ଜାତୀୟ

ନୂଆ ଭାରତ ନିର୍ମାଣ ଲାଗି କର୍ତ୍ତବ୍ୟକୁ ଗୁରୁତ୍ୱ ଦିଅ

ନୂଆଦିଲ୍ଲୀ,୨୫ା୧(ପି.ଟି.): ଦେଶ ପାଇଁ କର୍ତ୍ତବ୍ୟ କରି ଉଦାହରଣ ସୃଷ୍ଟି କରିବା ସହ ନୂଆ ଭାରତ ନିର୍ମାଣ କାର୍ଯ୍ୟକୁ ଆଗେଇ ନେବାରେ ସହାୟକ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି। ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗନେବାକୁ ଥିବା...

ତଥ୍ୟ ଦେଉନାହିଁ ତିହାର ଜେଲ୍‌, କୋର୍ଟ ଗଲେ ଦୋଷୀ

ନୂଆଦିଲ୍ଲୀ,୨୫ା୧: ନିର୍ଭୟା ବଳାତ୍କାର, ହତ୍ୟା ମାମଲାର ଅନ୍ୟ ୨ ଦୋଷୀ ଅକ୍ଷୟ କୁମାର ସିଂ ଓ ପଓ୍ବନ ସିଂଙ୍କ ଓକିଲ ଏ.ପି. ସିଂ ତିହାର ଜେଲ୍‌ ଅଧିକାରୀ ତଥ୍ୟ ଦେବାରେ ଜାଣିଶୁଣି ବିଳମ୍ବ କରୁଛନ୍ତିି ବୋଲି ଅଭିଯୋଗ କରିବା ସହ...

ଭୋଟର ପରିଚୟପତ୍ରରେ ସଂଯୋଗ ହେବ ଆଧାର: ଜନପ୍ରତିନିଧି ଆଇନରେ ସଂଶୋଧନ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ,୨୫ା୧(ଆଇଏଏନ୍‌ଏସ୍‌): ଭୋଟର ପରିଚୟପତ୍ର ସହ ଆଧାର ନମ୍ବରକୁ ସଂଯୋଗ କରାଯିବ। ଏଥିପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ନୂଆ ଆଇନ ପ୍ରସ୍ତୁତ କରୁଥିବା ଜଣାପଡିଛି। ଅନେକେ ଏକାଧିକ ସ୍ଥାନରେ ନିଜକୁ ଭୋଟର ଭାବେ ପଞ୍ଜୀକୃତ କରିଛନ୍ତି। ସେଗୁଡ଼ିକୁ ବନ୍ଦ କରିବାକୁ ହେଲେ...

ଅକ୍ସଫୋର୍ଡ ଡିକ୍ସନାରିରେ ‘ଆଧାର’

ନୂଆଦିଲ୍ଲୀ,୨୫ା୧: ଅକ୍ସଫୋର୍ଡ ଡିକ୍‌ସନାରିରେ ‘ଆଧାର’ ଶବ୍ଦ ସ୍ଥାନ ପାଇଛି। ଏହାର ଦଶମ ସଂସ୍କରଣରେ ଆହୁରି ୨୫ଟି ଭାରତୀୟ ଶବ୍ଦକୁ ସାମିଲ କରାଯାଇଛି। ଅକ୍ସଫୋର୍ଡ ଆଡଭାନ୍ସଡ ଲର୍ନର ଡିକ୍‌ସନାରି(ଓଏଏଲ୍‌ଡି)ର ସଦ୍ୟ ସଂସ୍କରଣକୁ ଶୁକ୍ରବାର ଉନ୍ମୋଚନ କରାଯାଇଛି। ଏଥିରେ ୩୮୪ଟି ଭାରତୀୟ ଶବ୍ଦ...

ରାଜନୀତିକୁ ଅପରାଧମୁକ୍ତ କରାଯାଉ

ନୂଆଦିଲ୍ଲୀ,୨୫ା୧,(ପି.ଟି./ଆଇଏଏନ୍‌ଏସ୍‌) : ଆପରାଧିକ ପୃଷ୍ଠଭୂମିର ବ୍ୟକ୍ତିମାନଙ୍କୁ ରାଜନୀତିରୁ ବାହାର କରାଯିବ। ସେମାନଙ୍କ ଉପସ୍ଥିତି ରାଜନୈତିକ ବାତାବରଣକୁ କଳୁଷିତ କରିବାରେ ଲାଗିଛି। ଏଥିପାଇଁ ରାଜନୀତିର ଅପରାଧୀକରଣକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ଜଷ୍ଟିସ୍‌ ଆର୍‌.ଏଫ୍‌. ନରିମାନ ଏବଂ ଏସ୍‌. ରବୀନ୍ଦ୍ର...

ଅତ୍ୟଧିକ ଟିକସ ସାମାଜିକ ଅନ୍ୟାୟ: ସିଜେଆଇ

ନୂଆଦିଲ୍ଲୀ, ୨୫ା୧ (ଆଇଏଏନ୍‌ଏସ୍‌) : ଟିକସ ଠକେଇ ହେଉଛି ଭାରତୀୟ ନାଗରିକମାନଙ୍କ ପ୍ରତି ସାମାଜିକ ଅନ୍ୟାୟ। ସେହିପରି ସରକାରଙ୍କ ପକ୍ଷରୁ ଲୋକଙ୍କ ଉପରେ ସ୍ବେଚ୍ଛାଚାର ଭାବେ କିମ୍ବା ଅତ୍ୟଧିକ ଟାକ୍ସ ଲଗାଇବା ମଧ୍ୟ ସାମାଜିକ ଅନ୍ୟାୟ ଶ୍ରେଣୀରେ ଆସୁଛି ବୋଲି...

କେଜରିଓ୍ବାଲଙ୍କୁ ଟାର୍ଗେଟ କଲେ ଶାହା

ନୂଆଦିଲ୍ଲୀ,୨୪।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ଏବେ ପ୍ରାୟ ସବୁ ଦଳର ଷ୍ଟାର ପ୍ରଚାରକମାନେ ମଇଦାନକୁ ଓହ୍ଲାଇଛନ୍ତି। ଏହି କ୍ରମରେ ଶୁକ୍ରବାର ଭାଜପାର ଷ୍ଟାର ପ୍ରଚାରକ ତଥା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଚାରରେ ବାହାରିଛନ୍ତି।...

ନିର୍ଭୟା ଦୋଶୀଙ୍କ ଫାଶୀ ଘୁଞ୍ଚାଇବାକୁ କୌଶଳ କରୁଛନ୍ତି ଓକିଲ: ଉପ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୪।୧: ବହୁ ଚର୍ଚ୍ଚିତ ୨୦୧୨ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀଙ୍କ ଫାଶୀ ତାରିଖକୁ ଘୁଞ୍ଚାଇ ଦେବାକୁ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ କୌଶଳ କରୁଛନ୍ତି ବୋଲି ଶୁକ୍ରବାର କହିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ। ଏହାସହ ଓକିଲ ନ୍ୟାୟ ବ୍ୟବସ୍ଥାର...

ଶିକ୍ଷାରୁ ବଞ୍ଚିତ ହେବେ ନାହିଁ ଘାଟିର ଜଣେ ବି ଶିଶୁ: ରମେଶ ପୋଖରିଓ୍ବାଲ

ଶ୍ରୀନଗର,୨୪।୧: ଭାରତ ସରକାର ସମସ୍ତଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବାକୁ ଏଠାରେ ଶିକ୍ଷା ଅଧିନିୟମ ଲାଗୁ କରିଛନ୍ତି। ତେଣୁ ଏବେ ଘାଟିରେ କୌଣସି ଶିଶୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ ବୋଲି ଶୁକ୍ରବାର ଶୀଗନରରେ ଏହା କହିଛନ୍ତି ମାନବ ସମ୍ବଳ...

୬ ଦିନ ମଧ୍ୟରେ ଦ୍ୱିତୀୟଥର କେ-୪ ବାଲିଷ୍ଟିକ କ୍ଷେପଣାସ୍ତ୍ରର ହେଲା ସଫଳ ପରୀକ୍ଷଣ

ବିଶାଖାପାଟନମ,୨୪।୧: ସରକାରୀ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ଯେ ମାତ୍ର ୬ ଦିନ ମଧ୍ୟରେ ଦ୍ୱିତୀୟଥର ଭାରତ କେ-୪ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ୩୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖୁଥିବା ଏହି କ୍ଷେପଣାସ୍ତ୍ରକୁ...

୪ ଦିନିଆ ଭାରତ ଗସ୍ତରେ ନୂଆଦିଲ୍ଲୀ ପହଞ୍ଚିଲେ ବ୍ରାଜିଲ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪।୧: ବ୍ରାଜିଲ ପ୍ରଧାନମନ୍ତ୍ରୀ ଜେର ମେସିଆସ ବୋଲସୋନାରୋ ୪ ଦିନିଆ ଭାରତ ଗସ୍ତରେ ଶୁକ୍ରବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏଥର ସେ ସାଧାରଣତନ୍ତ୍ର ଦିବସର ଅତିଥି ହୋଇପାରନ୍ତି ବୋଲି କୁହାଯାଉଛି। ବୋଲସୋନାରୋଙ୍କର ଏହି ଗସ୍ତ ସମୟରେ କୃଷି, ପ୍ରତିରକ୍ଷା ଆଦି କ୍ଷେତ୍ରରେ...

ଡରାଇଲାଣି କୋରୋନା ଭାଇରସ: ସନ୍ଦେହରେ ମୁମ୍ବାଇର ୨ ବ୍ୟକ୍ତି

ମୁମ୍ବାଇ,୨୪।୧: କୋରୋନା ଭାଇରସ ଏବେ ଚାଇନାରେ ଆତଙ୍କ ଖେଳାଇଛି। ଏବେ ଚାଇନାରୁ ଆସିଥିବା ୨ ବ୍ୟକ୍ତି କୋରୋନା ଭାଇରସରେ ଆକ୍ରାନ୍ତ ଥିବା ସନ୍ଦେହ କରି ସେମାନଙ୍କୁ ମୁମ୍ବାଇର ଏକ ହସ୍ପିଟାଲର ସ୍ବତନ୍ତ୍ର ଓ୍ବାର୍ଡରେ ରଖି ଚିକିତ୍ସା କରାଯାଉଥିବା ଜଣାପଡିଛି। ମୁମ୍ବାଇର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri