ଜାତୀୟ

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୭ ହଜାରରୁ ଅଧିକ: ଚାଇନାକୁ ଟପିଲା ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୮।୬: ଭାରତରେ କରୋନା ମହାମାରୀ ଥମିବାର ନାଁ ଧରୁନି। ସୋମବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୭ ହଜାର ୪୮୬ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୭ ହଜାର ୨୦୭ ଛୁଇଁଛି। ଇତିମଧ୍ୟରେ ଲକ୍ଷେ ୨୩ ହଜାର ୮୪୮…

ଗୁଜରାଟରେ ରିସର୍ଟ ରାଜନୀତି ସରଗରମ

ଅହମଦାବାଦ,୮ା୬: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ଗୁଜରାଟ ରାଜନୀତି ସରଗରମ ହୋଇଛି। ଶାସକ ଭାଜପା ପକ୍ଷରୁ ଘୋଡ଼ାବେପାର କରାଯିବା ଆଶଙ୍କାରେ କଂଗ୍ରେସ ବିଧାୟକମାନଙ୍କୁ ରାଜକୋଟ ଜିଲାସ୍ଥିତ ଏକ ହୋଟେଲରେ ରଖାଯାଇଛି। ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ କଂଗ୍ରେସ ବିଧାୟକମାନେ ଅବସ୍ଥାନ କରୁଥିବା…

ଏନ୍‌ଡିଏ ଦୁଇତୃତୀୟାଂଶ ସଂଖ୍ୟାଗରିଷ୍ଠତା ପାଇବ

ନୂଆଦିଲ୍ଲୀ,୮ା୬(ପି.ଟି.): କରୋନା ଯୋଗୁ ଦେଶ ଲକ୍‌ଡାଉନରେ ରହିଥିବାବେଳେ ବିହାରରେ ବିଧାନସଭା ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ପକ୍ଷରୁ ରବିବାର ବିଗୁଲ ବାଜିଛି। ବରିଷ୍ଠ ଭାଜପା ନେତା ତଥା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ଭିଡିଓ କନ୍‌ଫରେନ୍ସ ଜରିଆରେ (ଭର୍ଚୁଆଲ) ପାଟନାର ଏକ…

ଏଆର୍‌ଆଇଇଏସ୍‌ ସହ ଇସ୍ରୋର ଏମ୍‌ଓୟୁ: ମହାକାଶ ସମ୍ପତ୍ତିର ସୁରକ୍ଷାରେ ସହାୟକ ହେବ

ବେଙ୍ଗାଲୁରୁ,୮ା୬: ମହାକାଶରେ ବର୍ଜ୍ୟବସ୍ତୁକୁ ନେଇ ଚିନ୍ତା ବଢ଼ୁଥିବାବେଳେ ଆଷ୍ଟ୍ରୋଫିଜିକ୍ସ ଏବଂ ମହାକାଶ ସ୍ଥିତିଗତ ସଚେତନତା କ୍ଷେତ୍ରରେ ସହଯୋଗ ଲାଗି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆର୍ଯ୍ୟଭଟ୍ଟ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଅବ୍‌ଜରରେଶନାଲ ସାଇନ୍ସେସ୍‌ (ଏଆର୍‌ଆଇଇଏସ୍‌) ସହ ଏକ ବୁଝାମଣାପତ୍ର (ଏମ୍‌ଓୟୁ)…

ଅଗଷ୍ଟ ୧୫ ପରେ ଖୋଲିପାରେ ସ୍କୁଲ

ନୂଆଦିଲ୍ଲୀ,୮ା୬: କୋଭିଡ୍‌-୧୯ ଜନିତ ଲକ୍‌ଡାଉନ ଯୋଗୁ ଶିକ୍ଷାନୁଷ୍ଠାନଗୁଡ଼ିକ ମାର୍ଚ୍ଚ ମଧ୍ୟଭାଗରୁ ବନ୍ଦ ରହିଛି। ଫଳରେ ସାରାଦେଶର ପିଲା ଶିକ୍ଷାଗ୍ରହଣରୁ ବଞ୍ଚିତ ହୋଇଛନ୍ତି। ଏହା କେବେ ଖୋଲିବ ଜାଣିବା ପାଇଁ ପାଖାପାଖି ୩୩ କୋଟି ପିଲା ଅପେକ୍ଷା କରି ରହିଛନ୍ତି। ଅଗଷ୍ଟ ପରେ…

ଖୋଲିବନି କି ଜଗନ୍ନାଥ ମନ୍ଦିର

ନୂଆଦିଲ୍ଲୀ,୮ା୬: ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନରେ ଜୁନ୍‌ ୮ ଅର୍ଥାତ୍‌ ସୋମବାରଠାରୁ ଦେଶରେ ବିଭିନ୍ନ ଧାର୍ମିକ ତଥା ଉପାସନା ସ୍ଥଳ ଖୋଲିବାକୁ ଯାଉଛି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ରକ୍ଷଣାବେକ୍ଷଣରେ ଥିବା ୮୨୦ ସ୍ମାରକୀକୁ ଖୋଲିବା ଲାଗି ରବିବାର କେନ୍ଦ୍ର ସଂସ୍କୃତି…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳି ପଡିଲେ ହିଜବୁଲର ଟପ୍‌ କମାଣ୍ଡର

ଶ୍ରୀନଗର,୭।୬: ଜମ୍ମୁ-କଶ୍ମୀରର ଶୋପିଆନ ଜିଲାରେ ରବିବାର ହୋଇଥିବା ଏନକାଉଣ୍ଟରରେ ୫ଜଣ ଆତଙ୍କବାଦୀ ଟଳିପଡିଛନ୍ତି। ମୃତକଙ୍କ ମଧ୍ୟରେ ପାକ ଆତଙ୍କୀ ସଂଗଠନ ହିଜବୁଲର ଟପ କମାଣ୍ଡର ଫାରୁକ ଅହମଦ ଭଟ୍‌ ଓରଫ ନାଲି ରହିଥିବା ଡିଜି ଦିଲବାଗ ସିଂହ ଏହି ସୂଚନା ଦେଇଛନ୍ତି।…

୮୦ ଦିନ ପରେ ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ,୭।୬: ପେଟ୍ରୋଲ ଏବଂ ଡିଜେଲର ଲିଟର ପିଛା ୬୦ ପଇସା ଲେଖାଏ ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ ଅଶୋଧିତ ତେଲର ଦାମ ବ୍ୟାରେଲ ପିଛା ୪୦ ଡଲାରରୁ ଊର୍ଦ୍ଧ୍ୱକୁ ବଢ଼ିବାରୁ ପେଟ୍ରାଲ ଏବଂ ଡିଜେଲ ଦରରେ ବୃଦ୍ଧି ଘଟିଥିବା ସୂଚନା…

ଖୋଲିବାକୁ ପ୍ରସ୍ତୁତ ଧାର୍ମିକ ଅନୁଷ୍ଠାନ

ନୂଆଦିଲ୍ଲୀ,୭।୬: ଦେଶରେ କରୋନା ମହାମାରୀ ପାଇଁ ମାର୍ଚ୍ଚ ଶେଷ ବେଳକୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ। ସେବେଠାରୁ ଦେଶରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ତେବେ ଜୁନ୍‌ ୧ରୁ ଦେଶରେ ଅନ୍‌ଲକ ୧.୦ ଲାଗୁ ହେବା ପରେ…

ଶୋପିଆନ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ମୃତ

ଶୋପିଆନ,୭।୬: ଜମ୍ମୁ-କଶ୍ମୀର ଶୋପିଆନର ରେବନ ଅଞ୍ଚଳରେ ରବିବାର ହୋଇଥିବା ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା କଶ୍ମୀର ଜୋନ୍‌ ପୋଲିସ ସୂଚନା ଦେଇଛି। ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ(ସିଆର୍‌ପିଏଫ୍‌)ର ୧୭୮ ବାଟେଲିଅନ, ରାଷ୍ଟ୍ରୀୟ ରାଇଫଲ୍ସ(ଆର୍‌ଆର୍‌), ସ୍ପେଶାଲ ଅପରେଶନ ଗ୍ରୁପ(ଏସ୍‌ଓଜି)ର ମିଳିତ ଉଦ୍ୟମରେ…

ପ୍ରବାସୀଙ୍କ ଘର ବାହୁଡା: ଅଭିନେତା ସୋନୁଙ୍କ କାମକୁ ନେଇ ଆରମ୍ଭ ହେଲାଣି ରାଜନୀତି

ମୁମ୍ବାଇ,୭।୬: ଦେଶରେ କରୋନା ମହାମାରୀ ପାଇଁ ଚାଲିଥିବା ଲକ୍‌ଡାଉନ ଯୋଗୁ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରି ଯିବାକୁ ଚାହୁଥିଲେ। ଏହି ସମୟରେ ଏମାନଙ୍କୁ ସହଯୋଗର ହାତ ବଢାଇଥିଲେ ବଲିଉଡ୍‌ କଳାକାର ସୋନୁ ସୁଦ।…

ସନ୍ଧ୍ୟା ୭ଟା ପରେ ଦୋକାନ ବନ୍ଦ କରିବାକୁ ଚାହୁଁଛନ୍ତି ସୁରଟର ୩୦ଟି ବଜାରର କପଡ଼ା ବ୍ୟବସାୟୀ

ସୁରଟ, ୭।୬: କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଧୀରେଧୀରେ ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ଲାଗି ସରକାରଙ୍କ ପକ୍ଷରୁ ଅନ୍‌ଲକ୍‌-୧ ଘୋଷଣା କରାଯାଇଛି। ତେବେ ଲକ୍‌ଡାଉନ୍‌ ସମୟରେ ପରିବାର ସଦସ୍ୟଙ୍କ ସହିତ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?