ଜାତୀୟ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଚତୁର୍ଥ ପର୍ଯ୍ୟାୟରେ ମତଦାନ ଅଧିକାର ସାବ୍ୟସ୍ତ କରିବେ ୪୭ ଲକ୍ଷ ୮୫ ହଜାର ଭୋଟର

ରାଞ୍ଚି,୧୫।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ସୋମବାର ୪୭ ଲକ୍ଷ ୮୫ ହଜାର ୯ଜଣ ଭୋଟର ମତଦାନ ଅଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ ୨୫ ଲକ୍ଷ ୪୦ ହଜାର ୭୯୪ ପୁରୁଷ ଭୋଟର ଥିବାବେଳେ ୨୨ ଲକ୍ଷ ୪୪…

ଏନ୍‌ଆର୍‌ସି, ବିମୁଦ୍ରୀକରଣ ସହ ସମାନ: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୧୫।୧୨: ବିହାରର ଶାସକ ଦଳ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ତାଙ୍କ କଥାରେ ଅଡି ବସିଛନ୍ତି। ରବିବାର ସେ ପୁଣିଥରେ ଟୁଇଟ୍‌ କରି କହିଛନ୍ତି ସାରା ଦେଶରେ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର(ଏନ୍‌ଆର୍‌ସି) ଲାଗୁ ହେବା ବିମୁଦ୍ରୀକରଣ ସହ…

ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ ଆତଙ୍କବାଦୀଙ୍କ ପାଇଁ ଥିଲା ସତର୍କ ସୂଚନା: ଯେଉଁଠି ଲୁଚିଲେ ବି ସେଠି ପହଞ୍ଚିବ ଭାରତୀୟ ସେନା; କହିଲେ ପୂର୍ବତନ ବାୟୁସେନା ମୁଖ୍ୟ

ଚଣ୍ଡିଗଡ଼,୧୫।୧୨: ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନ ଅଧିକୃତ କଶ୍ମୀରର ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା। ଏହା ଦ୍ୱାରା ଆତଙ୍କବାଦୀଙ୍କୁ ସତର୍କ ସୂଚନା ଦିଆଯାଇଥିଲା ଯେ, ଯେଉଁଠି ଲୁଚିଲେ ବି ସେଠାରେ ଭାରତୀୟ ସେନା ପହଞ୍ଚିପାରିବ। ଏନେଇ ପୂର୍ବତନ ବାୟୁସେନା ମୁଖ୍ୟ ବି.ଏସ୍‌.…

ପଶ୍ଚିମବଙ୍ଗ ଜଳୁଥିବା ବେଳେ ମମତା ବଂଶୀ ଫୁଙ୍କୁଛନ୍ତି: ଭାଜପା ନେତା

କୋଲକାତା,୧୫।୧୨: ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ହୋଇଥିବା ବିରୋଧ ପ୍ରଦର୍ଶନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ପଶ୍ଚିମବଙ୍ଗର ଭାଜପା ମହାସଚିବ ତଥା ରାଜ୍ୟ ପ୍ରଭାରୀ ଥିବା କୈଳାଶ ବିଜୟଭର୍ଗିୟ…

ନୂଆ ସରକାର ଗଠନ ପରେ ୫ ରାଜ୍ୟରେ ଅଟକି ରହିଛି ୬ ଲକ୍ଷ ୭୦ ହଜାର କୋଟିର ପ୍ରକଳ୍ପ

ନୂଆଦିଲ୍ଲୀ,୧୫।୧୨: ଭାରତର ୫ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ୬ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଅଟକି ରହିଛି। ସେଥିମଧ୍ୟରୁ ଆନ୍ଧ୍ରପ୍ରଦେଶରେ ଲକ୍ଷେ ୯ ହଜାର କୋଟି, ମହାରାଷ୍ଟ୍ରରେ ୫ ଲକ୍ଷ ୪୬ ହଜାର ୧୨୮…

ନାଗରିକତ୍ୱ ସଂଶୋଧନ ଆଇନରେ ପରିବର୍ତ୍ତନ ଆସିପାରେ: ସଙ୍କେତ ଦେଲେ ଶାହା

ନୂଆଦିଲ୍ଲୀ,୧୫।୧୨: ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ସମଗ୍ର ଉତ୍ତରପୂର୍ବ ଭାରତରେ ହିଂସା ଉପୁଜିଛି। କେବଳ ସେତିକି ନୁହେଁ ଏହାକୁ ନେଇ ବିଦେଶରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଗଲାଣି। ତେବେ ଶନିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଝାଡ଼ଖଣ୍ଡରେ ଏକ ନିର୍ବାଚନ ରାଲିରେ ସମ୍ବୋଧନ…

ନ୍ୟାୟିକ ବ୍ୟବସ୍ଥାରେ ମଣିଷର ବିଚାର କ୍ଷମତାର ସ୍ଥାନ ନେଇ ପାରିବନି ଏଆଇ: ପ୍ରଧାନ ବିଚାରପତି

ନାଗପୁର,୧୫।୧୨: ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ସମ୍ପ୍ରତି ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସ(ଏଆଇ)ର ପ୍ରଚଳନ ପାଇଁ ଯୋଜନା ନାହିଁ। ଏହା ଖୁବ୍‌ ଭଲ ପ୍ରଣାଳୀ ତେବେ ଏହା ଦ୍ୱାରା ନ୍ୟାୟିକ ବ୍ୟବସ୍ଥାରେ ନକାରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏଆଇ କେବେ ମଧ୍ୟ ମଣିଷର ବିଚାର…

ରାମଲୀଳା ମଇଦାନରୁ ପ୍ରଚାର ଆରମ୍ଭ କରିବେ ମୋଦି

ନୂଆଦିଲ୍ଲୀ,୧୫।୧୨: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ। ପାଖାପାଖି ୨ ମାସ ମଧ୍ୟରେ ଏଠାରେ ନିର୍ବାଚନ ଆୟୋଜନ କରାଯିବ। ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ ଫେବୃୟାରୀରେ ଦିଲ୍ଲୀ ବିଧାନସଭାର ଶାସକ ଦଳ ଆମ ଆଦମୀ ପାର୍ଟି(ଏଏପି)ର କାର୍ଯ୍ୟକାଳ ସରୁଛି। ତେଣୁ…

ଛାଡ଼ପତ୍ର ମାମଲାର ଆପୋଷ ବୁଝାମଣା ପାଇଁ ଘୋଡ଼ା ଚଢ଼ି ବର ବେଶରେ କୋର୍ଟରେ ପହଞ୍ଚିଲେ ଯୁବକ

ଭୋପାଳ, ୧୫।୧୨: ମଧ୍ୟପ୍ରଦେଶରେ ଏକ ଛାଡ଼ପତ୍ର ମାମଲାରେ ପରିବାର କୋର୍ଟ ଦମ୍ପତିଙ୍କୁ ଆପୋଷ ବୁଝାମଣା ପାଇଁ ପରାମର୍ଶ ଦେଇଥିଲେ। ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ବୁଝାମଣା ଲାଗି ଡିସେମ୍ବର ୧୪ ଧାର୍ଯ୍ୟ ହୋଇଥିଲା। ସେହି ଦିନ ସ୍ବାମୀ ଘୋଡ଼ା ଚଢ଼ି ବର ବେଶରେ ଦେବାସ…

ରକ୍ତରେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମହିଳା ଶୁଟର: ନିର୍ଭୟା ଦୋଷୀଙ୍କୁ ନିଜ ହାତରେ ଫାଶୀଦେବାକୁ ମାଗିଲେ ଅନୁମତି

ନୂଆଦିଲ୍ଲୀ,୧୫।୧୨: ଅନ୍ତରାଷ୍ଟ୍ରୀୟ ମହିଳା ଶୁଟର ବର୍ତ୍ତିକା ସିଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ରକ୍ତରେ ଏକ ଚିଠି ଲେଖିଛନ୍ତି। ନିର୍ଭୟା ମାମଲାର ଦୋଷୀଙ୍କୁ ମହିଳାଙ୍କ ହାତରେ ଫାଶୀ ଦେବାକୁ ସେ ଉକ୍ତ ଚିଠିରେ ଅନୁରୋଧ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିର୍ଭୟା…

ସର୍ଦ୍ଦାର ପଟେଲଙ୍କ ୬୯ତମ ପୁଣ୍ୟତିଥି: ମୋଦିଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ, ୧୫।୧୨: ସ୍ବାଧୀନ ଭାରତ ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୬୯ ତମ ପୁଣ୍ୟତିଥି ରବିବାର ପାଳିତ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶ ପାଇଁ ସର୍ଦ୍ଦାର ପଟେଲଙ୍କ…

ପଡିଗଲେ ମୋଦି: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟାଶନାଲ ଗଙ୍ଗା କାଉନସିଲ ବୈଠକରେ ଯୋଗ ଦେବାକୁ ଶନିବାର କାନପୁରରେ ପହଞ୍ଚିଥିଲେ। ସେଠାରେ ସେ ‘ନମାମି ଗଙ୍ଗା’ ପ୍ରୋଜେକ୍ଟର ସମୀକ୍ଷା କରିଥିଲେ। ଏହାପରେ ସେ ଗଙ୍ଗା ବ୍ୟାରେଜର ଅଟଳ ଘାଟ ପାହାଚରେ ପଡିଯାଇଥିବାର ଏକ ଭିଡିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?