ଜାତୀୟ

ଥରୁରଙ୍କ ଉପରେ ଲାଗିଲା ଜରିମାନା

ନୂଆଦିଲ୍ଲୀ,୧୫।୨: ଦିଲ୍ଲୀର ଏକ କୋର୍ଟ ଶନିବାର କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ଉପରେ ୫ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି। ଏହି କଂଗ୍ରେସ ଏମ୍‌ପି ଏକ ମାନହାନୀ ମାମଲାରେ କୋର୍ଟରେ ହାଜର ନ ହେବାରୁ ତାଙ୍କ ଉପରେ ଏହି ଜରିମାନା…

ପ୍ରିୟଙ୍କା ଯିବେ ରାଜ୍ୟ ସଭା !

ନୂଆଦିଲ୍ଲୀ,୧୫।୨: କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଛତିଶଗଡ଼ରୁ ରାଜ୍ୟ ସଭା ଆସିବା ନେଇ ଏବେ ଚର୍ଚ୍ଚା ହେଉଛି। ଆସନ୍ତା ଏପ୍ରିଲ୍‌ରେ ଛତିଶଗଡ଼, ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶର କେତେକ ରାଜ୍ୟ ସଭା ଆସନ ଖାଲି ହେଉଛି। ମୋତିଲାଲ ଭୋରା,…

ଅମରନାଥ ଯାତ୍ରା ପାଇଁ ଏପ୍ରିଲରୁ ଆରମ୍ଭ ହେବ ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ୍‌

ଶ୍ରୀନଗର,୧୫।୨: ଅମରନାଥ ଯାତ୍ରାର ଶୁଭାରମ୍ଭ ଜୁନ୍‌ ୨୩ରେ ହେବ। ଏହି ଯାତ୍ରା ଜୁନ୍‌ ୨୩ରୁ ଆରମ୍ଭ ହୋଇ ଅଗଷ୍ଟ ୩ରେ ଶେଷ ହେବ। ଶୁଭ ଦିନକୁ ଦେଖି ଏହି ତାରିଖ ଘୋଷଣା କରାଯାଇଛି। ୪୨ ଦିନ ଧରି ଚାଲିବାକୁ ଥିବା ଏହି…

ଦେଶରୁ କୁପୋଷଣ ହଟାଇବା ପାଇଁ ସିଏସ୍‌ଆଇଆର୍‌ ବୈଜ୍ଞାନିକ କାର୍ଯ୍ୟ କରିବା ଆବଶ୍ୟକ: ମୋଦି

ନୂଆଦିଲ୍ଲୀ,୧୫।୨: ଦେଶରୁ କୁପୋଷଣ ହଟାଇବା ପାଇଁ ବୈଜ୍ଞାନିକମାନେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସିଏସ୍‌ଆଇଆର୍‌ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏଭଳି କହିଛନ୍ତି। ଦେଶର ସାଧାରଣ ଜନତାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଲାଗି ବୈଜ୍ଞାନିକମାନେ ତତ୍ପର…

ଗିରିରାଜଙ୍କୁ ନୋଟିସ୍‌ ଜାରି କଲେ ନଡ୍ଡା

ନୂଆଦିଲ୍ଲୀ,୧୫।୨: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କେନ୍ଦ୍ରୀୟ ମନ୍ତ୍ରୀ ଗିରିରାଜ ସିଂଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଗିରିରାଜଙ୍କ ବିବାଦୀୟ ମନ୍ତବ୍ୟ ନେଇ ଏଭଳି କରାଯାଇଛି। ଗିରିରାଜ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଥିବାବେଳେ ସମ୍ପ୍ରତି ଉତ୍ତରପ୍ରଦେଶର ସହାରଣନପୁରରେ ଏକ…

କେଜରିଓ୍ବାଲ ଆୟୋଜନ କଲେ ରାତ୍ରଭୋଜନ

ନୂଆଦିଲ୍ଲୀ,୧୫।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଶନିବାର ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ଏକ ରାତ୍ରଭୋଜନର ଆୟୋଜନ କରିଛନ୍ତି। କ୍ୟାବିନେଟ ମନ୍ତ୍ରୀ ପାଇଁ ଯେଉଁମାନେ ସମ୍ଭାବ୍ୟ ତାଲିକାରେ ରହିଛନ୍ତି ସେମାନଙ୍କୁ…

ଆନ୍ନାଙ୍କୁ ଭୁଲିଗଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ହାସଲ କରିବା ପରେ ଏବେ ଆମ୍‌ ଅଦମୀ ପାର୍ଟି (ଏଏପି) ସରକାର ଗଠନ କରିବାକୁ ଯାଉଛି। ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ ତୃତୀୟ ଥର ପାଇଁ ଏଏପି ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ…

୧୪ ବର୍ଷ ଜେଲରେ କାଟିଥିବା ବ୍ୟକ୍ତି ଏବେ ଏମ୍‌ବିବିଏସ୍‌

କାଲାବୁରାଗି,୧୫।୨: କର୍ନାଟକ କାଲାବୁରାଗି ଅଫଜଲପୁରାର ସୁଭାଷ ପାଟିଲ(୪୦) ନାମକ ଜଣେ ବ୍ୟକ୍ତିି ଜେଲରେ ୧୪ ବର୍ଷ ରହିବା ପରେ ବି ନିଜ ସ୍ବପ୍ନକୁ ସାକାର କରିପାରିଛନ୍ତି। ପିଲାଟି ଦିନରୁ ଡାକ୍ତର ହେବାର ସ୍ବପ୍ନ ଦେଖିଥିବା ସୁଭାଷ ଜେଲରୁ ଫେରିବା ପରେ ଏବେ…

ଜାତିଆଣ ଭେଦଭାବ: ୪୦୦ କଲେ ଧର୍ମ ପରିବର୍ତ୍ତନ

କୋୟମ୍ବାଟୁର,୧୫।୨: ଜାତିଆଣ ଭେଦଭାବ ଯୋଗୁ ତାମିଲନାଡୁର ୪୦୦ଜଣ ଧର୍ମ ପରିବର୍ତ୍ତନ କରିଛନ୍ତି। ସେମାନେ ଅତିଷ୍ଠ ହୋଇ ମୁସଲମାନ୍‌ ଧର୍ମ ଗ୍ରହଣ କରିଛନ୍ତି। କୋୟମ୍ବାଟୁର ଜିଲାରେ ବାସ କରୁଥିବା ଅରୁନ୍ଦଥିଆର ସମ୍ପ୍ରଦାୟ ଦୀର୍ଘ ଦିନ ଧରି ସ୍ଥାନୀୟ ସମାଜରେ ପ୍ରଚଳିତ ଜାତିଆଣ ଭେଦଭାବରେ…

କୁମାର ବିଶ୍ୱାସଙ୍କ ଘରୁ କାର୍‌ ଚୋରି

ଲକ୍ଷ୍ନୌ,୧୫।୨: କବି, ସାହିତ୍ୟକାର ତଥା ଏଏପି ନେତା କୁମାର ବିଶ୍ୱାସଙ୍କ ଘରୁ କାର୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶ ଗାଜିଆବାଦର ଇନ୍ଦିରାପୁରମସ୍ଥିତ ତାଙ୍କ ବାସଭବନ ବାହାରୁ ଫର୍ଚ୍ୟୁନ କାର ଚୋରି ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରିବା…

କେଜରିଓ୍ବାଲଙ୍କ ଶପଥ ଗ୍ରହଣ ଉତ୍ସବକୁ ନେଇ ସୂଚନା ଦେଲେ ସିସୋଡିଆ

ନୂଆଦିଲ୍ଲୀ,୧୫।୨: ଆମ ଆଦମି ପାର୍ଟି(ଏଏପି)ର ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ତୃତୀୟ ଥର ଲାଗି ରବିବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏଥିରେ ବାହାର ରାଜ୍ୟର କୌଣସି ନେତା ବା ମନ୍ତ୍ରୀଙ୍କୁ ସାମିଲ କରାଯାଉ ନ ଥିବା ବେଳେ ଦିଲ୍ଲୀବାସୀଙ୍କୁ…

ମନ୍ତ୍ରୀଙ୍କୁ ନ ଚିହ୍ନି ପାରିବାରୁ ସବ୍‌-ଇନସ୍ପେକ୍ଟରଙ୍କ ଚାକିରି ଗଲା: ଭିଡ଼ିଓ ଭାଇରାଲ

ପାଟନା,୧୫।୨: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାରରେ ମନ୍ତ୍ରୀଙ୍କୁ ନ ଚିହ୍ନି ପାରିବାରୁ ଜଣେ ସବ୍‌-ଇନସ୍ପେକ୍ଟରଙ୍କୁ ଚାକିିରିରୁ ନିଲମ୍ବିତ କରାଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ ସ୍ଥାନୀୟ ସିଓ୍ବାନ ଅଞ୍ଚଳକୁ ଏକ ହସ୍ପିଟାଲର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ରାଜ୍ୟ ସରକାରଙ୍କ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?