ଜାତୀୟ

ସମୁଦ୍ର ପତ୍ତନ ୮.୫ ସେ.ମି. ବଢ଼ିଛି

ନୂଆଦିଲ୍ଲୀ,୨୦ା୧୧(ପି.ଟି.): ଗତ ୫୦ ବର୍ଷ ମଧ୍ୟରେ ଭାରତୀୟ ଉପକୂଳରେ ସମୁଦ୍ର ପତ୍ତନ ୮. ୫ ସେ.ମି. ବୃଦ୍ଧି ପାଇଛି ବୋଲି ରାଜ୍ୟ ସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ କହିଛନ୍ତି। ଦେଶର ଉପକୂଳ ଅଞ୍ଚଳର ସମୁଦ୍ର ପତ୍ତନ…

୩୭୦ ଉଚ୍ଛେଦ ପରଠୁ ୭୬୫ ଗିରଫ

ନୂଆଦିଲ୍ଲୀ,୨୦ା୧୧(ପି.ଟି.):ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ହଟାଇବା ପରଠୁ ସେଠାରେ ଆତଙ୍କ ଦମନ ପାଇଁ ୭୫୬ ଟେକାମାଡ଼କାରୀ ଓ ବିଶୃଙ୍ଖଳା ସୃଷ୍ଟିକାରୀଙ୍କୁ ସୁରକ୍ଷା ବଳ ଗିରଫ କଲାଣି। ଅଗଷ୍ଟ ୫ରୁ ନଭେମ୍ବର ୧୫…

୩ ମାସ ପରେ କଶ୍ମୀରରେ ଖୋଲିଲା ସ୍କୁଲ

ଶ୍ରୀନଗର, ୨୦ା୧୧(ପି.ଟି.) : ଦୀର୍ଘ ୩ ମାସ ପରେ ପୁଣି କଶ୍ମୀରରେ ମଙ୍ଗଳବାର ସ୍କୁଲ ଖୋଲିଛି। ୩୭୦ ଅନୁଚ୍ଛେଦ ହଟାଇ ଦିଆଯିବା ପରେ ପରିସ୍ଥିତିକୁ ଦେଖି ଅଘୋଷିତ ଭାବେ ଏଠାକାର ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା। ଏବେ ସ୍ଥିତି ସାମାନ୍ୟ ହେବାରେ ଲାଗିଛି।…

୪ ଜେଇଏମ୍‌ ଆତଙ୍କବାଦୀ ଗିରଫ

ଶ୍ରୀନଗର, ୨୦ା୧୧(ପି.ଟି.) : ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଆତଙ୍କବାଦୀ ବିସ୍ଫୋରଣ କରିଥିବା ଜୈଶ-ଇ-ମହମ୍ମଦ(ଜେଇଏମ୍‌) ଆତଙ୍କବାଦୀ ସଙ୍ଗଠନର ୪ ସହଯୋଗୀଙ୍କୁ ଗିରଫ କରାଯାଇଛି। ଗତ ଜୁଲାଇରେ ଆରିହଲ୍‌ ଅଞ୍ଚଳରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାର ତଦନ୍ତ କରାଯାଉଥିବାବେଳେ ଏମାନଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି।…

୧୦ ସଂସ୍ଥାକୁ ଦିଆଯାଇଛି ଫୋନ୍‌ ଟ୍ୟାପିଙ୍ଗ୍‌ ଅନୁମତି

ନୂଆଦିଲ୍ଲୀ,୨୦ା୧୧(ପି.ଟି.): କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଗୋଇନ୍ଦା ବ୍ୟୁରୋ (ଆଇବି) ଭଳି ୧୦ଟି ତଦନ୍ତକାରୀ ସଂସ୍ଥାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଫୋନ୍‌ ଟ୍ୟାପିଙ୍ଗ୍‌ ପାଇଁ ଅନୁମତି ଦିଆଯାଇଛି। କୌଣସି ବ୍ୟକ୍ତିଙ୍କୁ ସର୍ଭିଲାନ୍ସରେ ରଖିବା ପୂର୍ବରୁ ସେହି…

ରାଜସ୍ଥାନ ପୌର ନିର୍ବାଚନ: କଂଗ୍ରେସ ୯୬୧, ଭାଜପା ୭୩୭

ଜୟପୁର, ୨୦ା୧୧(ପି.ଟି.): ଶାସକ କଂଗ୍ରେସ ରାଜସ୍ଥାନ ପୌର ନିର୍ବାଚନରେ ବିପୁଳ ସଫଳତା ହାସଲ କରିଛି। ଦଳ ମୋଟ ୯୬୧ ଓ୍ବାର୍ଡ ଦଖଲ କରିବାରେ ସମର୍ଥ ହୋଇଛି। ଭାଜପାକୁ ମୋଟ ୭୩୭ ଓ୍ବାର୍ଡରେ ସଫଳତା ମିଳିଛି। ଶନିବାର ଅନୁଷ୍ଠିତ ନିର୍ବାଚନର ଫଳାଫଳ ମଙ୍ଗଳବାର…

ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ପିଡିପି ଏମ୍‌ପିଙ୍କ ଚିଠି: ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରାଯାଉ

ନୂଆଦିଲ୍ଲୀ, ୨୦ା୧୧(ପି.ଟି.) : ଜମ୍ମୁ-କଶ୍ମୀରର ୩ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ଗୃହବନ୍ଦୀ ଥିବା ରାଜ୍ୟର ସମସ୍ତ ରାଜନେତାମାନଙ୍କୁ ତୁରନ୍ତ ମୁକ୍ତକରିବା ଲାଗି ପିଡିପିର ରାଜ୍ୟ ସଭା ଏମ୍‌ପି ମହମ୍ମଦ ଫୟାଜ୍‌ ମିର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।…

ଶିଶୁଙ୍କ ବିରୋଧରେ ଯୌନ ହିଂସା: ତଦନ୍ତ, ଶୁଣାଣି ସ୍ଥିତି ଚିନ୍ତାଜନକ

ନୂଆଦିଲ୍ଲୀ,୨୦ା୧୧(ପି.ଟି.) : ଦେଶରେ ଶିଶୁଙ୍କ ବିରୋଧରେ ଯୌନ ହିଂସା ବଢ଼ିବାରେ ଲାଗିଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ଶିଶୁଙ୍କୁ ଯୌନ ଉତ୍ପୀଡ଼ନ କ୍ଷେତ୍ରରେ ତଦନ୍ତ ଓ ଶୁଣାଣି ସ୍ଥିତି ଅଚମ୍ବିତ କରିଦେବା ଭଳି ବୋଲି ସର୍ବୋଚ୍ଚ ଅଦାଲତ ଟିପ୍ପଣୀ ଦେଇଛନ୍ତି।…

ଓବିସି ତାଲିକାରେ ବଢ଼େଇ ଜାତିକୁ ନେଇ ସଂଶୋଧନ: କେନ୍ଦ୍ରକୁ ଅନୁରୋଧ କଲେ ଭର୍ତ୍ତୃହରି

ନୂଆଦିଲ୍ଲୀ,୨୦ା୧୧: କେନ୍ଦ୍ରୀୟ ତାଲିକାର ଅନ୍ୟ ପଛୁଆ ବର୍ଗ (ଓବିସି)ରେ ରହିଥିବା ‘ବଢ଼େଇ’ ଜାତିରେ ସଂଶୋଧନ ପାଇଁ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। କଟକ ଏମ୍‌ପି ଭର୍ତ୍ତୃହରି ମହତାବ ମଙ୍ଗଳବାର ଲୋକ ସଭା ପରିସରରେ…

ଜେଏନ୍‌ୟୁରେ ଥମୁନି ବିବାଦ: ଛାତ୍ରୀଛାତ୍ରଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ, ୨୦ା୧୧(ପି.ଟି.): ବିକ୍ଷୋଭରତ ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ) ଛାତ୍ରୀଛାତ୍ରଙ୍କ ବିରୋଧରେ ମଙ୍ଗଳବାର ପୋଲିସ ମାମଲା ରୁଜୁକରିଛି। ହଷ୍ଟେଲ ଫି ବୃଦ୍ଧିକୁ ନେଇ ଏମାନେ ପ୍ରତିବାଦ ସ୍ବରୂପ ବିକ୍ଷୋଭ କରୁଥିବାବେଳେ ସୋମବାର ଏମାନଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଥିଲା। ଏବେ ଆଇପିସିର ଧାରା…

ଆଟେନ୍‌ବରୋଙ୍କୁ ଇନ୍ଦିରା ଗାନ୍ଧୀ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ, ୨୦ା୧୧(ପି.ଟି.) : ବିଶିଷ୍ଟ ପ୍ରକୃତିବାଦୀ ତଥା ପ୍ରସାରକ ଭାବେ ଜଣାଶୁଣା ସାର୍‌ ଡେଭିଡ୍‌ ଆଟେନ୍‌ବରୋଙ୍କୁ ୨୦୧୯ ବର୍ଷର ଇନ୍ଦିରା ଗାନ୍ଧୀ ଶାନ୍ତି, ନିରସ୍ତ୍ରୀକରଣ ଓ ବିକାଶ ପୁରସ୍କାର ପ୍ରଦାନ କରାଯିବ। ତାଙ୍କ ନାମକୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ନେତୃତ୍ୱରେ…

ପୀଡ଼ିତାଙ୍କ ପାଇଁ ୫୯୫ ଓସିଏସ୍‌

ନୂଆଦିଲ୍ଲୀ,୨୦ା୧୧(ପି.ଟି.): ଦେଶରେ ପୀଡ଼ିତାମାନଙ୍କ ପାଇଁ ୫୯୫ଟି ଓ୍ବନ୍‌ ଷ୍ଟପ୍‌ ସେଣ୍ଟର (ଓସିଏସ୍‌) ରହିଛି। ଶାରୀରିକ ଉତ୍ପୀଡ଼ନ ସହ ବିଭିନ୍ନ ଅପରାଧର ଶିକାର ହେଉଥିବା ମହିଳାମାନଙ୍କୁ ଏହି କେନ୍ଦ୍ରଗୁଡ଼ିକରେ ସହାୟତା ଦିଆଯାଉଛି। କାର୍ଯ୍ୟକ୍ଷମ ଥିବା ଓସିଏସ୍‌ଗୁଡ଼ିକରୁ ୨.୨୭ ଲକ୍ଷ ମହିଳାଙ୍କୁ ସେବା ପ୍ରଦାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri