ଜାତୀୟ

ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ବଡ଼ ଝଟକା

ମୁମ୍ବାଇ,୭।୧୦: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମେଟ୍ରୋ ପ୍ରୋଜେକ୍ଟ ପାଇଁ ଆରେ କଲୋନୀରେ ଗଛ କଟା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏନେଇ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରି ମହାରାଷ୍ଟ୍ର ସରକାରଙ୍କୁ ବଡ଼ ଝଟକା ଦେବା ସହ ଗଛ କଟା ଉପରେ…

ବରଫପାତରେ ଗରବା କରୁଥିବା ସେନା କର୍ମଚାରୀଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ,୭।୧୦: ଦେଶରେ ଦଶହରା ଆଡମ୍ବରରେ ପାଳିତ ହେଉଥିବାବେଳେ କେନ୍ଦ୍ରୀୟ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ଟୁଇଟରରେ ବରଫପାତରେ ମନ ଖୁସିରେ ଗରବା ନାଚ କରୁଥିବା କିଛି ସେନା କର୍ମଚାରୀଙ୍କ ଭିଡ଼ିଓ ଅପଲୋଡ୍‌ କରିଛନ୍ତି। ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।…

ଭାରତୀୟ ଇଞ୍ଜିନିୟରଙ୍କୁ ମୁକ୍ତ କରିବ ତାଲିବାନ

ନୂଆଦିଲ୍ଲୀ,୭।୧୦: ଆଫଗାନିସ୍ତାନ ବନ୍ଧୁତ୍ୱର ପୁନଃ ସ୍ଥାପନ ପାଇଁ ନିଯୁକ୍ତ ଆମେରିକାର ବିଶେଷ ପ୍ରତିନିଧି ଜାଲମେ ଖଲିଲଜାଦ ଓ ତାଲିବାନ ମଧ୍ୟରେ ଇସଲାମାବାଦରେ ହୋଇଥିବା କଥାବାର୍ତ୍ତାର ପରିଣାମ ଏବେ ଦେଖିବାକୁ ମିଳିଛି। ଏହାର ପରିଣାମ ସ୍ବରୂପ କଏଦୀମାନଙ୍କୁ ଅଦଳବଦଳ କରିବା। ଅର୍ଥାତ୍‌ ଏବେ…

ଭାରତରେ ୨୬/୧୧ ଭଳି ଆକ୍ରମଣ କରିବା ପାଇଁ ଭଟକଲ ବନ୍ଧୁଙ୍କ ସହାୟତା ଲୋଡ଼ିଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ୍‌,୭।୧୦: ଭାରତରେ ୨୬/୧୧ ଭଳି ଆକ୍ରମଣ କରିବା ଲାଗି ପାକିସ୍ତାନ ଷଡ଼ଯନ୍ତ୍ର ରଚିଛି। ଏଥିପାଇଁ ୨୦୦୮ଠାରୁ ପାକିସ୍ତାନରେ ଆଡ୍ଡା ଜମେଇ ବସିଥିବା ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌ ସଂଗଠନର ସଂସ୍ଥାପକ ରିୟାଲ ଭଟକଲ ଏବଂ ଇକବାଲ୍‌ ଭଟକଲଙ୍କୁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଦାୟିତ୍ୱ…

ନୂଆ ଶିକ୍ଷାନୀତି କାର୍ଯ୍ୟକାରୀ ଲାଗି ବୈଠକ: ପାଣ୍ଠି ପ୍ରସଙ୍ଗ ଉଠାଇଲେ ରାଜ୍ୟ

ନୂଆଦିଲ୍ଲୀ,୭ା୧୦(ପି.ଟି.): କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପ୍ରସ୍ତାବିତ ନୂତନ ଶିକ୍ଷାନୀତି କାର୍ଯ୍ୟକାରିତା ଲାଗି ବିଭିନ୍ନ ରାଜ୍ୟ ପାଣ୍ଠି ପ୍ରସଙ୍ଗ ଉଠାଇଛନ୍ତି। ସରକାରଙ୍କ ଚିଠା ନୀତିରେ କେତେକ ଭଲ ପ୍ରସ୍ତାବ ରହିଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରିବା ଲାଗି ପାଣ୍ଠି ଯୋଗାଣର…

ସିଆନାଇଡ୍‌ ଦେଇ ପରିବାରର ୬ଜଣଙ୍କୁ ହତ୍ୟା

ଥିରୁଭାନନ୍ଥପୁରମ୍‌,୭ା୧୦: କେରଳର ଜଣେ ମହିଳା ଖାଦ୍ୟରେ ସିଆନାଇଡ୍‌ ଦେଇ ପରିବାରର ୬ ଜଣଙ୍କୁ ହତ୍ୟା କରିଛନ୍ତି। ୧୭ ବର୍ଷ ହେଲା ତାଙ୍କ ପରିବାର ସଦସ୍ୟଙ୍କର ରହସ୍ୟମୟ ଭାବେ ମୃତ୍ୟୁ ଘଟୁଥିଲା। ଶନିବାର ଉକ୍ତ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯିବା…

ଏବେ ବି ବଙ୍ଗଳା ଛାଡ଼ି ନାହାନ୍ତି ପୂର୍ବତନ ଏମ୍‌ପି

ନୂଆଦିଲ୍ଲୀ,୭ା୧୦(ପି.ଟି.): ଷୋଡ଼ଶ ଲୋକ ସଭା ଭଙ୍ଗ ହେବା ୫ ମାସ ବିତିଲାଣି। ବାରମ୍ବାର ତାଗିଦ୍‌ ସତ୍ତ୍ୱେ ଏବେ ବି ପାଖାପାଖି ୫୦ ପୂର୍ବତନ ଏମ୍‌ପି ସରକାରୀ ବଙ୍ଗଳା ଛାଡ଼ିନାହାନ୍ତି। ସର୍ବସାଧାରଣ ଜାଗାରୁ ବେଆଇନ ଦଖଲ ଉଚ୍ଛେଦ ଲାଗି ଥିବା ଆଇନ ବଳରେ…

ରାୟ ପୂର୍ବରୁ ଅଯୋଧ୍ୟାରେ ବଢ଼ିଲା ସୁରକ୍ଷା

ଅଯୋଧ୍ୟା,୭ା୧୦(ଆଇଏଏନ୍‌ଏସ୍‌): ଏବେ ପାର୍ବଣ ଋତୁ ଚାଲିଥିବାବେଳେ ଆଗକୁ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାର ରାୟ ପ୍ରକାଶ ପାଇବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇଦିଆଯାଇଛି। ସେଠାକୁ ୧୦ କମ୍ପାନୀ ଅତିରିକ୍ତ ସୁରକ୍ଷା ବଳ ପଠାଯାଇଛି।…

କଶ୍ମୀରରେ ପ୍ରାୟ ୩୦୦ ଆତଙ୍କବାଦୀ

ଶ୍ରୀନଗର,୭ା୧୦: ଜମ୍ମୁ-କଶ୍ମୀରରେ ୨୦୦ରୁ ୩୦୦ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ଶୀତଋତୁ ପୂର୍ବରୁ ଅଧିକ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ପାଇଁ ପାକିସ୍ତାନ ଉଦ୍ୟମ ଚଳାଇଛି। ଏଥିପାଇଁ ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ସୀମାନ୍ତ ଅଞ୍ଚଳରେ ଗୁଳିଗୋଳା ମାଡ଼ କରୁଛି ବୋଲି ଡିଜିପି ଦିଲବାଗ୍‌…

ଅବ୍‌ଦୁଲ୍ଲାଙ୍କୁ ଭେଟିଲେ ଏନ୍‌ସି ନେତା

ଶ୍ରୀନଗର,୭ା୧୦(ପି.ଟି.): ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଗୃହବନ୍ଦୀ ଥିବା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା ଏବଂ ଓମାର ଅବ୍‌ଦୁଲ୍ଲାଙ୍କୁ ରବିବାର ତାଙ୍କ ଦଳର ନେତାମାନେ ଭେଟିଛନ୍ତି। ନ୍ୟାସନାଲ କନ୍‌ଫରେନ୍ସ (ଏନ୍‌ସି)ର ଏକ ୧୫ ଜଣିଆ ପ୍ରତିନିଧି ଦଳ ଉଭୟଙ୍କୁ…

ସ୍ବଚ୍ଛତା କର୍ମୀଙ୍କ ହାଜତ ମୃତ୍ୟୁ

ବାର୍‌ମେର,୭ା୧୦(ପି.ଟି.): ରାଜସ୍ଥାନର ବାର୍‌ମେର ଜିଲା ଅନ୍ତର୍ଗତ ବାଲୋତ୍ରାରେ ରବିବାର ଜଣେ ସ୍ବଚ୍ଛତା କର୍ମୀଙ୍କର ପୋଲିସ ହାଜତରେ ମୃତ୍ୟୁ ଘଟିଛି। ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଗଣ୍ଡଗୋଳରୁ ଜଗଦୀଶ ଗୋଲିୟାର ଓ ଅନ୍ୟ ଦୁଇଜଣଙ୍କୁ ପଚପଦ୍ର ଥାନା ପୋଲିସ ଗିରଫ କରିଥିଲା। ହାଜତ…

ଉଚ୍ଚରକ୍ତଚାପରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ…

ପରିବର୍ତ୍ତିତ ଜୀବନ ଶୈଳୀରେ ବିଭିନ୍ନ କାରଣରୁ କେତେକଙ୍କ କ୍ଷେତ୍ରରେ ରକ୍ତଚାପ ଦେଖାଯାଇଥାଏ। ଆୟୁର୍ବେଦରେ ରକ୍ତଚାପରୁ ଦୂରେଇ ରହିବା ପାଇଁ ଅନେକ ସହଜ ଘରୋଇ ଉପଚାର ସମ୍ପର୍କରେ ଉଲ୍ଲେଖ ରହିଛି। ରକ୍ତଚାପ ରୋଗୀଙ୍କ ପାଇଁ ପଣସ ବେଶ୍‌ ଉପକାରୀ ହୋଇଥାଏ। ଏଥିରେ ପ୍ରଚୁର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri