Posted inଜାତୀୟ

ସିଜେଆଇ, ୩ ବରିଷ୍ଠତମ ବିଚାରପତିଙ୍କୁ ପିଆଇଏଲ୍‌ ଦାୟିତ୍ୱ : ନୂଆ ରୋଷ୍ଟର୍‌ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦ା୧୧(ପି.ଟି.): ସୁପ୍ରିମକୋର୍ଟ ଏକ ନୂଆ ରୋଷ୍ଟର୍‌ ଜାରି କରିଛନ୍ତି। ଏଣିକି ଜନସ୍ବାର୍ଥ ମାମଲା(ପିଆଇଏଲ୍‌)ଗୁଡ଼ିକର ଶୁଣାଣି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେଙ୍କ ସହ ଅନ୍ୟ ୩ ବରିଷ୍ଠତମ ବିଚାରପତି କରିବେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।
ସୁପ୍ରିମକୋର୍ଟ ବିଚାରପତିମାନଙ୍କ କାର୍ଯ୍ୟ ବଣ୍ଟନ ପାଇଁ ଉଦ୍ଦିଷ୍ଟ ନୂଆ ରୋଷ୍ଟର ନଭେମ୍ବର ୨୬ରୁ ଲାଗୁ ହୋଇଛି। ସିଜେଆଇ ବୋବ୍‌ଡେଙ୍କ ସହ ଏନ୍‌.ଭି. ରମାନ୍ନା, ଅରୁଣ ମିଶ୍ର ଏବଂ ଆର୍‌.ଏଫ୍‌ ନରିମାନ୍‌ ପିଆଇଏଲ୍‌ ଏବଂ ଲେଟର୍‌ ପିଟିଶନଗୁଡ଼ିକର ଶୁଣାଣି କରିବେ। ଏହି ରୋଷ୍ଟର୍‌ ପୂର୍ବ ତୁଳନାରେ ସାମାନ୍ୟ ଭିନ୍ନ। ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇ ପିଆଇଏଲ୍‌ ବିଷୟଗୁଡ଼ିକୁ ନିଜ ସହ ଶୀର୍ଷ ୫ ବିଚାରପତିଙ୍କୁ ଦେଇଥିଲେ। ସିଜେଆଇ ବୋବ୍‌ଡେ ପିଆଇଏଲ୍‌ ସହ ଅବମାନନା, ନିର୍ବାଚନ, ହେବିୟସ୍‌ କର୍ପସ୍‌, ସାମାଜିକ ନ୍ୟାୟ, ପ୍ରତ୍ୟକ୍ଷ ଓ ପରୋକ୍ଷ କର ମାମଲା ଆଦି ନିଜ ପାଖରେ ରଖିଛନ୍ତି। ସେହିପରି ଆପରାଧିକ ମାମଲା ଓ ତଦନ୍ତ କମିଶନ, କମ୍ପାନୀ ଆଇନ, ମନୋପଲିଷ୍ଟିକ୍‌ ଆଣ୍ଡ ରେଷ୍ଟ୍ରିକ୍ଟିଭ୍‌ ଟ୍ରେଡ୍‌ ପ୍ରାକ୍ଟିସ୍‌, ଭାରତର ଟେଲିକମ୍‌ ନିୟନ୍ତ୍ରକ କର୍ତ୍ତୃପକ୍ଷ, ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ ଏବଂ ରିଜର୍ଭ ବ୍ୟାଙ୍କ ସଂକ୍ରାନ୍ତ ମାମଲାଗୁଡ଼ିର ଶୁଣାଣି କରିବେ।
ନୂଆ ରୋଷ୍ଟର୍‌ ଅନୁସାରେ ଜଷ୍ଟିସ୍‌ ରମାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସଶସ୍ତ୍ର ବଳ, ଅର୍ଦ୍ଧସାମରିକ ବାହିନୀ, କ୍ଷତିପୂରଣ, ଆପରାଧିକ ଓ ସାଧାରଣ ଦଓ୍ବୋନି ପ୍ରସଙ୍ଗ, ନ୍ୟାୟିକ ଅଧିକାରୀଙ୍କ ସମସ୍ୟା, ସୁପ୍ରିମକୋର୍ଟ କର୍ମଚାରୀ, ହାଇକୋର୍ଟ, ଜିଲା କୋର୍ଟ ଓ ଟ୍ରିବ୍ୟୁନାଲ ସମ୍ପର୍କିତ ମାମଲାଗୁଡ଼ିକର ବିଚାର କରିବେ। ସେହିପରି ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ ଭୂମି ଅଧିଗ୍ରହଣ, ଅଧିଯାଚନା, ମେଡିକାଲ କଲେଜଗୁଡ଼ିକରେ ଆଡ୍‌ମିଶନ ପାଇଁ ସଂରକ୍ଷଣ ଆଦି ପ୍ରସଙ୍ଗ ବୁଝିବେ। ଜଷ୍ଟିସ୍‌ ଆର୍‌.ଏଫ୍‌. ନରିମାନ୍‌ ପିଆଇଏଲ୍‌ ସହ ଫାମିଲି ଆଇନ ସମ୍ପର୍କିତ ମାମଲା, ସରକାର ଓ ସ୍ବାୟତ୍ତ ସଂସ୍ଥାଗୁଡ଼ିକ ପକ୍ଷରୁ ଦିଆଯାଉଥିବା ଲିଜ୍‌ ଓ କଣ୍ଟ୍ରାକ୍ଟ ପ୍ରସଙ୍ଗରେ ଶୁଣାଣି କରିବେ। ଜଷ୍ଟିସ୍‌ ଆର୍‌. ବାନୁମତୀଙ୍କ ଖଣ୍ଡପୀଠ ଶ୍ରମ, ଭଡ଼ା ଆଇନ, ଜମି ଆଇନ, ଚାଷଜମିର ସ୍ବତ୍ୱ ଆଦି ପ୍ରସଙ୍ଗରେ ଦାଏର ପିଟିଶନର ଶୁଣାଣି କରିବେ। ସେହିପରି ସୁପ୍ରିମକୋର୍ଟ କଲେଜିୟମ୍‌ରେ ସିଜେଆଇଙ୍କ ସହ ଜଷ୍ଟିସ୍‌ ରମାନ୍ନା, ମିଶ୍ର, ନରିମାନ୍‌ ଓ ବାନୁମତୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

ମନିଷ ସିସୋଡିଆଙ୍କୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀ ଲିକର୍‌ ପଲିସି ସହ ଜଡିତ ସିବିଆଇ ମାମଲାରେ ବର୍ତ୍ତମାନ ଚାର୍ଜସିଟ ନକରିବାକୁ ଦାବି କରି ରାଉଜ ଆଭେନ୍ୟୁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରୁ...

ମଙ୍ଗଳ ସୂତ୍ର ପରେ ଉତ୍ତରାଧିକାର ଟ୍ୟାଙ୍କ ଲଢେଇ, ପିଟ୍ରୋଡାଙ୍କ ବୟାନକୁ ନେଇ ଭାଜପା ଖପ୍ପା, ଜବାବ ରଖିଲା କଂଗ୍ରେସ

ନୂଆଦିଲ୍ଲୀ, ୨୪।୪: ଲୋକ ସଭା ନିର୍ବାଚନକୁ ନେଇ ରାଜନ୍ରେତିକ ମାହୋଲ ବେଶ ସରଗରମ ରହିଛି। କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିକୁ ଭାଜପା ଟାର୍ଗେଟ କଲାବେଳେ...

‘କଂଗ୍ରେସର ଲୁଟ ଜିନ୍ଦେଗିକେ ସାଥ ଭି, ଜିନ୍ଦେଗିକେ ବାଦ ଭି’, ପିଟ୍ରୋଡାଙ୍କ ବୟାନକୁ ନେଇ ମୋଦିଙ୍କ ଜବାବ

ନୂଆଦିଲ୍ଲୀ, ୨୪।୪: କଂଗ୍ରେସର ବରିଷ୍ଠ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଜବାବ ରଖିଛନ୍ତି। ବୁଧବାର (ଏପ୍ରିଲ ୨୪, ୨୦୨୪)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri