ମଲାଡ୍ରେ କାନ୍ଥ ତଳେ ଚାପି ହେଲେ ୧୩: ମୃତକଙ୍କ ପାଇଁ ୫ ଲକ୍ଷ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ଫଡ଼ାନଭୀସ୍
ମୁମ୍ବାଇ,୨।୭: ପ୍ରବଳ ବର୍ଷା ଯୋଗୁ ମୁମ୍ବାଇ ମଲାଡ୍ରେ ଏକ ଝୁମ୍ପୁଡି ବସ୍ତିରେ କାନ୍ଥ ଭୁଶୁଡ଼ି ପଡ଼ିଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ କୁରାର ଗାଁରେ ଏପରି ଘଟିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍ ମୃତକଙ୍କ ପାଇଁ ୫...
ପୁଣି ପ୍ରବଳ ବର୍ଷା ସମ୍ଭାବନା: ୫୨ ବିମାନର ଉଡ଼ାଣ ବାତିଲ
ମୁମ୍ବାଇ,୨।୭: ଖରା ତାତି ପରେ ଏବେ ମାୟାନଗରୀ ମୁମ୍ବାଇ ପ୍ରବଳ ବର୍ଷା ଯୋଗୁ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ୫ ଦିନ ଧରି ଅବିଶ୍ରାନ୍ତ ବର୍ଷା ଯୋଗୁ ସହରର କେତେକ ଅଞ୍ଚଳ ଜଳବନ୍ଦୀ ହୋଇଛି। ଏହାଯୋଗୁ କେତେକ ଟ୍ରେନ୍ ଚଳାଚଳ ବ୍ୟହତ...
ସଙ୍କଟରେ କୁମାରସ୍ବାମୀ ସରକାର: ଦୁଇ କଂଗ୍ରେସ ବିଧାୟକଙ୍କ ଇସ୍ତଫା
ବେଙ୍ଗାଲୁରୁ,୨ା୭(ଆଇଏଏନ୍ଏସ୍): କର୍ନାଟକ ବିଧାନସଭାରୁ ୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେବା ଫଳରେ ଏଚ୍.ଡି. କୁମାରସ୍ବାମୀ ସରକାରରେ ସଙ୍କଟ ଦେଖାଦେଇଛି। ବିଦ୍ରୋହୀ ବିଧାୟକ ରମେଶ ଜରକିହୋଲି ଏବଂ ଆନନ୍ଦ ସିଂ ସୋମବାର ସେମାନଙ୍କ ଇସ୍ତଫାପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଛନ୍ତି।...
୮ ବିଦେଶିନୀଙ୍କ ସମେତ ୩୫ ଗିରଫ
ନୋଇଡ଼ା,୨ା୭: ଉତ୍ତରପ୍ରଦେଶର ନୋଇଡ଼ାରେ ଥିବା ସ୍ପା ସେଣ୍ଟର ଉପରେ ପୋଲିସ ଚଢାଉ କରି ୩୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୮ ବିଦେଶିନୀଙ୍କୁ ମିଶାଇ ୨୫ ମହିଳା ଅଛନ୍ତି। ବିଦେଶିନୀମାନେ ଥାଇଲାଣ୍ଡର ବୋଲି ଜଣାପଡ଼ିଛି। ଗିରଫ ୧୦ ପୁରୁଷଙ୍କ...
ବୈବାହିକ ବଳାତ୍କାର ବିରୋଧରେ ଆଇନ ଆଣିବାକୁ ଆବେଦନ: ହସ୍ତକ୍ଷେପ ଲାଗି ସୁପ୍ରିମକୋର୍ଟ ମନାକଲେ
ନୂଆଦିଲ୍ଲୀ,୨ା୭: ସ୍ତ୍ରୀଙ୍କ ଇଚ୍ଛା ବିରୋଧରେ ଯୌନସମ୍ପର୍କ ରଖିବା (ବୈବାହିକ ବଳାତ୍କାର)କୁ ଛାଡ଼ପତ୍ରର କାରଣ ଭାବେ ଗ୍ରହଣ କରିବା ଲାଗି ଆଇନ ଆଣିବା ଏବଂ ଏଭଳି ଘଟଣାରେ ଏତଲା ଦାଏର ଲାଗି ଗାଇଡଲାଇନ୍ସ ସ୍ପଷ୍ଟ କରିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ...
୨୦୨୧ ଫେବୃୟାରୀରେ ଜନଗଣନା
ନୂଆଦିଲ୍ଲୀ,୨ା୭(ପି.ଟି.): ୨୦୨୧ ଜନଗଣନା ଲାଗି ଆସନ୍ତା ଅଗଷ୍ଟ ୧୨ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସାରା ଦେଶରେ ପ୍ରାକ୍ ପରୀକ୍ଷା କରାଯିବ ବୋଲି ରେଜିଷ୍ଟ୍ରାର ଜେନେରାଲ ତଥା ଜନଗଣନା କମିଶନର ବିବେକ ଜୋଷୀ ଘୋଷଣା କରିଛନ୍ତି। ଭାରତର ୧୪୦ ବର୍ଷର ଜନଗଣନା...
ଅଧ୍ୟକ୍ଷ ପଦ ଛାଡ଼ିବା ନିଷ୍ପତ୍ତିରେ ରାହୁଲ ଅଟଳ: ମନାଇବାରେ ୫ ମୁଖ୍ୟମନ୍ତ୍ରୀ ବିଫଳ
ନୂଆଦିଲ୍ଲୀ,୨ା୭(ଆଇଏଏନ୍ଏସ୍): ଲୋକ ସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଅଧ୍ୟକ୍ଷ ପଦ ଛାଡିବା ନିଷ୍ପତ୍ତିରେ ରାହୁଲ ଗାନ୍ଧୀ ଅଟଳ ରହିଛନ୍ତି। ସୋମବାର ତାଙ୍କୁ ମନାଇବାକୁ ଉଦ୍ୟମ କରି ୫ କଂଗ୍ରେସ ମୁଖ୍ୟମନ୍ତ୍ରୀ ୯୦ ମିନିଟ ଧରି ଆଲୋଚନା କରିବା ସହ...
ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଅବଧି ବଢ଼ିଲା: ପ୍ରସ୍ତାବ ରାଜ୍ୟ ସଭାରେ ଗୃହୀତ
ନୂଆଦିଲ୍ଲୀ,୨ା୭(ପି.ଟି.): ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ କାର୍ଯ୍ୟକାଳ ଆଉ ୬ ମାସ ବଢ଼ାଇବା ପ୍ରସ୍ତାବ ସୋମବାର ରାଜ୍ୟସଭାରେ ଗୃହୀତ ହୋଇଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଉକ୍ତ ପ୍ରସ୍ତାବ ଆଗତ କରିଥିଲେ। ଚଳିତ ବର୍ଷ ଶେଷ ସୁଦ୍ଧା ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ...
ମୁମ୍ବାଇରେ ପ୍ରବଳ ବର୍ଷା: ଟ୍ରେନ୍ ଓ ଗାଡ଼ି ଚଳାଚଳ ବ୍ୟାହତ
ମୁମ୍ବାଇ,୨ା୭(ପି.ଟି.): ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଫଳରେ ଟ୍ରେନ୍ ଓ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ମୁମ୍ବାଇ ସମେତ ଥାନେ, ପାଲଘର ଓ ଏହାର ଆଖପାଖ ଅଞ୍ଚଳରେ ଆଉ...
ଋଣରେ ବୁଡ଼ିଥିବା ଅନୀଲ ଅମ୍ବାନୀ ବିକିବେ ମୁମ୍ବାଇର ମୁଖ୍ୟାଳୟ
ନୂଆଦିଲ୍ଲୀ,୧।୭: ରିଲାଏନ୍ସ ଗ୍ରୁପ୍ର ଚେୟାରମ୍ୟାନ ଅନୀଲ ଅମ୍ବାନୀ ନିଜ ଋଣଭାରରୁ ମୁକୁଳିବା ପାଇଁ ଲାଗିପଡ଼ିଛନ୍ତି। ଏଥିଯୋଗୁ ଅନୀଲ ଏବେ ମୁମ୍ବାଇରେ ସାନ୍ତାକ୍ରୁଜ୍ରେ ଥିବା ତାଙ୍କ ମୁଖ୍ୟାଳୟକୁ ବିକିବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି। ଏଥିପାଇଁ ଅନୀଲ ବ୍ଲାକଷ୍ଟୋନ ସହ...
ଅକ୍ସିଜେନ୍ ଓ ମେଡିକାଲ କିଟ୍ ସହ ଯାତ୍ରା ମାର୍ଗରେ ମୁତୟନ ହେଲେ ଆଇଟିବିପିର ଯବାନ
ନୂଆଦିଲ୍ଲୀ,୧।୭: ମହାଦେବଙ୍କ ଦର୍ଶନ ପାଇଁ ପହଞ୍ଚିଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନଜରରେ ରଖି ଆଇଟିବିପି ନିଜର ୫ହଜାରରୁ ଊର୍ଦ୍ଧ୍ୱ ଯବାନଙ୍କୁ ଅମରନାଥ ଯାତ୍ରା ମାର୍ଗରେ ମୁତୟନ କରିଛି। ଚଳିତ ଥର ଶ୍ରଦ୍ଧାଳୁଙ୍କ ପାଖକୁ ମେଡିକାଲ ହେଲ୍ପ ପହାଇବା ପାଇଁ ଆଇଟିବିପି ଯବାନଙ୍କୁ...
ଆନ୍ଦୋଳନକୁ ଓହ୍ଲାଇଲେ ହିନ୍ଦୁରାଓ ହସ୍ପିଟାଲର ଡାକ୍ତର: ଓପିଡି ସେବା ବ୍ୟାହତ
ନୁଆଦିଲ୍ଲୀ,୧।୭: ରାଜଧାନୀ ଦିଲ୍ଲୀରେ ଥିବା ବାଡା ହିନ୍ଦୁରାଓ ହସ୍ପିଟାଲର ରେସିଡେନ୍ସ ଡାକ୍ତର ଆସୋସିଏସନ୍ର ସମସ୍ତ ଡାକ୍ତର ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ପୂରା ଦିନ ହସ୍ପିଟାଲର ଓପିଡି ସେବା ବାଧାପ୍ରାପ୍ତ ହୋଇଛି। କିନ୍ତୁ ଇମାରଜେନ୍ସୀ ସେବା ଜାରି ରହିଥିବା ବେଳେ...
Archives


