ଅକ୍ସିଜେନ୍ ସାହାଯ୍ୟରେ ପରୀକ୍ଷା ଦେଲେ ଛାତ୍ରୀ
ବରେଲି(ଉତ୍ତର ପ୍ରଦେଶ): ଦୃଢ଼ ଇଚ୍ଛାଶକ୍ତି ଥିଲେ କୌଣସି ପ୍ରତିବନ୍ଧକ ଲକ୍ଷଚ୍ୟୁତ କରିପାରେନି। ନିଜର ଆତ୍ମବିଶ୍ୱାସ ଆଗରେ ରୋଗ ମଧ୍ୟ ହାର୍ ମାନିଯାଏ। ଏହା ପ୍ରମାଣିତ କରିଛନ୍ତି, ବରେଲିର ଦଶମ ଶ୍ରେଣୀ ଛାତ୍ରୀ ସାଫିଆ ଜାଭେଦ୍।୧୬ ବର୍ଷୀୟା ସାଫିଆ ଦୀର୍ଘ ୫ ବର୍ଷ…
ମୋଦି ପାଳନ କରନ୍ତୁ ରାଜଧର୍ମ: ଅଟଳଙ୍କ ପରାମର୍ଶ ମନେ ପକାଇଲେ ସୋନିଆ
ନୂଆଦିଲ୍ଲୀ,୨୭।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଦିଲ୍ଲୀରେ ହିଂସାକାଣ୍ଡ ଜାରି ରହିଛି। ଏପରିସ୍ଥଳେ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଧର୍ମ ପାଳନ କରନ୍ତୁ ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି। ଏହାପୂର୍ବରୁ ଏପରି…
ଦିଲ୍ଲୀ ହିଂସା: ରାଷ୍ଟ୍ରପତିଙ୍କୁ ଭେଟିଲେ ସୋନିଆ, ମନମୋହନ
ନୂଆଦିଲ୍ଲୀ,୨୭।୨: ରାଜଧାନୀ ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବ୍ୟାପିଥିବା ହିଂସା ଉଗ୍ର ରୂପ ନେଇଛି। ଏଭଳି ପରିସ୍ଥିତିକୁ ଦେଖି କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କଂଗ୍ରେସ ପ୍ରତିନିଧି ମଣ୍ଡଳଙ୍କ ସହ ଗୁରୁବାର ରାଷ୍ଟ୍ରପତି…
ଦିଲ୍ଲୀ ହିଂସା ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବିଫଳତା: ରଜନୀକାନ୍ତ
ଚେନ୍ନାଇ,୨୭।୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଦିଲ୍ଲୀରେ ଉପୁଜିଥିବା ହିଂସାକୁ ଏବେ ପ୍ରାୟ ସବୁ ମହଲରେ ନିନ୍ଦା କରାଯାଉଛି। ଏହାକୁ ନେଇ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅଭିନେତାରୁ ରାତନେତା ହୋଇଥିବା ରଜନୀକାନ୍ତ କହିଛନ୍ତି ଏହା…
ଦିଲ୍ଲୀ ହିଂସା: ହିନ୍ଦୁଙ୍କ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି ୪୦ରୁ ଅଧିକ ମୁସଲମାନ୍
ନୂଆଦିଲ୍ଲୀ,୨୭।୨: ଦିଲ୍ଲୀରେ ଜାରି ରହିଥିବା ହିଂସା ନେଇ ସ୍ଥିତି ସଙ୍କଟ ଜନକ ରହିଛି। ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସାକାଣ୍ଡରେ ବହୁ ଘରେ ଓ ଦୋକାନରେ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଛନ୍ତି। ସ୍ଥାନୀୟ ଅଶୋକ ନଗର ଅଞ୍ଚଳରେ ୪୦ରୁ ଅଧିକ ମୁସଲମାନ୍ ହିନ୍ଦୁ ପଡ଼ୋଶୀଙ୍କ…
ଦିଲ୍ଲୀ ହିଂସା: ସ୍କାନରରେ ହ୍ବାଟସ୍ ଆପ୍ ଗ୍ରୁପ
ନୂଆଦିଲ୍ଲୀ,୨୭।୨: ଉତ୍ତର-ପୂର୍ବ ଦିଲ୍ଲୀରେ ବେଳକୁ ବେଳ ହିଂସା ଉଗ୍ରରୂପ ନେଇଥିବାରୁ ସମସ୍ତଙ୍କ ଚିନ୍ତା ବଢିଯାଇଛି। ବିଶେଷ ଭାବେ ଦିଲ୍ଲୀ ବାହାରର ଲୋକେ ହିଂସା ବଢାଉଥିବା ଅନୁମାନ କରି ଏବେ ଏମାନଙ୍କ ଉପରେ କଡା ନଜର ରଖାଯାଇଛି। ଏହାସହ ହ୍ବାଟସ୍ ଆପ୍ ଗ୍ରୁପ…
ଦିଲ୍ଲୀ ହିଂସା ନେଇ ଅନୁପମ-ଚେତନ ମୁହାଁମୁହିଁ
ନୂଆଦିଲ୍ଲୀ,୨୭।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଦିଲ୍ଲୀରେ ହିଂସା ଥମିବାର ନା ଧରୁନି। ଏହାକୁ ନେଇ ବଲିଉଡ୍ ଅଭିନେତା ଅନୁପମ ଖେର୍ ଏବଂ ଲେଖକ ଚେତନ ଭଗତ ମୁହାଁମୁହିଁ ହୋଇଛନ୍ତି। ଚେତନ ଟୁଇଟ୍ କରି କହିଥିଲେ ଯେ, ଦୁନିଆ ଚନ୍ଦ୍ରରେ ପହଞ୍ଚିଥିବାବେଳେ…
ମନ୍ଦିର ସଂଲଗ୍ନ ଖନନ ସମୟରେ ମିଳିଲା ୫୦୫ ସ୍ବର୍ଣ୍ଣମୁଦ୍ରା
ତିରୁଚିରାପଲି,୨୭।୨: ତାମିଲନାଡୁର ତିରୁଚିରାପଲି ଜିଲା ଥିରୁଭାନୈକଭଲ ନିକଟରେ ଥିବା ଜମ୍ବୁକେଶ୍ୱର ମନ୍ଦିର ନିକଟରେ ଖନନ ଚାଲିଥିବା ବେଳେ ମାଟିତଳୁ ୫୦୫ଟି ସ୍ବର୍ଣ୍ଣମୁଦ୍ରା ମିଲିଥିବା ଜଣାପଡିଛି। ଏହାର ଓଜନ ରହିଛି ୧.୭୧୬ କିଲୋଗ୍ରାମ। ବୁଧବାର ଶ୍ରମିକମାନେ ଜମ୍ବୁକେଶ୍ୱର ମନ୍ଦିର କାମ ପାଇଁ ଏହା…
ଯଜ୍ଞରେ ଆହୁତି ଦେଲେ ମୁସଲମାନ୍ ମହିଳା ସରପଞ୍ଚ
ଭୋପାଳ, ୨୭।୨: ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ହିଂସା ଜାରି ଥିବାବେଳେ ମଧ୍ୟପ୍ରଦେଶର ଜଣେ ମହିଳା ସରପଞ୍ଚ ମନ୍ଦିରରେ ଆୟୋଜିତ ଏକ ଯଜ୍ଞରେ ଆହୁତି ଦେଇ ସାମ୍ପ୍ରଦାୟିକ ସଦ୍ଭାବର ଊଦାହରଣ ସୃଷ୍ଟି କରିଛନ୍ତି। ସ୍ଥାନୀୟ ସରଗାପୁରର ଟିକମଗଡ଼ ଅଞ୍ଚଳର ପାଲି…
ବିଚାରପତି ମୁରଲିଧରଙ୍କ ବଦଳିକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା
ନୂଆଦିଲ୍ଲୀ,୨୭।୨: ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିଶ ଏସ୍ ମୁରଲିଧରଙ୍କ ବଦଳିକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ରାତି ଅଧରେ ତାଙ୍କୁ ବଦଳି କରାଯାଇ ଏବେ ତାଙ୍କୁ ପଞ୍ଜାବ-ହରିୟାଣା ହାଇକୋର୍ଟରେ ଅବସ୍ଥାପିତ କରାଯାଇଛି। ଏହାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ…
ପ୍ରଶାନ୍ତ କିଶୋରଙ୍କ ନାଁରେ ଅଭିଯୋଗ
ପାଟନା,୨୭।୨: ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କ ନାଁରେ ଆସିଛି ଅଭିଯୋଗ। ବିହାରର ପାଟନାରେ ତାଙ୍କ ନାଁରେ ଏଫ୍ଆଇଆର୍ ଦାଖଲ କରାଯାଇଛି। ‘ବାତ ବିହାର କି’ କାର୍ଯ୍ୟକ୍ରମକୁ ନେଇ ଏହି ଅଭିଯୋଗ ହୋଇଛି। ଏଥିରେ ସେ କଣ୍ଟେଣ୍ଟ ଚୋରି କରିଥିବା ଅଭିଯୋଗ…
ଡିଏମ୍କେ ବିଧାୟକ କେପିପି ସାମୀଙ୍କ ପରଲୋକ
ଚେନ୍ନାଇ,୨୭।୨: ତାମିଲନାଡୁର ପୂର୍ବତନ ମନ୍ତ୍ରୀ ତଥା ଡିଏମ୍କେ ବିଧାୟକ କେପିପି ସାମୀଙ୍କର ଗୁରୁବାର ସକାଳେ ପରଲୋକ ହୋଇଛି। କିଛିଦିନ ହେବ ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା। ୨୦୦୬-୧୧ ପର୍ଯ୍ୟନ୍ତ ଡିଏମ୍କେ ସରକାରରେ ସେ ମନ୍ତ୍ରୀଥିଲେ।…
Archives


