ଜାତୀୟ

ଝାଡ଼ଖଣ୍ଡରେ ୬୨% ମତଦାନ

ରାଞ୍ଚି, ୧୩ା୧୨(ପି.ଟି.):ଝାଡ଼ଖଣ୍ଡ ବିଧାନସଭା ଲାଗି ଗୁରୁବାର ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ ୬୨ ପ୍ରତିଶତ ଭୋଟଗ୍ରହଣ କରାଯାଇଥିବା ଜଣାପଡ଼ିଛି। ୮ ଜିଲାର ୧୭ ଟି ଆସନରେ ଭୋଟ ଶାନ୍ତିପୂର୍ଣ୍ଣ ରହିଥିବା ପ୍ରକାଶ। ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ରାଞ୍ଚିରେ ଭୋଟ…

ଲୋକ ସଭା, ବିଧାନସଭାରେ ସ୍ଥାନ ସଂରକ୍ଷଣ ଅବଧି ୧୦ ବର୍ଷ ବଢ଼ିବ

ନୂଆଦିଲ୍ଲୀ, ୧୩ା୧୨(ଆଇଏଏନ୍‌ଏସ୍‌):ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ଏସ୍‌ସି ଏବଂ ଏସ୍‌ଟିଙ୍କ ଲାଗି ସ୍ଥାନ ସଂରକ୍ଷଣ ଅବଧି ଆଉ ୧୦ ବର୍ଷ ବଢ଼ିବ। ଏ ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍‌ ଗୁରୁବାର ରାଜ୍ୟ ସଭାର ଅନୁମୋଦନ ଲାଭ କରିଛି। ୧୦ ତାରିଖରେ…

ଭାରତ ଗସ୍ତ ବାତିଲ କଲେ ବାଂଲାଦେଶର ଦୁଇ ମନ୍ତ୍ରୀ

ନୂଆଦିଲ୍ଲୀ,୧୩।୧୨:ନାଗରିକତ୍ୱ ସଂଶୋଧନ ବିଲ୍‌କୁ ନେଇ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ବିକ୍ଷୋଭ ଜାରି ରହିଥିବାବେଳେ ଏହାର ପ୍ରଭାବ ଭାରତର ବୈଦେଶିକ ସମ୍ପର୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି। ବାଂଲାଦେଶର ଦୁଇଜଣ ବରିଷ୍ଠ ମନ୍ତ୍ରୀ ଭାରତ ଗସ୍ତ ବାତିଲ କରିଦେଇଛନ୍ତି। ବହିର୍ବ୍ୟାପାର ମନ୍ତ୍ରୀ ଏ.କେ. ଅବ୍‌ଦୁଲ…

ଆସାମବାସୀ ଚିନ୍ତା କରନ୍ତୁନି: ମୋଦି

ନୂଆଦିଲ୍ଲୀ,୧୩।୧୨(ପି.ଟି.):ନାଗରିକତ୍ୱ (ସଂଶୋଧନ) ବିଲ୍‌ (ସିଏବି)କୁ ବିରୋଧକରି ଆସାମରେ ଚାଲିଥିବା ବିକ୍ଷୋଭ ହିଂସାର ରୂପ ନେଇଥିବାବେଳେ ନୂଆ ଆଇନକୁ ନେଇ ଚିନ୍ତା କରିବାର କିଛି ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଆସାମ ବୁଝାମଣାପତ୍ରର ଧାରା ୬…

ସିଏବିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୩।୧୨(ପି.ଟି.):ନାଗରିକତ୍ୱ ସଂଶୋଧନ ବିଲ୍‌(ସିଏବି)କୁ ଇଣ୍ଡିଆନ ୟୁନିୟନ ମୁସ୍‌ଲିମ ଲିଗ୍‌ (ଆଇୟୁଏମ୍‌ଏଲ୍‌) ଗୁରୁବାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ଏହା ସମାନତା ମୌଳିକ ଅଧିକାରର ଉଲ୍ଲଂଘନ କରୁଛି ଏବଂ ଧର୍ମ ଆଧାରରେ ଗୋଟିଏ ଗୋଷ୍ଠୀର ଶରଣାର୍ଥୀଙ୍କୁ ବିଦା କରିବା ପାଇଁ ଉଦ୍ୟମ ହେଉଛି ବୋଲି…

ନାଗରିକତ୍ୱ ସଂଶୋଧନ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ,୧୩।୧୨(ପି.ଟି.): ବିବାଦୀୟ ନାଗରିକତ୍ୱ (ସଂଶୋଧନ) ବିଲ୍‌, ୨୦୧୯କୁ ଗୁରୁବାର ମଧ୍ୟରାତ୍ରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିଛନ୍ତି। ଏଥିସହ ଏହି ବିଲ୍‌ ଆଇନରେ ପରିଣତ ହୋଇଛି। ଏନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆଇନ କାର୍ଯ୍ୟକାରୀ ହୋଇଛି। ଉକ୍ତ ଆଇନ…

ଉତ୍ତର-ପୂର୍ବରେ ନାଗରିକତ୍ୱ ବିଲ୍‌ ନିଆଁ: ପୋଲିସ ଗୁଳିରେ ୨ ମୃତ

ଗୁଆହାଟୀ/ନୂଆଦିଲ୍ଲୀ,୧୩।୧୨(ପି.ଟି./ଆଇଏଏନ୍‌ଏସ୍‌):ନାଗରିକତ୍ୱ ସଂଶୋଧନ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଏହାକୁ ନେଇ ବିରୋଧ ତେଜିବାରେ ଲାଗିଛି। ଆସାମରେ ଗୁରୁବାର ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଗୁଆହାଟୀରେ ପୋଲିସର ଗୁଳିମାଡ଼ରେ ୨ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଛି। ବିକ୍ଷୋଭକାରୀମାନେ ଜଣେ ବିଧାୟକଙ୍କ ବାସଭବନ…

ତେଲଙ୍ଗାନା ଏନ୍‌କାଉଣ୍ଟର: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୩।୧୨(ପି.ଟି.):ତେଲଙ୍ଗାନାର ମହିଳା ପ୍ରାଣୀ ଚିକିତ୍ସକ ଗଣବଳାତ୍କାର ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ କେଉଁ ପରିସ୍ଥିତିରେ ଏନ୍‌କାଉଣ୍ଟର କରିବାକୁ ପୋଲିସ ବାଧ୍ୟ ହେଲା, ତାହାର ବିଚାର ବିଭାଗୀୟ ତଦନ୍ତ ଲାଗି ଗୁରୁବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସର୍ବୋଚ୍ଚ ଅଦାଲତର ପୂର୍ବତନ…

ଦଳବଦଳ ନିରୋଧୀ ଆଇନ ଗଣତନ୍ତ୍ର ବିରୋଧୀ: ତଥାଗତ

ନୂଆଦିଲ୍ଲୀ,୧୩।୧୨:ଦଳବଦଳ ନିରୋଧୀ ଆଇନକୁ ପୂର୍ବତନ ଏମ୍‌ପି ତଥାଗତ ସତପଥୀ କଡ଼ା ସମାଲୋଚନା କରିଛନ୍ତି। ଗୁରୁବାର ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍‌ ପକ୍ଷରୁ ଏଠାରେ ଆୟୋଜିତ ଦଳବଦଳ ନିରୋଧୀ ଆଇନ ଓ ହୁଇପ୍‌ ବ୍ୟବସ୍ଥା ସମ୍ପର୍କିତ ଆଲୋଚନାରେ ଭାଗନେଇ ତଥାଗତ କହିଛନ୍ତି, କୌଣସି ପ୍ରସଙ୍ଗରେ ଜଣେ…

ଡିସେମ୍ବର ୧୩ : ସଂସଦ ଭବନ ଆକ୍ରମଣକୁ ପୂରିଲା ୧୮ ବର୍ଷ; ପାକିସ୍ତାନରେ ମାଷ୍ଟରମାଇଣ୍ଡ ଆଝାର

ନୂଆଦିଲ୍ଲୀ,୧୩।୧୨: ସଂସଦ ଭବନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଶୁକ୍ରବାର ୧୮ ବର୍ଷ ପୂରିଛି । ୨୦୦୧ ଡିସେମ୍ବର ୧୩ ପୂର୍ବାହ୍ନ ୧୧ଟା ୨୮ରେ ୫ ଜୈଶ୍‌-ଇ-ମହମ୍ମଦ ଏବଂ ଲଶ୍କର-ଇ-ତୋଏବା ଆତଙ୍କବାଦୀ ପାର୍ଲାମେଣ୍ଟ ପରିସରରେ ଦୀର୍ଘ ୪୫ ମିନିଟ୍‌ ଧରି ଆକ୍ରମଣ…

ଝାଡ଼ଖଣ୍ଡ ତୃତୀୟ ପର୍ଯ୍ୟାୟ ନିର୍ବାଚନ: ମତଦାନ ହାର ୬୨.୦୩ ପ୍ରତିଶତ

ରାଞ୍ଚି,୧୨।୧୨: ଗୁରୁବାର ଝାଡ଼ଖଣ୍ଡ ବିଧାନସଭାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ସକାଳ ୭ଟାଠାରୁ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୫ଟାରେ ମତଦାନ ସରିଥିବା ବେଳେ ଏହି ପର୍ଯ୍ୟାୟରେ ମତଦାନ ହାର ରହିଛି ୬୨.୦୩ ପ୍ରତିଶତ। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ…

ଭାଜପା ଛାଡିଲେ ଜତିନ ବୋରା

ନୂଆଦିଲ୍ଲୀ,୧୨।୧୨: ନାଗରିକତ୍ୱ (ସଂଶୋଧନ) ବିଲ୍‌(ସିଏବି)କୁ ନେଇ ଆସାମରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଇତି ମଧ୍ୟରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଅଭିନେତା ଜତିନ ବୋରା ଗୁରୁବାର ଦଳରୁ ଇସ୍ତଫା ଦେଇଛନ୍ତି। ଜତିନ ମଧ୍ୟ ଆସାମ ଷ୍ଟେଟ ଫିଲ୍ମ ଫାଇନାସ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?