ଜାତୀୟ

କର୍ନାଟକ ଉପନିର୍ବାଚନ ପାଇଁ ୧୩ ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ପ୍ରାର୍ଥୀ କଲା ଭାଜପା

ବେଙ୍ଗାଲୁରୁ,୧୪।୧୧: କର୍ନାଟକ କଂଗ୍ରେସ ଓ ଜେଡି(ଏସ୍‌)ର ୧୭ ଅଯୋଗ୍ୟ ଘୋଷିତ ବିଧାୟକଙ୍କ ମଧ୍ୟରୁ ୧୫ ଜଣ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିଲେ। ଏହାପରେ ଆଗକୁଥିବା କର୍ନାଟକ ଉପ ନିର୍ବାଚନ ପାଇଁ ଭାଜପା ଏମାନଙ୍କ ମଧ୍ୟରୁ ୧୩ ଜଣଙ୍କ ନାଁ…

ମୃତକଙ୍କ ପରିବାରକୁ ଦୁର୍ବ୍ୟବହାର ଘଟଣା: ନିଲମ୍ବିତ ହେଲେ ଅମେଠିର ଜିଲାପାଳ

ଆମେଠି,୧୪।୧୧: ମହଙ୍ଗା ପଡ଼ିଲା ମୃତକଙ୍କ ପରିବାରଙ୍କୁ ଦୁର୍ବ୍ୟବହାର କରିବା। ଆମେଠି ଜିଲାପାଳଙ୍କ ଏଭଳି କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲାପାଳ ପ୍ରଶାନ୍ତ ଶର୍ମାଙ୍କୁ ନିଲମ୍ବିତ କରିଛନ୍ତି। ତାଙ୍କ ସ୍ଥାନରେ ଅରୁଣ କୁମାର ନୂଆ ଜିଲାପାଳ ଭାବେ ନିଯୁକ୍ତ…

ଅଯୋଧ୍ୟା ରାମମନ୍ଦିରରେ ଲଗାଯିବ ୨୧ ଶହ କିଲୋଗ୍ରାମ୍‌ ଓଜନର ଘଣ୍ଟା: ତିଆରି କରୁଛନ୍ତି ମୁସଲମାନ୍‌ କାରିଗର ଇକବାଲ୍‌

ଲକ୍ଷ୍ନୌ,୧୪।୧୧: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ହେବ। ଏଥିପାଇଁ ଉତ୍ତରପ୍ରଦେଶ ଇଟା ଜିଲାର ଜାଲେସରର ମୁସଲମାନ୍‌ କାରିଗର ଇକବାଲ୍‌ ୨୧ ଶହ କିଲୋଗ୍ରାମ୍‌ ଓଜନର ଏକ ବଡ଼ ଘଣ୍ଟା ତିଆରି କରୁଛନ୍ତି। ଏହାକୁ ମନ୍ଦିରରେ ଲଗାଯିବ। ଘଣ୍ଟା ତିଆରିରେ ୧୦ରୁ ୧୨ ଲକ୍ଷ…

କର୍ନାଟକ ଉପ ନିର୍ବାଚନ ପାଇଁ ଜେଡି(ଏସ୍‌)ର ପ୍ରାର୍ଥୀ ଘୋଷଣା

ବେଙ୍ଗାଲୁରୁ,୧୪।୧୧: କର୍ନାଟକର ୧୫ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ତାରିଖ ପାଖେଇ ଆସୁଛି। ଏହି ଉପନିର୍ବାଚନ ପାଇଁ ଗୁରୁବାର ଜନତା ଦଳ(ସେକ୍ୟୁଲାର) ବା ଜେଡି(ଏସ୍‌) ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ପକ୍ଷରୁ ୧୦ ଜଣଙ୍କ…

ମାସୁଦ୍‌ ଆଝାର୍‌ ପୁଣି ସକ୍ରିୟ: ଭାରତରେ ଅନୁପ୍ରବେଶ ପାଇଁ ୫୦ ଜୈଶ୍‌ ଆତଙ୍କବାଦୀ ବାଲାକୋଟରେ ନେଉଛନ୍ତି ପ୍ରଶିକ୍ଷଣ

ଶ୍ରୀନଗର,୧୪।୧୧: ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ୍‌ ଆଝାର୍‌ ପୁଣି ସକ୍ରିୟ ହୋଇଥିବା କୁହାଯାଉଛି। ମାସୁଦ୍‌ଙ୍କ ନିର୍ଦ୍ଦେଶରେ ଜୈଶ୍‌ ଆତଙ୍କବାଦୀ ଓସାମା ୟୁସୁଫ୍‌ ଭାରତରେ ଅନୁପ୍ରବେଶ ପାଇଁ ଉପଯୁକ୍ତ ସୁଯୋଗକୁ ଅପେକ୍ଷା କରିଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ…

ଇକୋ ଫ୍ରେଣ୍ଡ୍‌ଲି ସାନିଟାରି ନାପ୍‌କିନ

କୋଏମ୍ବାଟୁର: ବଜାରରେ ବିକ୍ରି ହେଉଥିବା ସାଧାରଣ ସାନିଟାରି ନାପ୍‌କିନ ସମସ୍ୟା ସୃଷ୍ଟି କରୁଥିବାବେଳେ ଏଥିରୁ ମୁକ୍ତିପାଇବା ଲାଗି କୋଏମ୍ବାଟୁରର ଯୁବତୀ ଇଶାନା(୧୮) ପରିବେଶ ଉପଯୋଗୀ ଓ ରିୟୁଜେବଲ କଟନ ସାନିଟାରି ପ୍ୟାଡ୍‌ ପ୍ରସ୍ତୁତ କରିଛନ୍ତି। ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।…

ହରିୟାଣା କ୍ୟାବିନେଟର ହେଲା ସମ୍ପ୍ରସାରଣ

ଚଣ୍ଡିଗଡ଼,୧୪।୧୧: ହରିୟାଣାରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଜନନାୟକ ଜନତା ପାର୍ଟି(ଜେଜେପି) ମେଣ୍ଟ ସରକାର ଗଠନର ୧୭ ଦିନ ପରେ ଅର୍ଥାତ୍‌ ଗୁରୁବାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ପ୍ରଥମ ସମ୍ପ୍ରସାରଣରେ ୧୦ ମନ୍ତ୍ରୀ ଶପଥ ନେଇଥିବା…

ପାଠ ପୂର୍ବରୁ ସମାଚାର

ଖଣ୍ଡଓ୍ବା: ନମସ୍କାର, ଆଜିର ମୁଖ୍ୟ ସମାଚାର, ‘ଅଯୋଧ୍ୟା ନିଷ୍ପତ୍ତି ପରେ ସହରରେ ଶାନ୍ତି, ସୌହାର୍ଦ୍ଦ୍ୟ ଜାରି’।….‘ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ରାଜନୈତିକ ଦ୍ୱନ୍ଦ୍ୱରେ ପଡ଼ିଛି ଯବନିକା’। ଏ କୌଣସି ଟେଲିଭିଜନର ସମାଚାର ପାଠ ନୁହେଁ, ବରଂ ମଧ୍ୟପ୍ରଦେଶ ଖଣ୍ଡଓ୍ବାସ୍ଥିତ…

ସ୍ବାମୀଙ୍କ ମୃତ୍ୟୁର ଏକ ଘଣ୍ଟା ପରେ ଆଖିବୁଜିଲେ ସ୍ତ୍ରୀ

ଚେନ୍ନାଇ,୧୪।୧୧: ତାମିଲନାଡୁର ପୁଦୁକୋଟ୍ଟଇ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସ୍ବାମୀଙ୍କ ମୃତ୍ୟୁର ଏକ ଘଣ୍ଟା ପରେ ଆଖିବୁଜିଛନ୍ତି ସ୍ତ୍ରୀ। କୃପାକୁଡିର ଦ୍ରାବିଡ କଲୋନୀରେ ରହୁଥିବା ଓ୍ବେତ୍ରଓ୍ବେଲ ୧୦୪ ବର୍ଷ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ପିଚାଇଙ୍କୁ ୭୫ ବର୍ଷ ହୋଇଥିଲା।…

ଖଟ୍ଟର କ୍ୟାବିନେଟର ହେବ ସମ୍ପ୍ରସାରଣ

ହରିୟାଣା,୧୪।୧୧: ହରିୟାଣାରେ ଭାଜପା-ଜେଜେପି ମେଣ୍ଟ ସରକାର ଗଠନର ୧୭ ଦିନ ପରେ ଅର୍ଥାତ୍‌ ଗୁରୁବାର ମନୋହର ଲାଲ ଖଟ୍ଟରଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ। ଗତ ଅକ୍ଟୋବର ୨୪ରେ ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ଆସିଥିବା ବେଳେ ୨୭ ଅକ୍ଟୋବରରେ ଜନନାୟକ ଜନତା…

ସ୍କୁଲ ପିଲାଙ୍କ ଗହଣରେ ଜନ୍ମଦିନ ପାଳିଲେ ପ୍ରିନ୍ସ ଚାର୍ଲସ

ମୁମ୍ବାଇ,୧୪।୧୧: ବ୍ରିଟେନ୍‌ ରାଜକୁମାର ପ୍ରିନ୍ସ ଚାର୍ଲସ ତାଙ୍କର ୭୧ତମ ଜନ୍ମଦିବସ ଭାରତରେ ପାଳନ କରିଛନ୍ତି। ଭାରତ ଗସ୍ତରେ ଥିବା ପ୍ରିନ୍ସ ଚାର୍ଲସ ମୁମ୍ବାଇଠାରେ ସ୍କୁଲ ପିଲାମାନଙ୍କ ଗହଣରେ ଗୁରୁବାର ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହାସହ ଏହି ଦିବସକୁ ବେଙ୍ଗାଲୁରୁର ଏକ…

ମନ୍ଦିର ନିର୍ମାଣ ପାଇଁ ରାମଜନ୍ମଭୂମି ନ୍ୟାସକୁ ୫୧ ହଜାରର ଚେକ୍‌ ପ୍ରଦାନ କଲା ଶିହା ଓ୍ବାକଫ୍‌ ବୋର୍ଡ

ଲକ୍ଷ୍ନୌ,୧୪।୧୧: ଅଯୋଦ୍ଧାରେ ମନ୍ଦିର ନିର୍ମାଣ ପାଇଁ ରାମଜନ୍ମଭୂମି ନ୍ୟାସକୁ ଶିହା ଓ୍ବାକଫ୍‌ ବୋର୍ଡ ପକ୍ଷରୁ ୫୧ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଶିହା ଓ୍ବାକଫ୍‌ ବୋର୍ଡ ଅଧ୍ୟକ୍ଷ ଓ୍ବସୀମ୍‌ ରିଜଓ୍ବୀ ଶ୍ରୀରାମଙ୍କୁ ମୁସଲମାନ୍‌ଙ୍କ ପୂର୍ବଜ ବୋଲି କହିଛନ୍ତି। ରାମମନ୍ଦିର ନିର୍ମାଣକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?