ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ୪ ଗିରଫ
ଲକ୍ଷ୍ନୌ,୧୨ା୧୦(ପି.ଟି.): ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣରେ ସମ୍ପୃକ୍ତି ଅଭିଯୋଗରେ ଉତ୍ତରପ୍ରଦେଶ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଉମେଦ୍ ଅଲି, ସଞ୍ଜୟ ଅଗ୍ରଓ୍ବାଲ, ସମୀର ସଲ୍ମାନି ଓ ଐରାଜ୍ ଅଲି। ଗୁରୁବାର ରାତିରେ ଲକ୍ଷ୍ମୀପୁର ଜିଲା ନିଘାସନ ଅଞ୍ଚଳରୁ ସେମାନଙ୍କୁ…
୧୧ ତିବ୍ବତୀୟ ଗିରଫ
ଚେନ୍ନାଇ,୧୨ା୧୦(ପି.ଟି.): ଚାଇନା ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ଙ୍କୁ ବିରୋଧ କରି ଚେନ୍ନାଇ ବିମାନ ବନ୍ଦର ଓ ସେ ରହିବାକୁ ଥିବା ଷ୍ଟାର ହୋଟେଲ ବାହାରେ ବିକ୍ଷୋଭ ପ୍ରଦର୍ଶନ ଲାଗି ଉଦ୍ୟମ କରୁଥିବା ୧୧ ଜଣ ତିବ୍ବତୀୟଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି। ଜିନ୍ପିଙ୍ଗ…
ସ୍ବଚ୍ଛ ଭାରତ ଅଭିଯାନରେ ବାଜି ମାରିଲା ଏମ୍ସ: ମିଳିଲା ୩ କୋଟି ଟଙ୍କା ପୁରସ୍କାର
ନୂଆଦିଲ୍ଲୀ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ସ୍ବଚ୍ଛ ଭାରତ ଅଭିଯାନ’ରେ ପ୍ରଥମ ହୋଇଛି ଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏମ୍ସ)। ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଶୁକ୍ରବାର ଏମ୍ସକୁ ପ୍ରଥମ ପୁରସ୍କାର ରାଶି…
ପାରମ୍ପରିକ ପୋଷାକ ପିନ୍ଧି ଚାଇନା ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ମୋଦି
ମାମଲାପୁରମ,୧୧।୧୦: ତାମିଲନାଡୁର ମହାବଳିପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ୍ ହୋଇଛି। ଏହି ସମୟରେ ମୋଦି ତାମିଲନାଡୁର ପାରମ୍ପରିକ ପୋଷାକରେ ନଜର ଆସିଛନ୍ତି। ମୋଦି ଧଳା ରଙ୍ଗର ସାର୍ଟ ଓ ଧୋତି(ଭେଷ୍ଟି) ପିନ୍ଧିଥିବା ଦେଖାଯାଇଛି।…
ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସାଙ୍ଗରେ ଲାଗିଲା ମୋଦି- ଅମିତ ଶାହଙ୍କ ପୋଷ୍ଟର: ବଢ଼ିଲା ରାଜନୈତିକ ଉଷ୍ମତା
ଭୋପାଳ,୧୧।୧୦: ମଧ୍ୟପ୍ରଦେଶ କଂଗ୍ରେସରେ ରାଜନୈତିକ ଦଳ ମଧ୍ୟରେ କିଛି ସମୟ ଧରି କନ୍ଦଳ ଚାଲିଥିବା ବେଳେ ପୂର୍ବତନ ଏମ୍ପି ତଥା କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏକ ପୋଷ୍ଟର ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପୋଷ୍ଟରରେ ସିନ୍ଧିଆଙ୍କ ସହ ଗ୍ବାଲିୟରର…
ପ୍ରଥମ ଦେଖାର ୪ଘଣ୍ଟା ମଧ୍ୟରେ ଦୁର୍ଗାମଣ୍ଡପରେ ବିବାହ କଲେ ପ୍ରେମୀଯୁଗଳ
ଝିଅ ପୁଅଙ୍କ ବିବାହ ପୂର୍ବରୁ ହିଁ ସ୍ବର୍ଗରେ ନିଷ୍ପତ୍ତି ହୋଇଥାଏ। ବିଶ୍ୱରେ କାହା ପାଇଁ କିଏ ନା କିଏ ନିଶ୍ଚୟ ଗଢ଼ା ହୋଇଛି। ଖାଲି ସମୟ ହେଲେ ଦୁଇ ଜଣ ଏକାଠି ହେବାର ଅପେକ୍ଷା ଥାଏ ବୋଲି କୁହାଯାଏ। ବହୁଥିର ପ୍ରଥମ…
ସବୁ ଧର୍ମକୁ ସମ୍ମାନ କରେ: ନୁସରତ
କୋଲକାତା,୧୧।୧୦: ତ୍ରୁଣମୂଳ କଂଗ୍ରେସର ଲ-ମେକର ତଥା ଅଭିନେତ୍ରୀ ନୁସରତ ଜାହାନ ଏବେ ପ୍ରାୟ ଅଧିକାଂଶ ସମୟରେ ରହୁଛନ୍ତି ଚର୍ଚ୍ଚାରେ। ଦୁର୍ଗାପୂଜା ଅବସରରେ ସେ ଏକ ପେଣ୍ଡାଲରେ ସିନ୍ଦୁର ଖେଳିବା ବେଳେ କହିଛନ୍ତି ସେ ସବୁ ଧର୍ମକୁ ସମ୍ମାନ କରନ୍ତି। ଦୁର୍ଗାପୂଜାରେ ବିଶେଷ…
ଜାମିନ ମିଳିବା ପରେ ହାର୍ଦ୍ଦିକଙ୍କ ସହ ରେସ୍ତୋରାଁ ପହଞ୍ଚିଲେ ରାହୁଲ
ଅହମ୍ମଦାବାଦ,୧୧।୧୦: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଗୁଜରାଟ ଅହମ୍ମଦାବାଦର ଏକ କୋର୍ଟରେ ମାନହାନି ମାମଲାକୁ ନେଇ ହାଜର ହୋଇଥିଲେ। ଏହି ମାମଲାରେ ତାଙ୍କୁ ଜାମିନ ମିଳିବା ସହ ଏହାର ପରବର୍ତ୍ତି ଶୁଣାଣି ଆସନ୍ତା ଡିସେମ୍ବର ୭ରେ କରାଯିବାକୁ ଧାର୍ଯ୍ୟ…
ଦିଲ୍ଲୀ କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ,୧୧।୧୦: ରାଜଧାନୀ ଦିଲ୍ଲୀ ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଥିବା କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପବନର ତୀବ୍ର ବେଗ ଯୋଗୁ ଏହି ନିଆଁ ବିକରାଳ ରୂପ ନେଇ ଚାରିଆଡେ ବ୍ୟାପି ଯାଇଥିଲା। ଖବରପାଇ ଘଟଣାସ୍ଥଳରେ ପୋଲିସ ଓ…
କଶ୍ମୀର ମାମଲାରେ ଟ୍ରମ୍ପକୁ ବି ହସ୍ତକ୍ଷେପ କରିବାକୁ ଦେଇ ନାହାଁନ୍ତି ମୋଦି: ଶାହ
ବୁଲଧାନା,୧୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାର ପ୍ରଚାରକୁ ଏବେ ଓହ୍ଲାଇଛନ୍ତି ବହୁ ହେଭିଓ୍ବେଟ ନେତା। ଶୁକ୍ରବାର ଭାଜପାର ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାାହ। ମହାରାଷ୍ଟ୍ରର ଚିଖଲିଠାରେ ଆୟୋଜିତ ଏକ ନିର୍ବାଚନ ରାଲିରେ…
ଚେନ୍ନାଇରେ ପହଞ୍ଚିଲେ ଚାଇନା ରାଷ୍ଟ୍ରପତି
ଚେନ୍ନାଇ,୧୧।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିତୀୟ ଅନୌପଚାରିକ ବୈଠକ ପାଇଁ ଚେନ୍ନାଇରେ ପହଞ୍ଚି ସାରିଛନ୍ତି। ମହାବଳିପୁରମ ଗସ୍ତ କରି ସେଠାରେ କିଛି ସମୟ ମଧ୍ୟରେ ଏହି ବୈଠକରେ ଯୋଗଦେବେ। ଏହାପରେ ସନ୍ଧ୍ୟାରେ ମୋଦି ତାଙ୍କ…
ପ୍ରକାଶ ପାଇଲା ହରିୟାଣା କଂଗ୍ରେସର ଘୋଷଣା ପତ୍ର
ଚଣ୍ଡିଗଡ଼,୧୧।୧୦: ହରିୟାଣା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଶୁକ୍ରବାର ଘୋଷଣା ପତ୍ର ପ୍ରକାଶ ପାଇଛି। କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ୍ଡା ଓ ପ୍ରଦେଶ ଅଧ୍ୟକ୍ଷ ଶୈଲଜା କୁମାରୀ ଏହି ସଙ୍କଳ୍ପ ପତ୍ରକୁ…
Archives


