଦେହରେ ୩ ଜଣଙ୍କୁ ପିଟିପିଟି ହତ୍ୟା କରିଛନ୍ତି ଗାଁ ଲୋକେ। ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଛପ୍ରାର ବନିଆପୁରରେ ଶୁକ୍ରବାର ସକାଳେ ଗ୍ରାମବାସୀ…

୧୦୦ରୁ ଅଧିକ ଏନ୍‌କାଉଣ୍ଟର କରିଥିବା ପୋଲିସ ଶେଷରେ ଚାକିରି ଛାଡି କରିବେ ରାଜନୀତି

ପୁଣେ, ୧୯।୭: ମହାରାଷ୍ଟ୍ରର ଲୋକପ୍ରିୟ ପୋଲିସ ଅଫିସର ପ୍ରଦୀପ ଶର୍ମା ଚାକିରିରୁ ଇସ୍ତଫା ଦେଇଛନ୍ତି। ଠାଣେ କ୍ରାଇମବ୍ରାଞ୍ଚ୍‌ରେ କାର୍ଯ୍ୟରତ ଥିବା ପ୍ରଦୀପ ରାଜନୀତିରେ ଯୋଗଦେବା ପାଇଁ ଚାକିରି ଛାଡିଥିବା କୁହାଯାଉଛି। ସେ ଶିବସେନା ଟିକେଟରୁ ବିଧାନସଭା ନିର୍ବାଚନ ଲଢିପାରନ୍ତି ବୋଲି ଜଣାପଡିଛି।…

ଭାଇଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରତିକ୍ରିୟା ରଖିଲେ ମାୟାବତୀ: ପ୍ରଥମେ ନିଜ ୨ହଜାର କୋଟିର ହିସାବ ଦେଉ ଭାଜପା

ଲକ୍ଷ୍ନୌ,୧୯।୭: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ସୁଶ୍ରୀ ମାୟାବତୀଙ୍କ ଭାଇ ତଥା ଦଳର ଉପାଧ୍ୟକ୍ଷ ଆନନ୍ଦ କୁମାରଙ୍କ ଘରେ ଆୟକର ବିଭାଗର ଚଢ଼ାଉ। ଗୁରୁବାର ଆନନ୍ଦ କୁମାର ଓ ଉତ୍ତରପ୍ରଦେଶ ନୋଏଡାରେ ଥିବା ସ୍ତ୍ରୀ ବିଚିତ୍ର ଲତାଙ୍କ ବେନାମୀ ଫ୍ଲାଟକୁ ଆୟକର…

ସଡ଼କ ଦୁର୍ଘଟଣାରେ ଶିଶୁ କଳାକାର ମୃତ

ମୁମ୍ବାଇ: ‘ସଙ୍କଟମୋଚନ ହନୁମାନ’ ଓ ‘ସସୁରାଲ ସିମର କା’ ଭଳି ପ୍ରମୁଖ ସିରିୟଲରେ କାମ କରିଥିବା ଟେଲି ଶିଶୁ କଳାକାର ଶିବଲେଖ ସିଂହଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୪ ବର୍ଷ ହୋଇଥିଲା। ଗୁରୁବାର ଅପରାହ୍ନରେ…

ଚିକତ୍ସିତ ହେଉଥିବା ବିଧାୟକଙ୍କୁ ଭେଟିବାକୁ ଗଲା ବେଙ୍ଗାଲୁରୁ ପୋଲିସ: ରୋକିଲା ମୁମ୍ବାଇ ପୋଲିସ

ମୁମ୍ବାଇ, ୧୯।୭: କର୍ନାଟକ ରାଜନୀତିରେ ଘଣ୍ଟାକେ ଘୋଡା ଛୁଟୁଥିବାବେଳେ ଆସ୍ଥା ଭୋଟକୁ ନେଇ ଉଭୟ ଶାସକ ଏବଂ ବିରୋଧୀ ମଧ୍ୟରେ ପାଟିତୁଣ୍ଡ ଲାଗିରହିଛି। ଗୁରୁବାର ଆସ୍ଥାଭୋଟ ଉପରେ ବିଧାନସଭାରେ ହଟ୍ଟଗୋଳ ଲାଗିରହିଥିବାବେଳେ ଶୁକ୍ରବାର ମଧ୍ୟ ଏହା ଜାରି ରହିବାର ସମ୍ଭାବନା ରହିଛି।…

ଯୋଗୀଙ୍କୁ ଅନୁରୋଧ କଲେ ପ୍ରିୟଙ୍କା: ‘ମୁଁ ଲୋକଙ୍କ ସେବକ, ମୋତେ ଅଧିକ ସୁରକ୍ଷା ଆବଶ୍ୟକ ନାହିଁ’

ଲକ୍ଷ୍ନୌ, ୧୯।୭: କଂଗ୍ରେସ ମହାସଚିବ ପ୍ରିୟକଙ୍କା ଗାନ୍ଧୀ ଉତ୍ତରପ୍ରେrଦଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଅନୁରୋଧ କରିଛନ୍ତି। ସେ କହିଛନ୍ତି ମୁଁ ଲୋକଙ୍କ ସେବକ ମୋତେ ଅଧିକ ସୁରକ୍ଷା ଯୋଗାଇଦେବା ଆବଶ୍ୟକ ନାହିଁ। ଅଦତ୍କ ପୋଲିସ ସୁରକ୍ଷା ଯୋଗାଇଦିଆଯାଉଥିବାରୁ ଲୋକଙ୍କୁ ଭେଟିବାରେ…

ଆଇସିଜେ ନିର୍ଦ୍ଦେଶ ପାଳନ କରିବ ପାକିସ୍ତାନ: କୁଳଭୂଷଣଙ୍କୁ ଭେଟି ପାରିବେ ଭାରତୀୟ ହାଇକମିଶନର

ନୂଆଦିଲ୍ଲୀ, ୧୯।୭: ଅନ୍ତର୍ଜାତୀୟ ଅଦଲାତ(ଆଇସିଜେ) କୁଲଭୂଷଣ ଯାଦବ ମାମଲାରେ ଯେଉଁ ରାୟ ଦେଇଛନ୍ତି, ତା’ହା ପାକିସ୍ତାନ ପାଳନ କରିବ। ଆଇସିଜେ ଭିଏନା କନଭେନସନର ନୀତି ଅନୁଯାୟୀ କୁଳଭୂଷଣ ଯାଦବଙ୍କୁ କନସୁଲାର ଆକ୍ସେସ ଅର୍ଥାତ ଭାରତୀୟ ହାଇକମିଶନର ଅଧିକାରୀ କୁଲଭୂଷଣଙ୍କୁ ଭେଟି ପାରିବେ।…

ହୋଇପାରିଲା ନାହିଁ ଆସ୍ଥା ଭୋଟ: ରାତିସାରା ବିଧାନସଭାରେ ଶୋଇଲେ ବିଧାୟକ

ବେଙ୍ଗାଲୁରୁ,୧୯।୭: ଗୁରୁବାର ଦିନ ଶେଷ ସୁଦ୍ଧା ଟ୍ରଷ୍ଟ ଭୋଟ ସାରିବା ପାଇଁ ରାଜ୍ୟପାଳ ବାଜୁଭାଇ ବାଲାଙ୍କ ନିର୍ଦ୍ଦେଶକୁ ବାଚସ୍ପତି କେଆର ରମେଶ କୁମାର ନ ମାନିବା କର୍ନାଟକ ନାଟକକୁ ଆହୁରି ରୋଚକ ସ୍ଥିତିକୁ ନେଇଯାଇଛି। ତାଙ୍କର ଏପରି ନିଷ୍ପତ୍ତି ଫଳରେ ଏଚଡି…

କରାଇଦେଲେନି ଆସ୍ଥାଭୋଟ: ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ବାଚସ୍ପତିଙ୍କ ଅବଜ୍ଞା, ବିଧାନସଭା ଦିନକ ପାଇଁ ସ୍ଥଗିତ

ବେଙ୍ଗାଲୁରୁ,୧୯ା୭  :(ପି.ଟି./ଆଇଏଏନ୍‌ଏସ୍‌):ଘଡ଼ିକେ ଘୋଡ଼ା ଛୁଟୁଛି। କର୍ନାଟକ ରାଜନୀତିର ପାଣି କେତେବେଳେ କେଉଁ ଆଡ଼କୁ ବହିବ କିଛି କହି ହେଉନାହିଁ। ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କ ନେତୃତ୍ୱାଧୀନ ସରକାରଙ୍କୁ ସଂଖ୍ୟାଲଘୁରେ ପରିଣତ କରି ରାଜ୍ୟରେ ରାଜନୈତିକ ସଙ୍କଟ ସୃଷ୍ଟି…

ଭାଜପାରେ ମିଶିଲେ ଅଳ୍ପେଶ ଠାକୁର

ଗାନ୍ଧୀନଗର,୧୯ା୭ (ପି.ଟି.):ଗୁଜରାଟରେ କଂଗ୍ରେସର ପୂର୍ବତନ ବିଧାୟକ ଅଳ୍ପେଶ ଠାକୁର ଓ ଧବଳସିଂ ଜାଲା ଭାଜପାରେ ସାମିଲ ହୋଇଛନ୍ତି। ଦଳର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏମାନେ ଗୁଜରାଟ ଭାଜପା ଅଧ୍ୟକ୍ଷ ଜିତୁ ଭଗାନୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ରାଜ୍ୟ ସଭା…

ଭାଜପାରେ ମିଶିଲେ ୧୩ ବଙ୍ଗାଳୀ ଫିଲ୍ମଷ୍ଟାର

ନୂଆଦିଲ୍ଲୀ,୧୯ା୭ (ପି.ଟି.):ବଙ୍ଗାଳୀ ଚଳଚ୍ଚିତ୍ର ଓ ଟେଲିଭିଜନର ୧୩ ଜଣ ଅଭିନେତା ଅଭିନେତ୍ରୀ ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବ ବେଳେ ପଶ୍ଚିମବଙ୍ଗ ଭାଜପା ସଭାପତି ଦିଲୀପ ଘୋଷ ଉପସ୍ଥିତ ଥିଲେ। ପର୍ନୋ ମିତ୍ର, ଋଷି କୌଶିକ୍‌, କାଞ୍ଚନ ମୈତ୍ର, ରୁପାଞ୍ଜନା…

ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ବାଚସ୍ପତିଙ୍କ ଅବଜ୍ଞା, ବିଧାନସଭା ଦିନକ ପାଇଁ ସ୍ଥଗିତ: ଆସ୍ଥାଭୋଟ କରାଇଦେଲେନି

ବେଙ୍ଗାଲୁରୁ,୧୮ା୭(ପି.ଟି./ଆଇଏଏନ୍‌ଏସ୍‌): ଘଡ଼ିକେ ଘୋଡ଼ା ଛୁଟୁଛି। କର୍ନାଟକ ରାଜନୀତିର ପାଣି କେତେବେଳେ କେଉଁ ଆଡ଼କୁ ବହିବ କିଛି କହି ହେଉନାହିଁ। ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିବାବେଳେ ରାଜ୍ୟରେ ରାଜନୈତିକ ସଙ୍କଟ ସୃଷ୍ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri