ଦୁଇ ବର୍ଷରେ ଥରେ ବଢୁଛି ପିଆଜର ଦାମ୍
ନୂଆଦିଲ୍ଲୀ,୩।୧୨: ଏବେ ଦେଶର ଅଧିକାଂଶ ଭାଗରେ ପିଆଜର ଦର ଯେଉଁଭଳି ଭାବେ ବଢିଛି ତାହା ସମସ୍ତଙ୍କ ଆଖିରେ ଏକ ପ୍ରକାର ଲୁହ ଆଣି ଦେଇଛି ବୋଲି ଆଲୋଚନା ହେଉଛି। କାରଣ ପିଆଜର କିଲୋ ପିଛା ଦାମ୍ ଶହେ ଟଙ୍କାରେ ପହଞ୍ଚିଛି। ଏହାକୁ…
ବିବାହକୁ ଆସିଥିବା ବରଯାତ୍ରୀଙ୍କୁ ଉପହାରରେ ଦିଆଗଲା ହେଲମେଟ୍
ନୂଆଦିଲ୍ଲୀ, ୩।୧୨: ସାଧାରଣତଃ ବରଯାତ୍ରୀଙ୍କୁ କନ୍ୟାଘର ପକ୍ଷରୁ ବିଭିନ୍ନ ପ୍ରକାର ଖାଦ୍ୟରେ ଆପାୟିତ କରାଯାଏ। କିନ୍ତୁ ନୂଆଦିଲ୍ଲୀର ଲକ୍ଷ୍ମଣଗଡରେ ଏକ ଅଜବ ବିବାହ ଅନୁଷ୍ଠିତ ହୋଇଛି। ଏହାରେ ପୁଅ ଘରୁ ଆସିଥିବା ବରଯାତ୍ରୀଙ୍କୁ କନ୍ୟା ଘର ପକ୍ଷରୁ ହେଲମେଟ୍ ଉପହାର ସ୍ବରୂପ…
ମନମୋହନ ସିଂଙ୍କ ସରକାରରେ ଶେଷଥର ପାଇଁ ବଳାତ୍କାରୀଙ୍କୁ ମିଳିଥିଲା ଫାଶୀ: ଗତ ୧୫ ବର୍ଷରେ ୪ ଲକ୍ଷ ମାମଲା; ପ୍ରତିଘଣ୍ଟାରେ ୫ ଜଣ ହେଉଛନ୍ତି ଶିକାର
ନୂଆଦିଲ୍ଲୀ,୩।୧୨: ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ପାଣିର ଗାର ପାଲଟିଛି। ମହିଳାଙ୍କ ସୁରକ୍ଷା ପ୍ରତିଶ୍ରୁତି ପ୍ରବଞ୍ଚନା ପାଲଟିଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି। ଏକ ରିପୋର୍ଟ ଅନୁସାରେ ଶେଷ ଥର ପାଇଁ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ…
ଆର୍ଜେଡି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଲାଲୁ
ପାଟନା,୩।୧୨: ବିହାରରେ ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ଅଧ୍ୟକ୍ଷ ଭାବେ ପୁଣିଥରେ ବିନା ପ୍ରତିଦ୍ୱନ୍ଦିରେ ନିର୍ବାଚିତ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ। ୧୧ ଥର ଲାଗି ଲାଲୁ ଆର୍ଜେଡି ଅଧ୍ୟକ୍ଷ ପଦରେ ବସିଛନ୍ତି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଡିସେମ୍ବର ୨୩,…
ବଦଳିଲା ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ପଦ୍ଧତି
ନୂଆଦିଲ୍ଲୀ,୩।୧୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍) ପକ୍ଷରୁ ୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ ଅଣାଯାଇଛି। ପ୍ରତି ବିଷୟରେ ଏଣିକି ୧ ନମ୍ବର ବିଶିଷ୍ଟ ୨୫ଟି ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନ ରହିବ। ଏହା ସହିତ ୩୩ ପ୍ରତିଶତ ପ୍ରଶ୍ନରେ…
ଗର୍ଭରେ ପିଲାଙ୍କୁ ସଂସ୍କାରି କରିବା ପାଇଁ ଏହି ରାଜ୍ୟ ସରକାର ଆପଣାଇଲେ ନିଆରା ପଦକ୍ଷେପ
ଲକ୍ଷ୍ନୌ,୩।୧୨: ମହିଳାଙ୍କ ଗର୍ଭରେ ବଢ଼ୁଥିବା ପିଲାଙ୍କ ଭିତରେ ସଂସ୍କାର ଆଣିବା ପାଇଁ ଉତ୍ତରପ୍ରଦେଶ ସରକାର ଏକ ନିଆରା ପଦକ୍ଷେପ ଆପଣାଇଛନ୍ତି। କାନପୁରର ଛତ୍ରପତି ସାହୁଜି ମହାରାଜ ବିଶ୍ୱବିଦ୍ୟାଳୟ (ସିଏମ୍ଜେଏମ୍ୟୁ) ପକ୍ଷରୁ ଏନେଇ ଏକ ଅଭିଯାନ ଆରମ୍ଭ କରାଯାଇଛି। ଗର୍ଭାବସ୍ଥାରେ ଶିଶୁଙ୍କୁ ସଂସ୍କାରି…
ସଙ୍କଟରେ ଦେଶର ଅର୍ଥବ୍ୟବସ୍ଥା; ଭାଜପା ପାଇଁ ଭଗବାନ ଭରସା: ସୁବ୍ରମଣ୍ୟମ୍ ସ୍ବାମୀ
ନୂଆଦିଲ୍ଲୀ,୩।୧୨: ଦେଶର ଅର୍ଥବ୍ୟବସ୍ଥା ସଙ୍କଟରେ ରହିଛି। ଏନେଇ ଭାଜପା ନେତା ସୁବ୍ରମଣ୍ୟମ୍ ସ୍ବାମୀ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସରକାର ଏଭଳି ସ୍ଥିତିରେ ସୁଧାର ଆଣି ନ ପାରିଲେ ଭାଜପାକୁ ଭଗବାନଙ୍କ ଭରସାରେ ଛାଡ଼ିଦେବା ଆବଶ୍ୟକ ବୋଲି ସ୍ବାମୀ କହିଛନ୍ତି।…
ଖୁଣ୍ଟିରେ ମୋଦିଙ୍କ ବିଧାନସଭା ନିର୍ବାଚନ ପ୍ରଚାର: ୨ ବର୍ଷ ତଳେ ଭାଜପା ସରକାର ୧୦ ହଜାର ଲୋକଙ୍କ ଉପରେ ଆଣିଥିଲେ ଦେଶଦ୍ରୋହ ଅଭିଯୋଗ
ରାଞ୍ଚି,୩।୧୨: ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁଣ୍ଟିରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ବିକାଶ ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ମୋଦି ପ୍ରକାଶ କରିଛନ୍ତି। ସେଥିପାଇଁ ଭୋଟର ବହୁ…
ଆମରଣ ଅନଶନରେ ସ୍ବାତୀ ମାଲିଓ୍ବାଲ
ନୂଆଦିଲ୍ଲୀ,୩।୧୨: ହାଇଦ୍ରାବାଦରେ ଭେଟେରିନାରି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବିରୋଧରେ ପୂରା ଦେଶ ସ୍ବର ଉତ୍ତୋଳନ କରିଛି। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଜନସାଧାରଣ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଦିଲ୍ଲୀର ମହିଳା କମିଶନ ଅଧ୍ୟକ୍ଷା…
ନିର୍ଭୟା ମାମଲାର ଦୋଷୀଙ୍କୁ ଖୁବ୍ଶୀଘ୍ର ମିଳିପାରେ ଫାଶୀ: ତିହାର ଜେଲ୍ରେ ନାହାନ୍ତି ଘାତକ
ନୂଆଦିଲ୍ଲୀ,୩।୧୨: ବହୁଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀଙ୍କ ନିକଟରେ ଆଉ ଆଇନର ଆଶ୍ରୟ ନେବାକୁ କୌଣସି ବାଟ ନ ଥିବା ଜଣାପଡିଛି। ତେଣୁ ଏମାନଙ୍କ ଫାଶୀ ଦଣ୍ଡର ତାରିଖ ଖୁବ୍ଶୀଘ୍ର ଆସିପାରେ ବୋଲି ଅନୁମାନ କରାଯାଉଛି। ହେଲେ ଏହାକୁ ନେଇ ଏବେ…
ପିଆଜ ମାଳ ପିନ୍ଧି ସଂସଦରେ ପହଞ୍ଚିଲେ ୨ ଏଏପି ଏମ୍ପି
ନୂଆଦିଲ୍ଲୀ,୩।୧୨: ପିଆଜ ଦାମ ବଢ଼ିଚାଲିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ଅସଫଳ ରହିଥିବା ପ୍ରତିବାଦ କରି ୨ ଜଣ ଏଏପି ଏମ୍ପି ସଂସଦରେ ପିଆଜ ମାଳ ପିନ୍ଧି ପହଞ୍ଚିଛନ୍ତି। ଏଏପି ଏମ୍ପି ସଞ୍ଜୟ ସିଂ ଏବଂ ସୁଶୀଲ ଗୁପ୍ତା ମଙ୍ଗଳବାର…
ଅନଶନ ପାଇଁ ଅଡି ବସିଲେ ସ୍ବାତୀ: ମୋଦିଙ୍କୁ ଲେଖିଲେ ଚିଠି
ନୂଆଦିଲ୍ଲୀ,୩।୧୨: ହାଇଦ୍ରାବାଦରେ ଗଣବଳାତ୍କାର ପରେ ହତ୍ୟା କରାଯାଇଥିବା ଭେଟେରିନାରି ମହିଳା ଡାକ୍ତରଙ୍କୁ ନ୍ୟାୟ ଦେବା ପାଇଁ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ଅଣ୍ଟା ଭିଡିଛନ୍ତି। ମଙ୍ଗଳବାରଠାରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଅନଶନରେ ବସିବେ ବୋଲି ସେ ନିଷ୍ପତ୍ତି ନେଇଛନ୍ତି। ଜନ୍ତରମନ୍ତରରେ…
Archives


