ତେଲଙ୍ଗାନାରେ ୩୨ ଡାକ୍ତର କରୋନା ସଂକ୍ରମିତ
ହାଇଦ୍ରାବାଦ,୪।୬: ଓସମାନିଆ ମେଡିକାଲ କଲେଜ ସହ ସହବଦ୍ଧ ଥିବା ହସ୍ପିଟାଲରେ ପାଖାପାଖି ୩୨ ଜଣ ଡାକ୍ତର କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି। ଗୁରୁବାର ତେଲଙ୍ଗାନା-ଜୁନିୟର ଡକ୍ଟରର୍ସ ଆସୋସିଏଶନ(ଟି-ଜେୟୁଡିଏ)ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାର ସଭାପତି ଉମା ନଗେନ୍ଦ୍ର ବିଷ୍ଣୁ କହିଛନ୍ତି...
ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ସୁପ୍ରିମ୍କୋର୍ଟରେ ମାନିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ, ୪।୬: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ବୋଲି ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିଚାଲିଛି। ତେଣୁ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରାଯିବାର ଆବଶ୍ୟକତା ଥିବା...
ଦିଲ୍ଲୀ ଆସୁଥିବା ଯାତ୍ରୀଙ୍କୁ ୭ ଦିନିଆ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍
ନୂଆଦିଲ୍ଲୀ, ୪।୬: ଦିଲ୍ଲୀକୁୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଲାଗି ୭ ଦିନିଆ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍ ନିୟମ ଲାଗୁ ହୋଇଛି। ବସ୍,ଟ୍ରେନ୍ ଅବା ବିମାନରେ ଦିଲ୍ଲୀକୁ ଆସୁଥିବା ଯାତ୍ରୀ ଘରେ କ୍ୱାରାଣ୍ଟାଇନ୍ରେ ରହିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।...
ରାହୁଲଙ୍କ ଉପରେ ବର୍ଷିଲେ ସ୍ମୃତି
ନୂଆଦିଲ୍ଲୀ,୪।୬: କେରଳର ସାଇଲେଣ୍ଟ ଭ୍ୟାଲି ଫରେଷ୍ଟରେ ଏକ ଗର୍ଭବତୀ ହାତୀର ମୃତ୍ୟୁକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ହାତୀଟିକୁ ସପୁରୀରେ ବାଣ ଭର୍ତ୍ତିକରି କେହି ଦେଇ ଦେବାରୁ ତା’ର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏବେ ଏହାକୁ ନେଇ ଭାରତୀୟ...
ଶ୍ରମିକଙ୍କ ପ୍ରାପ୍ୟ ଶୁଣାଣି: କୁଆଡ଼େ ଗଲା ୨୦ ହଜାର କୋଟି, ପଚାରିଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ, ୪।୬: ଲକ୍ଡାଉନ୍ ସମୟରେ ଶ୍ରମିକଙ୍କ ପ୍ରାପ୍ୟ ନେଇ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ଶକ୍ତ ମନୋଭାବ ପୋଷଣ କରିଛନ୍ତି। ଦାଖଲ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ସୁପ୍ରିମ୍କୋର୍ଟ ଶ୍ରମିକ ଏବଂ ଦିନ ମଜୁରିଆ ପ୍ରାପ୍ୟ ପାଇବା...
ଦିଲ୍ଲୀ ସୀମା ବିବାଦକୁ ନେଇ ରାୟ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୪।୬: କରୋନା ସଂକ୍ରମଣ କାରଣକୁ ଏବେ ଦିଲ୍ଲୀ ସୀମାକୁ ସିଲ୍ କରି ଦିଆଯାଇଛି। ଫଳରେ ସାଧାରଣ ଲୋକଙ୍କ ଯାଆସ କରିବାରେ ଅସୁବିଧା ସୃଷ୍ଟି ହେଉଛି। ଲୋକଙ୍କ ଏହି ସମସ୍ୟାକୁ ଦେଖି ସୁପ୍ରିମକୋର୍ଟରେ ଏକ ଅଭିଯୋଗ ଦାଖଲ କରାଯାଇଥିଲା। କୋର୍ଟ ଏହି...
ଫିଲ୍ମ ମେକର ବାସୁ ଚାଟାର୍ଜୀଙ୍କ ପରଲୋକ
ମୁମ୍ବାଇ,୪।୬: ଭେଟେରାନ ଫିଲ୍ମ ମେକର ବାସୁ ଚାଟାର୍ଜୀଙ୍କର ଗୁରୁବାର ସକାଳେ ପରଲୋକ ହୋଇଛି। ବାର୍ଦ୍ଧକ୍ୟ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ‘ଛୋଟି ସି ବାତ’ ଓ ‘ରଜନୀଗନ୍ଧା’ ଭଳି ଚଳଚ୍ଚିତ୍ରର ନିର୍ମାତା ଥିଲେ ଶ୍ରୀଯୁକ୍ତ ଚାଟାର୍ଜୀ। ଫିଲ୍ମ...
ଲକ୍ଡାଉନ୍ରେ ବୁଡ଼ିଯାଇଛି ଅର୍ଥନୀତି: ରାହୁଲଙ୍କୁ କହିଲେ ରାଜୀବ ବଜାଜ
ନୂଆଦିଲ୍ଲୀ, ୪।୬: ଲକ୍ଡାଉନ୍ ନେଇ ଏନ୍ଡିଏ ସରକାରଙ୍କୁ ବିରୋଧୀ କଂଗ୍ରେସ ଲଗାତାର ଘେରିବା ଉଦ୍ୟମ ଜାରି ରଖିଛି। ଏପରିସ୍ଥଳେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ସମ୍ପର୍କିତ ପୁଣି ଏକ ଭିଡ଼ିଓ ରିଲିଜ୍ କରାଯାଇଛି। ଏକ ମିନିଟ୍ ୭ ସେକେଣ୍ଡର ଏହି...
କରୋନା ଆପ୍ ମାଧ୍ୟମରେ ଅଧିକାଂଶ ଲୋକେ ଖୋଜୁଛନ୍ତି ବେଡ୍
ନୂଆଦିଲ୍ଲୀ,୪।୬: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ହେଲେ ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ୍ର ଅଭାବ ଥିବା ଅଭିଯୋଗ ଆସିବା ପରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ଆପ୍ ଲଞ୍ଚ କରାଯାଇଛି। ଯେଉଁ ଆପ୍...
ହାତୀ ମୃତ୍ୟୁରେ ଭାବୁକ ହେଲେ ରତନ ଟାଟା; କହିଲେ ନ୍ୟାୟ ମିଳୁ
ତିରୁଭାନନ୍ତପୁରମ,୪।୬:କେରଳରେ ଗର୍ଭିଣୀ ହାତୀମୃତ୍ୟୁ ଘଟଣା ଲୋକଲୋଚନକୁ ଆସିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ଏହି ଅମାନବୀୟ ବର୍ବରତାକୁ ନେଇ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଥିବାବେଳେ ପଶୁପ୍ରେମୀଙ୍କଠୁ ନେଇ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ହାତୀଟିକୁ ନୃଶଂସ ଭାବେ ମାରିଥିବା...
ଚାଲିପାରୁ ନ ଥିଲେ ସ୍ବାମୀ, ପିଠିରେ ବୋହି ଷ୍ଟେଶନ ନେଲେ ସ୍ତ୍ରୀ
କରୋନା ମହାମାରୀ ସଙ୍କଟ ବେଳେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦିନକୁ ଦିନ ବଢିବାକୁ ଲାଗିଛି। ଅନ୍ୟ ରାଜ୍ୟକୁ ଦାଦନ ଖଟିବା ଲାଗି ଯାଇଥିବା ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରିବା ପାଇଁ ନାନା ଅସୁବିଧାର ସାମ୍ନା କରୁଛନ୍ତି। ଶ୍ରମିକଙ୍କ ଏଭଳି...
ମୋଦି-ମୋରିସନ୍ ଭର୍ଚୁଆଲ୍ ଶିଖର ସମ୍ମିଳନୀ
ନୂଆଦିଲ୍ଲୀ, ୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରତିପକ୍ଷ ସ୍କଟ୍ ମୋରିସନ୍ଙ୍କ ମଧ୍ୟରେ ଭର୍ଚୁଆଲ୍ ଶିଖର ସମ୍ମିଳନୀ ଗୁରୁବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୋଦି ଦୁଇଦେଶ ମଧ୍ୟରେ ବ୍ୟବସାୟ ବୃଦ୍ଧି ଲାଗି ଗୁରୁତ୍ୱାରୋପ କରିଛନ୍ତି। ଗତ କିଛି...
Archives


