ଏମିତି ନଦୀ ଯାହାର ବାଲିରୁ ମିଳେ ମୁଠା ମୁଠା ସୁନା…
ଝାଡ଼ଖଣ୍ଡରେ ରହିଛି ସୁବର୍ଣ୍ଣ ରେଖା ନଦୀ। ରତ୍ନଗର୍ଭାଠାରୁ ୧୫ କିମି ଦୂରରେ ରହିଛି ଏହି ନଦୀ। ସୂର୍ଯ୍ୟାଲୋକ ପଡ଼ିଲେ ନଦୀର ଜଳ ସୁନା ପରି ଚକଚକ କରିଥାଏ। ଏଠାକାର ବାସିନ୍ଦା ନଈ ବାଲିରୁ ସୁନା ସଂଗ୍ରହ କରିଥାନ୍ତି। ରତ୍ନଗର୍ଭାର ମାଟିତଳେ ଅନେକ…
ରାଜୋରିରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ଼
ଶ୍ରୀନଗର,୩୦।୧୦: ସୁଧୁରିନି ପାକିସ୍ତାନ। ଜମ୍ମୁ-କଶ୍ମୀରରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ବୁଧବାର ପାକିସ୍ତାନ ସେନା ପକ୍ଷରୁ ରାଜୋରିର ସୁନ୍ଦରବଣି ସେକ୍ଟରରେ ଗୁଳିଗୋଳା ବର୍ଷଣ କରାଯାଇଛି। ଏଥିସହ ମୋର୍ଟାର ମାଡ ମଧ୍ୟ କରାଯାଇଥିବା ଜଣାପଡ଼ିଛି। ଏହାର ପାଲଟା ଜବାବରେ ଭାରତୀୟ…
ଫଡ୍ନବିସ ହେଲେ ଭାଜପା ବିଧାୟକ ଦଳର ନେତା
ମୁମ୍ବାଇ,୩୦।୧୦: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଏବେ ପର୍ଯ୍ୟନ୍ତ ଅଙ୍କ ଛିଣ୍ଡି ପାରୁନାହିଁ। ଏହାରି ଭିତରେ ଭାଜପା ପକ୍ଷରୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି। ବୁଧବାର ମହାରାଷ୍ଟ୍ର ବିଧାନ ଭବନରେ ଭାଜପାର…
ଯୋଗାନନ୍ଦଙ୍କ ୧୨୫ତମ ଜୟନ୍ତୀ: ଭାରତ ସରକାର ଜାରି କଲେ ୧୨୫ ଟଙ୍କିଆ କଏନ୍
ନୂଆଦିଲ୍ଲୀ,୩୦।୧୦: ପୃଥିବୀରେ ଯୋଗ ଶିକ୍ଷାର ପ୍ରସାର କରାଇଥିବା ପରମହଂସ ଯୋଗାନନ୍ଦଙ୍କ ୧୨୫ତମ ଜୟନ୍ତୀ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ୧୨୫ ଟଙ୍କିଆ କଏନ୍ ଜାରି କରାଯାଇଛି। ଏହାର ଓଜନ ୩୫ ଗ୍ରାମ୍ ରହିଛି। ଏଥିରେ ୫୦ ପ୍ରତିଶତ ରୁପା, ୪୦ ପ୍ରତିଶତ…
ଇଡି କାର୍ଯ୍ୟାଳୟରେ ରାଜ କୁନ୍ଦ୍ରା
ମୁମ୍ବାଇ,୩୦।୧୦: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ଶିଳ୍ପପତି ରାଜ କୁନ୍ଦ୍ରା ବୁଧବାର ମୁମ୍ବାଇର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି। ପୂର୍ବରୁ ଇକ୍ବାଲ ମିର୍ଚ୍ଚି ଓ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ତାଙ୍କୁ ଇଡି ପକ୍ଷରୁ ନୋଟିସ କରାଯାଇଥିଲା।…
ଆଦିତ୍ୟନାଥଙ୍କ ଦୀପାବଳି ରାଜନୀତି: ମୁଲାୟମ୍ଙ୍କୁ ଭେଟି ୨୫ ମିନିଟ୍ କଲେ ଆଲୋଚନା
ଲକ୍ଷ୍ନୌ,୩୦।୧୦: ସମାଜବାଦୀ ନେତା ମୁଲାୟମ୍ ସିଂ ଯାଦବଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଭେଟିଛନ୍ତି। ସେ ମୁଲାୟମ୍ଙ୍କୁ ତାଙ୍କ ବାସଭବନରେ ଭେଟି ଦୀପାବଳି ଶୁଭକାମନା ଜଣାଇଛନ୍ତି। ତେବେ ଦୁଇ ନେତାଙ୍କ ସାକ୍ଷାତ୍ ନେଇ ରାଜ୍ୟର ରାଜନୈତିକସ୍ତରରେ ଉଷ୍ଣତା ବଢ଼ିବାରେ ଲାଗିଛି।…
ଖଲିସ୍ତାନୀଙ୍କୁ ସକ୍ରିୟ କରୁଛି ଆଇଏସ୍ଆଇ: ଭାରତୀୟ ଗୋଇନ୍ଦା ବିଭାଗର ଉଚ୍ଚସ୍ତରୀୟ ବୈଠକ
ନୂଆଦିଲ୍ଲୀ,୩୦।୧୦: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ପଞ୍ଜାବରେ ଅଶାନ୍ତି ସୃଷ୍ଟି ପାଇଁ ଷଡ଼ଯନ୍ତ୍ର ରଚିଛି। ଏହା ଅନ୍ତର୍ଗତ ଆଇଏସ୍ଆଇ ସ୍ଥାନୀୟ ଖଲିସ୍ତାନୀ ଆତଙ୍କବାଦୀଙ୍କ ସହିତ ହାତ ମିଳାଇଛି। ଖଲିସ୍ତାନୀଙ୍କୁ ଡ୍ରୋନ୍ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଯୋଗାଣ ଜାରି ରହିବା ସହିତ ସଂଗଠନକୁ ମଜବୁତ…
ଜମ୍ମୁ-କଶ୍ମୀରରେ ୫ ଶ୍ରମିକଙ୍କୁ ହତ୍ୟା ଘଟଣା: ନିନ୍ଦା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
କୋଲକାତା,୩୦।୧୦: ମଙ୍ଗଳବାର ଜମ୍ମୁ-କଶ୍ମୀରର କୁଲଗାମ ଜିଲାରେ ୫ ଜଣ ଶ୍ରମିକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ଏମାନେ ସମସ୍ତେ ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ କଶ୍ମୀର ଯାଇ ପଥର କାରିଗର କାମ କରୁଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ…
ମାଛିଲ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ
ଶ୍ରୀନଗର,୩୦।୧୦: ଜମ୍ମୁ-କଶ୍ମୀରରେ ଆଶାନ୍ତି ସୃଷ୍ଟି ପାଇଁ ପାକିସ୍ତାନ ଉଦ୍ୟମ ଜାରି ରଖିଛି। ବୁଧବାର ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ କୁପଓ୍ବାରା ଜିଲାର କେତେକ ଅଞ୍ଚଳ ଉପରେ ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ସ୍ଥାନୀୟ ମାଛିଲ ସେକ୍ଟରରେ ହୋଇଥିବା ଅସ୍ତ୍ରବିରତି…
କଶ୍ମୀର ନେଇ ଇୟୁ ପ୍ରତିନିଧି ଦଳଙ୍କ ବୟାନ: ଅନୁଚ୍ଛେଦ ୩୭୦ ଉଚ୍ଛେଦ ଆଭ୍ୟନ୍ତରୀଣ ପ୍ରସଙ୍ଗ, ଆତଙ୍କବାଦ ବିରୋଧୀ ଲଢ଼େଇକୁ ସମର୍ଥନ
ଶ୍ରୀନଗର,୩୦।୧୦: ଜମ୍ମୁ-କଶ୍ମୀର ଗସ୍ତରେ ଆସିଥିବା ଇୟୁ ପ୍ରତିନିଧି ଦଳ ସେମାନଙ୍କର ବୟାନ ଜାରି କରିଛନ୍ତି। ସେମାନେ କହିଛନ୍ତି ଯେ, ଅନୁଚ୍ଛେଦ ୩୭୦ ଉଚ୍ଛେଦ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ତେବେ ଭାରତ ଜାରି ରଖିଥିବା ଆତଙ୍କବାଦ ବିରୋଧୀ ଲଢ଼େଇକୁ ଇୟୁ ଦଳ ସମର୍ଥନ…
ଗୁରୁବାରଠାରୁ ଜମ୍ମୁ-କଶ୍ମୀର ଓ ଲଦାଖ ହେବେ କେନ୍ଦ୍ରଶାସିତ ଅଞ୍ଚଳ: ଆଧାର ସହିତ ଲାଗୁ ହେବ ୧୦୬ ଆଇନ
ଶ୍ରୀନଗର,୩୦।୧୦: ଜମ୍ମୁ-କଶ୍ମୀର ଏବଂ ଲଦାଖ ଗୁରୁବାରଠାରୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ କାର୍ଯ୍ୟ କରିବେ। ଏଠାରେ ଆଧାର ସହିତ ୧୦୬ ନୂଆ ଆଇନ୍ ଲାଗୁ ହେବ। ସେହିପରି ୧୫୩ ସ୍ବତନ୍ତ୍ର ଆଇନ ଶେଷ ହୋଇଯିବ। ଏହାଦ୍ୱାରା ଭାରତର ରାଜ୍ୟ ସଂଖ୍ୟା କମି ୨୮…
ଜମି ଦୁର୍ନୀତି ମାମଲା: ସ୍ବତନ୍ତ୍ର କୋର୍ଟରେ ହାଜର ହେଲେ ହୁଡ୍ଡା
ଚଣ୍ଡିଗଡ଼,୩୦।୧୦: ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେନ୍ଦ୍ର ସିଂ ହୁଡ୍ଡାଙ୍କୁ ପଞ୍ଚକୁଲା ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଛି। ତାଙ୍କ ନାମରେ ଥିବା ଜମି ଦୁର୍ନୀତି ମାମଲାର ବିଚାର ଲାଗି ସେ କୋର୍ଟରେ ହାଜର…
Archives


