ଗତ ୨୪ଘଣ୍ଟାରେ ସର୍ବାଧିକ ୫୦୦୦ କରୋନା ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ,୨୦।୫: ଦେଶରେ କରୋନା ଭାଇରସ୍ ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନା ବ୍ୟାପିବାରୁ ରୋକିବା ପାଇଁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ ଜାରି ରହିଛି। ଏହାସତ୍ୱେ ମଧ୍ୟ ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଗତ…
ବିଏସ୍ଏଫ୍ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ୨ ଯବାନ ଶହୀଦ
ଶ୍ରୀନଗର, ୨୦।୫: ଜମ୍ମୁ-କଶ୍ମୀର ଶ୍ରୀନଗରରେ ବିଏସ୍ଏଫ୍ ଯବାନଙ୍କ ଉପରେ ବୁଧବାର ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୨ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଶ୍ରୀନଗରର ପଣ୍ଡାଛ ନିକଟରେ ଥିବା ଚେକପୋଷ୍ଟରେ ବିଏସ୍ଏଫ୍ର ୩୭ ବାଟାଲିୟନ ଯବାନ ମୁତୟନ ଥିଲେ।…
ବାତ୍ୟା ଅମ୍ଫନ୍ ନେଲା ୨ ଜୀବନ
କୋଲକାତା,୨୦।୫: ପଶ୍ଚିମ ବଙ୍ଗର କିଛି ସ୍ଥାନରେ ମହାବାତ୍ୟା ଅମ୍ଫନ୍ ତାଣ୍ଡବ ରଚାଇଛି। ସ୍ଥଳଭାଗ ମୁହାଁ ହେଉଥିବା ଅମ୍ଫନ୍ ଯୋଗୁ ମଙ୍ଗଳବାରଠାରୁ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେଉଛି। ବୁଧବାର ତୀବ୍ର ବେଗରେ ପବନ ବହିବାରୁ କେତେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଓ ବଡ଼…
ଲକ୍ଡାଉନ ମଧ୍ୟରେ ହେବ ସିବିଏସ୍ଇ ଦଶମ-ଦ୍ୱାଦଶ ପରୀକ୍ଷା: ସ୍ବତନ୍ତ୍ର ବସ୍ରେ ଯିବେ ପରୀକ୍ଷାର୍ଥୀ; ଶାହା
ନୂଆଦିଲ୍ଲୀ,୨୦।୫: କରୋନା ଲକ୍ଡାଉନ ଯୋଗୁ ପିଲାଙ୍କ ପାଠପଢ଼ା, ପରୀକ୍ଷା ଓ ଖାତାଦେଖା ବାଧାପ୍ରାପ୍ତ ହୋଇଛି। ସ୍କୁଲ, କଲେଜ ବନ୍ଦ ଥିବାରୁ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଲାଗି ସରକାର ଅନ୍ଲାଇନ୍ କ୍ଲାସ୍ ଆରମ୍ଭ କରିଛନ୍ତି। ଇତିମଧ୍ୟରେ ସିବିଏସ୍ଇ ବୋର୍ଡ ପରୀକ୍ଷାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…
ମେ୨୫ରୁ ଆରମ୍ଭ ହେବ ଘରୋଇ ବିମାନ ସେବା
ନୂଆଦିଲ୍ଲୀ,୨୦।୫: କରୋନା ଲକ୍ଡାଉନ ଯୋଗୁ ସାରା ଦେଶରେ ଘରୋଇ ବିମାନ ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା। ଏଥିଯୋଗୁ କେତେକ ଲୋକ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେବେ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଘରୋଇ ବିମାନ ଚଳାଚଳ ପାଇଁ…
୨୪ ଘଣ୍ଟାରେ ଲକ୍ଷେ ୮ ହଜାର ନମୁନା ହୋଇଛି ପରୀକ୍ଷା: ଆଇସିଏମ୍ଆର୍
ନୂଆଦିଲ୍ଲୀ,୨୦।୫: କରୋନା ସଂକ୍ରମଣ ନେଇ ଭାରତରେ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଲକ୍ଷେ ୮ ହଜାର ୧୨୧ ନମୁନା ପରୀକ୍ଷା ହୋଇଥିବା ଆଇସିଏମ୍ଆର୍ ପକ୍ଷରୁ କୁହାଯାଇଛି।…
କରୋନା ମହାମାରୀ ସଙ୍କଟ ସମୟରେ କଂଗ୍ରେସ କରୁଛି ରାଜନୀତି: ଦିନେଶ ଶର୍ମା
ଲକ୍ଷ୍ନୌ,୨୦।୫: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବାବେଳେ କଂଗ୍ରେସ ଘୃଣ୍ୟ ରାଜନୀତି ଆରମ୍ଭ କରିଛି ବୋଲି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା କହିଛନ୍ତି। ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ନେଇ କଂଗ୍ରେସ ନାନା ପ୍ରକାର ପ୍ରଚାର କରୁଥିବା ସେ କହିଛନ୍ତି। ଦେଶର…
ଇଦ୍ରେ ଖୋଲିବନି ମସଜିଦ୍: ସରକାରୀ କଟକଣାରେ ହସ୍ତକ୍ଷେପ କରିବାକୁ ମନା କଲେ ଆହ୍ଲାବାଦ୍ ହାଇକୋର୍ଟ
ଲକ୍ଷ୍ନୌ,୨୦।୫: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ ସାମାଜିକ ଦୂରତା ବଜାୟ ରଖିତ୍ବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍ଡାଉନ୍ ଜାରି ହୋଇଛି। ଧାର୍ମିକ ସ୍ଥଳ ବନ୍ଦ ରଖିବାକୁ ସରକାରୀ ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି। ଏପରିସ୍ଥଳେ ରମଜାନ୍ ଇଦ୍…
ରେଲଓ୍ବେକୁ ଅମ୍ଫନ୍ ବିପଦ: ଲୁହା ଚେନ୍ରେ ବନ୍ଧା ଗଲା କୋଚ୍
କୋଲକାତା,୨୦।୫: ମହାବାତ୍ୟା ଅମ୍ଫନ୍ ଯୋଗୁ ପଶ୍ଚିମବଙ୍ଗ ରେଲଓ୍ବେ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ବାତ୍ୟା ସମୟରେ ତୀବ୍ର ବେଗରେ ପବନ ବହିବାର ଆଶଙ୍କା ଥିବାରୁ ହାଓ୍ବଡ଼ାରେ ରେଲଓ୍ବେ ବିଭାଗ ପକ୍ଷରୁ କୋଚ୍ଗୁଡ଼ିକୁ ଲୁହା ଚେନ୍ରେ ରେଳ ଲାଇନ୍ରେ ବନ୍ଧା…
ଅମ୍ଫନ୍ ମୁକାବିଲା: କୋଲକାତା ବିମାନ ବନ୍ଦରରେ ଉଡ଼ାଣ ବନ୍ଦ
କୋଲକାତା,୨୦।୫: ମହାବାତ୍ୟା ଅମ୍ଫନ୍ ଅପରାହ୍ନ ଅବା ସନ୍ଧ୍ୟାରେ ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗକୁ ଛୁଇଁବ। ସୁରକ୍ଷା ଦୃଷ୍ଟିରୁ କୋଲକାତା ବିମାନ ବନ୍ଦରରେ ସମସ୍ତ ଉଡ଼ାଣକୁ ଗୁରୁବାର ଭୋର୍ ୫ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏହି…
ହର୍ଷ ବର୍ଦ୍ଧନ ହେବେ ଡବ୍ଲ୍ୟୁଏଚ୍ଓ କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ
ଜେନେଭା/ନୂଆଦିଲ୍ଲୀ,୨୦ା୫: କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବେ। ୩୪ ସଦସ୍ୟ ବିଶିଷ୍ଟ ଡବ୍ଲ୍ୟୁଏଚ୍ଓ କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ଭାବେ ସେ ମେ ୨୨ରେ ଦାୟିତ୍ୱ ଗ୍ରହଣ କରିବେ। ସେ ଜାପାନର ଡ.…
ନକଲି ଭେଣ୍ଟିଲେଟରରେ ଅଣନିଃଶ୍ୱାସୀ ଗୁଜରାଟ ମଡେଲ
ଗାନ୍ଧୀନଗର, ୨୦ା୫: ନକଲି ଭେଣ୍ଟିଲେଟରରେ ଅଣନିଃଶ୍ୱାସୀ ଗୁଜରାଟ ମଡେଲ। କୋଭିଡ୍-୧୯ ସଙ୍କଟ ସମୟରେ ରୋଗୀଙ୍କ ଜୀବନକୁ ଅଧିକ ବିପଦରେ ପକାଇ ଦେଇଛି ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏଭଳି ନିମ୍ନମାନର ମେଶିନ। ଏହି ଘଟଣାର ପର୍ଦ୍ଦାଫାଶ ହେବା ପରେ ଏବେ ବିଜୟ…
Archives


