ଜାତୀୟ

ବିଧାନସଭାରେ କୃଷି ଆଇନ କପିକୁ ଚିରିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ,୧୭।୧୨-ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗୁରୁବାର ଅନୁଷ୍ଠିତ ବିଧାନସଭା ଅଧିବେଶନରେ ନୂଆ କୃଷି ଆଇନକୁ ନେଇ ଗର୍ଜିଛନ୍ତି। ଏହି ଅବସରରେ କେଜ୍ରିଓ୍ବାଲ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ତୀବ୍ର ବିରୋଧ କରିଥିଲେ। ପରେ ସର୍ବସମ୍ମୁଖରେ କୃଷି ଆଇନ କପିକୁ ଚିରି ଦେଇଥିଲେ।…

କୃଷକ ଆନ୍ଦୋଳନସ୍ଥଳରେ ପୁଣି ଗଡ଼ିଲା ମୁଣ୍ଡ

ନୂଆଦିଲ୍ଲୀ, ୧୭।୧୨- ଦେଶର ରାଜଧାନୀ ଦିଲ୍ଲୀ ଓ ହରିୟାଣା ସୀମାରେ ଚାଲିଥିବା କୃଷକ ଆନ୍ଦୋଳନସ୍ଥଳରେ ଗୁରୁବାର ସକାଳେ ଜଣେ ୩୭ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଜଣା ପଡ଼ିନାହିଁ। ହେଲେ ଅତ୍ୟଧିକ ଶୀତ ଯୋଗୁ…

ଟିଏମସିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ

କୋଲକାତା,୧୭।୧୨-ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଗୁରୁବାର ଟିଏମ୍‌ସିର ସମସ୍ତ ପଦବୀରୁ ଇସ୍ତଫା ଦେଇଛନ୍ତି। ଏ ନେଇ ଶୁଭେନ୍ଦୁ ଟିଏମ୍‌ସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ବୁଧବାର ଶୁଭେନ୍ଦୁ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ।…

ସିଏମ୍‌ଏସ୍‌-୦୧ ଉପଗ୍ରହ ଉତ୍‌କ୍ଷେପଣ କଲା ଇସ୍ରୋ: ବଢିବ ଟିଭି, ମୋବାଇଲ ସିଗ୍‌ନାଲ

ହାଇଦ୍ରାବାଦ,୧୭ ।୧୨: ଇସ୍ରୋ ପକ୍ଷରୁ ମୋବାଇଲ ଫୋନ ଓ ଟେଲିଭିଜନର ସିଗନାଲ ବୃଦ୍ଧି କରିବାକୁ କମ୍ୟୁନିକେଶନ ସାଟେଲାଇଟ ସିଏମ୍‌ଏସ୍‌-୦୧କୁ ପିଏସ୍‌ଏଲ୍‌ଭି ସି୫୦ ରକେଟରୁ ଲଞ୍ଚ କରାଯାଇଛି । ଗୁରୁବାର ଦ୍ୱିପ୍ରହରରେ ଏହି ସାଟେଲାଇଟକୁ ଚେନ୍ନାଇଠାରୁ ୧୨୦ କିଲୋମିଟର ଦୂର ଶ୍ରୀହରିକୋଟା ସ୍ଥିତ…

ସଂଖ୍ୟାଲଘୁଙ୍କ ସ୍ବୀକାର୍ଯ୍ୟ ନେତା ପାଲଟିଛନ୍ତି ମୋଦି: ନକ୍‌ଭୀ

ନୂଆଦିଲ୍ଲୀ,୧୭।୧୨: ଦେଶର ସର୍ବାଧିକ ସଂଖ୍ୟାଲଘୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରୁଛନ୍ତି। ମୋଦି ଦେଶର ଅଳ୍ପସଂଖ୍ୟକଙ୍କର ସ୍ବୀକାର୍ଯ୍ୟ ନେତା ପାଲଟିଛନ୍ତି। ଏସମ୍ପର୍କରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଅବାସ ନକ୍‌ଭୀ କହିଛନ୍ତି। ମୋଦିଙ୍କ ଶାସନ କାଳରେ କୌଣସି ସଂଖ୍ୟାଲଘୁଙ୍କ ଉପରେ ଅନ୍ୟାୟ…

ଚାଇନା-ଅଷ୍ଟ୍ରେଲିଆ ବିବାଦ: ୪୦ ଭାରତୀୟ ନାବିକ ୪ ମାସ ଧରି ଜଳବନ୍ଦୀ

ନୂଆଦିଲ୍ଲୀ,୧୭।୧୨: ଚାଇନା ଅଷ୍ଟ୍ରେଲିଆ ମଧ୍ୟରେ ବିବାଦ ଜାରି ରହିଛି। ଏହାଯୋଗୁ ୪୦ ଭାରତୀୟ ନାବିକ ଚାଇନା ସାଗରରେ ଦୀର୍ଘ ୪ ମାସ ଧରି ଗୋଟିଏ ସ୍ଥାନରେ ଭାସମାନ ଅବସ୍ଥାରେ ଜଳବନ୍ଦୀ ହୋଇ ରହିଛନ୍ତି। ସେମାନେ ଅଗଷ୍ଟରେ ଅଷ୍ଟ୍ରେଲିଆରୁ କୋଇଲା ବୋଝେଇ କରି…

କୃଷକ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ: କରିପାରିବେନି କୌଣସି ରାସ୍ତା ବନ୍ଦ

ନୂଆଦିଲ୍ଲୀ,୧୭ ।୧୨:କେନ୍ଦ୍ରର କୃଷି ଆଇନକୁ ନେଇ ଗୁରୁବାର ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନର ଶୁଣାଣି କରାଯାଉଛି । ଶୁଣାଣି ସମୟରେ ମୁଖ୍ୟ ବିଚାରପତି(ସିଜେଆଇ) ଏଏସ୍ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି କୃଷକଙ୍କର ଆନ୍ଦୋଳନ କରିବାର ଅଧିକାର ରହିଛି । ଏଥିରେ ଆମେ…

ଅସନ୍ତୁଷ୍ଟଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଦେବ କଂଗ୍ରେସ: ଡିସେମ୍ବର ୧୯ରେ ନେତାଙ୍କୁ ଭେଟିପାରନ୍ତି ସୋନିଆ

ନୂଆଦିଲ୍ଲୀ,୧୭।୧୨: କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ ନେଇ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଅସନ୍ତୁଷ୍ଟଙ୍କୁ ଚୁପ କରାଇବା ପାଇଁ କଂଗ୍ରେସ ପକ୍ଷରୁ ନୂଆ ଯୋଜନା କରାଯାଇଛି। ଡିସେମ୍ବର ୧୯ରେ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେତେକ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କେତେକ…

ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତକୁ ନେଇ ସ୍ୱତନ୍ତ୍ର ପ୍ରସ୍ତୁତି: ସୁରକ୍ଷାରେ ରହିବେ ଅଧିକ ଯବାନ

ନୂଆଦିଲ୍ଲୀ,୧୭ ।୧୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତକୁ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛି ସୁରକ୍ଷା ଏଜେନ୍ସି । ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ରାଲି ଉପରେ ପଶ୍ଚିମବଙ୍ଗରେ ଆକ୍ରମଣ ପରେ ଶାହାଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି…

ଭାରତ-ଚାଇନା ସୀମା ସଡ଼କ ହେବ ୧୦ ମିଟର ଚ‌ଉଡ଼ା: ଏଲ୍‌ଏସିରେ ଶୀଘ୍ର ପହଞ୍ଚିବ ସହାୟତା

ଲଦାଖ,୧୭।୧୨: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏଠାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ତଥା ଛୋଟ ସଡ଼କ ରଣନୈତିକ ଦୃଷ୍ଟିକୋଣରେ ଯଥେଷ୍ଟ ଗୁରୁତ୍ୱ ବହନ କରିଥାଏ। ତେଣୁ ଏସବୁ ସଡ଼କଗୁଡ଼ିକର ଚୌଡ଼ା ୧୦ ମିଟର…

୧୩ ବିଧାୟକଙ୍କୁ କ୍ୟାବିନେଟ୍‌ ପାହ୍ୟା: ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ଆଶା ନୋହିଲା

ବେଙ୍ଗାଲୁରୁ,୧୭।୧୨: କର୍ନାଟକରେ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବା ପରିବର୍ତ୍ତେ ୧୩ ବିଧାୟକଙ୍କୁ କ୍ୟାବିନେଟ୍‌ ପାହ୍ୟା ଦେଇ ଭାଜପାରେ ଜାରି ରହିଥିବା ଅସନ୍ତୁଷ୍ଟଙ୍କ ମୁହଁ ବନ୍ଦ କରିବାକୁ ସକ୍ଷମ ହୋଇଛନ୍ତି। ବିଭିନ୍ନ ନିଗମ ଏବଂ ବୋର୍ଡ ଅଧ୍ୟକ୍ଷ ଭାବେ ବିଧାୟକଙ୍କୁ…

୫୫ ବର୍ଷ ପରେ ଚିଲାହାଟି-ହଲଦିବାଡି ରେଲୱେ ଲିଙ୍କ୍ ଆରମ୍ଭ କଲେ ମୋଦି-ହାସିନା

ନୂଆଦିଲ୍ଲୀ,୧୭ ।୧୨: ଭାରତ ଓ ବାଂଲାଦେଶ ମଧ୍ୟରେ ଗୁରୁବାର ଦିପାକ୍ଷିକ ବାତ୍ତା ଜାରି ରହିଛି । କରୋନା ଯୋଗୁ ଏହା ଭର୍ଚୁଆଲ ବୈଠକ ମାଧ୍ୟମରେ କରାଯାଉଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସହ କଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?