ରାଜ୍ୟ ସଭାରେ ତିନି ତଲାକ୍ ବିଲ୍ ପାସ୍ ହେବାର ଗୋଟିଏ ଦିନ ପରେ ସ୍ତ୍ରୀଙ୍କୁ ସ୍ବାମୀ ଦେଲେ ତଲାକ୍
ଅହମ୍ମଦାବାଦ୍,୩୧।୭: ରାଜ୍ୟ ସଭାରେ ତିନି ତଲାକ୍ ବିଲ୍ ମଙ୍ଗଳବାର ପାସ୍ ହୋଇଛି। ତେବେ ବୁଧବାର ଗୁଜରାଟ ଅହମ୍ମଦାବାଦ୍ରେ ସ୍ତ୍ରୀଙ୍କୁ ସ୍ବାମୀ ତିନି ତଲାକ୍ ଦେଇଛନ୍ତି। ଏହାପରେ ସ୍ତ୍ରୀ ଆତ୍ମହତ୍ୟା କରିବାର ଉଦ୍ୟମ କରିଥିବା କୁହାଯାଉଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ସ୍ଥାନୀୟ…
ବାୟୁସେନା ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ପରାକ୍ରମ ଉପରେ ଭିଡ଼ିଓ ଗେମ୍କୁ ଲୋକାର୍ପିତ କଲେ ଧାନୋଓ୍ବା
ନୂଆଦିଲ୍ଲୀ,୩୧।୭: ଭାରତୀୟ ବାୟୁସେନା ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ପରାକ୍ରମ ଉପରେ ଏକ ଭିଡ଼ିଓ ଗେମ୍ ପ୍ରସ୍ତୁତ କରାଯାଇଛି। ଏହାର ରିଲିଜ୍ ବୁଧବାର କରାଯାଇଛି । ଏହାକୁ ବାୟୁସେନା ମୁଖ୍ୟ ବୀରେନ୍ଦ୍ର ସିଂ ଧାନୋଓ୍ବା ଲୋକାର୍ପିତ କରିଛନ୍ତି। ଭାରତୀୟ ବାୟୁସେନା ପକ୍ଷରୁ…
ଆଇଇଡି ବିସ୍ଫୋରଣରେ ସିଆରପିଏଫ୍ ଯବାନ ଶହୀଦ୍
ରାୟପୁର,୩୧।୭: ଛତିଶଗଡ଼ରେ ଆଇଇଡି ବିସ୍ଫୋରଣରେ ଜଣେ ସିଆରପିଏଫ୍ ଯବାନ ଶହୀଦ୍ ହୋଇଛନ୍ତି। ସେ ହେଉଛନ୍ତି ବିହାର ନାଳନ୍ଦା ଜିଲାର ବାସିନ୍ଦା ରୌଶନ କୁମାର। ଯବାନମାନେ ପାଟ୍ରୋଲିଂ କରୁଥିବା ସମୟରେ ବୁଧବାର ଭୋର ୬ଟା ସମୟରେ ଏହା ଘଟିଥିବା କୁହାଯାଉଛି। ବସ୍ତର ଜିଲାର…
ଖେଳ ପଡ଼ିଆରୁ ଯୁଦ୍ଧ ପଡ଼ିଆ: ଧୋନୀଙ୍କ ମିଶନ କଶ୍ମୀର ଆରମ୍ଭ
ଶ୍ରୀନଗର,୩୧।୭: କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଏବେ ଖେଳ ପଡ଼ିଆରୁ ଯୁଦ୍ଧ ପଡ଼ିଆକୁ ଓହ୍ଲାଇଛନ୍ତି। ତାଙ୍କର ମିଶନ କଶ୍ମୀର ବୁଧବାରଠାରୁ ଆରମ୍ଭ ହୋଇଛି।ଏଠାରେ ୧୦୬-ପ୍ରାଦେଶିକ ସେନାରେ ଅଗଷ୍ଟ ୧୫ ପର୍ଯ୍ୟନ୍ତ ତାଲିମ୍ ନେବେ। ତାଙ୍କର ପୋଷ୍ଟିଂ ଦକ୍ଷିଣ କଶ୍ମୀରର ଅଓ୍ବନ୍ତୀପୋରାରେ ହେବ…
୩୬ ଘଣ୍ଟା ପରେ ମିଳିଲା ସିଦ୍ଧାର୍ଥଙ୍କ ମୃତଦେହ
ବେଙ୍ଗାଲୁରୁ,୩୧।୭: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍. କୃଷ୍ଣାଙ୍କ ଜ୍ୱାଇଁ କେଫ୍ କଫି ଡେ’ର ମାଲିକ ଭିି.ଜି. ସିଦ୍ଧାର୍ଥଙ୍କ ମୃତଦେହ ୩୬ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ନେତ୍ରବତୀ ନଦୀରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ସୋମବାରଠାରୁ ୨ ଶହ ପୋଲିସ ଏବଂ…
ଭି.ଏଚ୍. କାଗେରି ହେବେ କର୍ନାଟକ ବାଚସ୍ପତି
ବେଙ୍ଗାଲୁରୁ, ୩୧ା୭(ପି.ଟି.): କର୍ନାଟକର ପରବର୍ତ୍ତୀ ବାଚସ୍ପତି ହେବେ ଭାଜପା ବିଧାୟକ ବିଶ୍ୱେଶ୍ୱର ହେଗ୍ଡ଼େ କାଗେରି। ଏହି ପଦ ଲାଗି ସେ ଏକମାତ୍ର ପ୍ରାର୍ଥୀଭାବେ ନାମାଙ୍କନପତ୍ର ଦାଖଲ କରିଥିବାରୁ ବାଚସ୍ପତି ହେବା ନିଶ୍ଚିତ। ମଙ୍ଗଳବାର ଏଥିଲାଗି ନାମାଙ୍କନପତ୍ର ଦାଖଲ କରିବାର ଶେଷ ସମୟ…
ୟେଦୁରପ୍ପା କ୍ଷମତାକୁ ଆସିବା ପରେ ଟିପୁ ଜୟନ୍ତୀ ବାତିଲ
ବେଙ୍ଗାଲୁରୁ, ୩୧ା୭(ପି.ଟି.): କର୍ନାଟକରେ କ୍ଷମତାକୁ ଆସିବାର ୩ ଦିନ ପରେ ୟେଦୁରପ୍ପା ସରକାର ଟିପୁ ଜୟନ୍ତୀ ମହୋତ୍ସବକୁ ମଙ୍ଗଳବାର ରଦ୍ଦ କରିଛନ୍ତି। ଅଷ୍ଟାଦଶ ଶତାବ୍ଦୀର ଏହି ସୁଲ୍ତାନଙ୍କ ଜୟନ୍ତୀକୁ ଦଳ ୨୦୧୫ରୁ ବିରୋଧ କରିଆସୁଛି। ସିଦ୍ଦାରାମାୟା ନେତୃତ୍ୱାଧୀନ କଂଗ୍ରେସ ସରକାର ଅମଳରୁ…
‘ନ୍ୟାୟିକ ପଦବୀ ପୂରଣଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ’
ନୂଆଦିଲ୍ଲୀ,୩୧ା୭(ପି.ଟି.) : ସାରା ଦେଶର ନ୍ୟାୟିକ ବ୍ୟବସ୍ଥାରେ ବହୁସଂଖ୍ୟକ ବିଚାରପତି ପଦବୀ ଖାଲି ପଡ଼ିଛି। ସେହି ପଦବୀଗୁଡ଼ିକ ପୂରଣ କରିବାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଦେଶରେ କିଛି ଥାଇ ନ ପାରେ। ୨୪ ହାଇକୋର୍ଟ ଏବଂ ୩୬ ରାଜ୍ୟ ଓ କେନ୍ଦ୍ରଶାସିତ…
ଡଷ୍ଟବିନ୍କୁ ଗଲା ମଧ୍ୟଯୁଗୀୟ ପ୍ରଥା: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୩୧ା୭: ତିନି ତଲାକ୍ ବିଲ୍କୁ ପାର୍ଲାମେଣ୍ଟର ମଞ୍ଜୁରୀ ପରେ ଏବେ ରାଷ୍ଟ୍ରପତିଙ୍କ ମୋହରକୁ ଅପେକ୍ଷା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଅନୁମୋଦନ କରିବା ପରେ ବିଲ୍ ଆଇନରେ ପରିଣତ ହେବ। ୨୦୧୭ ଅଗଷ୍ଟରେ ଟ୍ରିପଲ୍ ତଲାକ୍କୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ ବୋଲି ଘୋଷଣା…
ସିବିଆଇକୁ ତଦନ୍ତ ଦାୟିତ୍ୱ
ନୂଆଦିଲ୍ଲୀ/ ଲକ୍ଷ୍ନୌ, ୩୧ା୭(ପି.ଟି.): ବହୁଚର୍ଚ୍ଚିତ ଉନ୍ନାଓ ପୀଡ଼ିତା ଦୁର୍ଘଟଣା ମାମଲାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଦିଆଯାଇଛି। ଉତ୍ତରପ୍ରଦେଶ ସରକାରଙ୍କ ସୁପାରିସକ୍ରମେ କେନ୍ଦ୍ର ସରକାର ଏହି ସମ୍ବେଦନଶୀଳ ମାମଲାର ତଦନ୍ତଭାର ସିବିଆଇକୁ ହସ୍ତାନ୍ତର କରିଛନ୍ତି। ବଳାକତ୍ାର ପୀଡ଼ିତା ତାଙ୍କ…
ନିତି ଏହି ଜୁସ୍ରୁ ଅଧାକପ୍ ରଖେ ହାର୍ଟ ଆଟାକ୍ରୁ ଦୂରେଇ…
ସକାଳେ ଅଧାକପ୍ ତରଭୁଜ ଜୁସ୍ ପିଇଲେ ଅନେକ ଲାଭ ମିଳିଥାଏ। ଏଥିରେ ଓମେଗା ୩ ଏସିଡ୍ ପ୍ରଚୁର ପରିମାଣରେ ରହିଥାଏ। ଏହି ଜୁସ୍କୁ ନିୟମିତ ପିଇଲେ ହାର୍ଟ ଆଟାକ୍ରୁ ମୁକ୍ତି ମିଳେ ବୋଲି ଗୁଜରାଟ ଆୟୁର୍ବେଦ ବିଶ୍ୱବିଦ୍ୟାଳୟରେ ନିକଟରେ ହୋଇଥିବା ଏକ…
ରାଜ୍ୟ ସଭାରେ ‘ଟ୍ରିପଲ୍ ତଲାକ୍’ ବିଲ ପାସ୍
ନୂଆଦିଲ୍ଲୀ,୩୦।୭: ଲୋକ ସଭା ପରେ ଏବେ ରାଜ୍ୟ ସଭାରେ ପାରିତ ହେଲା ‘ଟ୍ରିପଲ୍ ତଲାକ୍ ବିଲ୍’। ଭୋଟିଂ ଡିଭିଜନ ଜରିଆରେ ମୁସଲମାନ ମହିଳାଙ୍କ ବିବାହ ସମ୍ପର୍କିତ ଏହି ବିଲ୍ ମଙ୍ଗଳବାର ପାସ୍ ହୋଇଛି। ବିଲ୍ ସପକ୍ଷରେ ଗୃହରେ ୯୯ ସଦସ୍ୟ ମତଦାନ…
Archives


