ଇରାନରେ ବିଶାଳ ତୈଳକ୍ଷେତ୍ର ଆବିଷ୍କୃତ
ତେହରାନ,୧୧ା୧୧(ଏଏଫ୍ପି): ଇରାନରେ ଏକ ବିଶାଳ ତୈଳକ୍ଷେତ୍ର ଆବିଷ୍କୃତ ହୋଇଛି। ଏହି ଆବିଷ୍କାର ସମ୍ପର୍କରେ ଇରାନ ରାଷ୍ଟ୍ରପତି ହାସନ ରୌହାନି ରବିବାର ଘୋଷଣା କରିଛନ୍ତି। ସେ କହିଛନ୍ତି, ଇରାନ ଉପରେ ଆମେରିକାର କଟକଣା ପରେ ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବାବେଳେ ଖୁସିର ଖବର…
ଅଯୋଧ୍ୟା ରାୟ ପରେ ୯୦ ଗିରଫ
ଲକ୍ଷ୍ନୌ/ନୂଆଦିଲ୍ଲୀ,୧୧ା୧୧: ସୁପ୍ରିମକୋର୍ଟ ଅଯୋଧ୍ୟା ରାୟ ଦେବା ପରଠୁ ପ୍ରାୟ ୯୦ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୮ ହଜାରରୁ ଊର୍ଦ୍ଧ୍ୱ ପୋଷ୍ଟ ସୋସିଆଲ ମିଡିଆରୁ ହଟାଯାଇଛି। ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା ଥିବାରୁ କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ ଅଯୋଧ୍ୟାରେ…
ଯଦି ବାବ୍ରୀ ମସ୍ଜିଦ ବେଆଇନ, ଆଡଭାନୀଙ୍କ ବିରୋଧରେ ମାମଲା ଚାଲିଛି କାହିଁକି
ହାଇଦ୍ରାବାଦ,୧୧ା୧୧: ଯଦି ବାବ୍ରୀ ମସ୍ଜିଦ ବେଆଇନ ଥିଲା,ତେବେ ଏହାକୁ ଭାଙ୍ଗିବା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ବରିଷ୍ଠ ଭାଜପା ନେତା ଲାଲ୍କୃଷ୍ଣ ଆଡଭାନୀ ଓ ଅନ୍ୟମାନଙ୍କ ବିରୋଧରେ କ’ଣ ପାଇଁ ମାମଲାର ବିଚାର ଚାଲିଛି ବୋଲି ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓଓ୍ବାଇସି ପ୍ରଶ୍ନ…
ଅଯୋଧ୍ୟା ରାୟକୁ ଜଷ୍ଟିସ୍ ଗାଙ୍ଗୁଲିଙ୍କ ନାପସନ୍ଦ
କୋଲକାତା,୧୧ା୧୧: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଶନିବାର ପ୍ରଦାନ କରିଥିବା ରାୟକୁ ପୂର୍ବତନ ବିଚାରପତି ଜଷ୍ଟିସ୍ ଏ.କେ. ଗାଙ୍ଗୁଲି ନାପସନ୍ଦ କରିଛନ୍ତି। ବିବାଦୀୟ ଜମିରେ ରାମ ମନ୍ଦିର ନିମାଣ ପାଇଁ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯିବା ସଂଖ୍ୟାଲଘୁଙ୍କ…
କାର୍ଟୁନ୍କୁ ନେଇ ବିବାଦ
ନୂଆଦିଲ୍ଲୀ,୧୧ା୧୧: ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟକୁ ବ୍ୟଙ୍ଗକରି କଂଗ୍ରେସ ମୁଖପତ୍ର ନ୍ୟାଶନାଲ ହେରାଲ୍ଡରେ ଏକ କାର୍ଟୁନ୍ ପ୍ରକାଶ ପାଇଛି। ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ରବିବାର ଉକ୍ତ ଖବରକାଗଜ ପକ୍ଷରୁ କ୍ଷମା ମଗାଯାଇଛି। ପ୍ରକାଶିତ ବିବାଦୀୟ କାର୍ଟୁନ୍ରେ ଗୋଟିଏପଟେ ବାବ୍ରୀ…
ସରକାର ଗଢ଼ିବାକୁ ମନାକଲା ଭାଜପା
ମୁମ୍ବାଇ,୧୧ା୧୧(ପି.ଟି.): ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ଭାଜପା ରବିବାର ମନା କରିଦେବା ପରେ ରାଜ୍ୟପାଳ ଭଗତ ସିଂ କୋଶୟାରୀ ଦ୍ୱିତୀୟ ବୃହତ୍ ଦଳ ଶିବସେନାକୁ ଆମନ୍ତ୍ରଣ କରିଛନ୍ତି। ଏହି ଦଳର ୫୬ ଜଣ ବିଧାୟକ ଥିଲାବେଳେ ମୁଖ୍ୟମନ୍ତ୍ରୀ ଶିବସେନାରୁ ନିଶ୍ଚିତ ବୋଲି ଏହାର…
ଅଯୋଧ୍ୟା ରାୟ: ପରିକଳ୍ପନାର ପ୍ରାଚୀର ଊର୍ଦ୍ଧ୍ୱରେ
ନୂଆଦିଲ୍ଲୀ,୧୧ା୧୧: ”ସେଠାରେ ଏପରି କିଛି ଅଛି, ଯାହା ଏକ ପ୍ରାଚୀରକୁ ଭଲପାଏ ନାହିଁ।“ ଆମେରିକୀୟ କବି ରବର୍ଟ ଫ୍ରଷ୍ଟ ଯେତେବେଳେ ଏହି ପଂକ୍ତି ଲେଖିଥିଲେ, ଏହା ଶହେ ବର୍ଷ ପରେ କେତେ ଉପଯୁକ୍ତ ଭାବେ ଭାରତର ସୁପ୍ରିମକୋର୍ଟ କ୍ଷେତ୍ରରେ ଲାଗୁ ହେବ,…
ଡୋଭାଲଙ୍କ ଘରେ ଧାର୍ମିକ ନେତାଙ୍କ ବୈଠକ : ଶାନ୍ତି, ସହାବସ୍ଥାନ ପାଇଁ ସହମତି
ନୂଆଦିଲ୍ଲୀ,୧୧ା୧୧(ପି.ଟି.): ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସ୍ଜିଦ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଆସିବା ଦିନକ ପରେ ଉକ୍ତ ଅଞ୍ଚଳରେ ଶାନ୍ତି ଓ ସହାବସ୍ଥାନ ପାଇଁ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଧାର୍ମିକ ନେତାଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ନୂଆଦିଲ୍ଲୀରେ…
ଟି.ଏନ୍. ଶେଷାନଙ୍କ ପରଲୋକ
ନୂଆଦିଲ୍ଲୀ, ୧୧ା୧୧(ପି.ଟି.): ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣି ଚର୍ଚ୍ଚିତ ହୋଇଥିବା ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ତିରୁନେଲାଇ ନାରାୟଣ ଆୟର ଶେଷାନ (ଟି.ଏନ୍. ଶେଷାନ)ଙ୍କ ରବିବାର ଚେନ୍ନାଇଠାରେ ହୃଦ୍ଘାତରେ ପରଲୋକ ଘଟିଛି। ତାଙ୍କୁ ୮୭ ବର୍ଷ ହୋଇଥିଲା। ୧୦ମ…
ପଶ୍ଚିମବଙ୍ଗରେ ୧୦ ମୃତ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ମମତାଙ୍କୁ ମୋଦିଙ୍କ ପ୍ରତିଶ୍ରୁତି
କୋଲକାତା,୧୧ା୧୧(ପି.ଟି.): ସାମୁଦ୍ରିକ ବାତ୍ୟା ବୁଲ୍ବୁଲ୍ ପଶ୍ଚିମବଙ୍ଗ ଉପକୂଳ ଜିଲାଗୁଡ଼ିକରେ ବ୍ୟାପକ କ୍ଷତି ଘଟାଇବା ପରେ ବାଂଲାଦେଶରେ ପ୍ରବେଶ କରିଛି। ଏଥିରେ ପଶ୍ଚିମବଙ୍ଗରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସାଙ୍ଗକୁ ୧୩୫ କିଲୋମିଟର ପର୍ଯ୍ୟନ୍ତ ବେଗରେ…
ହାର୍ଟଆଟାକ୍ରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏହି ପାଣି…
ଶରୀର ପାଇଁ ଉଷୁମ ପାଣି ଚିକିତ୍ସା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏହାଦ୍ୱାରା ରକ୍ତ ସଞ୍ଚାଳନ ପ୍ରକିୟା ସ୍ବାଭାବିକ ହେବା ସହିତ ହାର୍ଟଆଟାକ୍ ଆଶଙ୍କା ଦୂର ହୋଇଥାଏ। ସେହିପରି ନିୟମିତ ଏପରି କଲେ ମେଦବହୁଳତାରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ…
ଆଖି ସମସ୍ୟା ଥିଲେ ଆପଣନ୍ତୁ ଏହିସବୁ ଉପାୟ
ଆଖି ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ। ଏହାଦ୍ୱାରା ଆମେ ସୁନ୍ଦର ପୃଥିବୀକୁ ଦେଖିବା ସଙ୍ଗେ ସଙ୍ଗେ ନିଜର ଜୀବନକୁ ଅତିବାହିତ କରିଥାଉ। ଏଥିପାଇଁ ଆଖିର ଯତ୍ନ ନେବା ଆମ ପାଇଁ ବହୁତ ଜରୁରୀ। ଜାଣନ୍ତୁ ଆଖି ସମସ୍ୟାର କିଛି ଘରୋଇ…
Archives


