ଜାତୀୟ

ମାଗଣାରେ ଲୋକଙ୍କୁ ମାସେ ଯାଏଁ ମିଳିବ ଭିଟାମିନ୍‌-ସି’ଯୁକ୍ତ ଫଳ

ଅଗରତାଲା, ୧।୭: ତ୍ରିପୁରାରେ ଲୋକଙ୍କୁ ମାଗଣାରେ ଭିଟାମିନ୍‌-ସି’ଯୁକ୍ତ ଫଳ ମାସେ ଯାଏଁ ଯୋଗାଇ ଦିଆଯିବ। ଏହାଦ୍ୱାରା କରୋନା ଲଢ଼େଇରେ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ବୋଲି ରାଜ୍ୟ ସରକାର କହିଛନ୍ତି। ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ…

ଚାଇନାର ସୋସିଆଲ ମିଡିଆ, ଓ୍ବେଇବୋରୁ ହଟିଲା ମୋଦିଙ୍କ ପୋଷ୍ଟ

ନୂଆଦିଲ୍ଲୀ,୧।୭: ଭାରତ ସରକାର ଭାଇନାର ୫୯ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାର ମାଇକ୍ରୋବ୍ଲଗିଙ୍ଗ ଓ୍ବେବସାଇଟ ଓ୍ବେଇବୋରୁ ହଟି ଯାଇଥିବା ଜଣାପଡିଛି। ମୋଦି ଏହି ସୋସିଆଲ ମିଡିଆରେ କିଛି ବର୍ଷ ପୂର୍ବରୁ ଯୋଗ ଦେଇଥିଲେ।…

ପାକିସ୍ତାନ ଜେଲ୍‌ରେ ୩୨୪ ଭାରତୀୟ ବନ୍ଦୀ

ନୂଆଦିଲ୍ଲୀ, ୧।୭: ପାକିସ୍ତାନ ଜେଲ୍‌ରେ ୩୨୪ ଜଣ ଭାରତୀୟ ବନ୍ଦୀ ଜୀବନ ବିତାଉଛନ୍ତି। ସେମାନଙ୍କ ତାଲିକା ପାକିସ୍ତାନ ବହିର୍ବ୍ୟାପାର ବିଭାଗ ପକ୍ଷରୁ ଭାରତକୁ ପ୍ରଦାନ କରାଯାଇଛି। ସେଥିମଧ୍ୟରେ ୫୪ ଜଣ ସାଧାରଣ ଲୋକ ଥିବାବେଳେ ୨୭୦ ଜଣ ଧୀବର ରହିଛନ୍ତି। ସେହିପରି…

ଶପଥ ନେଲେ ଆନନ୍ଦିବେନ ପଟେଲ

ଭୋପାଳ,୧।୭: ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ଆନନ୍ଦିବେନ ପଟେଲ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଏବେ ସେ ଉତ୍ତର ପ୍ରଦେଶର ରାଜ୍ୟପାଳ ଥିବା ବେଳେ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ, ଗୁରୁବାର ମଧ୍ୟପ୍ରଦେଶ କ୍ୟାବିନେଟର ସମ୍ପ୍ରସାରଣ ଥିବା…

୬୫ରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ଶପିଂ ମଲ୍‌ ମନା

ଚଣ୍ଡିଗଡ଼,୧।୭: ଦେଶରେ କରୋନା ଭାଇରସ ସଂକ୍ରମଣକୁ ନେଇ ଲାଗୁ କରାଯାଇଥିବା ଲକ୍‌ଡାଉନ ନିୟମରେ ଏବେ କୋହଳ କରାଯାଇଛି। ଏବେ ସରକାର ମଲ୍‌ ଖୋଲିବାକୁ ନେଇ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ତେବେ କରୋନାଠାରୁ ଦୂରେଇ ରହି ମଲ୍‌ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।…

ଚାଇନାକୁ ପୁଣି ଝଟ୍‌କା: ବିଏସ୍‌ଏନ୍‌ଏଲ-ଏମ୍‌ଟିଏନ୍‌ଏଲ୍‌ ରଦ୍ଦ କଲା ୪ଜି ଟେଣ୍ଡର

ନୂଆଦିଲ୍ଲୀ,୧।୭: ଭାରତ ପୁଣି ଚାଇନାକୁ ଏକ ବଡ଼ ଝଟ୍‌କା ଦେଇଛି। ବୁଧବାର ବିଏସ୍‌ଏନ୍‌ଏଲ ଓ ଏମ୍‌ଟିଏନ୍‌ଏଲ୍‌ ସେମାନଙ୍କ ୪ଜି ଟେଣ୍ଡରକୁ ବାତିଲ କରିଦେଇଥିବା ଜଣାପଡ଼ିଛି। ଏବେ ପୁଣି ଆଉ ଏକ ନୂଆ ଟେଣ୍ଡର ଜାରି କରାଯିବ ବୋଲି ଟେଲିକମ୍‌ ମନ୍ତ୍ରଣାଳୟ ପକ୍ଷରୁ…

ଏଲ୍‌ଏସିରେ ଚାଇନାର ଦାଦାଗିରି: ୨୦ ହଜାର ସୈନ୍ୟ କଲା ମୁତୟନ

ଲଦାଖ, ୧।୭: ଚାଇନାର ଦାଦାଗିରି ଜାରି ରହିଛି। ଗଲଓ୍ବାନ ଘାଟିର ହିଂସକ ସଂଘର୍ଷ ପରେ ଭାରତ ଚାଇନା ମଧ୍ୟରେ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ଉଦ୍ୟମ କରାଯାଇଥିଲା। ଚାଇନା ଗୋଟିଏ ପଟେ ଶାନ୍ତିର କଥା କହୁଥିବାବେଳେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ସୈନ୍ୟ ଠୁଳ…

ମନ୍ଥନ ହେଲେ ବାହାରେ ଅମୃତ, ଶିବ ପାନ କରନ୍ତି ବିଷ: ଶିବରାଜ

ଭୋପାଳ,୧।୭: ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନଙ୍କ କ୍ୟାବିନେଟର ସମ୍ପ୍ରସାରଣ ଗୁରୁବାର କରାଯିବ ବୋଲି ସ୍ପଷ୍ଟ ହୋଇଛି। ମୁଖ୍ୟମନ୍ତ୍ରୀ ଶିବରାଜ କହିଛନ୍ତି ବୁଧବାର ରାଜ୍ୟପାଳ ଶପଥ ଗ୍ରହଣ କରିବେ ଓ ଗୁରୁବାର କ୍ୟାବିନେଟର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। କିଛିଦିନ ହେବ…

ଗିଲାନି: କଶ୍ମୀର ଯୁବକଙ୍କୁ ଆତଙ୍କବାଦୀ କରୁଥିବାବେଳେ ନିଜ ପିଲାଙ୍କୁ ବିଦେଶରେ ପଢ଼ାଉଥିଲେ

ଶ୍ରୀନଗର, ୧।୭: ହୁରିୟାତ୍‌ କନଫରେନ୍ସର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହା ଗିଲାନି ନିଜର ସଦସ୍ୟତା ପଦରୁ ସୋମବାର ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ଜମ୍ମୁ-କଶ୍ମୀର ପାଇଁ ନୂଆ ସକାଳ ନେଇ ଆସିବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। କଶ୍ମୀରବାସୀଙ୍କ…

ବଢ଼ୁଛି ସୁସ୍ଥଙ୍କ ସଂଖ୍ୟା, ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧିନ: କେଜରିଓ୍ବାଲ

ନୂଆଦିଲ୍ଲୀ,୧।୭: ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଦିଲ୍ଲୀରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣାଧିନ ରହିଛି। ଏହା ପଛରେ ଦିଲ୍ଲୀବାସୀଙ୍କ ଉଦ୍ୟମ ରହିଛି ବୋଲି ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ସୁପ୍ରିମକୋର୍ଟରେ ଟିକ୍‌ଟକ୍‌ କମ୍ପାନୀ ପକ୍ଷରୁ ଓକିଲାତି କରିବାକୁ ମନାକଲେ ପୂର୍ବତନ ଆଟର୍ନି ଜେନେରାଲ

ନୂଆଦିଲ୍ଲୀ,୧।୭: ଲଦାଖ ଏଲଏସିରେ ଭାରତ ଓ ଚାଇନା ମଧ୍ୟରେ ଲାଗିରହିଥିବା ସୀମା ବିବାଦକୁ ନେଇ ଦେଶର ଜନତାଙ୍କ ଭିତରେ ଆକ୍ରୋଶ ଦେଖିବାକୁ ମିଳିଛି। ଚାଇନାକୁ କଡ଼ା ଜବାବ ଦେବାକୁ ଯାଇ କେନ୍ଦ୍ର ସରକାର ମଧ୍ୟ ଭାରତୀୟଙ୍କ ତଥ୍ୟ ଚୋରି ହେବା ଅଭିଯୋଗରେ…

ସୁନା ଅଳଙ୍କାର ପିନ୍ଧୁଥିବା ଗୋଲଡେନ୍‌ ବାବାଙ୍କ ପରଲୋକ

ନୂଆଦିଲ୍ଲୀ, ୧।୭: ସବୁବେଳେ ସୁନା ଅଳଙ୍କାର ପିନ୍ଧୁଥିବା ଗୋଲଡେନ୍‌ ବାବା ସୁଧୀର କୁମାର ମକ୍କଡ଼ଙ୍କର ପରଲୋକ ହୋଇଯାଇଛି। ମଙ୍ଗଳବାର ବିଳମ୍ବିତ ରାତ୍ରରେ ବାବାଙ୍କର ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ଧରି ଦିଲ୍ଲୀ ଏମ୍ସ୍‌ରେ ଚିକିତ୍ସିତ ହେଉଥିଲେ। ହରିଦ୍ୱାରର ବହୁ ଆଖଡ଼ା ସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?