ଜାତୀୟ

କଲାମଙ୍କ ନାଁରେ ଦିଆଯାଉଥିବା ପୁରସ୍କାରର ନାଁ ପରିବର୍ତ୍ତନ କଲେ ଆନ୍ଧ୍ର ସରକାର

ଅମରାବତି,୫।୧୧: ଆନ୍ଧ୍ର ପ୍ରଦେଶର ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡି ସରକାର ଡ. ଏପିଜେ ଅବଦୁଲ କଲାମ ପ୍ରତିଭା ପୁରସ୍କାରର ନାଁ ପରିବର୍ତ୍ତନ କରିଛନ୍ତି। ଏହାକୁ ଓ୍ବାଇଏସ୍‌ଆର୍‌ ବିଦ୍ୟା ପୁରସ୍କାର ନାମ ଦିଆଯାଇଛି। ୨୦୧୯ରୁ ରାଜ୍ୟ ସରକାର ଏହି ନାଁରେ ପୁରସ୍କାର ପ୍ରଦାନ…

ପିଲାଙ୍କ ସାଧୁତା ପରୀକ୍ଷା ପାଇଁ ଏହି ସ୍କୁଲରେ ନିଆଯାଉଛି ଅଜବ ଟେଷ୍ଟ

ଚେନ୍ନାଇ,୫।୧୧:ସ୍କୁଲରେ ପିଲାମାନଙ୍କ ବିଭିନ୍ନ ପାଠବିଷୟରେ ଶିକ୍ଷା ପ୍ରଦାନ କରାଯାଏ। କିନ୍ତୁ ତାମିଲନାଡୁର ଏକ ସ୍କୁଲରେ ପିଲାମାନଙ୍କୁ ନୈତିକ ମୂଲ୍ୟବୋଧତା ଉପରେ ଶିକ୍ଷା ଦିଆଯିବା ସହ ସେମାନଙ୍କ ସାଧୁତା ପରୀକ୍ଷା ପାଇଁ ଏକ ଅଜବ ଟେଷ୍ଟ ନିଆଯାଉଛି। ରାଜ୍ୟର ପୁଡୁକୋଟଇ ଜିଲାର ଏକ…

ନଜରବନ୍ଦୀ ନେତାଙ୍କ ପାଇଁ ହରଡ଼ଘଣାରେ ସରକାର: ୩ ମାସରେ ଖର୍ଚ୍ଚ ହେଲାଣି ୨ କୋଟି ୬୫ ହଜାର

ଶ୍ରୀନଗର,୫।୧୧: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଶାନ୍ତି ଶୃଙ୍ଖଳା ଏବଂ ଯେକୌଣସି ଅଭାବନୀୟ ସ୍ଥିତିକୁ ଏଡ଼ାଇବା ପାଇଁ ସରକାର କେତେକ ରାଜନେତାଙ୍କୁ ନଜରବନ୍ଦୀ କରିଥିଲେ। ତେବେ ଏହି ପଦକ୍ଷେପ ଏବେ ସରକାରଙ୍କ ପାଇଁ ହରଡ଼ଘଣା ପାଲଟିଛି। ଗତ ୩ ମାସ…

‘ମୋ ପିତା ପୋଲିସ, କମ୍‌ ପାଠ ପଢିଛନ୍ତି ହେଲେ ଆପଣ ପରା ଓକିଲ ଅଧିକ ପଢିଛନ୍ତି’: ଭାଇରାଲ ହେଉଛି ମେସେଜ୍‌

ନୂଆଦିଲ୍ଲୀ,୫।୧୧: ଏବେ ସୋସିଆଲ ମିଡିଆରେ ଏମିତି ଏକ ମେସେଜ୍‌ ଭାଇରାଲ ହେବାରେ ଲାଗିଛି ଯାହା ସବୁଠି ଆସିଛି ଚର୍ଚ୍ଚାକୁ। ଦିଲ୍ଲୀର ତିସ୍‌ ହଜାରି କୋର୍ଟରେ ପୋଲିସ ଓ ଓକିଲଙ୍କ ମଧ୍ୟରେ ହୋଇଥିବା ହିଂସା ସହ ଏହା ଜଡିତ ବୋଲି କୁହାଯାଉଛି। ତେବେ…

ଇମ୍ଫାଲ୍‌ରେ ଆଇଇଡି ବିସ୍ଫୋରଣ: ଆତଙ୍କବାଦୀ ସଂଗଠନ ହାତ ଥିବା ସନ୍ଦେହ

ଇମ୍ଫାଲ୍‌,୫।୧୧: ମଣିପୁର ଇମ୍ଫାଲ୍‌ରେ ମଙ୍ଗଳବାର ସକାଳେ ଆଇଇଡି ବିସ୍ଫୋରଣ ହୋଇଛି। ଏଥିରେ ୪ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଜଣେ ସାଧାରଣ ଲୋକ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଥଙ୍ଗଲ ବଜାରରେ…

ନୀତୀଶ ସରକାରଙ୍କ ବଡ଼ ନିଷ୍ପତ୍ତି: ରାସ୍ତାରେ ଗଡ଼ିବନି ୧୫ ବର୍ଷ ପୁରୁଣା ସରକାରୀ ଏବଂ ବ୍ୟବସାୟିକ ଯାନ

ପାଟନା,୫।୧୧: ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ରାଜ୍ୟରେ ମଙ୍ଗଳବାରଠାରୁ ଆଉ ୧୫ ବର୍ଷ ପୁରୁଣା ସରକାରୀ ଏବଂ ବ୍ୟବସାୟିକ ଯାନ ରାସ୍ତାରେ ଗଡ଼ିବନି। ସୋମବାର ପ୍ରଦୂଷଣ ନେଇ ସୁପ୍ରିମ୍‌କୋର୍ଟରେ ହୋଇଥିବା ଶୁଣାଣି ପରେ ନୀତୀଶ…

ଗୁଜରାଟ ମୁହାଁ ହେଉଛି ‘ମାହା’

ନୂଆଦିଲ୍ଲୀ,୫।୧୧: ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ମାହା’ ଏବେ ତା’ର ଦିଗ ପରିବର୍ତ୍ତନ କରୁଛି ବୋଲି କହିଛି ପାଣିପାଗ ବିଭାଗ। ଏବେ ଏହା ଗୁଜରାଟ ମୁହାଁ ହେଉଛି। ଏହାର ପ୍ରଭାବରେ ଗୁଜରାଟରେ ମଙ୍ଗଳବାରଠାରୁ ବର୍ଷା ଆରମ୍ଭ ହୋଇଯାଇଛି। ମହାରାଷ୍ଟ୍ର, ଗୁଜରାଟ,…

ବିଦେଶୀ ଗାଈ ଗୋମାତା ନୁହେଁ; ଆଣ୍ଟି: ସେମାନଙ୍କ କ୍ଷୀରରେ ପୂଜା ହେବା ଅନୁଚିତ କହିଲେ ପଶ୍ଚିମବଙ୍ଗ ଭାଜପା ଅଧ୍ୟକ୍ଷ

କୋଲକାତା,୫।୧୧: ପଶ୍ଚିମବଙ୍ଗ ଭାଜପା ଅଧ୍ୟକ୍ଷ ଦିଲ୍ଲୀପ୍‌ ଘୋଷ ଏକ ମନ୍ତବ୍ୟ ଦେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ କହିଛନ୍ତି ଯେ, ବିଦେଶୀ ଗାଈ ଗୋମାତା ନୁହଁନ୍ତି। ବିଦେଶୀ ଗାଈ ଭାରତୀୟ ଗାଈଙ୍କ ଭଉଣୀ। ତେଣୁ ତାଙ୍କୁ ଆଣ୍ଟି ଡକାଯିବା ଆବଶ୍ୟକ। ଜର୍ସି…

ଲକ୍ଷ୍ନୌ ରେଳଷ୍ଟେଶନ୍‌ରେ ହେଲଥ୍‌ ଏଟିଏମ୍‌

ଲକ୍ଷ୍ନୌ,୫।୧୧: ଯାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ରେଳ ବିଭାଗ ପକ୍ଷରୁ ଲକ୍ଷ୍ନୌ ଷ୍ଟେଶନ୍‌ରେ ହେଲଥ୍‌ ଏଟିଏମ୍‌ କିଓସ୍କୋ ସ୍ଥାପନ କରାଯାଇଛି। ଏଠାରେ ରେଳଯାତ୍ରୀ ୫୦ରୁ ଶହେ ଟଙ୍କା ପୈଠ କରି ୧୬ ପ୍ରକାର ସ୍ବାସ୍ଥ୍ୟ ଯାଞ୍ଚ୍‌ କରିପାରିବେ। ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ…

ମାତୋଶ୍ରୀ ସାମ୍ନାରେ ପୋଷ୍ଟର ଲାଗିଲା ଆଦିତ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୫।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଭାଜପା ଓ ଶିବସେନା ମଧ୍ୟରେ ଟଣା ଓଟରା ଚାଲିଥିବା ବେଳେ ଇତିମଧ୍ୟରେ ଠାକରେଙ୍କ ଘର ମାତୋଶ୍ରୀ ସାମ୍ନାରେ ଆଦିତ୍ୟ ଠାକରେ ମୁଖ୍ୟମନ୍ତ୍ରୀ ବୋଲି ପୋଷ୍ଟର ଲାଗିଛି। ଏଥିରେ ଆଦିତ୍ୟଙ୍କ ଫଟୋ ସହ ଲେଖା ଅଛି,…

କର୍ନାଟକ ବିଧାୟକ ଅଯୋଗ୍ୟ ଘୋଷଣା ମାମଲା: ୟେଦୁରପ୍ପାଙ୍କ ଅଡିଓ କ୍ଲିପ୍‌କୁ ରେକର୍ଡ ଭାବେ ନେବାକୁ କଂଗ୍ରେସର ଅନୁରୋଧ

ନୂଆଦିଲ୍ଲୀ,୫ା୧୧(ପି.ଟି.): କର୍ନାଟକର ୧୭ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଥିଲାବେଳେ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପାଙ୍କ ଅଡିଓ କ୍ଲିପ୍‌କୁ ରେକର୍ଡ ଭାବେ ଗ୍ରହଣ କରିବା ଲାଗି ରାଜ୍ୟ କଂଗ୍ରେସ ଅଦାଲତଙ୍କୁ ଅନୁରୋଧ କରିଛି। ବିଦ୍ରୋହୀ କଂଗ୍ରେସ ଓ ଜେଡିଏସ୍‌…

ଶିବସେନାକୁ ସମର୍ଥନ ଦେବନି କଂଗ୍ରେସ

ମୁମ୍ବାଇ, ୫ା୧୧(ପି.ଟି.): ମହାରାଷ୍ଟ୍ରରେ ସରକାର ଗଢ଼ିବା ଲାଗି ଶିବସେନାକୁ ସମର୍ଥନ ଦେବାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ମନା କରିଦେଇଛନ୍ତି। ରାଜ୍ୟରେ ସରକାର ଗଠନ ନେଇ ଅଚଳାବସ୍ଥା ଲାଗି ରହିଥିଲାବେଳେ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ନୂଆଦିଲ୍ଲୀରେ ସୋନିଆଙ୍କୁ ଭେଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri