ଶୀତରେ ଥରୁଛି ଉତ୍ତର ଭାରତ: ହିମାଚଳରେ ବିଯୁକ୍ତ ୧୩ ଡିଗ୍ରୀ
ନୂଆଦିଲ୍ଲୀ/ଶିମ୍ଲା,୧୯।୧୨(ପି.ଟି.): ପ୍ରବଳ ଶୀତଳ ଲହରିରେ ସମଗ୍ର ଉତ୍ତର ଭାରତ ଥରୁଛି। ହିମାଚଳପ୍ରଦେଶର ମନାଲି, ସୁନ୍ଦରନଗର, ଭୁନ୍ତର ଏବଂ କଳ୍ପାରେ ତାପମାତ୍ରା ଶୂନ ଡିଗ୍ରୀ ସେଲ୍ସିୟସ ତଳେ ରହିଥିବାବେଳେ କେଲଙ୍ଗରେ ତାପମାତ୍ରା ବିଯୁକ୍ତ ୧୩.୮ ଡିଗ୍ରୀ ରେକର୍ଡ କରାଯାଇଛି। ଆଗାମୀ ୨/୩ ଦିନ…
ବଳାତ୍କାର ଅଭିଯୁକ୍ତଙ୍କୁ ୧୭ ଦିନରେ ଜେଲ
ଜୟପୁର, ୧୯।୧୨(ପି.ଟି.): ରାଜସ୍ଥାନର ଚୁରୁ ଜିଲାରେ ଜଣେ ଶିଶୁଙ୍କୁ ବଳାତ୍କାର କରାଯିବା ଘଟଣାରେ ପୋକ୍ସୋ କୋର୍ଟ ମାତ୍ର ୧୭ ଦିନରେ ଅଭିଯୁକ୍ତ ଦୟାରାମ ମେଘଓ୍ବାଲ୍ଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଗତ ନଭେମ୍ବର ୩୦ରେ ମେଘଓ୍ବାଲ୍ ବଳାତ୍କାର କରିବା ପରେ ଗିରଫ…
ନାବାଳିକାଙ୍କୁ ଗଣବଳାତ୍କାର
ଲକ୍ଷ୍ନୌ, ୧୯।୧୨(ପି.ଟି.): ଉତ୍ତରପ୍ରଦେଶର ମୁଜାଫର୍ପୁର ଜିଲାରେ ଜଣେ ନାବାଳିକା(୧୬)ଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ନଓ୍ବାଲା ଗ୍ରାମରେ ୩ ଯୁବକ ଏଭଳି କାଣ୍ଡ ରଚିଥିବା ପୋଲିସ କହିଥିବାବେଳେ ଜଣେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଙ୍କୁ ଗିରଫ କରାଯାଇଛି। ପୀଡ଼ିତାଙ୍କ ବାପା ଥାନାରେ…
ସିଏଏକୁ ନେଇ ରାଜଧାନୀରେ ବିରୋଧ ପ୍ରଦର୍ଶନ: ୧୪୪ ଧାରା ଜାରି
ନୂଆଦିଲ୍ଲୀ,୧୯।୧୨: ନାକରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ହିଂସାର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏବେ ଏହା ଯେମିତି ଥମିବାର ନାଁ ନେଇନି। ରବିବାର ଜାମିଆ ମିଲିଆ ଇସଲାମିଆ ପରିସରରେ ହୋଇଥିବା ହିଂସା ପରେ ଦିଲ୍ଲୀ ପୋଲିସ ଆଲର୍ଟରେ ରହିଛି।…
ନିର୍ଭୟା ଅପରାଧୀଙ୍କୁ ଚୂଡ଼ାନ୍ତ ନୋଟିସ
ନୂଆଦିଲ୍ଲୀ,୧୯।୧୨(ଆଇଏଏନ୍ଏସ୍): ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଅପରାଧୀଙ୍କୁ ବୁଧବାର ରାତିରେ ତିହାର ଜେଲ୍ ପ୍ରଶାସନ ଚୂଡ଼ାନ୍ତ ନୋଟିସ ଜାରି କରିଛନ୍ତି। ଯଦି ସେମାନେ ମୃତ୍ୟୁଦଣ୍ଡାଦେଶ ବିରୋଧରେ ରାଷ୍ଟ୍ରପତିଙ୍କ ପାଖରେ କ୍ଷମା ଆବେଦନ କରିବାକୁ ଚାହୁଁଥାନ୍ତି ତେବେ ସପ୍ତାହେ ମଧ୍ୟରେ…
ନିଜକୁ ନାବାଳକ ଦାବି କଲେ ପଓ୍ବନ କୁମାର
ନୂଆଦିଲ୍ଲୀ,୧୯।୧୨(ପି.ଟି): ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଅନ୍ୟତମ ଅପରାଧୀ ପଓ୍ବନ କୁମାର ଗୁପ୍ତା ୨୦୧୨ରେ ନାବାଳକ ଥିଲେ ବୋଲି ଦାବି କରି ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜଷ୍ଟିସ୍ ସୁରେଶ କୁମାର କାୟତ ଗୁରୁବାର…
ଭାଜପାକୁ ଟାର୍ଗେଟ କଲେ ଆଦିତ୍ୟ
ମୁମ୍ବାଇ,୧୯।୧୨: ଶିବସେନା ନେତା ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ବିଧାନସଭାରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ପଙ୍କ ଥିଲେ ପଦ୍ମ ଫୁଟେ। ହେଲେ ଏବେ ଆଉ ପଙ୍କ ନାହିଁ ତେଣୁ ପଦ୍ମ…
୨ ଭାଜପା ଏମ୍ପି ଗିରଫ
କୋଲକାତା,୧୯।୧୨: ପଶ୍ଚିମବଙ୍ଗର ମାଲ୍ଦାସ୍ଥିତ ଭଲୁକା ରୋଡ୍ ଷ୍ଟେଶନରେ ସିଏଏ ବିରୋଧୀ ବିକ୍ଷୋଭ ବେଳେ ଭଙ୍ଗାରୁଜା ଓ ଜଳାପୋଡ଼ା ହୋଇଥିଲା। ଉକ୍ତ ରେଳ ଷ୍ଟେଶନକୁ ପରିଦର୍ଶନରେ ଯାଉଥିବାବେଳେ ଦୁଇଜଣ ଭାଜପା ଏମ୍ପିଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ନିଶୀଥ୍ ପ୍ରାମାଣିକ ଓ…
ଶାହାଙ୍କ ଉପରେ ବର୍ଷିଲେ ମମତା: ଦେଶରେ ନିଆଁ ଲଗାଅନି
କୋଲକାତା,୧୯।୧୨: ପଶ୍ଚିବବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାଗରିକତ୍ୱ ଆଇନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କ ଉପରେ ବର୍ଷିଛନ୍ତି। ଶାହା ସିଏଏକୁ ନେଇ ଦେଶରେ ସୃଷ୍ଟି ହୋଇଥିବା ସ୍ଥିତି ସୁଧାରିବା ବଦଳରେ ନିଆଁକୁ ଲିଭାନ୍ତୁ। ଯଦି ଆଧାର ନାଗରିକତ୍ୱର ପ୍ରମାଣ ନୁହେଁ ତେବେ…
ସିଏଏର ବୈଧତା ପରଖିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୯।୧୨,(ପି.ଟି./ଆଇଏଏନ୍ଏସ୍): ଦେଶବ୍ୟାପୀ ହିଂସାମତ୍କ ବିକ୍ଷୋଭର କାରଣ ପାଲଟିଥିବା ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଉପରେ ସ୍ଥଗିତାଦେଶ ଜାରି କରିବାକୁ ବୁଧବାର ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ତେବେ ଏହି ନବପ୍ରଣୀତ ଆଇନର ସାମ୍ବିଧାନିକ ବୈଧତା ଯାଞ୍ଚ କରିବା ଲାଗି ଅଦାଲତ ରାଜି ହେବା…
ବାମପନ୍ଥୀଙ୍କ ଆନ୍ଦୋଳନ ଆଜି
ନୂଆଦିଲ୍ଲୀ,୧୯।୧୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି)କୁ ବିରୋଧ କରି ବାମପନ୍ଥୀ ଦଳଗୁଡ଼ିକ ଗୁରୁବାର ଦେଶବ୍ୟାପୀ ବିକ୍ଷୋଭ କରିବେ। ସିପିଆଇ, ସିପିଆଇ(ଏମ୍ଏଲ୍) ଲିବରେଶନ୍, ଏଆଇବିଏଫ୍ ଏବଂ ଆର୍ଏସ୍ପି ଏହି ଆନ୍ଦୋଳନରେ ସାମିଲ ହେବେ। ସିପିଆଇଏମ୍ ସାଧାରଣ…
ଦେଶକୁ ନୁହେଁ, ଆଇନକୁ ବିରୋଧ
ନୂଆଦିଲ୍ଲୀ,୧୯।୧୨(ପି.ଟି.): ବିବାଦୀୟ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି) ବିରୋଧୀ ବିକ୍ଷୋଭ ଥମିବାର ନଁା ନେଉନାହିଁ। ଦିଲ୍ଲୀ ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ (ଜେଏମ୍ଆଇୟୁ) ଛାତ୍ରୀଛାତ୍ର ବୁଧବାର କ୍ୟାମ୍ପସ୍ର ଗେଟ୍ ନମ୍ବର ୭ ବାହାରେ ବିକ୍ଷୋଭ ପ୍ରଦର୍ଶନ…
Archives


