ଜାତୀୟ

ଏନ୍‌ଆର୍‌ସିରୁ ଧ୍ୟାନ ହଟାଇବାକୁ ବଳାତ୍କାର, ଏନ୍‌କାଉଣ୍ଟର, ପିଆଜ ମାରାତ୍ମକ ଯୋଜନା: ବିଶାଲ

ମୁମ୍ବାଇ,୯।୧୨: ବଲିଉଡ୍‌ ସିଙ୍ଗର ତଥା ମ୍ୟୁଜିକ କମ୍ପୋଜର ବିଶାଲ ଦଦଲାନି କିଛି ନା କିଛି ବିବାଦୀୟ ବୟାନ ପାଇଁ ଅନେକ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ। ଏବେ ପୁଣିଥରେ ସେ ଏମିତି ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ଏନ୍‌ଆର୍‌ସିରୁ ଧ୍ୟାନ ହଟାଇବାକୁ…

ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ: ହଜାରେରୁ ଅଧିକ ବୈଜ୍ଞାନିକ-ବୁଦ୍ଧିଜୀବୀ କଲେ ସ୍ବାକ୍ଷର

ନୂଆଦିଲ୍ଲୀ,୯।୧୨: ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ କରି ଦେଶର ହଜାରେରୁ ଅଧିକ ବୈଜ୍ଞାନିକ-ବୁଦ୍ଧିଜୀବୀ ସ୍ବାକ୍ଷର କରିଛନ୍ତି। ଏହା ଦ୍ୱାରା ଦେଶର ସମ୍ବିଧାନର ମୂଳ ସ୍ବରୂପ ହଜି ଯିବାର ଆଶଙ୍କା ଥିବା ସେମାନେ କହିଛନ୍ତି। ଭାରତୀୟ ସମ୍ବିଧାନ ସବୁବେଳେ ଧର୍ମ ନିରପେକ୍ଷତାକୁ ଗୁରୁତ୍ୱ…

ନାଗରିକତା ସଂଶୋଧନ ବିଲ୍‌ ଲୋକସଭାରେ ଆଗତ

ନୂଆଦିଲ୍ଲୀ,୯।୧୨: ନାଗରିକତା ସଂଶୋଧନ ବିଲ୍‌କୁ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ ଆଗତ କରିଛନ୍ତି। ଗୃହରେ ଉପସ୍ଥିତ ଥିବା ୩୭୫ ସଦସ୍ୟଙ୍କ ମଧ୍ୟରୁ ଆଗତ ସପକ୍ଷରେ ୨୯୩ ଭୋଟ ପଡ଼ିଥିବାବେଳେ ବିରୋଧରେ ୮୨ ଭୋଟ ପଡ଼ିଥିଲା। ବିଲ୍‌ ଉପରେ ମଙ୍ଗଳବାର…

ବଳାତ୍କାର ମାମଲାର ଶୁଣାଣି ପାଇଁ ଉତ୍ତର ପ୍ରଦେଶରେ ଗଠନ ହେବ ୨୧୮ ଫାଷ୍ଟଟ୍ରାକ୍‌ କୋର୍ଟ

ଲକ୍ଷ୍ନୌ,୯।୧୨: ହାଇଦ୍ରାବାଦ ଗଣବଳାତ୍କାର ଓ ହତ୍ୟା ପରେ ପରେ ଉନ୍ନାଓ ଗଣବଳାତ୍କାର ମାମଲାକୁ ନେଇ ଏବେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର କଡା ପଦକ୍ଷେପ ନେଇଛନ୍ତି। ଦେଶ ତଥା ରାଜ୍ୟରେ ଏବେ ଏଭଳି ମାମଲା ବଢିବାରେ ଲାଗିଛି। ତେବେ ଉତ୍ତର…

ନିର୍ଭୟା କାଣ୍ଡ: ଡିସେମ୍ବର ୧୬ରେ ଦୋଷୀଙ୍କୁ ହୋଇପାରେ ଫାଶୀ

ନୂଆଦିଲ୍ଲୀ,୯।୧୨: ନିର୍ଭୟା କାଣ୍ଡକୁ ଇତିମଧ୍ୟରେ ୭ ବର୍ଷ ବିତି ଯାଇଛି। ବଳାତ୍କାର ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କୁ ଡିସେମ୍ବର ୧୬ରେ ଫାଶୀ ଦିଆଯିବ ବୋଲି କୁହାଯାଉଛି। ୭ବର୍ଷ ତଳେ ୨୦୧୨ ଡିସେମ୍ବର ୧୬ରେ ନିର୍ଭୟା କାଣ୍ଡ…

ଦିଲ୍ଲୀ ଅଗ୍ନିକାଣ୍ଡର ଶେଷ ଫୋନ୍‌ କଲ୍‌: ଭାଇ ମୁଁ ଆଉ ବଞ୍ଚିବିନି, ପ୍ଲିଜ୍‌ ମୋ ପିଲାଙ୍କୁ ସମ୍ଭାଳିବୁ

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀର ରାଣୀ ଝାନ୍ସୀ ରୋଡ଼ରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୪୩ ଜଣଙ୍କର ଜୀବନ ଯାଇଛି। ଏବେ ଜଣେ ମୃତକଙ୍କ ଦ୍ୱାରା ଘରକୁ କରାଯାଇଥିବା ଶେଷ ଫୋନ୍‌ କଲ୍‌ ସମସ୍ତଙ୍କୁ ବେଶ୍‌ ଭାବୁକ କରିବାରେ ଲାଗିଛି। ମୃତକଙ୍କ ମଧ୍ୟରେ ଥିବା ମୁଶରଫ…

୧୨ ଆସନରେ ଭାଜପା ଆଗରେ ଥିବାରୁ ବିଜୟେନ୍ଦ୍ରଙ୍କୁ ମିଠା ଖୁଆଇଲେ ୟେଦୁରପ୍ପା

ବେଙ୍ଗାଲୁରୁ,୯।୧୨: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଏବେ ଟିକେ ଖୁସିଥିବା ଦେଖାଯାଇଛି। ସୋମବାର କର୍ନାଟକର ୧୫ ବିଧାନସଭା ଆସନର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଥିବା ବେଳେ ସେ ସାମାନ୍ୟ ଖୁସି ଅଛନ୍ତି। ସକାଳ ପ୍ରାୟ ୧୧ ଟା ସୁଦ୍ଧା ତାଙ୍କ…

ପିଆଜ ଦରବୃଦ୍ଧିକୁ ନେଇ ପ୍ରତିବାଦ କଲେ ଚନ୍ଦ୍ରାବାବୁ

ଅମରାବତୀ,୯।୧୨: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ସୋମବାର ପିଆଜ ଦରବୃଦ୍ଧିକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି। ବିଧାନସଭା ନିକଟ ଭେଙ୍କଟପାଲେମ ଗାଁ ନିକଟରେ ଥିବା ଫାୟାର ଷ୍ଟେଶନ ପାଖରେ ଟିଡିପି କର୍ମୀମାନେ ବେକରେ…

ସୋସିଆଲ୍‌ ମିଡ଼ିଆ ଯୋଗୁ ୭୨ ବର୍ଷ ତଳେ ପରସ୍ପରଠାରୁ ଅଲଗା ହୋଇଥିବା ଭଉଣୀ-ଭାଇ ହେଲେ ଏକାଠି

ଶ୍ରୀଗଙ୍ଗାନଗର,୯।୧୨: ସୋସିଆଲ୍‌ ମିଡ଼ିଆ ଯୋଗୁ ଦୀର୍ଘ ୭୨ ବର୍ଷ ଧରି ପରସ୍ପରଠାରୁ ଅଲଗା ରହିଥିବା ଭଉଣୀ-ଭାଇ ପୁଣି ଏକାଠି ହୋଇଛନ୍ତି। ତେବେ ଏବେ ଭାଇ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ବାସ କରୁଥିବା ବେଳେ ଭଉଣୀ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ବାସ କରୁଛନ୍ତି। ଭାଇ…

କର୍ନାଟକ ବିଧାନସଭା ନିର୍ବାଚନ: ସାମାନ୍ୟ ଆଶ୍ୱସ୍ତ ଅଛନ୍ତି ୟେଦୁରପ୍ପା

ବେଙ୍ଗାଲୁରୁ,୯।୧୨: କର୍ନାଟକ ବିଧାନସଭାର ୧୫ ଆସନ ପାଇଁ ହୋଇଥିବା ନିର୍ବାଚନର ଗଣତି ସୋମବାର ସକାଳୁ ଆରମ୍ଭ ହୋଇଛି। ସକାଳ ପ୍ରାୟ ୧୦ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ୧୨ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ମାତ୍ର ଗୋଟିଏ ଆସନରେ ଆଗୁଆ…

ତେଲେଙ୍ଗାନା ଗଣ ବଳାତ୍କାର ମାମଲା: ହାଇକୋର୍ଟରେ ଏନ୍‌କାଉଣ୍ଟରର ଶୁଣାଣି

ହାଇଦ୍ରାବାଦ,୯।୧୨: ତେଲେଙ୍ଗାନାର ଭେଟରିନାରୀ ମହିଳା ଡାକ୍ତର ଗଣବଳାତ୍କାର ଓ ହତ୍ୟା ମାମଲାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ଏନ୍‌କାଉଣ୍ଟରକୁ ନେଇ ସୋମବାର ତେଲେଙ୍ଗାନା ହାଇକୋର୍ଟରେ ଶୁଣାଣି ହେବ। କୋର୍ଟ ଅଭିଯୁକ୍ତଙ୍କ ମୃତଦେହକୁ ୯ ଡିସେମ୍ବର ରାତି ୮ ପର୍ଯ୍ୟନ୍ତ ସୁରକ୍ଷିତ ରଖିବାକୁ…

ସିଆର୍‌ପିଏଫ୍‌ କ୍ୟାମ୍ପ୍‌ରେ ପୁଣି ଫୁଟିଲା ଗୁଳି: କମ୍ପାନୀ କମାଣ୍ଡରଙ୍କୁ ହତ୍ୟା କରି ନିଜକୁ ଗୁଳି କଲେ ଯବାନ

ରାଞ୍ଚି,୯।୧୨: ଗତ ସପ୍ତାହରେ ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିବାବେଳେ ପୁଣି ସୋମବାର ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ଖେଳଗାଓ୍ବଁ ସ୍ଥିତ କ୍ୟାମ୍ପ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ କମ୍ପାନୀ କମାଣ୍ଡରଙ୍କ ସହିତ ଜଣେ ଯବାନଙ୍କର କୌଣସି କାରଣରୁ ଯୁକ୍ତି ତର୍କ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?