୪କୋଟି ଆନ୍ତଃରାଜ୍ୟ ପ୍ରବାସୀ ପ୍ରଭାବିତ
ନୂଆଦିଲ୍ଲୀ,୨୪ା୪(ପି.ଟି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୫ରେ ଦେଶବ୍ୟାପୀ ଲକ୍ଡାଉନ ଲାଗୁ କରିଛନ୍ତି। ଏହା ମେ’୩ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ଏହି ଲକ୍ଡାଉନ ଯୋଗୁ ଦେଶରେ ପ୍ରାୟ ୪କୋଟି ଆନ୍ତଃରାଜ୍ୟ ପ୍ରବାସୀ ପ୍ରଭାବିତ ହୋଇଛନ୍ତି। ଯେଉଁଥିପାଇଁ ଗତ କିଛିଦିନ ମଧ୍ୟରେ…
ଡବ୍ଲ୍ୟୁଏଚ୍ଓର ନେତୃତ୍ୱ ନେବ ଭାରତ
ନୂଆଦିଲ୍ଲୀ,୨୪ା୪: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ମୁଖ୍ୟାଳୟରେ ଭାରତ ନେତୃତ୍ୱ ଭୂମିକା ନେବ। ସାରା ବିଶ୍ୱ କରୋନା ମହାମାରୀ କବଳିତ ହୋଇଥିବାବେଳେ ଆସନ୍ତା ମାସରେ ଡବ୍ଲ୍ୟୁଏଚ୍ଓ କାର୍ଯ୍ୟନିର୍ବାହୀ ବୋର୍ଡରେ ଭାରତୀୟ ପ୍ରତିନିଧି ଅଧ୍ୟକ୍ଷ ନିଯୁକ୍ତ ହେବାକୁ ଯାଉଛନ୍ତି। କୋଭିଡ୍-୧୯ ମହାମାରୀରେ ଏପର୍ଯ୍ୟନ୍ତ…
ସତ ଲୁଚାଉଛି ଚାଇନା
ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪ା୪: କରୋନା ଭାଇରସ୍ର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଉହାନ ଭିତରକୁ ଯିବା ପାଇଁ ଆମେରିକୀୟ ବୈଜ୍ଞାନିକମାନଙ୍କୁ ମନା କରିଦେଇଛି ଚାଇନା। ଉହାନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି କିମ୍ବା ଚାଇନାର ଅନ୍ୟ କୌଣସି ସ୍ଥାନକୁ ତଦନ୍ତ ନିମନ୍ତେ ଆମେରିକାର କେହି ଯାଇପାରିବେ ନାହିଁ ବୋଲି…
କରୋନା ମୁକାବିଲାରେ ମୋଦି ସରକାର ସଫଳ
ନୂଆଦିଲ୍ଲୀ,୨୪ା୪: ପ୍ରାଣଘାତୀ କରୋନା ଭୂତାଣୁ ଯୋଗୁ ବିଶ୍ୱବ୍ୟାପୀ ଆତଙ୍କ ଖେଳିଯାଇଛି। ଏଥିରୁ ଭାରତ ବାଦ୍ ଯାଇନି। ଦେଶରେ ଏବେ କରୋନା ମୃତ୍ୟୁ ୬୯୧ରେ ପହଞ୍ଚି ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୨୧,୭୭୪ ହଜାରରେ ପହଞ୍ଚିଲାଣି। ଏହାର ମୁକାବିଲା ଲାଗି କେନ୍ଦ୍ର ଓ…
ଅର୍ଣ୍ଣବ ଗୋସ୍ବାମୀଙ୍କୁ ଆକ୍ରମଣ
ନୂଆଦିଲ୍ଲୀ,୨୪ା୪: ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଆକ୍ରମଣ ହୋଇଛି। ଅର୍ଣ୍ଣବ ଓ ତାଙ୍କ ସ୍ତ୍ରୀ କାର୍ ଯୋଗେ ସେମାନଙ୍କର ଓ୍ବର୍ଲି ବାସଭବନକୁ ଫେରୁଥିବାବେଳେ ସ୍କୁଟରରେ ଦୁଇଜଣ ଦୁର୍ବୃତ୍ତ ସେମାନଙ୍କ ଗାଡ଼ିକୁ ଅଟକାଇ ଆକ୍ରମଣ କରି ତାଙ୍କ କାର ଉପରକୁ…
ମୁମ୍ବାଇରେ ମାଡ଼ିଚାଲିଛି କରୋନା
ମୁମ୍ବାଇ/ନୂଆଦିଲ୍ଲୀ,୨୪ା୪: ଭାରତରେ ମହାମାରୀ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨,୯୩୧ରେ ପହଞ୍ଚି ଥିବାବେଳେ ୭୧୬ ବ୍ୟକ୍ତି ପ୍ରାଣ ହରାଇଲେଣି। ମହାରାଷ୍ଟ୍ରରେ ସର୍ବାଧିକ ୬,୪୨୭ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମୁମ୍ବାଇରେ ୪ ହଜାରରୁ ଊର୍ଦ୍ଧ୍ୱ ରୋଗୀ ଥିବା ଜଣାପଡ଼ିଛି। ଗତ ୨୪ ଘଣ୍ଟା…
‘ସଂରକ୍ଷଣ ବଦଳାଇବାକୁ ଚାହୁଁନାହାନ୍ତି ସରକାର’
ନୂଆଦିଲ୍ଲୀ,୨୪ା୪(ପି.ଟି.): ସଂରକ୍ଷଣ ସୁବିଧା ପାଇଆସୁଥିବା ଜାତି ତାଲିକାର ନା ସମୀକ୍ଷା କରାଯାଉଛି, ନା ସଂରକ୍ଷଣ ବ୍ୟବସ୍ଥାର ଅନ୍ତ ହେଉଛି। ଏହାକୁ ନେଇ ଦେଶରେ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ଲାଗି ନିର୍ବାଚିତ ସରକାରଙ୍କର କ୍ୱଚିତ ରାଜନୈତିକ ଇଚ୍ଛାଶକ୍ତି ରହିଛି। ସଂରକ୍ଷଣ…
ମହଙ୍ଗା ଭତ୍ତା ବୃଦ୍ଧି ୨୦୨୧ ଜୁଲାଇ ଯାଏ ସ୍ଥଗିତ
ନୂଆଦିଲ୍ଲୀ,୨୪।୪(ପି.ଟି.): କୋଭିଡ୍-୧୯ ଜନିତ ସଙ୍କଟକୁ ନେଇ ଅର୍ଥ ମନ୍ତ୍ରଣାଳୟ କେନ୍ଦ୍ରୀୟ କର୍ମଚାରୀ ଓ ପେନ୍ସନଧାରୀମାନଙ୍କୁ ମହଙ୍ଗା ଭତ୍ତା ବୃଦ୍ଧି ୨୦୨୧ ଜୁଲାଇ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଗୁରୁବାର ନିଷ୍ପତ୍ତି ନେଇଛି। ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ାଇବା ପାଇଁ କେନ୍ଦ୍ର କ୍ୟାବିନେଟ…
୨୪ ଘଣ୍ଟାରେ ୧,୪୦୯ ନୂଆ ସଂକ୍ରମିତ: ୭୮ ଜିଲା କରୋନା ମୁକ୍ତ
ନୂଆଦିଲ୍ଲୀ,୨୩।୪: ଦେଶରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୧,୪୦୯ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୨୧,୩୯୩। ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ଓ…
ଖୁସି ଖବର: କରୋନା ଯୁଦ୍ଧରେ ବିଜୟୀ ହେଲେ ୯ ମାସର ଶିଶୁ
ଡେରାଡୁନ,୨୩।୪: ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୯ ମାସର କରୋନା ସଂକ୍ରମିତ ଶିଶୁ ମାତ୍ର ୬ ଦିନରେ ସୁସ୍ଥ ହେବା ଘଟଣା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଉତ୍ତରାଖଣ୍ଡର ଏହି ଶିଶୁଟି କମ୍ ବୟସର ପ୍ରଥମ ସଂକ୍ରମିତ…
ବିନା ସୁରକ୍ଷାରେ କାମ କରୁଛନ୍ତି କରୋନା ଯୋଦ୍ଧା
ଭୋପାଳ,୨୩।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏପରିସ୍ଥଳେ କରୋନା ଯୋଦ୍ଧା ପାଲଟି ଥିବା ସଫେଇ କର୍ମଚାରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶରେ ବହୁ ସଫେଇ…
ଦେଶବାସୀଙ୍କ ହୃଦୟ ଜିତିଲେ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ
ନୂଆଦିଲ୍ଲୀ,୨୩।୪: ଦେଶର ‘ଫାଷ୍ଟ ଲେଡି’ ସବିତା କୋବିନ୍ଦ ଏବେ ଦେଶବାସୀଙ୍କ ହୃଦୟ ଜିତି ନେଇଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ମୁହଁରେ ମାସ୍କ ବାନ୍ଧି ସିଲେଇ ମେଶିନରେ ସିଲେଇ କରୁଥିବା ଦେଖାଯାଇଛି।…
Archives


