ଜାତୀୟ

ଏସିଡିଟି ସମସ୍ୟାର ସମାଧାନ ହାତ ପାଆନ୍ତାରେ…

ପରିବର୍ତ୍ତିତ ଜୀବନ ଶୈଳୀର ପ୍ରଭାବ ଯୋଗୁ କେତେକଙ୍କ କ୍ଷେତ୍ରରେ ଏସିଡ଼ିଟି ସମସ୍ୟା ଦେଖାଯାଇଥାଏ। ତେବେ ହାତ ପାଆନ୍ତାରେ ଏହି ସମସ୍ୟାର ସମାଧାନ ରହିଛି। ସକାଳୁ ଖାଲି ପେଟରେ ଲାଉ ରସ ପିଇଲେ ଏସିଡିଟି ସମସ୍ୟାରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ…

ଚିଦାମ୍ବରମ ଗିରଫ

ନୂଆଦିଲ୍ଲୀ,୨୧ା୮:  ଦୁଇଦିନର ଡ୍ରାମାବାଜି ପରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଗିରଫ ହୋଇଛନ୍ତି। ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ବୁଧବାର ରାତିରେ ସିବିଆଇ ଓ ଇଡି ଟିମ୍‌ ତାଙ୍କୁ ଗିରଫ କରିଛି। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଆଗୁଆ ଜାମିନ ଆବେଦନ ଖାରଜ…

ଏମିତି ଗାଁ ଯେଉଁଠି ଘରେ ଘରେ ଭିନ୍ନକ୍ଷମ

ଉତ୍ତରପ୍ରଦେଶର ଆଗ୍ରାଠାରୁ ୨୦ କିଲୋମିଟର ଦୂର ଗ୍ବାଲିୟର ରୋଡରେ ବରୋଲି ଅହିର ବ୍ଲକ୍‌ର ୧୧ଟି ଗାରଁ ଦୁଃଖ କହିଲେ ନ ସରେ। ଏହି ସବୁ ଗାଁରେ ଲୋକମାନେ ଫ୍ଲୋରାଇଡ୍‌ଯୁକ୍ତ ପାଣି ପିଉଥିବାରୁ ଘରେ ଘରେ ଜଣେ ଭିନ୍ନକ୍ଷମ ରହିଛନ୍ତି। ହ୍ୟାଣ୍ଡପମ୍ପରୁ ପାଣି…

ରାଶନ କାର୍ଡରେ୯ ସଦସ୍ୟ: ସମସ୍ତଙ୍କ ଜାତି ଓ ପିତାଙ୍କ ନାମ ଅଲଗା

ଉତ୍ତରପ୍ରଦେଶ ଗାଜିଆବାଦ୍‌ର ଯୋଗାଣ ବିଭାଗ କାର୍ଯ୍ୟାଳୟର ଖାମଖିଆଲି ନୀତି ପଦାକୁ ଆସିଛି। ଏଠାରେ ପ୍ରଥମେ ବିନା ଯାଞ୍ଚରେ ଲକ୍ଷ୍ମୀ ନାମକ ଜଣେ ମହିଳାଙ୍କୁ ରାଶନ କାର୍ଡ ଦିଆଯାଇଛି। କାର୍ଡରେ ସଦସ୍ୟ ସଂଖ୍ୟ ୯ ଜଣ ଦର୍ଶାଯାଇଛି। ଲକ୍ଷ୍ମୀଙ୍କୁ ଛାଡି ୮ ଜଣ…

ଗଙ୍ଗା ନଦୀରେ ଚାଷୀଙ୍କ ଜଳ ସତ୍ୟାଗ୍ରହ

ବିଜନର,୨୧।୮: ଉତ୍ତରପ୍ରଦେଶର ବିଜନର ଜିଲାର ଭାରତୀୟ କିଷାନ ୟୁନିୟନ(ଭାକିୟୁ) ପକ୍ଷରୁ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦେବଲଗଢ଼ ଗଁାର ଗଙ୍ଗା ନଦୀରେ ସେତୁ ନିର୍ମାଣ ଦାବିରେ ଶହ ଶହ ଚାଷୀ ଜଳ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି। ଏହି ଆନ୍ଦୋଳନ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା…

ଯେଉଁଠି ବିବାହ ପୂର୍ବରୁ ବରକୁ ମାରିବାକୁ ପଡ଼େ ଘୁଷୁରି…

ଭାରତର ବିଭିନ୍ନ ପ୍ରାନ୍ତରେ ବିବାହର ଭିନ୍ନ ଭିନ୍ନ ପରମ୍ପରା ରହିଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବାସ କରୁଥିବା ଗୋଣ୍ଡ ଜନଜାତିରେ ଅଛି ଏକ ଅଜବ ପରମ୍ପରା। ଏହି ଜନଜାତିଙ୍କ ବିବାହରେ ବରକୁ ଘୁଷୁରି ମାରିବାକୁ ପଡିଥାଏ। ପରେ ବର ଏହାର ରକ୍ତ…

ଷ୍ଟ୍ରେଚର ନ ମିଳିବାରୁ ଅସୁସ୍ଥ ମା’ଙ୍କୁ କାନ୍ଧରେ ବୋହିଲେ ପୁଅ

ଲକ୍ଷ୍ନୌ,୨୧।୮: ଯୋଗୀ ସରକାର ଉତ୍ତରପ୍ରଦେଶରେ ଭଲ ସ୍ବାସ୍ଥ୍ୟସେବା ଯୋଗାଇଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି। ହେଲେ ସ୍ବାସ୍ଥସେବାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ଥିବା ଏକ ହସ୍ପିଟାଲରେ। ଜଣେ ରୋଗୀ ମହିଳାଙ୍କୁ ଷ୍ଟ୍ରେଚର ନ ମିଳିବାରୁ ତାଙ୍କ ପୁଅ…

ଜନ୍ମାଷ୍ଟମୀ ପାଇଁ ହରିୟାଣାରେ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୧।୮: ହରିୟାଣାରେ ଜନ୍ମାଷ୍ଟମୀ ଉପଲକ୍ଷେ ଅଗଷ୍ଟ ୨୩କୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ସରକାର ଏହି ନିଷ୍ପତ୍ତି ନେଇଥିବା ନେଇ ସୂଚନା ମିଳିଛି। ସେହି ଦିନ ରାଜ୍ୟର ସମସ୍ତ ସରକାରୀ ସ୍କୁଲ, କଲେଜ ଓ…

ଚନ୍ଦ୍ରର ଦ୍ୱିତୀୟ କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରୟାନ-୨: ସେଠାରେ ୭ ଦିନ ପର୍ଯ୍ୟନ୍ତ ଘୁରିବ

ଶ୍ରୀହରିକୋଟା,୨୧।୮: ଚନ୍ଦ୍ରୟାନ-୨ ବୁଧବାର ଚନ୍ଦ୍ରର ଦ୍ୱିତୀୟ କକ୍ଷପଥରେ ପ୍ରବେଶ କରିଛି। ଏହା ସେଠାରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଘୁରିବ। ମଧ୍ୟାହ୍ନ ୧୨ଟା ୩୦ରୁ ୧ଟା ୩୦ ମଧ୍ୟରେ ଇସ୍ରୋ ବୈଜ୍ଞାନିକ ଚନ୍ଦ୍ରୟାନ-୨ କୁ ଦ୍ୱିତୀୟ କକ୍ଷପଥରେ ପ୍ରବେଶ କରାଇଛନ୍ତି। ଅଗଷ୍ଟ…

ଖାଇକୁ ଖସିଲା ବାୟୁସେନା ଟ୍ରକ

ଜୟପୁର,୨୧।୮: ରାଜସ୍ଥାନ ବାଡମେରରେ ଭାରତୀୟ ବାୟୁସେନାର ଏକ ଟ୍ରକ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ ଏହି…

ଭାରତ-ବାଂଲାଦେଶ ସୀମା: ମାସ୍କ୍‌ ପିନ୍ଧି ଶତ୍ରୁଙ୍କ ସହ ଲଢୁଛନ୍ତି ଯବାନ

ନୂଆଦିଲ୍ଲୀ,୨୧।୮: ଭାରତ-ବାଂଲାଦେଶ ସୀମାରେ ମୁତୟନ ଥିବା ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଆତଙ୍କବାଦୀ, ଅନୁପ୍ରବେଶକାରୀ ତଥା ଚୋରାବେପାରୀଙ୍କ ସହିତ ଲଢ଼ିବାକୁ ପଡ଼ିଥାଏ। ତେବେ ଏଠାରେ ଏସବୁ ବାହ୍ୟ ଶତ୍ରୁଙ୍କ ସହିତ ଅନ୍ୟ କିଛି ଶତ୍ରୁଙ୍କ ସହିତ ଯବାନଙ୍କୁ ମାସ୍କ୍‌ ପିନ୍ଧି ଲଢ଼ିବାକୁ ପଡ଼ିଥାଏ। ତ୍ରିପୁରା-ମିଜୋରାମ୍‌…

ଉତ୍ତରକାଶୀକୁ ରିଲିଫ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଡେରାଡୁନ,୨୧।୮: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଓ ବାଦଲ ଫାଟିବା ଯୋଗୁ ସହରରେ ବନ୍ୟା ବିତ୍ପାତ ଦେଖାଦେଇଛି। ଫଳରେ ବୁଧବାର ବନ୍ୟା ପୀଡ଼ିତଙ୍କ ପାଇଁ ରିଲିଫ ସାମଗ୍ରୀ ନେଇ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରେ ୩ଜଣ ଥିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri