ଜାତୀୟ

ଅଧରାତିରେ ମନ୍ଦିର କବାଟ ଖୋଲି ବିବାହ କଲେ ପ୍ରଶାସନିକ ଅଧିକାରୀ

ଲକ୍ଷ୍ନୌ,୧୨।୧୦: ଉତ୍ତରପ୍ରଦେଶର କୁଶିନଗରରେ ଜଣେ ପ୍ରଶାସନିକ ଅଧିକାରୀ ଶୁକ୍ରବାର ବିଳମ୍ବିତ ରାତିରେ ମନ୍ଦିରରେ ବିବାହ କରିଥିବା ଜଣାପଡ଼ିଛି। ମନ୍ଦିର ରାତିରେ ବନ୍ଦ ଥିବା ବେଳେ ନିୟମ ଭାଙ୍ଗି ବିବାହ ହୋଇଥିବାରୁ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।…

କଂଗ୍ରେସରେ ଯୋଗ ଦେଲେ ଅଳକା

ନୂଆଦିଲ୍ଲୀ,୧୨।୧୦: ମାସେରୁ ଊର୍ଦ୍ଧ୍ୱ ସମୟ ହେବ ଆମ ଆଦମୀ ପାର୍ଟି(ଏଏପି) ଛାଡିଥିବା ଚାନ୍ଦନୀ ଚୌକର ବିଧାୟିକା ଅଳକା ଲାମ୍ବା ଶନିବାର କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ପିସି ଚାକୋଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ଶୁକ୍ରବାର ସେ…

ଜିନପିଙ୍ଗଙ୍କ ସୁରକ୍ଷା ପାଇଁ ୧୦ ଦିନ ଆଗରୁ ଉଠାଯାଉଥିଲା ଫଟୋ

ଚେନ୍ନାଇ,୧୨।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ମୋଦିଙ୍କ ସହ ତାଙ୍କର ଏହି ଅନୌପଚାରିକ ସାକ୍ଷାତ୍‌କାରକୁ ନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। ରାଷ୍ଟ୍ରପତି ରହୁଥିବା ହୋଟେଲରୁ ବିମାନ ବନ୍ଦର ପର୍ଯ୍ୟନ୍ତ ପ୍ରତି ମୂହୂର୍ତ୍ତର…

ଘାଘରା ନଦୀରେ ଡଙ୍ଗା ବୁଡ଼ି ଘଟଣା: ୪ମହିଳା ନିଖୋଜ

ଲକ୍ଷ୍ନୌ,୧୨।୧୦: ଉତ୍ତରପ୍ରଦେଶ ସନ୍ଥକବୀରନଗର ଜିଲାରେ ଥିବା ଘାଘରା ନଦୀର ରାମବାଗ ଘାଟରେ ଶନିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ନଦୀରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟିପଡ଼ିବାରୁ ସେଥିରେ ଥିବା ୪ମହିଳାଙ୍କ ସମେତ ୧୮ଜଣ ବ୍ୟକ୍ତି ବୁଡିଯାଇଥିଲେ। ଖବରପାଇ ଘଟଣାସ୍ଥଳରେ ଏସ୍‌ଡିଏମ୍‌, ପୋଲିସ…

ଉପହାର କୂଟନୀତି: ଜିନ୍‌ପିଙ୍ଗ୍‌ଙ୍କ ଫଟୋ ଥିବା ସିଲ୍କ କପଡ଼ା ଦେଲେ ମୋଦି

ମାମଲ୍ଲାପୁରମ୍‌,୧୨।୧୦: ଭାରତ-ଚାଇନା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପହାର କୂଟନୀତିର ସାହାରା ନେଇଛନ୍ତି। ସେ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ତାଙ୍କର ଫଟୋଥିବା ଏକ ସିଲ୍କ କପଡ଼ା ଉପହାର ଦେଇଛନ୍ତି। ଦୁଇ ନେତା ସ୍ଥାନୀୟ ତାଜ୍‌…

ଜଗନ ମୋହନଙ୍କୁ ମାନସିକ ରୋଗୀ ବୋଲି କହିଲେ ଚନ୍ଦ୍ରାବାବୁ

ହାଇଦ୍ରାବାଦ,୧୨।୧୦: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ପୁଣିଥରେ ଓ୍ବାଇଏସ୍‌ଆର୍‌ କଂଗ୍ରେସର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଟାର୍ଗେଟ କରିଛନ୍ତି। ଚନ୍ଦ୍ରାବାବୁ କହିଛନ୍ତି ଓ୍ବାଇଏସ୍‌ଆର୍‌ସିପି ସରକାର ଜନ ବିରୋଧୀ ନୀତି ଲାଗୁ କରୁଛି। ଏହାସହ ସରକାର ବିରୋଧୀଙ୍କ ଉପରେ…

ସୋମବାର ମଧ୍ୟାହ୍ନରୁ ଜମ୍ମୁ-କଶ୍ମୀରରେ ପୋଷ୍ଟପେଡ୍‌ ମୋବାଇଲ୍‌ ସେବା ଆରମ୍ଭ

ଶ୍ରୀନଗର,୧୨।୧୦: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଆସନ୍ତା ସୋମବାର ମଧ୍ୟାହ୍ନଠାରୁ ଜମ୍ମୁ-କଶ୍ମୀରରେ ପୋଷ୍ଟପେଡ୍‌ ମୋବାଇଲ୍‌ ସେବା ଆରମ୍ଭ ହେବ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତିି ଗ୍ରହଣ କରାଯାଇଛି। ଏନେଇ ମୁଖ୍ୟ ସଚିବ ରୋହିତ ଙ୍କସଲ ସୂଚନା ଦେଇଛନ୍ତି। ଲଶ୍କର-ଇ-ତୋଏବା ସମେତ…

ଗୁଜରାଟ ଉପକୂଳରେ ୫ ପାକିସ୍ତାନୀ ବୋଟ୍‌ ଜବତ

ଗାନ୍ଧିନଗର,୧୨।୧୦: ଗୁଜରାଟ କଚ୍ଛ ଉପକୂଳରେ ୫ଟି ପାକିସ୍ତାନୀ ବୋଟ୍‌ ଜବତ କରାଯାଇଥିବା ସୂଚନା ମିଳିଛି। ବିଏସ୍‌ଏଫ୍‌ ଦ୍ୱାରା ଚାଲିଥିବା ସର୍ଚ୍ଚ ଅପରେଶନରେ ଏହି ସଫଳତା ମିଳିଛି। ହରାମି ନାଲା ବର୍ଡର ନିକଟରେ ପାଟ୍ରୋଲିଂ ଚାଲିଥିବା ସମୟରେ ପାକିସ୍ତାନର ଏହି ୫ଟି ମାଛଧରା…

୧୭୦୦ ବର୍ଷ ପୁରୁଣା: ଚାଇନା-ମାମଲ୍ଲାପୁରମ୍‌ ସମ୍ପର୍କ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନାର ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଦ୍ୱିତୀୟଥର ପାଇଁ ଅନୌପଚାରିକ ଆଲୋଚନା ଚେନ୍ନାଇ ନିକଟସ୍ଥ ମାମଲ୍ଲାପୁରମ୍‌(ମହାବଲୀପୁରମ୍‌)ରେ କରାଯିବା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହାର ପ୍ରକୃତ କାରଣ ହେଲା ଚାଇନା ଏବଂ ମାମଲ୍ଲାପୁରମ୍‌ ମଧ୍ୟରେ ରହିଥିବା ଘନିଷ୍ଟ…

ମତଭେଦ ଯୋଗୁ ଆଉ ହେବନି ଝଗଡ଼ା: ମୋଦି

ମାମଲ୍ଲାପୁରମ୍‌,୧୨।୧୦: ପରସ୍ପର ମଧ୍ୟରେ ଥିବା ମତଭେଦ ଯୋଗୁ ଏବେ ଆଉ ଭାରତ-ଚାଇନା ମଧ୍ୟରେ ଅଯଥା ଝଗଡ଼ା ହେବନି। ଗତ ଦୁଇ ହଜାର ବର୍ଷରୁ ଅଧିକ ସମୟ ଧରି ଭାରତ ଏବଂ ଚାଇନା ପୃଥିବୀର ଖ୍ୟାତି ସମ୍ପନ୍ନ ଆର୍ଥିକ ଶକ୍ତି ଭାବେ ଉଭା…

ଅଡ୍‌-ଇଭିନ୍‌ ନମ୍ବର ପରେ ବଦଳିବ କାର୍ଯ୍ୟାଳୟର ସମୟ

ନୂଆଦିଲ୍ଲୀ,୧୨।୧୦: ରାଜଧାନୀ ଦିଲ୍ଲୀରେ ନଭେମ୍ବର ୪-୧୫ ମଧ୍ୟରେ ପୁଣି ଥରେ ଅଡ୍‌-ଇଭିନ୍‌ ନମ୍ବର କାର୍ଯ୍ୟକାରୀ ହେବ। ପ୍ରଦୂଷଣର ମାତ୍ରା ବଢିଯାଇଥିବାରୁ ଏବେ ଦିଲ୍ଲୀ ସରକାର ଅଡ୍‌-ଇଭିନ୍‌ ନମ୍ବର କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ସିଏନ୍‌ଜିରେ ଚାଲୁଥିବା କାର୍‌ ଓ ବାଇକ୍‌…

ଆତଙ୍କବାଦୀ ଆକ୍ରମଣ ସୂଚନା: ପଞ୍ଜାବରେ ହାଇ ଆର୍ଲଟ

ଚଣ୍ଡିଗଡ଼,୧୨।୧୦: ଆତଙ୍କବାଦୀ ଆକ୍ରମଣ ସୂଚନା ମିଳିବା ପରେ ପଞ୍ଜାବରେ ହାଇ ଆର୍ଲଟ ଜାରି କରାଯାଇଛି। ଚଣ୍ଡିଗଡ଼, ପଠାନକୋଟ, ଗୁରୁଦାସପୁର ଓ ଅମୃତସରରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଗୋଇନ୍ଦା ରିପୋର୍ଟ ମିଳିବା ପରେ ଏସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri