ଜାତୀୟ

ବିହାରରେ ଲାଗୁ ହେବନାହିଁ ଏନ୍‌ଆର୍‌ସି: ନୀତୀଶ

ପାଟନା,୨୦।୧୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି)କୁ ନେଇ ବଡ ବୟାନ ଦେଇଛନ୍ତି। ଶୁକ୍ରବାର ସେ କହିଛନ୍ତି ବିହାରରେ ଏନ୍‌ଆର୍‌ସି ଲାଗୁ ହେବନାହିଁ। ନୀତୀଶ ଏକ ସେମିନାରରେ ଯୋଗ ଦେବାକୁ ଯାଇଥିବା ବେଳେ ସେଠାରୁ ଫେରୁଥିବା ସମୟରେ…

ଉତ୍ତର ପ୍ରଦେଶରେ ପୋଲିସ ଉପରକୁ ପଥରମାଡ଼ କଲେ ବିକ୍ଷୋଭକାରୀ

ଗୋରଖପୁର,୨୦।୧୨: ନାଗରିକତ୍ୱ ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ବିଭିନ୍ନ ସ୍ଥାନରେ ହୋଇଥିବା ବିରୋଧ ପ୍ରଦର୍ଶନ ବେଳକୁ ବେଳ ଉଗ୍ରରୂପ ନେବାରେ ଲାଗିଲାଣି। ଶୁକ୍ରବାର କେତେକ ସ୍ଥାନରେ ଲୋକେ ପୋଲିସ ଉପରକୁ ପଥରମାଡ଼ କରିଥିବା ଜଣାପଡିଛି। ଉତ୍ତର ପ୍ରଦେଶର ଗୋରଖପୁରରେ ସାଧାରଣ ଜନତା ପୋଲିସକୁ…

ଉନ୍ନାଓ ପୀଡ଼ିତାଙ୍କୁ ମିଳିଲା ନ୍ୟାୟ: କୁଲଦୀପଙ୍କୁ ଆଜୀବନ ଜେଲ, ୨୫ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୦।୧୨: ଶେଷରେ ଉନ୍ନାଓ ପୀଡ଼ିତାଙ୍କୁ ମିଳିଛି ନ୍ୟାୟ। ଶୁକ୍ରବାର ଦିଲ୍ଲୀର ତିସ୍‌ ହଜାରି କୋର୍ଟ ଭାରତୀୟ ଜନତା ପାର୍ଟି(ଭାଜପା)ର ବହିଷ୍କୃତ ବିଧାୟକ କୁଲଦୀପ ସେନ୍‌ଗାରଙ୍କୁ ଆଜୀବନ ଜେଲଦଣ୍ଡ ସହ ୨୫ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କୋର୍ଟ ସିବିଆଇକୁ…

ଦେଶ ପାଇଁ ବେଳେ ବେଳେ ଜନତାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥାଏ: ମୋଦି

ନୂଆଦିଲ୍ଲୀ,୨୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ‘୧୦୦ ବର୍ଷରେ ଆସୋଚାମ (ଆସୋସିଏଟେଡ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍‌ ଇଣ୍ଡିଆ)’ରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୋଦି କହିଛନ୍ତି ଆସୋଚାମ ୧୦୦ ବର୍ଷରେ ପଦାର୍ପଣ କରିବା ଏକ ବଡ ଅନୁଭୂତି।…

ଥମୁନି ସିଏଏ ନିଆଁ: ରାଜଧାନୀରେ ଜାରି ରହିଛି ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୨୦।୧୨: ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ମଧ୍ୟ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ଜାମା ମସ୍‌ଜିଦ ବାହାରେ ହଜାର ହଜାର ସଂଖ୍ୟାରେ ଲୋକ ଜମାହୋଇ ବିରୋଧ ପ୍ରଦର୍ଶନ କରୁଥିବା ଦେଖାଯାଇଛି। ପୋଲିସ ଏଠାରେ ପୂର୍ବରୁ ବିରୋଧ ପ୍ରଦର୍ଶନ…

ନିର୍ବାଚନ ସମୟରେ ହୃଦ୍‌ଘାତରେ ଭୋଟରଙ୍କ ମୃତ୍ୟୁ

ସାହିବଗଞ୍ଜ,୨୦।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହି ସମୟରେ ସାହିବଗଞ୍ଜ ଜିଲାର ବୋରିଓଠାରେ ଜଣେ ମତଦାତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଭୋଟ ଗ୍ରହଣ କେନ୍ଦ୍ରରେ ଉକ୍ତ ବ୍ୟକ୍ତି…

‘ହିଂସା’ ସମସ୍ୟାର ସମାଧାନ ନୁହେଁ: ରଜନୀକାନ୍ତ

ନୂଆଦିଲ୍ଲୀ,୨୦।୧୨: ଦେଶର ଅଧିକାଂଶ ଭାଗରେ ଏବେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ହିଂସାର ବାତାବରଣ ସୃଷ୍ଟି ହୋଇଛି। ଗୁରୁବାର ବିଭିନ୍ନ ରାଜ୍ୟରେ ସିଏଏକୁ ବିରୋଧ କରାଯାଇଥିବା ବେଳେ ଅନେକ ସ୍ଥାନରେ ୧୪୪ ଧାରା ଜାରି କରାଯାଇଥିଲା। ପୋଲିସ ଓ ସାଧାରଣ ଜନତାଙ୍କ…

ପ୍ରଦର୍ଶନକାରୀଙ୍କୁ ରୋକିବା ପାଇଁ ଡିସିପି ଗାଇଲେ ଜାତୀୟସଙ୍ଗୀତ

ବେଙ୍ଗାଲୁରୁ,୨୦।୧୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଜାରି ରହିଛି। କର୍ନାଟକର ମାଙ୍ଗାଲୁରୁ ଓ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ-ଜନତା ଖଣ୍ଡଯୁଦ୍ଧ ହୋଇଛି। ପୋଲିସର ଲାଠି ଓ ଗୁଳିମାଡ଼ରେ ୩…

ଛାତ୍ରୀଛାତ୍ରଙ୍କୁ ସଂସ୍କୃତ ଶ୍ଳୋକ ପଢ଼ାଇଲେ ଥମିବ ବଳାତ୍କାର: ମହାରାଷ୍ଟ୍ର ରାଜ୍ୟପାଳ

ନାଗପୁର,୨୦।୧୨: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଏକ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଛାତ୍ରୀଛାତ୍ରଙ୍କୁ ସଂସ୍କୃତ ଶ୍ଳୋକ ପଢାଇଲେ ବଳାତ୍କାର ଥମିଯିବ ବୋଲି ସେ କହିଛନ୍ତି। ନାଗପୁର ବିଶ୍ୱବିଦ୍ୟାଳୟରେ ଜମନଲାଲ ବଜାଜ ପ୍ରଶାସନିକ ଭବନ ଉଦ୍‌ଘାଟନ ଅବସରରେ ସେ…

ଥମୁନି ସିଏଏ ନିଆଁ: ଉତ୍ତରପ୍ରଦେଶର ୧୪ ଜିଲାରେ ଇଣ୍ଟରନେଟ୍‌ ସେବା ବନ୍ଦ

ନୂଆଦିଲ୍ଲୀ,୨୦।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ବ୍ୟାପିଥିବା ଆନ୍ଦୋଳନ ଥମିବାର ନାଁ ନେଉନାହିଁ। ଦେଶର ଉତ୍ତର ପୂର୍ବ ଭାରତରେ ଏବଂ ପରେ ରାଜଧାନୀ ନୂଆଦିଲ୍ଲୀରେ ବ୍ୟାପକ ହୋଇଥିବା ଏହି ଆନ୍ଦୋଳନ ବର୍ତ୍ତମାନ ଦକ୍ଷିଣ ଭାରତ ମୁହାଁ ହୋଇଛି। ଦିଲ୍ଲୀରେ ଏହି ଆନ୍ଦୋଳନ…

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଚୂଡାନ୍ତ ପର୍ଯ୍ୟାୟ ମତଦାନ ଆରମ୍ଭ

ରାଞ୍ଚି,୨୦।୧୨:ଝାଡ଼ଖଣ୍ଡ ବିଧାନସଭାର ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ସକାଳ ୭ରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ଏହି ପର୍ଯ୍ୟାୟରେ ୧୬ଟି ଆସନ ଲାଗି ୨୩୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ମହାମେଣ୍ଟର…

ପଞ୍ଚମ ପର୍ଯ୍ୟାୟ ଝାଡ଼ଖଣ୍ଡ ଭୋଟ ଆଜି: ୨୩ରେ ଭୋଟଗଣତି

ରାଞ୍ଚି,  ୨୦।୧୨(ପି.ଟି.):ଝାଡ଼ଖଣ୍ଡ ବିଧାନସଭାର ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଲାଗି ୨୦ରେ ମତଦାନ କରାଯିବ। ଏହି ପର୍ଯ୍ୟାୟରେ ୧୬ଟି ଆସନ ଲାଗି ଭୋଟଗ୍ରହଣ କରାଯିବାକୁ ଥିବାବେଳେ ମଇଦାନରେ ୨୯ ମହିଳାଙ୍କୁ ମିଶାଇ ମୋଟ ୨୩୭ ପ୍ରାର୍ଥୀ ରହିଛନ୍ତି। ହେଭିଓ୍ବେଟ୍‌ଙ୍କ ମଧ୍ୟରେ ଅଛନ୍ତି ମହାମେଣ୍ଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri